ପକେଟ ଉପରେ ବଢ଼ିବ ବୋଝ! ଅଗଷ୍ଟରୁ ମହଙ୍ଗା ହେବ କାର୍‌, ଟିଭି, ଫ୍ରିଜ୍‌ ସହ…ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ, ୨୮।୭: ଅଗଷ୍ଟରୁ ପର୍ବପର୍ବାଣୀ ଋତୁ ଆରମ୍ଭ ହେବା ସହିତ ମହଙ୍ଗା ମଧ୍ୟ ଆପଣଙ୍କୁ ଅପେକ୍ଷା କରିଛି। ସକାଳର ଚା’ଠାରୁ ଆରମ୍ଭ କରି କାର୍‌ ପର୍ଯ୍ୟନ୍ତ ଅଗଷ୍ଟରେ ସମସ୍ତ ଜିନିଷର ଦର ବୃଦ୍ଧି ପାଇବାକୁ ଯାଉଛି। ବର୍ଷ ୨୦୨୬ରେ ଏହା କ୍ରମାଗତ ତୃତୀୟ ଥର ପାଇଁ ହେବାକୁ ଯାଉଛି, ଯେତେବେଳେ ଉପଭୋକ୍ତା ସାମଗ୍ରୀ (କନଜ୍ୟୁମର ଗୁଡ୍ସ) କମ୍ପାନୀଗୁଡ଼ିକ ଦର ବୃଦ୍ଧି କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଏଥର ଦରରେ ୬ ରୁ ୮ ପ୍ରତିଶତ ବୃଦ୍ଧି ପାଇଥିବାର ଦେଖିବାକୁ ମିଳୁଛି।

ଅଗଷ୍ଟରୁ ଚା’, କେଶ ତେଲ, କାର୍‌, ଫ୍ରିଜ, ଟିଭି, ପୋଷାକ, ଇସ୍ପାତ (ଷ୍ଟିଲ) ବାସନ, କୁକର୍‌ ଇତ୍ୟାଦିର ଦର ବୃଦ୍ଧି ପାଇପାରେ। ଉତ୍ସବର ଋତୁ ପୂର୍ବରୁ ପୁଣିଥରେ ଦର ବୃଦ୍ଧି ଗ୍ରାହକଙ୍କ ପାଇଁ ଏକ ବଡ଼ ଝଟକା ହୋଇପାରେ। ରକ୍ଷାବନ୍ଧନ, ଦଶହରା, ଦିୱାଲୀ ଋତୁ ଆସିବା ପୂର୍ବରୁ କମ୍ପାନୀଗୁଡ଼ିକ ସେମାନଙ୍କର ଉତ୍ପାଦଗୁଡ଼ିକର ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଜୁନ 2୨୦୨୬ରେ ଖୁଚୁରା ମହଙ୍ଗା ହାର (Retail Inflation Rate) ବୃଦ୍ଧି ପାଇ ୪.୩୮% ରେ ପହଞ୍ଚିଛି। ମେ’ ମାସରେ CPI ୩.୯୩% ଥିଲା। ଖାଦ୍ୟ ମହଙ୍ଗା ହାର ୫.୩୨% ପର୍ଯ୍ୟନ୍ତ ପହଞ୍ଚିଯାଇଛି। ମହଙ୍ଗା ସମ୍ପର୍କିତ ଏହି ପରିସଂଖ୍ୟାନଗୁଡ଼ିକ ଚିନ୍ତାଜନକ ଅଟେ ଏବଂ ଅଗଷ୍ଟ ମାସରେ ଗ୍ରାହକମାନଙ୍କୁ ଏକ ବଡ଼ ଝଟକା ଲାଗିବା ନିଶ୍ଚିତ। କମ୍ପାନୀଗୁଡ଼ିକର ଯୁକ୍ତି ରହିଛି ଯେ ଖାଡ଼ି ଯୁଦ୍ଧ (Gulf War) କାରଣରୁ କଞ୍ଚାମାଲର ମୂଲ୍ୟ ଏବଂ ସିପିଂ ଖର୍ଚ୍ଚ ବୃଦ୍ଧି ପାଇବା ଯୋଗୁ ସେମାନଙ୍କର ଖର୍ଚ୍ଚ ବଢ଼ିବାରେ ଲାଗିଛି। ଉତ୍ପାଦନ ଖର୍ଚ୍ଚ (Manufacturing Cost), ପରିବହନ ଖର୍ଚ୍ଚ (Transportation Cost) ଏବଂ କଞ୍ଚାମାଲ ଯୋଗାଣରେ ସୃଷ୍ଟି ହେଉଥିବା ବାଧାବିଘ୍ନ ଯୋଗୁ କମ୍ପାନୀଗୁଡ଼ିକ ଦର ବଢ଼ାଇବାକୁ ବାଧ୍ୟ ହେଉଛନ୍ତି। ଫେବୃଆରୀ 2026ରେ ଇରାନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜୁକି (Maruti Suzuki) ଦ୍ୱିତୀୟ ଥର ପାଇଁ ସେମାନଙ୍କ ଗାଡ଼ିର ଦର ବୃଦ୍ଧି କରିଛି।

କେଉଁ କେଉଁ ଜିନିଷର ଦର ବୃଦ୍ଧି ପାଇବାକୁ ଯାଉଛି?

ପ୍ୟାକେଜ୍ଡ ଚା’ (Packaged Tea)
କେଶ ତେଲ (Hair Oil)
ରେଫ୍ରିଜରେଟର (Refrigerator)
ଟିଭି (TV)
ୱାସିଂ ମେଶିନ (Washing Machine)
ସ୍ମାର୍ଟଫୋନ (Smartphone)
ପୋଷାକ (Apparel)
ଯାତ୍ରୀବାହୀ ଯାନ (Passenger Vehicles)

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆମକୁ ଶତ୍ରୁ ନୁହେଁ, ପଡ଼ୋଶୀ ଭାବନ୍ତୁ: ମୋଦି-ଜିନପିଙ୍ଗ୍‌ ଭେଟ ପୂର୍ବରୁ ବଦଳିଲା ଚାଇନାର ସ୍ବର, ଭାରତ ସହ…

ନୂଆଦିଲ୍ଲୀ/ବେଜିଂ,୧୧।୯: ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ୧୮ଶ ବ୍ରିକ୍ସ (BRICS) ଶିଖର ସମ୍ମିଳନୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଆଲୋଚନା…

ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର : ଜାତିଆଣ ମନ୍ତବ୍ୟ…

ଛତ୍ରପୁର, ୧୧/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଆସିକା ବ୍ଲକ ଅନ୍ତର୍ଗତ ହରିପଦପୁର ଗ୍ରାମପଞ୍ଚାୟତର ସମସ୍ୟା ନେଇ ବ୍ଲକରେ ଅନୁଷ୍ଠିତ ସମିତି ବୈଠକରେ ବିଧାୟକଙ୍କ ସମ୍ମୁଖରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ କାହିଁକି ବାହାର କରିଦେବା ଉଚିତ? କାରଣ କହିଲେ…

ନୂଆଦିଲ୍ଲୀ,୧୧।୯: ଭାରତର ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଶୈଳୀର ଅନେକ ପ୍ରଶଂସକ ରହିଛନ୍ତି। ସେ ମଇଦାନକୁ ଓହ୍ଲାଇଲେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥାଏ। ତେବେ…

ଆର୍ଯ୍ୟପଲ୍ଲୀ ଫିସିଂ ହାର୍ବର କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଛତ୍ରପୁର, ୧୧ା୯ (ଦ୍ୱାରକା ପଟ୍ଟନାୟକ/ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଶୁକ୍ରବାର ଦିନିକିଆ ଗଞ୍ଜାମ ଗସ୍ତରେ ଆସି…

ଶାଗୁଆନ କାଠ ବୋଝେଇ ପିକ୍ଅପ ଭ୍ୟାନ ଜବତ: ମାମଲା ରୁଜୁ କଲା ବନ ବିଭାଗ               

ଦିଗପହଣ୍ଡି/ମୋହନା,୧୧|୯(ଅଶେଷ ନାଥ ମିଶ୍ର/ ମନ୍ମଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗ୍ରାମ ସ୍ଥିତ ବନ ବିଭାଗ ଚନ୍ଦ୍ରଗିରି ରେଞ୍ଜ କାର୍ଯ୍ୟାଳୟ କର୍ମଚାରୀ ବୃନ୍ଦ ଗଜପତି…

ଉପଅଧିନାୟକ ହୋଇଗଲେ ସିନା ଏବେ ଖେଳିବେ କେଉଁଠି? ତିଳକ ବର୍ମାଙ୍କ ବ୍ୟାଟିଂ ଅର୍ଡରଙ୍କୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ,୧୧।୯: ସେପ୍ଟେମ୍ବର ୧୩ରୁ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌। ଏହି ସିରିଜ୍‌ ପାଇଁ…

ଚଳିତ ବର୍ଷର ଅଧିକ ପାଣି ବଂଶଧାରାରେ

ଗୁଡ଼ାରି, ୧୧।୯ (ପ୍ରମୋଦ କୁମାର ପତି): ଗୁଡ଼ାରି ବଂଶଧାରା ନଦୀରେ ଶୁକ୍ରବାର ଚଳିତ ବର୍ଷର ସର୍ବାଧିକ ଜଳ ପ୍ରବାହ ଦେଖିବାକୁ ମିଳିଛି। ନଦୀର ଉପରମୁଣ୍ଡରେ ଲଘୁଚାପଜନିତ ବର୍ଷା…

ପୋଡ଼ାମାରି ସ୍ଥିତ ବନାଞ୍ଚଳ କାର୍ଯ୍ୟାଳୟରେ ୧୪ ତମ  ବନ ସହିଦ୍ ଦିବସ ପାଳିତ: ବଳିଦାନ ଦେଇଥିବା ବନ କର୍ମଚାରୀ ମାନଙ୍କ ଉଦ୍ଦେଶ୍ୟରେ …

ପୋଡ଼ାମାରି ସ୍ଥିତ ବନାଞ୍ଚଳ କାର୍ଯ୍ୟାଳୟ ରେ ୧୪ ତମ ବନ ସହିଦ୍ ଦିବସ ପାଳିତ ; * ବଳିଦାନ କରିଥିବା ବନ କର୍ମଚାରୀ ମାନଙ୍କ ଉଦ୍ଦେଶ୍ୟରେ କରାଗଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?