୨୫ରୁ ୨୩ ପିଲା ବିଦ୍ୟାଳୟ ଦେଖିନାହାନ୍ତି

ଭଞ୍ଜନଗର,୯।୫(ଡି.ଏନ.ଏ): ଭଞ୍ଜନଗର ବ୍ଲକ ଡ଼ୁମାକୁମ୍ପା ପଞ୍ଚାୟତ ଡିିହକୁମ୍ପାପଲ୍ଲୀ ଏକ ପଛୁଆ ଅଞ୍ଚଳ ଭାବେ ରହିଯାଇଛି । ଉକ୍ତ ଗ୍ରାମରେ ପ୍ରାୟ ୨୦ଟି ପରିବାର ବସବାସ କରୁଛନ୍ତି । ହେଲେ ଗ୍ରାମକୁ ଗମନାଗମନ ସୁବିଧା ନାହିଁ । ଛୋଟ ଗ୍ରାମ ହୋଇଥିବା ଯୋଗୁ ବିଦ୍ୟାଳୟ ଖୋଲିନାହିଁ । ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିଛି । କିନ୍ତୁ ତାହା ମଧ୍ୟ ଠିକ୍‌ ଭାବେ ଖୋଲୁନାହିଁ। ଅନ୍ୟପକ୍ଷରେ ସଚେତନତା ଅଭାବ ଯୋଗୁ ଗ୍ରାମର ଶିଶୁମାନେ ନିକଟସ୍ଥ ହାତୀଗୁଡ଼ା ଗ୍ରାମକୁ ଯାଇ ପାଠ ପଢ଼ିବାକୁ ରାଜି ନୁହଁନ୍ତି। ଅଭିଭାବକମାନେ ମଧ୍ୟ ଶିଶୁମାନଙ୍କର ପାଠପଢ଼ା ପ୍ରତି ସେଭଳି ଧ୍ୟାନ ଦିଅନ୍ତି ନାହିଁ। ଶିକ୍ଷା ବିଭାଗ ପକ୍ଷରୁ ଏନେଇ ଆବଶ୍ୟକ ପଦକ୍ଷେପ ନିଆଯାଇନାହିଁ । ତେଣୁ ଗ୍ରାମର ୨୫ ପିଲାଙ୍କ ମଧ୍ୟରୁ ମାତ୍ର ୨ଜଣ ଶିଶୁ ହାତୀଗୁଡ଼ା ବିଦ୍ୟାଳୟରେ ପାଠ ପଢ଼ୁଥିବା ବେଳେ ଅନ୍ୟ ୨୩ ଶିଶୁ ପାଠ ପଢ଼ୁନାହାନ୍ତି। ଉକ୍ତ ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟକୁ ଆଣିବା ପାଇଁ ଚେଷ୍ଟା କରାଗଲେ ସେମାନଙ୍କ ଭବିଷ୍ୟତ ଉଜ୍ଜଳମୟ ହୋଇପାରିବ ।
ଡ଼ିହକୁମ୍ପାପଲ୍ଲୀ ଠାରୁ ହାତୀଗୁଡ଼ା ଗ୍ରାମ ପ୍ରାୟ ୮ଶହ ମିଟର ଦୂର ହେବ। ବାଟରେ ଗୋଟିଏ ନାଳ ଅଛି । ସମ୍ପୃକ୍ତ ଗ୍ରାମର ଲୋକମାନେ ବାଉଁଶରୁ ତିିଆରି କୁଲା, ଚାଙ୍ଗୁଡ଼ି ଆଦି ତିଆରି କରି ତାକୁ ବିକ୍ରି କରି ପରିବାର ଚଳାଉଛନ୍ତି। ଅଭିଭାବକଙ୍କ ମର୍ଧ୍ୟରେ ସଚେତନତା ଅଭାବରୁ ଏହି ସମସ୍ୟା ଉପୁଜିଛି ।
ସରକାର ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ବିପୁଳ ଅର୍ଥ ଖର୍ଚ୍ଚ କରୁଛନ୍ତି କିନ୍ତୁ ଡ଼ିହକୁମ୍ପାପଲ୍ଲୀରେ ସରକାରଙ୍କ ଯୋଜନା ପହଞ୍ଚି ପାରିନାହିଁ। ଏହିଭଳି ପରିସ୍ଥିତିରେ ବିପଦର ବନ୍ଧୁ ଭଞ୍ଜନଗର ଶାଖା ପକ୍ଷରୁ ପ୍ରାୟ ଏକ ମାସ ହେବ ଡ଼ିହକୁମ୍ପାପଲ୍ଲୀ ଗ୍ରାମରେ ମୁଁ ବି ପାଠ ପଢ଼ିବି କାର୍ଯ୍ୟକ୍ରମ ଚଳାଇଛି । ଭଞ୍ଜନଗର ବ୍ଲକର ଯେଉଁ ଅଞ୍ଚଳରେ ଶିକ୍ଷା ସୁବିଧା ନାହିଁ ସେଠାରେ ଅନୁଷ୍ଠାନର କର୍ମକର୍ତ୍ତାମାନେ ପହଞ୍ଚି ଛାତ୍ରୀଛାତ୍ରମାନଙ୍କ କିଭଳି ବିକାଶ ହୋଇପାରିବ ସେଥିପାଇଁ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି । ଡ଼ିହକୁମ୍ପାପଲ୍ଲୀ ଗ୍ରାମରେ ଶିକ୍ଷା ବ୍ୟବସ୍ଥା ଠିକ୍‌ ନଥିବା ଯୋଗୁ ଅନୁଷ୍ଠାନର କର୍ମକର୍ତ୍ତାମାନେ ସେଠାରେ ରବିବାର ପହଞ୍ଚି ଗ୍ରାମର ଶିଶୁମାନଙ୍କୁ ବିଭିନ୍ନ ଶିକ୍ଷା ଉପକରଣ ବଣ୍ଟନ କରିବା ସହ ନାଚଗୀତରେ ସେମାନଙ୍କ ସହ କିଛି ସମୟ ବିତାଇଥିଲେ। ବିଦ୍ୟାଳୟରେ ନାମ ନ ଲେଖାଇଥିବା ଶିଶୁମାନେ ଆଗାମୀ ଦିନରେ କିଭଳି ବିଦ୍ୟାଳୟରେ ନାମ ଲେଖାଇବେ ସେଥିପାଇଁ ପାଖ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହ ବିପଦର ବନ୍ଧୁ କର୍ମକର୍ତାମାନେ ଆଲୋଚନା କରିଛନ୍ତି। ଗ୍ରାମରେ ଗୋଟିଏ ଟିଣ ଘର କରି ସେଠାରେ ଶିଶୁମାନଙ୍କୁ ପଢ଼ାଯିବା ବ୍ୟବସ୍ଥା କରାଯିବ । ଏଥିସହ ଆଜକୁ ଏକମାସ ହେବ ହାତୀଗୁଡ଼ାର କାର୍ତିକ ସ୍ବାଇଁ ଗ୍ରାମର ଶିଶୁମାନଙ୍କୁ ପାଠ ପଢ଼ାଉଛନ୍ତି । କାର୍ତକ ଦୌନନ୍ଦିନ ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ଉକ୍ତ ଗ୍ରାମକୁ ଯାଇ ପାଠ ପଢ଼ାଉଛନ୍ତି। ଏବାବଦରେ ଅନୁଷ୍ଠାନ ପକ୍ଷରୁ ତାଙ୍କୁ କିଛି ପାରିଶ୍ରମିକ ପ୍ରଦାନ କରାଯାଉଛି । ଏନେଇ କାର୍ତିକଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତିଯେ ବିଭିନ୍ନ କାରଣ ଯୋଗୁ ଅନେକ ଶିଶୁ ବିଦ୍ୟାଳୟରେ ନାମ ଲେଖାଇ ନାହାନ୍ତି । ଆଗାମୀ ଦିନରେ ସେମାନେ ବିଦ୍ୟାଳୟରେ କିଭଳି ନାମ ଲେଖାଇବେ ସେନେଇ ପଦକ୍ଷେପ ନିଆଯାଇଛି । ଅପରପକ୍ଷେ ଏନେଇ ସମ୍ପୃକ୍ତ ଅଚଂଳର ଜଣେ ଶିକ୍ଷକଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଛାତ୍ରୀଛାତ୍ରମାନେ ନାମ ନଲେଖାଇବା ଖବର ଆମ ପାଖରେ ନାହିଁ । ଏହିଭଳି ଯଦି ହୋଇଥାଏ ତେବେ ସମ୍ପୃକ୍ତ ଛାତ୍ରୀଛାତ୍ରଙ୍କ ନାମ ତୁରନ୍ତ କିଭଳି ଲେଖାଯିବ ସେନେଇ ପଦକ୍ଷେପ ନିଆଯିବ । ବିପଦର ବନ୍ଧୁ କର୍ମକର୍ତ୍ତା ପ୍ରଦୀପ ଜେନା କହିଛନ୍ତି, ସଚେତନତା ଅଭାବ ଯୋଗୁ ଏହି ସମସ୍ୟା ଦେଖାଦେଇଛି। ଶିକ୍ଷା ବିଭାଗ ସହଯୋଗରେ ସମସ୍ତ ଶିଶୁ କିଭଳି ପାଠ ପଢ଼ିବେ ସେନେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପାଟପୁର କଲେଜରେ ସରଗରମ ଛାତ୍ର ରାଜନୀତି: ବୟସାଧିକ କାରଣରୁ ୨ ପ୍ରାର୍ଥିପତ୍ର ନାକଚ, ମଇଦାନରେ ୧୪ ପ୍ରାର୍ଥୀ

ଦିଗପହଣ୍ଡି,୧୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ବିଶ୍ୱାସରାୟ କଲେଜର ଛାତ୍ର ସଂସଦ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।…

ଜମି ପାଣି ବିବାଦରୁ ସାଂଘାତିକ ଆକ୍ରମଣ: ସରପଞ୍ଚଙ୍କ ସ୍ୱାମୀଙ୍କୁ ହାଣିଥିବା ୩ ଦୁର୍ବୃତ୍ତଙ୍କୁ କୋର୍ଟଚାଲାଣ କଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ କାମିନୀ ନାୟକଙ୍କ ସ୍ୱାମୀ ଟୁନା ନାୟକଙ୍କୁ ଯୋଜନାବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା…

ମାନସିକ ଅନଗ୍ରସରଙ୍କ ଅଧିକାର: ସେମାନଙ୍କ ପାଇଁ ମୁକ୍ତ ଆଇନ ସହାୟତା

ଦିଗପହଣ୍ଡି, ୧୦|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଶନିବାର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି…

କେଏସୟୁବି କଲେଜ୍ ରେ ୩୫ ପ୍ରାର୍ଥୀ, ସାବିତ୍ରୀ ମହିଳା ମହାବିଦ୍ୟାଳୟର ସମସ୍ତ ପ୍ରାର୍ଥୀନୀ ନିର୍ଦ୍ୱନ୍ଦରେ ନିର୍ବାଚିତ

ଭଞ୍ଜନଗର, ୧୦।୧୦ (ବାବୁଲା ପ୍ରଧାନ): ଛାତ୍ର ସଂସଦ ନିର୍ବାଚନରେ ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲା…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ଖେମୁଣ୍ଡି କଲେଜ ଛାତ୍ର ସଂସଦ ନିର୍ବାଚନ: ବିଭିନ୍ନ ପଦବୀ ପାଇଁ ମଇଦାନ ରେ ୧୪ ପ୍ରାର୍ଥୀ , ଦ୍ବିି – ମୁଖି ପ୍ରତିଦ୍ବନ୍ଦିତା

ଦିଗପହଣ୍ଡି,୧୦|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରୀ ଛାତ୍ର ଙ୍କ…

ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା

ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍‌…

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?