Posted inଖେଳ

ଫର୍ମୁଲା ଓ୍ବାନ୍‌ କ୍ୟାଲେଣ୍ଡରରେ ଟସ୍କାନ ଗ୍ରାଁ ପ୍ରି

ସ୍ପିଲବର୍ଗ (ଅଷ୍ଟ୍ରିଆ),୧୧ା୭ (ଏପି)-ଚଳିତବର୍ଷର ଫର୍ମୁଲା ଓ୍ବାନ କ୍ୟାଲେଣ୍ଡରରେ ଶୁକ୍ରବାର ପ୍ରଥମ ଥର ଟସ୍କାନ ଗ୍ରାଁ ପ୍ରିକୁ ସାମିଲ କରାଯାଇଛି। ଅନ୍ୟପକ୍ଷରେ ଦର୍ଶକଙ୍କ ଉପସ୍ଥିତିରେ ରଷିଆନ ଗ୍ରାଁ ପ୍ରି ଆୟୋଜନ କରିବା ଲାଗି ଯୋଜନା ହୋଇଛି। ମୋଞ୍ଜାରେ ଇଟାଲିଆନ ଗ୍ରାଁ ପ୍ରି ଅନୁଷ୍ଠିତ ହେବାର ଗୋଟିଏ ସପ୍ତାହ ପରେ ସେପ୍ଟେମ୍ବର ୧୩ରେ ମୁଗେଲୋ ସର୍କିଟ୍‌ରେ ଟସ୍କାନ ଗ୍ରାଁ ପ୍ରି ଆୟୋଜିତ ହେବ। ଏହା ପରେ ସୋଚି ଅଟୋଡ୍ରମ୍‌ଠାରେ ସେପ୍ଟେମ୍ବର ୨୭ରେ ରଷିଆନ ଗ୍ରାଁ ପ୍ରି ହେବ। ଟସ୍କାନ ଗ୍ରାଁପ୍ରି ସାମିଲ ହେବା ଦ୍ୱାରା ୟୁରୋପରେ ଚଳିତ ସିଜନରେ ଫର୍ମୁଲା ଓ୍ବାନ ରେସ୍‌ ସଂଖ୍ୟା ୧୦ରେ ପହଞ୍ଚତ୍ଛି। ଡିସେମ୍ବରରେ ବାହାରିନ ଓ ଆବୁଧାବିରେ ରେସ୍‌ ସହ ଫର୍ମୁଲା ଓ୍ବାନ କର୍ତ୍ତୃପକ୍ଷ ଏହି ସିଜନରେ ୧୫ରୁ ୧୮ ରେସ୍‌ ଆୟୋଜନ କରିବା ଲାଗି ଆଶା ରଖିଛନ୍ତି। ଫର୍ମୁଲା ଓ୍ବାନ ଚେୟାରମ୍ୟାନ ଚେଜ୍‌ କାରେ କହିଛନ୍ତି, ଗତ ରବିବାର ଅଷ୍ଟ୍ରିଆରେ ଚଳିତ ସିଜନର ପ୍ରଥମ ରେସ୍‌ ଅନୁଷ୍ଠିତ ହୋଇ ସାରିଛି। ୨୦୨୦ର ଅବଶିଷ୍ଟ ରେସ୍‌ଗୁଡ଼ିକ ସଫଳତାର ସହିତ ଆୟୋଜିତ ହୋଇପାରିବ ବୋଲି ଆମେ ଦୃଢ ଆଶାବାଦୀ। ମୁଗେଲୋରେ ପ୍ରଥମଥର ଫୁର୍ମଲା ଓ୍ବାନ ରେସ୍‌ ଆୟୋଜନ ହେବାକୁଯାଉଛି। ସେଠାରେ ଫେରାରି ଏହାର ୧୦୦୦ ତମ ଗ୍ରାଁ ପ୍ରି ରେସ୍‌ରେ ଭାଗ ନେବ। ଫ୍ଲୋରେନ୍ସଠାରୁ ୩୨ କିଲୋମିଟର ଦୂରରେ ମୁଗେଲୋରେ ଫର୍ମୁଲା-୨ ଏବଂ ମୋଟୋ ଜିପି ରେସ୍‌ ଅନୁଷ୍ଠିତ ହୋଇଥିଲେ ମଧ୍ୟ କେବେ ଫର୍ମୁଲା ଓ୍ବାନ ରେସ୍‌ ଆୟୋଜିତ ହୋଇ ନାହିଁ। ତେବେ ଅତୀତରେ ଫେରାରି ଏହାକୁ ଟେଷ୍ଟ ଟ୍ରାକ୍‌ ଭାବେ ବ୍ୟବହାର କରିଛି। ଫେରାରି ଡ୍ରାଇଭର ସେବାଷ୍ଟିଆନ ଭେଟେଲ ଗତ ମାସରେ ସେଠାରେ ଏକ ଟେଷ୍ଟ ଡ୍ରାଇଭ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଋତୁରାଜ-ରାହୁଲଙ୍କ ଉପରେ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ଗୋଟିଏ ଭୁଲ ଯୋଗୁ ଦେବାକୁ ପଡ଼ିଲା ଜରିମାନା

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ ଦିନକୁ ଦିନ ଅଧିକ ରୋମାଞ୍ଚକର ହୋଇଯାଉଛି। ଟୁର୍ନାମେଣ୍ଟର ୩୪ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ...

ଚେନ୍ନାଇର ସମ୍ମାନଜନକ ସ୍କୋର

ଲକ୍ଷ୍ନୌ, ୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ସମ୍ମାନଜନକ ସ୍କୋର କରିଛି। ରବୀନ୍ଦ୍ର...

ସେମିଫାଇନାଲରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୦।୪(ତପନ ସ୍ବାଇଁ): ଇତିହାସ ରଚିଲା ଓଡ଼ିଶା ଏଫ୍‌ସି। ଅତିରିକ୍ତ ସମୟରେ ଇସାକ ଭନଲାଲରୁଆତଫେଲାଙ୍କ ଗୋଲ ବଳରେ ଓଡ଼ିଶା ଏଫ୍‌ସି ପ୍ରଥମଥର ପାଇଁ ଇଣ୍ଡିଆନ ସୁପର...

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri