Posted inଖେଳ

ଫର୍ମୁଲା ଓ୍ବାନ୍‌ କ୍ୟାଲେଣ୍ଡରରେ ଟସ୍କାନ ଗ୍ରାଁ ପ୍ରି

ସ୍ପିଲବର୍ଗ (ଅଷ୍ଟ୍ରିଆ),୧୧ା୭ (ଏପି)-ଚଳିତବର୍ଷର ଫର୍ମୁଲା ଓ୍ବାନ କ୍ୟାଲେଣ୍ଡରରେ ଶୁକ୍ରବାର ପ୍ରଥମ ଥର ଟସ୍କାନ ଗ୍ରାଁ ପ୍ରିକୁ ସାମିଲ କରାଯାଇଛି। ଅନ୍ୟପକ୍ଷରେ ଦର୍ଶକଙ୍କ ଉପସ୍ଥିତିରେ ରଷିଆନ ଗ୍ରାଁ ପ୍ରି ଆୟୋଜନ କରିବା ଲାଗି ଯୋଜନା ହୋଇଛି। ମୋଞ୍ଜାରେ ଇଟାଲିଆନ ଗ୍ରାଁ ପ୍ରି ଅନୁଷ୍ଠିତ ହେବାର ଗୋଟିଏ ସପ୍ତାହ ପରେ ସେପ୍ଟେମ୍ବର ୧୩ରେ ମୁଗେଲୋ ସର୍କିଟ୍‌ରେ ଟସ୍କାନ ଗ୍ରାଁ ପ୍ରି ଆୟୋଜିତ ହେବ। ଏହା ପରେ ସୋଚି ଅଟୋଡ୍ରମ୍‌ଠାରେ ସେପ୍ଟେମ୍ବର ୨୭ରେ ରଷିଆନ ଗ୍ରାଁ ପ୍ରି ହେବ। ଟସ୍କାନ ଗ୍ରାଁପ୍ରି ସାମିଲ ହେବା ଦ୍ୱାରା ୟୁରୋପରେ ଚଳିତ ସିଜନରେ ଫର୍ମୁଲା ଓ୍ବାନ ରେସ୍‌ ସଂଖ୍ୟା ୧୦ରେ ପହଞ୍ଚତ୍ଛି। ଡିସେମ୍ବରରେ ବାହାରିନ ଓ ଆବୁଧାବିରେ ରେସ୍‌ ସହ ଫର୍ମୁଲା ଓ୍ବାନ କର୍ତ୍ତୃପକ୍ଷ ଏହି ସିଜନରେ ୧୫ରୁ ୧୮ ରେସ୍‌ ଆୟୋଜନ କରିବା ଲାଗି ଆଶା ରଖିଛନ୍ତି। ଫର୍ମୁଲା ଓ୍ବାନ ଚେୟାରମ୍ୟାନ ଚେଜ୍‌ କାରେ କହିଛନ୍ତି, ଗତ ରବିବାର ଅଷ୍ଟ୍ରିଆରେ ଚଳିତ ସିଜନର ପ୍ରଥମ ରେସ୍‌ ଅନୁଷ୍ଠିତ ହୋଇ ସାରିଛି। ୨୦୨୦ର ଅବଶିଷ୍ଟ ରେସ୍‌ଗୁଡ଼ିକ ସଫଳତାର ସହିତ ଆୟୋଜିତ ହୋଇପାରିବ ବୋଲି ଆମେ ଦୃଢ ଆଶାବାଦୀ। ମୁଗେଲୋରେ ପ୍ରଥମଥର ଫୁର୍ମଲା ଓ୍ବାନ ରେସ୍‌ ଆୟୋଜନ ହେବାକୁଯାଉଛି। ସେଠାରେ ଫେରାରି ଏହାର ୧୦୦୦ ତମ ଗ୍ରାଁ ପ୍ରି ରେସ୍‌ରେ ଭାଗ ନେବ। ଫ୍ଲୋରେନ୍ସଠାରୁ ୩୨ କିଲୋମିଟର ଦୂରରେ ମୁଗେଲୋରେ ଫର୍ମୁଲା-୨ ଏବଂ ମୋଟୋ ଜିପି ରେସ୍‌ ଅନୁଷ୍ଠିତ ହୋଇଥିଲେ ମଧ୍ୟ କେବେ ଫର୍ମୁଲା ଓ୍ବାନ ରେସ୍‌ ଆୟୋଜିତ ହୋଇ ନାହିଁ। ତେବେ ଅତୀତରେ ଫେରାରି ଏହାକୁ ଟେଷ୍ଟ ଟ୍ରାକ୍‌ ଭାବେ ବ୍ୟବହାର କରିଛି। ଫେରାରି ଡ୍ରାଇଭର ସେବାଷ୍ଟିଆନ ଭେଟେଲ ଗତ ମାସରେ ସେଠାରେ ଏକ ଟେଷ୍ଟ ଡ୍ରାଇଭ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ

ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri