Posted inଫୁରସତ

ଦ୍ୱାଦଶ ଆଦିତ୍ୟଙ୍କ ଅନୁଷ୍ଠାନ ବେଳେ ପଡ଼ିଥିଲା ବାର ହରିବୋଲ

ଗଜପତିଙ୍କର ସାମ୍ରାଜ୍ୟ ବିଜୟ ସ୍ମାରକୀ ଥିଲା ଅ୧୮ଙ୍କ କାର୍ତ୍ତିକ ଶୁକ୍ଳ ଦଶମୀ। ପଞ୍ଚୁକ ଦିନ। ସେହିଦିନ ଭୁବନେଶ୍ୱର ରାଜଗୁରୁ, ନରସିଂହପୁରର ଆନନ୍ଦ ରଥ ପହଞ୍ଚତ୍ଥିଲେ କୋଣାର୍କରେ। ଗଜପତିଙ୍କ ଆଦେଶରେ ସେମାନେ କୋଣାର୍କରେ ପହଞ୍ଚତ୍ ଯଜ୍ଞ ମଣ୍ଡପର ମାପ ଦେଲେ ବାସ୍ତୁଶାସ୍ତ୍ର ଅନୁସାରେ।
ବନ୍ଦାପନା ମଣ୍ଡପର ପୂର୍ବ ଦିଗକୁ ୪ଟି ଯଜ୍ଞ ପାଇଁ ଗର୍ଭାଧାନଶାଳା, ସ୍ନାନଶାଳା ଓ ନ୍ୟାସ ଶାଳାର ମାପ ଦେଲେ। ବନ୍ଦାପନା ମଣ୍ଡପର ପଶ୍ଚିମଦିଗକୁ ମାପଦେଲେ। ବାଳିଶାଳା ଓ ଦକ୍ଷିଣପଟକୁ ‘ଯଜମାନଶାଳା’ର ମାପ ଦେଲେ। ପୀଢ଼ଚାଳଶାଳାର ମାପ ଦେଲେ ଅରୁଣସ୍ତମ୍ଭର ଦକ୍ଷିଣକୁ। ରୋଷଶାଳାର ଦୁଇଟି କୋଠରିକୁ ‘ଚାରୁଶାଳା’ କରାଯିବାକୁ ସ୍ଥିର ହେଲା। ଏହିପରି ୧୪ଟି ଯଜ୍ଞଶାଳା କରାଯାଇଥିଲା।
୧- ଗର୍ଭାଧାନଶାଳା, ୨- ସ୍ନାନଶାଳା, ୩- ନ୍ୟାସଶାଳା, ୪- ପୁରୋଡ଼ାସଶାଳା, ୫- ଅଙ୍କୁରାରୋପଣଶାଳା, ୬- ବଳିଶାଳା, ୭- ଯଜମାନଶାଳା , ୮- ପୀଢ଼ଚାଳ ଯଜ୍ଞଶାଳା, ୯- ଚାରୁଶାଳା, ୧୦-୧୩: ଚାରିଦ୍ୱାରରେ ୪ଟି ଶାଳା, ୧୪- ନିଶାତଳେ ଛୋଟ ଯଜ୍ଞଶାଳା।
ଦ୍ୱାଦଶ ଆଦିତ୍ୟଙ୍କ ପାଇଁ ବାରଯୋଡ଼ା ସିଲ୍‌କ ଲୁଗା ବରାଦ ହୋଇଥିଲା। ସେହିଦିନ ହାତୀ ପିଠିରେ ଗୋଟିଏ ସିନ୍ଦୁକ ଷୋହଳ ଯୋଡ଼ା ଉତ୍ତରୀୟ ମହାଦେବୀ ପଠାଇଥିଲେ। ସିନ୍ଦୁକ ଖୋଲାଗଲା ଅଧିକାରୀମାନଙ୍କ ଉପସ୍ଥିତିରେ। ସିନ୍ଦୁକରେ କ’ଣ କ’ଣ ଆସିଥିଲା ଏଠାରେ ଆମେ ଉଲ୍ଲେଖ କରୁଅଛୁ। ମହାଦେବୀ ଯଜ୍ଞ ଅନୁଷ୍ଠାନ ପାଇଁ କେତେ ସଜାଗ ଥିଲେ ଏବଂ ବହୁ ପୂର୍ବରୁ ଏସବୁ ଜିନିଷ ସଂଗ୍ରହ କରିଥିଲେ, ତାହା ଜାଣିହେବ। ୧) ୨୫ ଯୋଡ଼ା ପଗଡ଼ି ଥିଲା ସିନ୍ଦୁକରେ। ୨୫ଜଣ ନିରୀକ୍ଷକଙ୍କ ପାଇଁ ସ୍ବତନ୍ତ୍ର ଭାବରେ ବରାଦ ଦିଆଯାଇ ପ୍ରସ୍ତୁତ ହୋଇଥିଲା। ୨) ୨୩୭ଟି ସୂତା ଧୋତି ଯୋଡ଼-ଅନୁଷ୍ଠାନ ପାଇଁ ୨୩୭ ଜଣ ଶିଳ୍ପୀ ବରଣ ହୋଇଥିଲେ। ୩) ୨୨୬ଟି ଗାମୁଛା- ସମୁଦାୟ ପୂଜା କାମରେ ବ୍ୟବହାର ପାଇଁ, ୪) ୨୮ଟି ପିତ୍ତଳ ଗରା- ଚଉଦଟି ମଣ୍ଡପରେ ବ୍ୟବହାର ପାଇଁ। ୫) ୫ଟି ଦୀପରୁଖା। ୬) ସହସ୍ର ଧାରା ସ୍ନାନପାତ୍ର ଗୋଟିଏ। ୭) ଛୋଟ ପ୍ରଭା ଦୁଇଟି, ଯେଉଁଥିରେ ବିଗ୍ରହ ବିଜେ କରନ୍ତି। ୮) ପୂଜାପାତ୍ର ସଜ- ପାଞ୍ଚୋଟି। ୯) ପଦ୍ମଝରି ଚାରୋଟି। ଏହି ଝରିର ମୁହଁଟି ପଦ୍ମ ଆକୃତିର ଯେଉଁ ବାଟଦେଇ ଝରିରୁ ଜଳ ବାହାରେ। ୧୦) ଠିଆ ଦର୍ପଣ ଛଅଟି।
ଏତିକି ଆବଶ୍ୟକୀୟ ସଜ ମହାଦେବୀ ସଂଗ୍ରହ କରି ସିନ୍ଦୁକରେ ପଠାଇଦେବା ବଡ଼ କଥା ନୁହେଁ। ଏଥିପ୍ରତି ତାଙ୍କର ଅନୁରାଗ ଓ କର୍ତ୍ତବ୍ୟକୁ ବିଚାର କରିବା କଥା। ମହାରାଜା ମନ୍ଦିରଟିଏ ନିର୍ମାଣ କରାଉଛନ୍ତି, ସେଥିପାଇଁ ଯେଉଁ ଯଜ୍ଞ ଅନୁଷ୍ଠାନ ହେବ ସେ ବିଷୟରେ ଅବଗତ ହୋଇ ସଂଗ୍ରହ କରି ପଠାଇବା ଏକ ସକାରାତ୍ମକ ପ୍ରେରଣା। ଆଡ଼େଇ ହୋଇ ଚୁପ୍‌ଚାପ୍‌ ରହିଯାଇଥିଲେ, କେହି ଆଙ୍ଗୁଠି ଦେଖାଇବାକୁ ନ ଥିଲେ, ତଥାପି ମାନସିକ ପ୍ରସ୍ତୁତିକୁ ଲକ୍ଷ୍ୟ କରିବା କଥା। ଏହି ମହାଦେବୀ ହେଉଛନ୍ତି ମହାରାଣୀ କସ୍ତୁରିକା ମୋଦିନୀ, ଯାହାଙ୍କୁ ଗଜପତିଙ୍କ ପାର୍ଷଦମାନେ ‘ରାଜମାତା’ ବୋଲି ସମ୍ବୋଧନ କରୁଥିଲେ। ପୂର୍ବରୁ ସୂଚନା ଦେଇଥିଲୁ ମହାଦେବୀ ହେଉଛନ୍ତି ମଦୁରାଇ ମହାରାଜାଙ୍କ କନ୍ୟା।
ବାସୁ ବଢ଼େଇ ଶ୍ରୁବ, ଶ୍ରୁଚ ଓ ପ୍ରଣିତା ଆଣି ଯୋଗାଇବା ଦିବସ ଥିଲା କାର୍ତ୍ତିକ ପୂର୍ଣ୍ଣିମା। ସେହିଦିନ ୨୮ଜଣ ଶିଳ୍ପୀ ସ୍ନାନ ପରେ ଭଣ୍ଡାରଘରକୁ ଆସି ହାତଯୋଡ଼ି ପ୍ରଥମ ‘ହରିବୋଲ’ ଧ୍ୱନି ଦେଇଥିଲେ। ଚଳଚଞ୍ଚଳ ହୋଇଗଲା ବାତାବରଣ। ସମସ୍ତ ପୂଜା ଉପକରଣକୁ ନାଲି ସିଲ୍‌କ କନାରେ ଗୁଡ଼ାଇ ସୂତ୍ରଧର ଶିବେଇ ସାମନ୍ତରାଙ୍କ ଶିବିର ସାମନାରେ ରଖି ‘ଶାଙ୍ଗି’ (ବାହାଙ୍ଗି)ରେ ଲଦି ଗର୍ଭାଧାନଶାଳାରେ ପହଞ୍ଚାଇଥିଲେ। ସେଇଠି ପଡ଼ିଥିଲା ଦ୍ୱିତୀୟ ହରିବୋଲ। ସେଣେ ସାତଜଣ ପଥୁରିଆ ବାର ଭରଣ ଧାନରେ (ଭରଣକ ୪୦ ଗୌଣି)ରେ ବିଜେ ପ୍ରତିମାଙ୍କୁ ବିଜେ କରି ଚାରିପଟ କନାରେ ଆବଦ୍ଧ କରି ହରିବୋଲ ପକାଇ ଶାଳା ନିକଟରେ ପହଞ୍ଚାଇଥିଲେ। ଏହା ଥିଲା ତୃତୀୟ ହରିବୋଲ। ପ୍ରତିବର୍ଷ ମହାପ୍ରଭୁଙ୍କ ରଥ ନିର୍ମାଣ ମୂଳରୁ ଶେଷ ପର୍ଯ୍ୟନ୍ତ ଭୋଇ ସେବକ ନଅ ହରିବୋଲ ପକାଇଥାନ୍ତି। ଦ୍ୱାଦଶ ଆଦିତ୍ୟଙ୍କ ଅନୁଷ୍ଠାନବେଳେ ପଡ଼ିଥିଲା ଦ୍ୱାଦଶ ହରିବୋଲ। ଆଗକୁ ଦେଖିବା ହରିବୋଲର ରହସ୍ୟ ଓ ପରମ୍ପରା।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?