ଟିକସ ନ କମାଇ ବୃଥା ଚେଷ୍ଟା

ଭୁବନେଶ୍ୱର, ୨୮।୧୦: ୨୦୨୧ କଥା ଦେଖିଲେ ଜାନୁୟାରୀ ପହିଲାରୁ ଅଦ୍ୟାବଧି ପେଟ୍ରୋଲ ୨୩.୯୭ ଟଙ୍କାରୁ ଊର୍ଦ୍ଧ୍ୱ ଏବଂ ଡିଜେଲ ୨୨.୫୫ ଟଙ୍କା ବଢ଼ିଛି। ଜାନୁୟାରୀ ପହିଲାରେ ନୂଆଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ଯଥାକ୍ରମେ ୮୩.୯୭ ଟଙ୍କା ଏବଂ ୭୪.୧୨ ଟଙ୍କା ରହିଥିଲା। ବର୍ତ୍ତମାନ ଏହା ୧୦୭.୯୪ ଟଙ୍କା ଏବଂ ୯୬.୬୭ ଟଙ୍କା ରହିଛି। ବର୍ତ୍ତମାନ ତେଲ ଚାହିଦା ବଢ଼ୁଥିବା ବେଳେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ମଧ୍ୟ ଲଗାତର ବଢ଼ିଚାଲିଛି। ଫଳରେ ଭାରତରେ ଏହାର ତ୍ୱରିତ ପ୍ରଭାବ ପଡ଼ୁଛି।
ବର୍ତ୍ତମାନ ବ୍ରେଣ୍ଟ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୮୫ ଡଲାରରୁ ଊର୍ଦ୍ଧ୍ୱ ରହିଛି। ଆଗାମୀ ୩ରୁ ୬ ମାସରେ ଏହା ୧୦୦ ଡଲାର ଛୁଇଁପାରେ। ଏପରି ହେଲେ ଭାରତରେ ତେଲ ଦର ପ୍ରାୟ ୧୦ ଟଙ୍କା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ସେହିପରିି ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ଭଳି ଅଧିକ ଭାଟ୍‌ ଲାଗୁ କରୁଥିବା ରାଜ୍ୟଗୁଡ଼ିକରେ ଏହି ଦର ଆହୁରି ବଢ଼ିବ। ଗତବର୍ଷ ତୁଳନାରେ ବ୍ରେଣ୍ଟ ଅଶୋଧିତ ତେଲର ବ୍ୟାରେଲ ପିଛା ଦର ପ୍ରାୟ ୨ ଗୁଣ ବଢ଼ିଛି। ଭାରତର ୨୯ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ପାର କରିଛି। ସେହିଭଳି ଅଧିକାଂଶ ସ୍ଥାନରେ ଡିଜେଲ ୧୦୦ ଟଙ୍କାରେ ବିକ୍ରି ହେଉଛି।
୨୦୨୨ ବେଳକୁ ବ୍ରେଣ୍ଟ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧୧୦ ଡଲାର ଛୁଇଁପାରେ ବୋଲି ଗ୍ଲୋବାଲ ଫାଇନାନ୍ସ କମ୍ପାନୀ ଗୋଲ୍ଡ ମ୍ୟାନ୍‌ ସ୍ୟାଚ୍‌ ସୋମବାର ଆକଳନ କରିଛି। ଏହି ଅନୁମାନ ଯଦି ଠିକ୍‌ ହୁଏ ତେବେ ଭାରତ ଗଭୀର ଭାବେ କ୍ଷତିଗ୍ରସ୍ତ ହେବ ବୋଲି ରିପୋର୍ଟରେ କୁହାଯାଇଛି। ଭାରତ ଏହାର ମୋଟ ତେଲ ଚାହିଦା ମଧ୍ୟରୁ ପ୍ରାୟ ୮୦% ବିଦେଶରୁ ଆମଦାନୀ କରୁଥିବାରୁ ଅଶୋଧିତ ତେଲ ଦର ବଢ଼ିଲେ ପ୍ରଚୁର ପରିମାଣର ବିଦେଶୀ ମୁଦ୍ରା ଖର୍ଚ୍ଚ କରିବାକୁ ପଡ଼ୁଛି। ଅପରପକ୍ଷରେ ଭାରତରେ ତେଲ ଦର କମାଇବା ଭଳି କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ ନ କରି କେନ୍ଦ୍ର ସରକାର କେବଳ ତେଲ ଉତ୍ପାଦନକାରୀ ଦେଶ ଉପରେ ନିର୍ଭରଶୀଳ ହେଉଛନ୍ତି। କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ ଲାଗୁ ହେଉଥିବା ବୃହତ୍‌ ପରିମାଣର ଟିକସ ହ୍ରାସ ନ ହେବା ଯାଏ ଖାଉଟିଙ୍କୁ ତ୍ୱରିତ ଆଶ୍ୱସ୍ତି ମିଳିପାରିବ ନାହିଁ। ମାତ୍ର ଏଭଳି ପଦକ୍ଷେପ ନେବା ସ୍ଥିତିରେ ସରକାର ନାହାନ୍ତି। କରୋନା ଯୋଗୁ ରାଜସ୍ବ ପ୍ରଭାବିତ ହୋଇଥିବାରୁ ତେଲ ଦର କମାଇ ରାଜକୋଷକୁ ପ୍ରଭାବିତ କରିବା ଭଳି ରିସ୍କ ସରକାର ଉଠାଇବାକୁ ଚାହୁଁନାହାନ୍ତି। ଏପଟେ ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍‌ଟି ପରିସରଭୁକ୍ତ କରାଇବା ଲାଗି କେରଳ ହାଇକୋର୍ଟ ଜିଏସ୍‌ଟି ପରିଷଦକୁ ନିର୍ଦ୍ଦେଶ ଦେବା ସତ୍ତ୍ୱେ ମଧ୍ୟ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ସହମତି ଅଭାବରୁ ତେଲରେ ଜିଏସ୍‌ଟି ଲାଗି ପାରୁନାହିଁ। ଏଭଳି ସ୍ଥିତିକୁ ଦେଖିଲେ ସରକାର ଯଦି ଟିକସ ନ କମାନ୍ତି ତେବେ ଲୋକଙ୍କୁ ତେଲ ଦର ତାତିରେ ତଉଲିହେବାକୁ ପଡିବ। ଆଗାମୀ ଦିନଗୁଡିକରେ ତେଲ ଦର ବଢ଼ିବ ପଛେ କମିବ ବୋଲି ଆଶା ମଧ୍ୟ କରାଯାଇ ନ ପାରେ ବୋଲି ବିଶେଷଜ୍ଞ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାହାଡ଼ ପାଦଦେଶରେ ବେଆଇନ ଗୃହ ନିର୍ମାଣ ଅଭିଯୋଗ: ତଦନ୍ତ ନିର୍ଦ୍ଦେଶ ଦେଲେ ତହସିଲଦାର

ଦାରିଙ୍ଗବାଡ଼ି,୧୮ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତରେ ରହିଥିବା ଐତିହ୍ୟ ତୀର୍ଥକ୍ଷେତ୍ର ଋଷିମାଳରେ ସଂରକ୍ଷିତ ଜଙ୍ଗଲକୁ ସାଧାରଣ ଲୋକଙ୍କ ପକ୍ଷରୁ ଜବରଦଖଲ କରାଯାଉଥିବା ନେଇ…

ଶପଥ ନେଲେ କେରଳର ନୂଆ ମୁଖ୍ୟମନ୍ତ୍ରୀ

ଥିରୁଭାନନ୍ତପୁରମ,୧୮।୫: ସୋମବାର (୧୮ ମଇ, ୨୦୨୬) ତିରୁଭାନନ୍ତପୁରମର କେନ୍ଦ୍ରୀୟ ଷ୍ଟାଡିୟମରେ କଂଗ୍ରେସ ନେତା ଭି.ଡି. ସାଥୀସାନ୍‌ କେରଳର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଏବଂ ସେ…

୩୦ ମିନିଟ ପର୍ଯ୍ୟନ୍ତ ନେତାନ୍ୟାହୁଙ୍କ ସହ କଥା ହେଲେ ଟ୍ରମ୍ପ, ଯୁଦ୍ଧକୁ ନେଇ ହେଲା ନୂଆ ପ୍ଲାନ? ଜାଣନ୍ତୁ…

ଓ୍ବାଶିଂଟନ,୧୮।୫: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସପ୍ତାହେ ଧରି ଚାଲିଥିବା ତୀବ୍ର ସଂଘର୍ଷ ପରେ ବର୍ତ୍ତମାନ ଏକ ଅସ୍ତ୍ରବିରତି କାର୍ଯ୍ୟକାରୀ ହେଉଛି। ତଥାପି, ଏହା ସତ୍ତ୍ୱେ,…

ସିଆଇଆଇର ଆଦର୍ଶ ମହିଳା ସମ୍ମାନରେ ସମ୍ମାନିତ ହେଲେ ଦାରିଙ୍ଗବାଡ଼ିର ସୁନାଝିଅ ଲକ୍ଷ୍ମୀପ୍ରିୟା

ଦାରିଙ୍ଗବାଡ଼ି,୧୮ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଅଞ୍ଚଳର ଝିଅ ଲକ୍ଷ୍ମୀପ୍ରିୟା ପରିଡ଼ାଙ୍କୁ ଦେଶ ସ୍ତରରେ ସିଆଇଆଇ ଆଦର୍ଶ ମହିଳା ସମ୍ମାନ ମିଳିବା ବ୍ରାହ୍ମଣୀଗାଁ ଅଞ୍ଚଳ…

ହଠାତ୍‌ ମାଡ଼ିଆସିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ୨ ଜୀବନ

ଲକ୍ଷ୍ମୀପୁର,୧୮ା୫(ଅନନ୍ତ ପ୍ରସାଦ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଅଞ୍ଚଳରେ ରବିବାର ଅପରାହ୍ନରେ ବଜ୍ରପାତ ଘଟି ୨ ଜଣଙ୍କ ଜୀବନ ଯାଇଛି। ଓଡ଼ିଆ ପେଣ୍ଟ ପଞ୍ଚାୟତର ତଳକାଇପଦର…

ଆହୁରି ମହଙ୍ଗା ହେବ ପେଟ୍ରୋଲ-ଡିଜେଲ? ରୁଷିଆ ତେଲ କିଣି ପାରିବନି ଭାରତ!

ନୂଆଦିଲ୍ଲୀ,୧୮।୫: ହର୍ମୁଜ ପ୍ରଣାଳୀରେ ଅବରୋଧ ଯୋଗୁ, ବିଶ୍ୱ ତୈଳ ସଙ୍କଟ ଗଭୀର ହେଉଛି, ତଥାପି ଏହାର ସମାଧାନର କୌଣସି ଦୃଶ୍ୟ ଦେଖାଯାଉ ନାହିଁ। ପ୍ରାରମ୍ଭରେ, କିନ୍ତୁ, ଆମେରିକା…

ସକାଳୁ ସକାଳୁ ବ୍ଲକ ଉପାଧ୍ୟକ୍ଷଙ୍କ ଘରେ ଚଢ଼ାଉ, ସ୍ପେଶାଲ ସ୍କ୍ବାଡ୍‌ ନିଯୁକ୍ତ ହୋଇ…

କେନ୍ଦୁଝର/ହାଟଡିହୀ/ଛେନାପଦୀ/ବଞ୍ଚୋ ,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡ଼ା/ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଏକାଧିକ ଟିମ୍‌ ଗଠନ କରି ଆନନ୍ଦପୁର…

ନ୍ୟାୟ ନ ପାଇ ଆତ୍ମହତ୍ୟା କଲେ ଗଣବଳାତ୍କାର ପୀତିତା ୨ ଭଉଣୀ

ଯୋଧପୁର,୧୮ା୫: ରାଜସ୍ଥାନର ଯୋଧପୁର ଅନ୍ତର୍ଗତ ଗ୍ରାମାଞ୍ଚଳରେ ବହୁବର୍ଷ ଧରି ଗଣବଳାତ୍କାର ଓ ବ୍ଲାକ୍‌ମେଲ୍‌ର ସମ୍ମୁଖୀନ ହୋଇଆସୁଥିବା ୨ ଭଉଣୀ ବାରମ୍ବାର ଥାନାର ଦ୍ୱାରସ୍ଥ ହେବା ସତ୍ତ୍ୱେ ନ୍ୟାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri