ସୋସିଆଲ ମିଡିଆରେ ‘କଇଁଛ ତରକାରି’ ଭାଇରାଲ

ଭୁବନେଶ୍ୱର,୨୨।୭(ଅଭିଜିତ ଦାସ): ସଂରକ୍ଷିତ ବନ୍ୟପ୍ରାଣୀ ‘କଇଁଛ’ ରାଜ୍ୟରେ ଅସୁରକ୍ଷତି ହୋଇପଡୁଛି। ଚାଲାଣ ହେବା ସହ ଶିକାର ବଢ଼ିଚାଲିଛି। କଇଁଛକୁ ମାରି ତରକାରି କରି ଖିଆଯାଉଛି। ପୁଣି ଏହି ‘କଇଁଛ ତରକାରି’ର ଭିଡିଓ କରାଯାଇ ସୋସିଆଲ ମିଡିଆରେ ଛଡ଼ାଯାଉଛି। ଭାଇରାଲ ହୋଇଥିବା ଏହି ଭିଡିଓରେ ଜୀଅନ୍ତା କଇଁଛକୁ ମାରିବା ସହ କାଟି ତରକାରି କରାଯାଉଥିବାର ଦୃଶ୍ୟ ରହିଛି। ଖୁଲମ୍‌ଖୁଲା ଭାବେ ବନ୍ୟପ୍ରାଣୀ ଆଇନକୁ ଉଲ୍ଲଂଘନ କରାଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ପ୍ରାଣୀପ୍ରେମୀମାନେ ଚିନ୍ତାବ୍ୟକ୍ତ କରିବା ସହ ପ୍ରଶ୍ନ ଉଠାଇଛନ୍ତି।
ସୂଚନା ଅନୁଯାୟୀ, ଭଦ୍ରକ ଜିଲା ରମ୍ଭିଳା ସୁଧିଲାଦେଇପୁର ଅଞ୍ଚଳର ମନୋଜ ନାମକ ଜଣେ ବ୍ୟକ୍ତି ନିଜ ସୋସିଆଲ ମିଡିଆ ସାଇଟ୍‌ ‘ଓଡିଶା ଭିଲେଜ୍‌ ଲାଇଭ୍‌ ଫୁଡ୍‌’ରେ ଗତ ୧୯ ତାରିଖରେ କଇଁଛରୁ ତରକାରି ତିଆରି ହେଉଥିବାର ଭିଡିଓ ପୋଷ୍ଟ କରିଥିବା ଜଣାପଡିଛି। ଉକ୍ତ ଭିଡିଓଟିରେ ବ୍ୟକ୍ତି ଜଣକ ଏକ ଦୁର୍ଲଭ ପ୍ରଜାତିର କଇଁଛକୁ ମାରି ରୋଷେଇ କରିବାର ପ୍ରଣାଳୀ ଦେଖାଉଛନ୍ତି। ଏହାକୁ ନେଇ ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ଭାରତୀୟ ବନ୍ୟଜନ୍ତୁ ସଂରକ୍ଷଣ ଆଇନ ୧୯୭୨ ଧାରାରେ ଦୁର୍ଲଭ ପ୍ରଜାତିର କଇଁଛ, ହାତୀ, ବାଘ ଓ ସାପ ଭଳି ବନ୍ୟଜନ୍ତୁଗୁଡିକ ସବ୍‌ ସ୍କେଲ ୧ ପ୍ରଜାତିର ଅଟନ୍ତି। ନିୟମ ଅନୁଯାୟୀ ଦୁର୍ଲଭ ପ୍ରଜାତିର କୌଣସି ବନ୍ୟଜନ୍ତୁଙ୍କୁ ଶିକାର କରିବା ତ ଦୂର କଥା, ଘରେ ମଧ୍ୟ ରଖିବା ଆଇନଗତ ଅପରାଧ। ୭ ବର୍ଷ ଜେଲଦଣ୍ଡ ସହ ୧ଲକ୍ଷ ଟଙ୍କା ଜରିମାନା ରହିଛି। ଶୁଭେନ୍ଦୁ ଏ ସମ୍ପର୍କରେ ବନ ବିଭାଗକୁ ଅବଗତ କରାଇଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଅନ୍ୟପକ୍ଷରେ ଭିଡିଓ କରିଥିବା ମନୋଜ କହିଛନ୍ତି, ଏସବୁ ସମ୍ପର୍କରେ ଆମେ ଜାଣିନାହୁଁ। ଅପରପକ୍ଷେ ପୂର୍ବତନ ପିସିସିଏଫ୍‌ ବିଜୟ କେତନ କହିଛନ୍ତି, ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ସାପ ଖେଳାଳିମାନେ ଦୁର୍ଲଭ ପ୍ରଜାତିର ସାପକୁ ନେଇ ରାସ୍ତାଘାଟରେ ଦେଖାଉଛନ୍ତି ତ ଆଉ କେତେବେଳେ ଲୋକମାନେ ମାଙ୍କଡ, ଶୁଆ ଭଳି ଜୀବଜନ୍ତୁଙ୍କୁ ନେଇ ବେଆଇନ ଭାବେ ପୋଷା ପ୍ରାଣୀ କରି ରଖୁଛନ୍ତି। ବିଭାଗକୁ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri