ପୁଟିନ୍‌ ଅମାନିଆ, ଟ୍ରମ୍ପ୍‌ଙ୍କ ଧୈର୍ଯ୍ୟଚ୍ୟୁତି

ମସ୍କୋ/ଓ୍ବାଶିଂଟନ୍‌,୧୩ା୯: ସାଢ଼େ ୩ ବର୍ଷ ଧରି ଚାଲିଥିବା ରୁଷିଆ-ୟୁକ୍ରେନ୍‌ ଯୁଦ୍ଧର ଅବସାନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଉଦ୍ୟମରୁ କୌଣସି ସୁଫଳ ନ ମିଳିବାରୁ ଶାନ୍ତି ଆଲୋଚନା ବନ୍ଦ କରିବାକୁ ଶୁକ୍ରବାର କ୍ରେମ୍‌ଲିନ ନିଷ୍ପତ୍ତି ନେଇଛି। ଅଚଳାବସ୍ଥା ଦୂରକରିବା ପାଇଁ ସାମ୍ନାସାମ୍ନି ଆଲୋଚନା ଜରୁରୀ ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହୁଥିବାବେଳେ ରୁଷୀୟ ପ୍ରତିପକ୍ଷ ଭ୍ଲାଡିମିର ପୁଟିନ୍‌ ତାଙ୍କ ସହ କୌଣସି ବୈଠକ କରିବାକୁ ମନା କରିଦେଇଛନ୍ତି। ଫଳରେ ପୁଟିନ୍‌ଙ୍କୁ ଆଲାସ୍କାକୁ ଡକାଇ ସମାଧାନ ପାଇଁ କୂଟନୈତିକ ପ୍ରୟାସ କରିଥିବା ଟ୍ରମ୍ପ୍‌ଙ୍କର ଏବେ ଧୈର୍ଯ୍ୟଚ୍ୟୁତି ଘଟିଛି। ପୁଟିନ୍‌ଙ୍କ ସହ ତାଙ୍କର ଦୀର୍ଘଦିନର ସୁସମ୍ପର୍କ ରହିଛି, କିନ୍ତୁ ରୁଷୀୟ ରାଷ୍ଟ୍ରପତିଙ୍କୁ ନେଇ ଯୁଦ୍ଧ ବନ୍ଦ କରିବା ଉପରେ ନିଜେ ଧୈର୍ଯ୍ୟହରା ହୋଇପଡ଼ିଥିବା ଟ୍ରମ୍ପ୍‌ ଏକ ସାକ୍ଷାତ୍‌କାରରେ କହିଛନ୍ତି। ତେବେ ୟୁକ୍ରେନ୍‌ରେ ୧,୨୯୬ ଦିନ ହେଲା ଲାଗି ରହିଥିବା ଯୁଦ୍ଧକୁ ନେଇ ଟ୍ରମ୍ପ୍‌ ରୁଷିଆ ଉପରେ କୌଣସି ନୂଆ କଟକଣା ଜାରି କରିନାହାନ୍ତି।
ଫେବୃଆରୀରେ ପୁଟିନ୍‌ଙ୍କ ନିର୍ଦ୍ଦେଶକ୍ରମେ ରୁଷୀୟ ସେନା ୟୁକ୍ରେନ୍‌ ଉପରେ ଆକ୍ରମଣ କରିଥିଲା। ଏଥିରେ ଉଭୟ ପକ୍ଷର ବହୁସଂଖ୍ୟକ ସୈନ୍ୟ ନିହତ ହୋଇଥିବାବେଳେ ୟୁକ୍ରେନ୍‌ର ନିରୀହ ଜନତା ପ୍ରାଣ ହରାଇଛନ୍ତି। ଯୁଦ୍ଧର ପ୍ରଭାବ କେବଳ ୟୁକ୍ରେନ୍‌ ଓ ରୁଷିଆରେ ସୀମିତ ନ ରହି ବିଶ୍ୱର ଅନେକ ଭାଗରେ ଏହା ଅନୁଭୂତ ହୋଇଛି। ବୈଶ୍ୱିକ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଥିବାରୁ ବହୁ ରାଷ୍ଟ୍ରର ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇଛି। ରିପବ୍ଲିକାନ୍‌ ଟ୍ରମ୍ପ୍‌ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେଲେ ୟୁକ୍ରେନ୍‌ ଯୁଦ୍ଧ ବନ୍ଦ କରାଇବେ ବୋଲି ପୂର୍ବରୁ ପ୍ରଚାରବେଳେ ଘୋଷଣା କରିଥିଲେ। ଏଥିସହ ୟୁକ୍ରେନ୍‌ରୁ ଆମେରିକାର ସାମରିକ ସହାୟତା ମଧ୍ୟ ବନ୍ଦ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ୨୦୨୫ ଜାନୁଆରୀ ୨୦ରେ ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ପରେ ଟ୍ରମ୍ପ୍‌ ଏହି ଦିଗରେ କିଛି ପଦକ୍ଷେପ ମଧ୍ୟ ନେଇଛନ୍ତି। ଏହା ସତ୍ତ୍ୱେ ଯୁଦ୍ଧ ବନ୍ଦ ହୋଇପାରି ନାହିଁ। ଏନେଇ ଟ୍ରମ୍ପ୍‌ କହିଛନ୍ତି, ଜେଲେନ୍‌ସ୍କି ଆଲୋଚନା ପାଇ ପ୍ରସ୍ତୁତ। କିନ୍ତୁ ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ ବନ୍ଦ କରୁନାହିଁ। ଶାନ୍ତି ଚୁକ୍ତି ଆଲୋଚନା ଚାଲିଥିବାବେଳେ ରୁଷିଆର ଘନ ଘନ ମିଶାଇଲ ମାଡ଼କୁ ନେଇ ଟ୍ରମ୍ପ୍‌ ନୈରାଶ୍ୟ ପ୍ରକାଶ କରିଛନ୍ତି।
ପୂର୍ବରୁ ତୁର୍କୀ ମଧ୍ୟସ୍ଥତାରେ ଇସ୍ତାନବୁଲରେ ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ୩ଟି ପର୍ଯ୍ୟାୟରେ ଶାନ୍ତି ଆଲୋଚନା ହୋଇଥିଲା। ସେଥିରୁ କେବଳ ବନ୍ଦୀ ବିନିମୟକୁ ଛାଡ଼ିଦେଲେ ଅନ୍ୟ କୌଣସି ନିଷ୍କର୍ଷ ବାହାରିପାରି ନ ଥିଲା। ୟୁକ୍ରେନ୍‌ ପୂର୍ବ ଡୋନ୍‌ବାସ୍‌ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ଛାଡ଼ିଦେଉ ବୋଲି ରୁଷିଆ ଦାବି କରୁଥିବାବେଳେ କିଭ୍‌ ନିଜ ଭୂଖଣ୍ଡକୁ ମସ୍କୋକୁ ଟେକିଦେବ ନାହିଁ ବୋଲି ସ୍ପଷ୍ଟ କରିସାରିଛି। କିଭ୍‌ ୟୁକ୍ରେନ୍‌ରେ ୟୁରୋପୀୟ ସୈନ୍ୟ ମୁତୟନ ଚାହୁଁଥିବାବେଳେ ମସ୍କୋ ଏହାକୁ ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବେକରେ ଓଢ଼ଣୀ ବାନ୍ଧି ଝୁଲିପଡ଼ିଲେ ଦଶମ ଶ୍ରେଣୀ ଛାତ୍ରୀ, ପଢ଼ା ଖାତା ଜବତ କରି ପୋଲିସ…

ଝରିଗାଁ,୫ା୮(କିଶୋର ଚନ୍ଦ୍ର ମଣ୍ଡଳ): ବେକରେ ଓଢ଼ଣୀ ଦେଇ ଝୁଲି ପଡ଼ିଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ରୀ। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡ଼ା…

ସୁପ୍ରିମକୋର୍ଟ ଛାତ୍ରମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସପକ୍ଷରେ ନାହାନ୍ତି

ନୂଆଦିଲ୍ଲୀ,୫।୮: ଜଣେ ଆବେଦନକାରୀ କୌଣସି ରାଜନୈତିକ ସମାଧାନ ଆଧାରରେ ଛାତ୍ର ପ୍ରତିବାଦ ସମୟରେ ବିଶୃଙ୍ଖଳା ସମ୍ବନ୍ଧୀୟ ମାମଲା ପ୍ରତ୍ୟାହାର କରିବାକୁ ବିରୋଧ କରିଛନ୍ତି। ଆବେଦନରେ ଆୟୋଜକଙ୍କ ଉପରେ…

ଫିଲ୍ମ ନା ଆଉ କିଛି…କେଉଁଥିରୁ ଏତେଟଙ୍କା କମାନ୍ତି ଉଦୟନିଧି ଷ୍ଟାଲିନ୍‌? ଜାଣନ୍ତୁ ନେଟଓ଼୍ବର୍ଥ

ନୂଆଦିଲ୍ଲୀ,୫।୮: ତାମିଲନାଡୁ ରାଜନୀତିରେ ଆଜିକାଲି ପ୍ରବଳ ହଲଚଲ ଦେଖିବାକୁ ମିଳୁଛି। ତାଞ୍ଜାଭୁରରେ ଆୟୋଜିତ ଏକ ଜନସଭା ସମୟରେ ଅଭିନେତ୍ରୀ ତ୍ରିଷା କୃଷ୍ଣନଙ୍କୁ ନେଇ ଦିଆଯାଇଥିବା ବିବାଦୀୟ ବକ୍ତବ୍ୟ…

‘ମୁଁ ଏମକେ ଷ୍ଟାଲିନଙ୍କ ପୁଅ…,’କାହିଁକି ଏମିତି କହିଲେ ଉଦୟନିଧି? ଏବେ ବିଜୟଙ୍କୁ କଲେଣି ଟାର୍ଗେଟ

ଚେନ୍ନାଇ,୫।୮: ଅଭିନେତ୍ରୀ ତ୍ରିଶାଙ୍କ ବିଷୟରେ ଦୁଇ-ଆକ୍ଷେପ ମନ୍ତବ୍ୟ ଦେବା ଅଭିଯୋଗରେ ଗିରଫ ହେବାର କିଛି ଘଣ୍ଟା ପରେ ଉଦୟନିଧି ଷ୍ଟାଲିନଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଥିଲା। ମୁକ୍ତି ପରେ…

ଜିଲାରେ ୫୦୦ରୁ ଅଧିକ ଉଠା ଜଳସେଚନ ପମ୍ପ୍‌ ଅଚଳ: ଚିନ୍ତାରେ ଚାଷୀ

ଛତ୍ରପୁର,୫ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଏକ କୃଷି ପ୍ରଧାନ ଜିଲା ଅଟେ। କୃଷକ ଓ ଶ୍ରମିକ ପ୍ରାୟ ୮୦% ଲୋକ କୃଷି ଉପରେ ନିର୍ଭର କରି ପରିବାର…

କେସିଙ୍ଗାରେ ମଶାଙ୍କ ପ୍ରାଦୁର୍ଭାବ: ପ୍ରତି ଡ୍ରେନ୍‌ରେ ପକାଯାଉଛି ମଶାତେଲ

କେସିଙ୍ଗା,୫ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏ୍‌ସିର ୧୨ଟି ଓ୍ବାର୍ଡରେ ମଶା ନିବାରଣ ପାଇଁ ଏନ୍‌ଏସି ପକ୍ଷରୁ ବିଭିନ୍ନ ଗଳିକନ୍ଦିରେ ଥିବା ପ୍ରତିଟି ଡ୍ରେନ୍‌ରେ ମଶାତେଲ ପକାଯାଉଛି।…

କାରଣ ଖୋଜୁଛି ଦଳ? ପରାଜୟ ପରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଭାଜପାର ବଡ଼ ବୈଠକ

ପାଟନା,୫।୮: ବଡ଼ ପରାଜୟ ପରେ, ଭାଜପା ଆଜି (ବୁଧବାର) ପାଟନାସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସମେତ ନେତାମାନେ ବୈଠକରେ…

ମୋଦିଙ୍କ ଭିଡିଓ ହଟାଇବା ପ୍ରସଙ୍ଗ; ସରକାରଙ୍କ ସହ ୪୫ ମିନିଟ୍ ଧରି ବୈଠକ କଲା ମେଟା, କହିଲା…

ନୂଆଦିଲ୍ଲୀ,୫।୮: ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓକୁ ଫେସବୁକରେ ଅସ୍ଥାୟୀ ଭାବେ ରିଷ୍ଟ୍ରିକ୍ଟ କରିଦେଇଥିଲା । ଏହି ଘଟଣାକୁ ନେଇ ଦିନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri