ହ୍ବାଇଟ୍‌ ହାଉସ୍‌ରେ ଟ୍ରମ୍ପ୍‌ ପାଳିଲେ ଦୀପାବଳି, ସମଗ୍ର ବିଶ୍ୱବାସୀଙ୍କୁ ଦେଲେ ଏହି ବାର୍ତ୍ତା

ଓ୍ବାଶିଂଟନ,୧୫ା୧୧: କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ପାଳନ କରାଯାଇଛି ଆଲୋକର ପର୍ବ ଦୀପାବଳି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ସ୍ତ୍ରୀ ମେଲାନିୟା ହ୍ବାଇଟ୍‌ହାଉସ୍‌ରେ ଦୀପାବଳି ଉତ୍ସବ ପାଳନ କରିଛନ୍ତି। ଶନିବାର ଦୀପାବଳି ଅବସରରେ ଟ୍ରମ୍ପ ଦମ୍ପତି ଦୀପ ଜଳାଇବା ସହ ସମଗ୍ର ବିଶ୍ୱବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଟ୍ରମ୍ପ ଏବଂ ମେଲାନିୟା ସମସ୍ତଙ୍କୁ ଆଲୋକର ପର୍ବ ଦୀପାବଳି ଅବସରରେ ଶୁଭକାମନା ଜଣାଇଛନ୍ତି। ସେ କହିଛନ୍ତି, ଏହି ଆନନ୍ଦର ପର୍ବରେ ବନ୍ଧୁ, ପଡ଼ୋଶୀ ତଥା ପ୍ରିୟଜନମାନେ ଏକାଠି ହୁଅନ୍ତି। ଏହା ବିଜୟର ଉତ୍ସବ। ଅନ୍ଧକାର ଉପରେ ଆଲୋକ ଏବଂ ଅଜ୍ଞାନତା ଉପରେ ଜ୍ଞାନ ବିଜୟ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ପର୍ବରେ ଘରେ, ଅଫିସ ଏବଂ ପୂଜାସ୍ଥଳରେ ଦୀପ ପ୍ରଜ୍ୱଳନ କରାଯାଇଥାଏ। ଯାହା ଆମ ଜୀବନର ବିଶ୍ୱାସ ଓ ପରମ୍ପରାର ମୂଳ ଅଟେ ବୋଲି ଟ୍ରମ୍ପ ଦମ୍ପତି କହିଛନ୍ତି।

ଟ୍ରମ୍ପ୍‌ କହିଛନ୍ତିି, ଚଳିତବର୍ଷ ଆମ ବନ୍ଧୁ ଏବଂ ପରିବାରକୁ ସମର୍ଥନ ମିଳିଥିବାରୁ ଆମେ ଧନ୍ୟବାଦ ଦେଉଛୁ। ସମଗ୍ର ବିଶ୍ୱବାସୀଙ୍କ ପାଇଁ ଖୁସି କାମନା କରୁଛୁ। ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇବା ସହ ଏକ ନୂଆ ଆରମ୍ଭର କାମନା କରୁଛୁ ବୋଲି ଟ୍ରମ୍ପ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏହି ଶତ୍ରୁ ଦେଶରେ ରହିଛି ଦେବୀ ଶକ୍ତିପୀଠ, ହିନ୍ଦୁ ସହିତ ମୁସ୍‌ଲିମ ବି କରନ୍ତି ପୂଜା

ଇସ୍‌ଲାମାବାଦ,୨୪ା୧୦: ଚଳିତବର୍ଷ କରୋନା ମହାମାରୀ ପୂଜାପାର୍ବଣ ଉପରେ ପ୍ରଭାବ ପକାଇଛି। ତେଣୁ ପାର୍ବଣ ଫିକା ପଡ଼ିଛି। ମାତ୍ର ଲୋକଙ୍କ ମନରୁ ଭକ୍ତିଭାବ ଦୂରେଇ ନାହିଁ। ଲୋକେ...

ଶୀର୍ଷ ସୁରକ୍ଷା ଅଧିକାରୀଙ୍କୁ ବହିଷ୍କାର କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୧୮।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଗୃହ ମନ୍ତ୍ରଣାଳୟର ଜଣେ ଶୀର୍ଷ ଅଧିକାରୀଙ୍କୁ ବହିଷ୍କାର କରିଛନ୍ତି। କ୍ରାଷ୍ଟୋଫର କ୍ରେବ୍ସ୍‌ ନାମକ ଏହି ଅଧିକାରୀ ଜଣକ ଗୃହମନ୍ତ୍ରଣାଳୟର...

ବାଇଡେନ୍‌ ଶପଥ ନେବା ପୂର୍ବରୁ ଦେଶ ଛାଡ଼ିବେ ଟ୍ରମ୍ପ୍‌ !

ଓ୍ବାଶିଂଟନ,୫।୧: ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍‌ ଜାନୁୟାରୀ ୨୦ରେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ୍‌ ଦେଶ ଛାଡ଼ିବେ...

ଟିକା ନେବାକୁ ମନା କଲେ ପୁଟିନ

ସେଣ୍ଟପିଟର୍ସବର୍ଗ,୧୩।୨: ରୁଷିଆର ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ନିଜ ଦେଶରେ କରୋନା ଟିକାର ପ୍ରଶଂସା କରୁଥିବା ବେଳେ ନିଜେ ଟିକା ନେବାକୁ ମନା କରିଛନ୍ତି। ସେ କହିଛନ୍ତି...

ଉପକୂଳ ଛୁଇଁଲା ସାମୁଦ୍ରିକ ଝଡ଼: ହୋଇପାରେ ବହୁ ପରିମାଣରେ କ୍ଷୟକ୍ଷତି

ଓ୍ବାଶିଂଟନ,୨୬।୭: ଆମେରିକା ଉପକୂଳରେ ଆସିଥିବା ସାମୁଦ୍ରିକ ଝଡ଼ ‘ହନ୍ନା’ ଭୟଙ୍କର ରୂପ ଧାରଣ କରି ସାରିଛି। ଭାରତୀୟ ସମୟ ଅନୁଯାୟୀ ଜୁଲାଇ ୨୬ ସକାଳ ସମୟରେ...

ନେପାଳ ସାଜିଛି ଚାଇନା ହାତର କଣ୍ଢେଇ: କାଲାପାନିରେ ନିର୍ମାଣ କରୁଛି ମିଲିଟାରୀ ବାରାକ୍‌

କାଠମାଣ୍ଡୁ/ନୂଆଦିଲ୍ଲୀ, ୨୯।୯: ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଭାରତ ଏବଂ ଚାଇନା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ନେପାଳର କାର୍ଯ୍ୟଧାରାରେ...

ପାକିସ୍ତାନରେ ପହଞ୍ଚିଲା କରୋନାଭାଇରସ: ଜଣେ ସନ୍ଦିଗ୍ଧ

ଅବୋଟାବାଦ,୧୫।୨: ଚାଇନାରୁ ଆରମ୍ଭ ହୋଇଥିବା କରୋନାଭାଇରସ ସଂକ୍ରମଣ ବିଶ୍ୱର ବିଭିନ୍ନ ଦେଶକୁ ବ୍ୟାପିଥିବା ବେଳେ ପାକିସ୍ତାନରେ ପ୍ରଥମ କରି ଜଣେ ବ୍ୟକ୍ତି କରୋନାଭାଇରସରେ ପୀଡିତ ବୋଲି...

ଚାଇନାର ୪ ଭୁଲ୍‌: କରୋନା ସମ୍ପର୍କରେ ପୂର୍ବରୁ ମିଳିଥିଲେ ସୂଚନା ପୃଥିବୀରେ ସଂକ୍ରମଣ ୯୫ ପ୍ରତିଶତ ହୋଇଥାନ୍ତା କମ୍‌

ଓ୍ବାଶିଂଟନ,୭।୪: ଦିନକୁ ଦିନ ପୃଥିବୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାକୁ ରୋକିବା ପାଇଁ ସମସ୍ତ ଉଦ୍ୟମ ଅସଫଳ ହେବାରେ ଲାଗିଛି। ଏପରିସ୍ଥଳେ ପୃଥିବୀର ପ୍ରାୟ...

Advertisement


Archives

Model This Week

Why Dharitri