ପୋଲିସ ଷ୍ଟେଶନ ଉପରେ ଆକ୍ରମଣ କଲେ ଟିଟିପି ଆତଙ୍କବାଦୀ, ୩ ପୋଲିସ ମୃତ…

ଇସଲାମାବାଦ,୧୪।୧ : ପଡୋଶୀ ଦେଶ ପାକିସ୍ତାନ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଅନ୍ୟପକ୍ଷରେ ପାକିସ୍ତାନରେ ଆତଙ୍କବାଦୀ ଘଟଣା ମଧ୍ୟ ବନ୍ଦ ହେବାର ନାମ ନେଉନାହିଁ। ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ ପାକିସ୍ତାନ(ଟିଟିପି) ଦ୍ୱାରା ହୋଇଥିବା ସଦ୍ୟତମ ଆକ୍ରମଣରେ ତିନି ଜଣ ପୋଲିସଙ୍କର ମୃତ୍ୟୁ ଘଟିଛି।

ଟିଟିପି ପାକିସ୍ତାନର ପେଶୱାରର ଏକ ପୋଲିସ ଷ୍ଟେଶନ ଉପରେ ଆକ୍ରମଣ କରିଛି। ଏଥିରେ ଜଣେ ବରିଷ୍ଠ ପୋଲିସ କର୍ମଚାରୀଙ୍କ ସମେତ ମୋଟ ୩ ଜଣ ପୋଲିସଙ୍କର ମୃତ୍ୟୁ ଘଟିଛି।

ପେଶୱାରର ଏସଏସପି କାସିଫ ଅବ୍ବାସି ସୂଚନା ଦେଇଛନ୍ତି ଯେ ୬ରୁ ୭ ଜଣ ସଶସ୍ତ୍ର ଆତଙ୍କବାଦୀ ହ୍ୟାଣ୍ଡ ଗ୍ରେନେଡ,ସ୍ବୟଂଚାଳିତ ଅସ୍ତ୍ରଶସ୍ତ୍ର ଏବଂ ସ୍ନାଇପର ଅସ୍ତ୍ର ସାହାଯ୍ୟରେ ପେଶୱାରର ସରବନ୍ଦ ପୋଲିସ ଷ୍ଟେଶନ ଉପରେ ଏକ ବଡ଼ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ କ୍ରସ ଫାୟାରିଙ୍ଗରେ ୩ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ ପାକିସ୍ତାନ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି। ଏହି ଆକ୍ରମଣରେ ନିହତ ହୋଇଥିବା ପୋଲିସ କର୍ମଚାରୀଙ୍କ ମଧ୍ୟରେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ସର୍ଦ୍ଦାର ହୁସେନ ଏବଂ ଦୁଇ ଜଣ କନଷ୍ଟେବଳ ଅଛନ୍ତି।

ଖାଇବର ପାସ୍ତୁନଖ୍ବା ମୁଖ୍ୟମନ୍ତ୍ରୀ ମହମୁଦ ଖାନ ଏହି ଆକ୍ରମଣକୁ ନିନ୍ଦା କରିବା ସହ ଆତଙ୍କବାଦ ମୁକାବିଲାରେ ପୋଲିସର ବଳିଦାନ ବୃଥା ହେବ ନାହିଁ ବୋଲି କହିଛନ୍ତି। ଆତଙ୍କବାଦୀଙ୍କ ସନ୍ଧାନରେ ଏହି ଅଞ୍ଚଳରେ ସର୍ଚ୍ଚ ଅପରେଶନ ଚାଲିଛି। ଅନ୍ୟପକ୍ଷରେ ଏହି ଆକ୍ରମଣରେ ୪ଜଣ ପୋଲିସଙ୍କ ମୃତ୍ୟୁ ଘଟିଥିବା ଏବଂ ୩ ଜଣ ପୋଲିସ ଆହତ ହୋଇଥିବା ଟିଟିପି ଦାବି କରିଛି। ଏଥିସହ ଦୁଇଟି କାଲାଶନିକୋଭ, ମାଗାଜିନ ଏବଂ ୪୭ ହଜାର ପାକିସ୍ତାନୀ ଟଙ୍କା ଲୁଟି ନେଇଥିବା ଟିଟିପି ପକ୍ଷରୁ କୁହାଯାଇଛି। ଡେରା ଗାଜି ଖାନ ଜିଲାର ତୁନସା ସରିଫ ତହସିଲରେ ପୋଲିସ ଚେକପୋଷ୍ଟ ଉପରେ ହୋଇଥିବା ଆକ୍ରମଣ ପାଇଁ ଟିଟିପି ମଧ୍ୟ ଦାୟୀ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଳୟଙ୍କରୀ ବନ୍ୟାରେ ୪୨ ମୃତ

ନୈରୋବି,୨୯।୪: କେନ୍ଦ୍ରୀୟ କେନିଆର ମାଇ ମାହୁ ଅଞ୍ଚଳରେ ବ୍ୟାପକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୦ ରୁ ୪୨କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ସିଟିଜେନ ଟେଲିଭିଜନ ସୋମବାର...

ଦୁବାଇରେ ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ବଡ ବିମାନ ବନ୍ଦର, ରହିବ ଏସବୁ ସୁବିଧା

ଦୁବାଇ,୨୯।୪: ଦୁବାଇରେ ବିଶ୍ୱର ବୃହତ୍ତମ ବିମାନ ବନ୍ଦରର କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଅଲ ମକତୁମ ଅନ୍ତର୍ଜାତୀୟ ବିମାନବନ୍ଦର ବର୍ତ୍ତମାନର ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଠାରୁ...

ପୁଣିଥରେ ଠପ ହେଲା ଏକ୍ସ, ୫ ଦିନରେ ଦୁଇଥର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୪: ପୂର୍ବରୁ ଟୁଇଟର ଭାବରେ ଜଣାଶୁଣା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ବନ୍ଦ ହେବାର ଖବର ଆସିଛି। ବ୍ୟବହାରକାରୀମାନେ ଲଗାତାର ସୋସିଆଲ ମିଡିଆରେ ଅଭିଯୋଗ...

ଗାଜା ଯୁଦ୍ଧରେ ଲାଗିବ ବ୍ରେକ୍‌!

ଜେରୁଜେଲମ୍‌,୨୯ା୪: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି ବୋଲି ହ୍ବାଇଟ୍‌ ହାଉସ୍‌ କହିଛି।...

ବଢ଼ିବ ଝିଅମାନଙ୍କ ବିବାହ ବୟସ

ଇସଲାମାବାଦ,୨୯ା୪: ଝିଅମାନଙ୍କର ସର୍ବନିମ୍ନ ବିବାହ ବୟସ ବଢ଼ିବ। ଏନେଇ ପାକିସ୍ତାନର ଶିଶୁ ସୁରକ୍ଷା କଲ୍ୟାଣ ବ୍ୟୁରୋ ପ୍ରସ୍ତାବ ଦେଇଛି। ପାକିସ୍ତାନରେ ଝିଅମାନେ ଖୁବ୍‌ କମ୍‌ ବୟସରେ...

ନାଭାଲ୍‌ନି ଗ୍ରୁପ୍‌ ପାଇଁ କାମ କରୁଥିବା ୨ ଖବରଦାତା ଗଲେ ଜେଲ

ଲଣ୍ଡନ,୨୮ା୪:ରୁଷିଆର ଦିବଂଗତ ବିରୋଧୀ ଦଳ ନେତା ଆଲେକ୍ସି ନାଭାଲ୍‌ନିଙ୍କ ଦ୍ୱାରା ପ୍ରତିଷ୍ଠିତ ଗ୍ରୁପ୍‌ ପାଇଁ କାମ କରୁଥିବା ଅଭିଯୋଗରେ ୨ ଜଣ ଖବରଦାତାଙ୍କୁ ଭ୍ଲାଡିମିର ପୁଟିନ୍‌...

ବେଲୁଚିସ୍ତାନରେ ବର୍ଷା ବିତ୍ପାତ: ୨୨ ମୃତ

କରାଚି,୨୮ା୪:ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ଯୋଗୁ ୨୨ ଜଣଙ୍କ ମୃତ୍ୟୁ ଘଟିଛି। କାଳବୈଶାଖୀଜନିତ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଜଲାର...

ସମଲିଙ୍ଗି ସମ୍ପର୍କ ରଖିବା ହେବ ଅପରାଧ, ହୋଇପାରେ ୧୫ ବର୍ଷ ଜେଲ, ପ୍ରତିକ୍ରିୟା ରଖିଲା ଆମେରିକା

ଓ୍ବାଶିଂଟନ,୨୮।୪: ସମଲିଙ୍ଗୀ ସମ୍ପର୍କ ସମ୍ପର୍କରେ ଏକ ଆଇନ ଶନିବାର ଇରାକ ସଂସଦରେ ପାରିତ ହୋଇଛି। ଇରାକର ସଂସଦ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି କହିଛି। ଏଥି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri