କରୋନା ମହାମାରୀକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସହିତ ତୁଳନା କଲେ ଟ୍ରମ୍ପ୍‌

ଜେନେଭା, ୨୩।୯: କରୋନା ମହାମାରୀଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ବିଶ୍ୱଯୁଦ୍ଧ ସହିତ ତୁଳନା କରିଛନ୍ତି। ଜାତିସଂଘର ୭୫ ବର୍ଷପୂର୍ତ୍ତି ପାଳନ ଅବସରରେ ଟ୍ରମ୍ପ୍‌ ଏଭଳି କହିଛନ୍ତି। କରୋନା ମହାମାରୀ ଯୋଗୁ ପୃଥିବୀର ୧୮୮ଟି ଦେଶରେ ଆତଙ୍କ ଦେଖାଦେଇଛି ବୋଲି ସେ କହିଛନ୍ତି। ଦ୍ୱିତୀୟ ବିଶ୍ୱ ଯୁଦ୍ଧକୁ ଇତିମଧ୍ୟରେ ୭୫ ବର୍ଷ ବିତିଥିଲେ ବି ଏବେ ଚାଇନାରୁ ସୃଷ୍ଟି ହୋଇଥିବା ଭୂତାଣୁ ଯୋଗୁ ସାରା ପୃଥିବୀର ସାମାଜିକ ତଥା ଆର୍ଥିକ ସ୍ଥିତି ଦୋହଲି ଯାଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଶାନ୍ତି ପାଇଁ ଜାତିସଂଘର ସ୍ଥାପନା କରାଯାଇଥିଲା। ତେବେ ଆମେ ପୁଣି ଏକ ବିଶ୍ୱ ଯୁଦ୍ଧ ସମାନ ସଙ୍କଟର ସମ୍ମୁଖୀନ ହୋଇଛେ। ବିଭିନ୍ନ ଦେଶର ବହୁ ଲୋକଙ୍କର କରୋନା ମହାମାରୀ ଯୋଗୁ ମୃତ୍ୟୁ ଘଟିଛି। ଏବେ ବି କରୋନା ସଂକ୍ରମଣ ଜାରି ରହିଛି। ପୃଥିବୀ ଏକ ଉଜ୍ୱଳ ଭବିଷ୍ୟତ ମୁହାଁ ହୋଇଛି। ମାତ୍ର କରୋନା ସଂକ୍ରମଣ ଯୋଗୁ ତାହା ସମ୍ଭବ ହୋଇ ପାରୁନାହିଁ। ଏପରିସ୍ଥଳେ ଚାଇନାକୁ ଏହି କାର୍ଯ୍ୟର ଉତ୍ତର ଦେବାକୁ ପଡ଼ିବ। କରୋନା ସଂକ୍ରମଣର ପ୍ରାରମ୍ଭିକ ଦିନରେ ଚାଇନା ଘରୋଇ ଉଡ଼ାଣ ଉପରେ କଟକଣା ଜାରି କରିଥିବାବେଳେ ଜାଣିଶୁଣି ପୃଥିବୀରେ ମହାମାରୀ ବ୍ୟାପିବାର ସୁଯୋଗ ସୃଷ୍ଟି ଲାଗି ଅନ୍ତର୍ଜାତୀୟ ଉଡ଼ାଣ ଜାରି ରଖିଥିଲା। କରୋନା ସଂକ୍ରମଣ ତଥ୍ୟ ପ୍ରଦାନରେ ଚାଇନା ସରକାର ଏବଂ ବିଶ୍ୱସ୍ବାସ୍ଥ୍ୟ ସଂଗଠନର କାର୍ଯ୍ୟ ବେଶ୍‌ ସନ୍ଦେହ ଜନକ। ମାନବ ଶରୀର ଉପରେ କରୋନା ସଂକ୍ରମଣର ପ୍ରଭାବ ସମ୍ପର୍କରେ ପୂର୍ବରୁ ଜଣାପଡ଼ିଥିଲେ ବହୁ ଧନଜୀବନ ହାନୀକୁ ରୋକା ଯାଇ ପାରିଥାନ୍ତା ବୋଲି ଟ୍ରମ୍ପ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଂଘାତିକ! ଶେଷରେ ପାରାଦୀପ ସମୁଦ୍ରରୁ ମିଳିଲା ନିଖୋଜ ଜାହାଜର…

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ଏକାଠି ହେଲେ ଭାରତ-ଚାଇନା ସେନା, ଓଡ଼ିଶା ସମୁଦ୍ରରେ ଚାଲିଛି ଜୋର୍‌ ଅପରେଶନ

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ହଠାତ୍‌ ଏତେ ଟଙ୍କା କମିଗଲା ଚିନିଦର! ଜାଣନ୍ତୁ କେବେଠୁ ଲାଗୁ ହେବ…

ନୂଆଦିଲ୍ଲୀ,୨୫।୮: କେନ୍ଦ୍ର ସରକାରଙ୍କ କହିବା ଅନୁସାରେ, ସରକାର ଚିନି ଆମଦାନୀ ପାଇଁ ଅନୁମତି ଦେବା ଏବଂ କଳାବଜାରୀ ଉପରେ କଡ଼ା ପଦକ୍ଷେପ ନେବା ପରେ ଚିନିର ଏକ୍ସ-ମିଲ୍…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri