ପୁଟିନ ଏମିତି କ’ଣ କହିଲେ ଆଶ୍ଚର୍ଯ୍ୟ ହୋଇଗଲେ ଟ୍ରମ୍ପ: ଆଉ ତା’ପରେ…

ଓ୍ବାଶିଟନ୍‌,୧୬।୮:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଲାସ୍କାରେ ହୋଇଥିବା ବହୁଚର୍ଚ୍ଚିତ ସାକ୍ଷାତରେ ୟୁକ୍ରେନ ଯୁଦ୍ଧ, ପାରସ୍ପରିକ ସମ୍ପର୍କ ଏବଂ ସହଯୋଗର ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ବୈଠକ ପରେ ଅନୁଷ୍ଠିତ ମିଳିତ ସାମ୍ବାଦିକ ସମ୍ମିଳନୀ ମାତ୍ର ୧୨ ମିନିଟ ଧରି ଚାଲିଥିଲା, ଯେଉଁଥିରେ ଉଭୟ ନେତା ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ନ ଥିଲେ, କେବଳ ସେମାନଙ୍କର ମତ ରଖିଥିଲେ।

ସାମ୍ବାଦିକ ସମ୍ମିଳନୀ ଶେଷରେ ଟ୍ରମ୍ପ ପୁଟିନଙ୍କୁ କହିଥିଲେ, ଶୀଘ୍ର ଦେଖା ହେବ। ଏହାର ଉତ୍ତରରେ ପୁଟିନ ଇଂରାଜୀରେ କହିଥିଲେ,ନେକ୍ସଟ ଟାଇମ୍‌ ଇନ୍‌ ମସ୍କୋ(ଏଥର ମସ୍କୋରେ)। ଏଥିରେ ଟ୍ରମ୍ପ ଆଶ୍ଚର୍ଯ୍ୟ ହୋଇ ହସି ହସି କହିଲେ – ଓଃ, ଦ୍ୟାଟ୍ସ ଆନ୍‌ ଇନ୍‌ଟ୍ରେଷ୍ଟିଙ୍ଗ ଓ୍ବାନ୍‌।

ପୁଟିନ କହିଥିଲେ, ଆମେରିକା ଏବଂ ରୁଷିଆର ସହଭାଗୀ ଇତିହାସର ଏକ ଅଂଶ। ସେ ମନେ ପକାଇ ଦେଇଥିଲେ, ଉଭୟ ଦେଶ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଏକାଠି ଲଢ଼ିଥିଲେ। ପୁଟିନ ସ୍ବୀକାର କରିଥିଲେ, ବିଗତ ବର୍ଷଗୁଡ଼ିକରେ ସମ୍ପର୍କରେ ଅସୁବିଧା ଥିଲା। ଏହି ମୁହାଁମୁହିଁ ସାକ୍ଷାତ ଦୀର୍ଘ ବର୍ଷ ହେବ ଆବଶ୍ୟକ ଥିଲା।

ପୁଟିନ କହିଛନ୍ତି, ଆଲୋଚନାର ଏକ ବଡ଼ ଅଂଶ ୟୁକ୍ରେନ ଉପରେ କେନ୍ଦ୍ରିତ ଥିଲା। ପରିସ୍ଥିତିରେ ଉନ୍ନତି ଆଣିବା ଜରୁରୀ ଏବଂ ବିବାଦର ପ୍ରକୃତ କାରଣ ବୁଝିବା ପାଇଁ ଟ୍ରମ୍ପଙ୍କ ଇଚ୍ଛାକୁ ପ୍ରଶଂସା କରିଛନ୍ତି। ଯେଉଁ ସହମତି ହୋଇଛି ତାହା ୟୁକ୍ରେନରେ ଶାନ୍ତି ପାଇଁ ପଥ ଖୋଲିବ ଏବଂ ଏହାର ସୁରକ୍ଷା ସୁନିଶ୍ଚିତ କରିବ। ରୁଷିଆ ଆନ୍ତରିକ ଭାବରେ ଯୁଦ୍ଧ ଶେଷ କରିବାକୁ ଚାହୁଁଛି। ୟୁରୋପ ଏବଂ ୟୁକ୍ରେନ ଆଲୋଚନାକୁ ବାଧା ଦେବା ଉଚିତ୍‌ ନୁହେଁ।

ପୁଟିନ କହିଛନ୍ତି,ଆର୍କଟିକ ଅଞ୍ଚଳରେ ରୁଷିଆ ଏବଂ ଆମେରିକା ମଧ୍ୟରେ ସହଯୋଗ ସମ୍ଭବ ଏବଂ ଦୁଇ ଦେଶ ମଧ୍ୟରେ ନିବେଶର ପ୍ରଚୁର ସମ୍ଭାବନା ରହିଛି। ଯଦି ଟ୍ରମ୍ପ ୨୦୨୨ରେ ରାଷ୍ଟ୍ରପତି ହୋଇଥାଆନ୍ତେ, ତେବେ ଏହି ସଂଘର୍ଷ କେବେ ଆରମ୍ଭ ହୋଇ ନ ଥାଆନ୍ତା। ଆଲୋଚନା ସମୟରେ ପୁଟିନ ଟ୍ରମ୍ପଙ୍କୁ ତାଙ୍କର ‘ବନ୍ଧୁତ୍ୱପୂର୍ଣ୍ଣ ଏବଂ ବିଶ୍ୱସ୍ତ’ ମନୋଭାବ ପାଇଁ ଧନ୍ୟବାଦ ମଧ୍ୟ ଜଣାଇଥିଲେ।

ଟ୍ରମ୍ପ କହିଛନ୍ତି, ସେ ଖୁବ ଶୀଘ୍ର ନାଟୋ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ କଥା ହେବେ। ବୈଠକରେ ଅନେକ ପ୍ରସଙ୍ଗରେ ସହମତି ହୋଇଛି, ଯଦିଓ ଏକ ବଡ଼ ପ୍ରସଙ୍ଗ ଏବେ ବି ବିଚାରାଧୀନ ଅଛି। ପୁଟିନ ଅଧିକ ଲୋକଙ୍କ ମୃତ୍ୟୁ ଦେଖିବାକୁ ଚାହାଁନ୍ତି ନାହିଁ ଏବଂ କେବଳ କିଛି ପଏଣ୍ଟର ସମାଧାନ ବାକି ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭା ନିର୍ବାଚନ: ଝାଡ଼ଖଣ୍ଡରେ କଂଗ୍ରେସକୁ ଲାଗିଲା ଶକ୍ତ ଧକ୍କା

ରାଞ୍ଚି,୧୮।୬: ଭାରତୀୟ ଜନତା ପାର୍ଟି (ଭାଜପା)ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ଝାଡ଼ଖଣ୍ଡରେ ‘ଇଣ୍ଡିଆ’ ମେଣ୍ଟର ଗଡ଼ ଭାଙ୍ଗିଛି। ରାଜ୍ୟ ସଭା ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ପରିମଳ…

ଲିଫ୍ଟ ବାହାନାରେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ: କାବୁ କରି ଉତ୍ତମମଧ୍ୟମ ଦେଲେ ସ୍ଥାନୀୟ ଲୋକେ, ଅଭିଯୁକ୍ତ…

ବାଲେଶ୍ୱର, ୧୮।୬ (ବାଞ୍ଛାନିଧି ଦେ): ବାଲେଶ୍ବର ଯିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଜଣେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିବା ଭଳି ଏକ ସଙ୍ଗୀନ…

୨୦୬୪ ସୁଦ୍ଧା ଅଧା କମିଯିବ କି ବିଶ୍ୱର ଜନସଂଖ୍ୟା? ବୈଜ୍ଞାନିକମାନେ ଦେଲେ ବଡ଼ ଚେତବାନୀ

ଓ୍ବାଶିଂଟନ,୧୮।୬: ଏକ ନୂତନ ଅନ୍ତର୍ଜାତୀୟ ଅଧ୍ୟୟନ ବିଶ୍ୱରେ ଜଳବାୟୁ ପରିବର୍ତ୍ତନ, ମହାମାରୀ ଏବଂ ଯୁଦ୍ଧ ଭଳି ବିପଦ ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛି। ଗବେଷଣା ଆକଳନ…

ସୂଚନା ଅଧିକାର ଆଇନ ଉଲ୍ଲଂଘନ: ପ୍ରଥମ ଅପିଲ୍‌ ପରେ ବି ମିଳୁନି ସୂଚନା

କର୍ଲାମୁଣ୍ଡା,୧୮ା୬(ପ୍ରଦୀପ କୁମାର ସାହୁ): ସରକାରୀ କାର୍ଯ୍ୟରେ ସ୍ବଚ୍ଛତା ଆଣିବା, ଦୁର୍ନୀତି କମାଇବା, ଜନସାଧାରଣଙ୍କୁ ଅଧିକାର ଦେବା ତଥା ଲୋକେ ସରକାରୀ କାର୍ଯ୍ୟ, ଯୋଜନା, ଫାଇଲ ଅବସ୍ଥା, ଖର୍ଚ୍ଚ…

ସରକାରଙ୍କ ବଡ଼ ପଦକ୍ଷେପ: ୭୦୭ ଦୁର୍ଗମ ଗାଁରେ ବସିବ ୪ଜି ଟାୱାର

ଭୁବନେଶ୍ୱର,୧୮।୬: ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାର ୭୦୭ଟି ଦୁର୍ଗମ ଗାଁରେ ୪ଜି ଟାୱାର ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା…

Delhi High Court on Telegram: ‘ଆତଙ୍କବାଦୀ କାର୍ଯ୍ୟ ପାଇଁ ବ୍ୟବହାର କରାଯାଏ ଟେଲିଗ୍ରାମ’

ନୂଆଦିଲ୍ଲୀ,୧୮।୬: ଦିଲ୍ଲୀ ହାଇକୋର୍ଟ ସିଧାସଳଖ ମେସେଜିଂ ପ୍ଲାଟଫର୍ମ ଟେଲିଗ୍ରାମକୁ ପଚାରିଛନ୍ତି ଯେ ଏହାର ପ୍ଲାଟଫର୍ମର ପ୍ରକୃତ-ସମୟରେ ନଜର ରଖିବା ପାଇଁ କ’ଣ ବ୍ୟବସ୍ଥା ଅଛି। କୋର୍ଟ ଜାଣିବାକୁ…

ଫୋନ ଉଠାଇଲେ ଟଙ୍କା ମାଗୁଛନ୍ତି: ଧର୍ମଗଡ଼ ରେଞ୍ଜରଙ୍କ ବିସ୍ଫୋରକ ବୟାନକୁ ନେଇ ହଇଚଇ

ଭବାନୀପାଟଣା,୧୮।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ରେଞ୍ଜର ଭବାନୀ ଶଙ୍କର କଅଁର ଗୁରୁବାର ଏକ ବିସ୍ପୋରକ ବୟାନ ଦେଇଛନ୍ତି। ଖବରଦାତାମାନେ ତାଙ୍କୁ ଫୋନ କଲେ ସେ…

୭ ଦିନରେ କାର୍ଯ୍ୟାନୁଷ୍ଠାନ ନ ହେଲେ SP ଅଫିସ ଆଗରେ ଧାରଣା ଦେବି: DGP-IGଙ୍କୁ ଚିଠି ଲେଖି ଚେତାବନୀ ଦେଲେ ଚାମେଲି…

ମହାକାଳପଡ଼ା,୧୮।୬(ପ୍ରତାପ ଚନ୍ଦ୍ର ସ୍ବାଇଁ): ନ୍ୟାୟ ପାଇଁ ଏବେ ପୋଲିସର ବରିଷ୍ଠ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି ଚାମେଲି। ବିଡିଓଙ୍କ କାର୍ଯ୍ୟାଳୟରେ ଅସଦାଚରଣ ସହ ଧମକ ଦିଆଯାଇଥିବା ନେଇ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri