ଲାଉରୁ ତୁମ୍ବା କ୍ରାଫ୍ଟ

ଭୁବନେଶ୍ୱର,୧୧।୧(ଶର୍ମିଷ୍ଠା ପାଣିଗ୍ରାହୀ)ତୁମ୍ବା କ୍ରାଫ୍ଟ। ଶୁଣିବାକୁ ନୂଆ ଲାଗୁଥିଲେ ବି ଏହା ହେଉଛି ଆଦିବାସୀଙ୍କ କଳା ଦକ୍ଷତାର ନିଆରା ଝଲକ। ଆମେ ଖାଉଥିବା ପରିବା ‘ଲାଉ’କୁ ଆଦିବାସୀମାନେ ତୁମ୍ବା କହିଥାଆନ୍ତି। ଆଉ ସେହି ଲାଉ ଅର୍ଥାତ୍‌ ତୁମ୍ବାରୁ ତିଆରି ହୋଇଛି ଆକର୍ଷଣୀୟ ମନଲୋଭା ହାଣ୍ଡିକ୍ରାଫ୍ଟ ବା ହସ୍ତଶିଳ୍ପ। ତୁମ୍ବାର ଆକୃତି ଅନୁସାରେ ସୁନ୍ଦର କ୍ରାଫ୍ଟ ତିଆରି କରାଯାଇଥାଏ। ଏଥିମଧ୍ୟରେ ଫ୍ଲାୱାର ବେସ୍‌, ଲ୍ୟାମ୍ପ ସେଟ୍‌, ସାଜସଜ୍ଜା ସାମଗ୍ରୀ, ଜୁଏଲେରୀ, ଖାଦ୍ୟସାମଗ୍ରୀ ରଖିବା ବା ଖାଇବା ପାତ୍ର, କଲମ ଷ୍ଟାଣ୍ଡ୍‌ ଆଦି ଅନେକ ସାମଗ୍ରୀ ରହିଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନ ଓର୍‌ମାସ ପକ୍ଷରୁ ବରମୁଣ୍ଡା ଖେଳ ପଡ଼ିଆରେ ଚାଲିଥିବା ଜାତୀୟସ୍ତରୀୟ ହସ୍ତତନ୍ତ, ହସ୍ତଶିଳ୍ପ ଓ ଖାଦ୍ୟ ମସଲାର ମେଳା ‘ଶିଶିର ସରସ-୨୦୨୪’ରେ ଏହି ଇକୋ ଫ୍ରେଣ୍ଡ୍‌ଲି କଳାକୃତି ଆକର୍ଷଣ ସାଜିଛି। ମେଳାରେ ୨୬ଟି ରାଜ୍ୟର ସାମଗ୍ରୀ ପଡ଼ିଛି। ମାତ୍ର ସବୁ ବର୍ଷଠାରୁ ଚଳିତ ବର୍ଷ ନୂଆ କରି ଆସିଥିବା ତୁମ୍ବା କ୍ରାଫ୍ଟ ଷ୍ଟଲ୍‌ରେ ବେଶ୍‌ ଭିଡ଼ ଜମୁଛି।
ବିଭିନ୍ନ ପ୍ରକାରର କ୍ରାଫ୍ଟ ବଜାରକୁ ଆସୁଛି। ହେଲେ ତୁମ୍ବା କ୍ରାଫ୍ଟ ଦର୍ଶକଙ୍କୁ ଭିନ୍ନ ଲାଗିବାର ଅନେକ କାରଣ ରହିଛି। ତୁମ୍ବା ବା ଲାଉକୁ ଓଡ଼ିଶା, ଛତିଶଗଡ଼ ଓ ଝାଡ଼ଖଣ୍ଡର ଲୋକମାନେ ଖାଦ୍ୟ, ମ୍ୟୁଜିକାଲ ଉପାଦାନ ଓ ମେଡିସିନ୍‌ ଭାବେ ବ୍ୟବହାର କରନ୍ତି। ସନ୍ନ୍ୟାସୀମାନେ ଏଥିରୁ ପ୍ରସ୍ତୁତ ପାତ୍ରକୁ ବ୍ୟବହାର କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଏହାର କେତୋଟି ଖାସ୍‌ ଗୁଣ ହେଉଛି। ଏହାର ଔଷଧୀୟ ଗୁଣ ରହିଥିବାବେଳେ ଏହାକୁ ଅଧିକ ଦିନ ବ୍ୟବହାର କରିହେବ। ନଷ୍ଟ ହେବାର ସମ୍ଭାବନା ବହୁତ କମ୍‌। ଏହାଛଡ଼ା ହାତକୁ ହାଲକା ଲାଗିବା ସହ ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟାକୁ ମଧ୍ୟ କିଛିମାତ୍ରାରେ ରୋକିପାରିବ। ଏହା ଇକୋ ଫ୍ରେଣ୍ଡ୍‌ଲି ଓ ବାୟୋଡିଗ୍ରେଡେବଲ୍‌। ବିଶେଷ କରି ପ୍ଲାଷ୍ଟିକ୍‌ର ବହୁଳ ବ୍ୟବହାରକୁ ଏହା କମାଇପାରିବ। ତୁମ୍ବା କ୍ରାଫ୍ଟ ସମସ୍ତେ ବନାଇପାରିବେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏବେ ଏହାକୁ ନେଇ ବ୍ୟବସାୟ ଓ ଭଲ ରୋଜଗାର କରାଯାଇପାରିବ।

ତୁମ୍ବା କ୍ରାଫ୍ଟ କଥା ଉଠିଲେ ଆର୍ଟିଷ୍ଟ ହିମାଂଶୁ ଶେଖର ପାଣ୍ଡିଆ ସମ୍ନାକୁ ଆସନ୍ତି। ରାଉରକେଲାରେ ଜନ୍ମିତ ହିମାଂଶୁ ୧୫ବର୍ଷ ତଳେ ଏମିତି କିଛି ନୂଆ କରିବାକୁ ଚିନ୍ତା କଲେ। ୧୯୮୭ରେ ସେ ପ୍ରେରଣା ଆର୍ଟ ଓ କ୍ରାଫ୍ଟ ନାମରେ ଏକ ଏନଜିଓ ଖୋଲିଲେ। ୨୦୨୧ରେ ତାଙ୍କର ଏହି ଇନୋଭେଶନକୁ ଭାରତ ସରକାର ସ୍ବୀକୃତି ଦେଇଥିଲେ। ଏବେ ସେ ରାୟଗଡ଼ାରେ ତୁମ୍ବା କ୍ରାଫ୍ଟର ଏକ ୟୁନିଟ୍‌ ଖୋଲିଛନ୍ତି। ପାଖାପାଖି ୨ହଜାର ଆଦିବାସୀ ପରିବାରଙ୍କୁ ସେ ଏଥିରେ ନିୟୋଜିତ କରିଛନ୍ତି। ସେ କହିଛନ୍ତି, ହଜିଯାଉଥିବା ଏହି ତୁମ୍ବାକୁ ଏକ ଭିନ୍ନ ପରିଚୟ ମିଳିପାରିଛି। ପାଖାପାଖି ୪୦ହଜାରରୁ ଊର୍ଦ୍ଧ୍ୱ ଆଇଟମ୍‌ ତୁମ୍ବାରୁ କରିହେବ। ୫୦ଟଙ୍କାରୁ ଆରମ୍ଭ କରି ୩୦ହଜାର ଟଙ୍କା ପର୍ଯ୍ୟନ୍ତ ସାମଗ୍ରୀ ତାଙ୍କ ପାଖରେ ଉପଲବ୍ଧ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri