Posted inଫୁରସତ

ଦୁଇ ଭଉଣୀଙ୍କ ଜଣେ ବୟଫ୍ରେଣ୍ଡ, ଏକା ସାଙ୍ଗରେ କରିବାକୁ ଚାହୁଁଛନ୍ତି ବିବାହ

ବେଳେବେଳେ ଅଜବ କଥା ଶୁଣିବାକୁ ମିଳିଥାଏ। ଏଥିରୁ କିଛି କଥା ବିଶ୍ୱସନୀୟ ହୋଇଥିବା ବେଳେ ଆଉ କିଛି ଅବିଶ୍ୱସନୀୟ ଲାଗିଥାଏ। ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ଅଷ୍ଟ୍ରେଲିଆରେ। ଏଠାରେ ରହୁଥିବା ଦୁଇ ଯାଁଳା ଭଉଣୀ ଏନା ଏବଂ ଲୁସିଙ୍କର ଜଣେ ପ୍ରେମିକ। ଦୁଇଜଣ ଅଲଗା ସିନା ଜୀବନ ମନ୍ତ୍ରକୁ ଗୋଟିଏରେ ପରିଣତ କରିଛନ୍ତି। କାରଣ ସେ ସବୁକିଛି ଏକା ସାଙ୍ଗରେ କରିବାକୁ ପସନ୍ଦ କରନ୍ତି। ଏପରିକି ଏକାସାଙ୍ଗରେ ଦୁଇଜଣ ପ୍ରେମିକଙ୍କୁ ବିବାହ କରିବା ସହ ଗର୍ଭବତୀ ହେବାକୁ ସ୍ଥିର କରିଛନ୍ତି।

ଏହି ଦୁଇ ଭଉଣୀ କିଛିଦିନ ପୂର୍ବରୁ ଟିଏଲ୍‌ସି ଏକ୍ସଟ୍ରିମ୍‌ ସିଷ୍ଟର୍ସ ନାମକ ଏକ ଶୋ’ରେ ନଜର ଆସିଥିଲେ। ଏହି ଯାଁଳା ଭଉଣୀ ଦୁନିଆର ସବୁଠୁ ନିକଟତର ବୋଲି କୁହାଯାଉଛି। କାରଣ ଏମାନେ ପ୍ରତ୍ୟେକ କାମ ଏକା ସମୟରେ କରିଥାନ୍ତି।

ଲୁସି ଏବଂ ଏନା ଏକା ସାଙ୍ଗରେ ଖାଇଥାନ୍ତି। ଏକାପ୍ରକାର ଡ୍ରେସ୍‌ ବି ପିନ୍ଧିଥାନ୍ତି। ସାଥୀ ହୋଇ ଓ୍ବାର୍କଆଉଟ୍‌ କରିବା ଠାରୁ ଆରମ୍ଭ କରି ଗାଧୋଇବା, ବସିବା, ଶୋଇବା, ବୁଲିବା ଆଦି ପ୍ରତ୍ୟେକ କାର୍ଯ୍ୟ ମିଶି କି କରିଥାନ୍ତି। ଜଣଙ୍କଠାରୁ ଜଣକୁ ଅଲଗା କରିବା ବହୁତ କଷ୍ଟ। ୪୦ ବର୍ଷରେ ପଦାର୍ପଣ କରିଥିବା ଏନା ଏବଂ ଲୁସି କୁହନ୍ତି, ସେମାନେ ଏକା ସମୟରେ ମା’ ହେବାକୁ ଚାହାନ୍ତି। ମାତ୍ର ଅଷ୍ଟ୍ରେଲିଆର ଏକ ନିୟମ ତାଙ୍କ ପାଇଁ ପାଚେରି ହୋଇ ଠିଆ ହୋଇଛି।

ଏନା ଏବଂ ଲୁସି ତାଙ୍କ ବୟଫ୍ରେଣ୍ଡ ବେନ୍‌ଙ୍କ ସହ ୨୦୧୨ରେ ସାକ୍ଷାତ ହୋଇଥିଲା। ବେନ୍‌ ପେସାରେ ଜଣେ ମେକାନିକ୍‌। ଏହି ଦୁଇ ଭଉଣୀଙ୍କୁ ଦେଖି ଆକର୍ଷିତ ହୋଇଥିଲେ ବେନ୍‌। ଦୁଇ ଭଉଣୀ ମଧ୍ୟ ବେନ୍‌ଙ୍କୁ ବହୁ ପସନ୍ଦ କରନ୍ତି। କିନ୍ତୁ ଅଷ୍ଟ୍ରେଲିଆର ନିୟମ କାନୁନ ଅନୁଯାୟୀ, ଏହା ହୋଇପାରିବ ନାହିଁ। ମ୍ୟାରେଜ ଆକ୍ଟ ୧୯୬୧ ଅନୁଯାୟୀ, ଜଣେ ବ୍ୟକ୍ତି ଦୁଇ ଜଣଙ୍କୁ ବିବାହ କରିପାରିବ ନାହିଁ।

ଏକ ରିୟାଲିଟି ଶୋ’ରେ ଏ ବିଷୟରେ କଥା ହେଉଥିବା ବେଳେ ଦୁଇ ଭଉଣୀ ଭାବବିହ୍ବଳ ହୋଇଯାଇଥିଲେ। କାରଣ ଦୀର୍ଘଦିନ ଧରି ଦୁହେଁ ଏକାସାଙ୍ଗରେ ବିବାହ କରିବାକୁ ପ୍ରସ୍ତୁତ ଚଳାଇ ଆସୁଛନ୍ତି। ମାତ୍ର ଏହା ଆଇନ ବିରୋଧୀ ବୋଲି ଅଷ୍ଟ୍ରେଲିଆ କାନୁନ କହୁଛି। ତେଣୁ ଦୁଇ ଭଉଣୀ ମାନସିକ ଦୁଃଶ୍ଚିନ୍ତାରେ ପଡ଼ିଛନ୍ତି। ଲୁସି କୁହନ୍ତି, ଆମେ ବିବାହ କଲେ କିଛି ଅସୁବିଧା ହେବ ନାହିଁ। କେହି କାହା ପ୍ରତି ଈର୍ଷା କରିବୁ ନାହିଁ। ବେନ୍‌ ମଧ୍ୟ ଏଥିରେ ରାଜି ଅଛନ୍ତି। ଦୁଇଜଣ ବେନ୍‌ଙ୍କୁ ବିବାହ କଲେ ଖୁସିରେ ରହିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜକୁମାରଙ୍କ କାରରେ ଅଣ୍ଡାଦେଲା ପକ୍ଷୀ, ଜାଣିବା ପରେ କ’ଣ କଲେ ଜାଣନ୍ତୁ ….

ଦୁବାଇ, ୧୩।୮: ଦୁବାଇର ରାଜକୁମାର ତଥା କାର୍ଯ୍ୟକାରୀ ପରିଷଦର ସଭାପତି ଶେଖ ହାମଦାନ ବିନ୍‌ ମହମ୍ମଦ ବିନ ରଶିଦ ଅଲ ମାକ୍‌ତୁମଙ୍କ ମର୍ସିଡିସ ଏସ୍‌ୟୁଭି କାରରେ...

‘ଟିପି ଟିପି ଟପ୍‌’ର ସହାୟତା ନେଲା ପୋଲିସ

ମୁମ୍ବାଇ: ପିଲାଦିନର ସ୍ମୃତି ଭାରି ମଧୁର। ସେଥିପାଇଁ ତ ଅତୀତର ଅଭୁଲା ସ୍ମୃତିକୁ ମନେପକାଇ ରୋମାଞ୍ଚିତ ହୋଇ ଉଠନ୍ତି ଅନେକ। ପିଲାଦିନର ଏମିତି ଏକ ଖେଳ...

ଦେବୀଙ୍କ ରୂପରେ ମାସ୍କ ବାଣ୍ଟିଲେ ମହିଳା

କରୋନା ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ପରସ୍ପର ମଧ୍ୟରେ ଦୂରତ୍ୱ ରକ୍ଷା କରି କରୋନା ସହ ବଞ୍ଚିବା ମଧ୍ୟ ଲୋକେ ଶିଖିଗଲେଣି। ତେବେ ଏହି ସମୟରେ...

କରୋନା ସଂକ୍ରମଣ: ରାସ୍ତାରେ ପଡ଼ିଥିବା ୫୦୦ ଟଙ୍କିଆ ନୋଟ୍‌କୁ ବି ଛୁଇଁଲେନି ଲୋକେ !

ନୂଆଦିଲ୍ଲୀ,୧୮।୪: କରୋନା ସଂକ୍ରମଣ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଲୋକେ ରାସ୍ତାଘାଟରେ ପଡ଼ିଥିବା କୌଣସି ସନ୍ଦିଗ୍ଧ ବସ୍ତୁକୁ ଛୁଇଁବାକୁ ମଧ୍ୟ ଚାହୁଁ ନାହାଁନ୍ତି। ଦିଲ୍ଲୀର...

ବଧିରଙ୍କୁ କର୍ମ ନିଯୁକ୍ତି ଦେବା ପାଇଁ ‘ସାଇଲେଣ୍ଟ କାଫେ’

ବଧିର ବ୍ୟକ୍ତିମାନଙ୍କୁ କର୍ମନିଯୁକ୍ତି ଦେବା ପାଇଁ ଷ୍ଟାରବକ୍ସ ନାମକ ଏକ କମ୍ପାନୀ ଏଇ କିଛିଦିନ ତଳେ ଚାଇନାର ଗୁଆଙ୍ଗଝୁଠାରେ ସାଇଲେଣ୍ଟ କାଫେର ଶୁଭାରମ୍ଭ କରିଛି। ଏହି...

ବନ୍ଧୁ: ଗୋଟିଏ ଶବ୍ଦରେ ଅୟୁତ ଯୁଗର ପରିକଳ୍ପନା..

ବନ୍ଧୁତା, ହେଇପାରେ ଗୋଟିଏ ଶବ୍ଦ, କିନ୍ତୁ ତା’ ପରିଧି କେଉଁଠୁ ଯେ କେତେଦୂର ଆଖିପାଏନି। କିଏ କେତେବେଳେ କାହା ସହ ବନ୍ଧୁ ସୂତ୍ରରେ ଯୋଡ଼ି ହେଇଯିବା...

ଆକାଶରୁ ପଡିଲା ଏମିତି ଜିନିଷ, କିଛି ମିନିଟ୍‌ ମଧ୍ୟରେ ହୋଇଗଲେ କୋଟିପତି

କଥାରେ ଅଛି, ଉପରବାଲା ଯେେବେଳେ ଦିଅନ୍ତି, ଛପର ଫାଡିକି ଦିଅନ୍ତି। ଇଣ୍ଡୋନେସିଆର ଯୁବକଙ୍କ କ୍ଷେତ୍ରରେ ଏହି ଉକ୍ତିର ଯଥାର୍ଥତା ପ୍ରତିପାଦିତ ହୋଇଛି। ଜୋଶୁଆ ହୁତାଗଲଙ୍ଗୁ ନାମକ...

୯୦ ବର୍ଷ ବୟସରେ ପୁଲ୍‌-ଅପ୍‌ସ: ଚର୍ଚ୍ଚାରେ ଅବସରପ୍ରାପ୍ତ ଏୟାର ମାର୍ଶାଲ

ନୂଆଦିଲ୍ଲୀ: ନିଜକୁ ଫିଟ୍‌ରଖିବା ଲାଗି ସମସ୍ତେ ଚାହାନ୍ତି। ହେଲେ ସମୟ ଅଭାବରୁ ଅଧିକାଂଶ ଜିମ୍‌ ଯିବା କିମ୍ବା ଶାରୀରିକ ପରିଶ୍ରମ କରିବା ପସନ୍ଦ କରି ନ...

Advertisement

BGU

Archives

Model This Week

Why Dharitri