ଟ୍ରମ୍ପ୍‌ ପୁଣି କହିଲେ ମିଛ: ଆମେରିକାରେ କରୋନା ମୃତକଙ୍କ ସଂଖ୍ୟା ନୁହେଁ ଅଧିକ

ଓ୍ବାଶିଂଟନ, ୨୦।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପୁଣି ଥରେ ମିଛ କହିଛନ୍ତି। ଦେଶରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା କମ୍‌ ଥିବା ସେ କହିଛନ୍ତି। ଏହାପୂର୍ବରୁ ଜନ୍ସ୍‌ ହପିକିନ୍ସ୍‌ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ, ଦେଶରେ ଲକ୍ଷେ ୪୦ ହଜାର କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟି ସାରିଛି। ତେବେ ଏହାକୁ ଟମ୍ପ୍‌ ଖାରଜ କରି ଦେଇଛନ୍ତି। ସେ କହିଛନ୍ତି ଦେଶରେ କରୋନା ମୃତକଙ୍କ ସଂଖ୍ୟା ଏହାଠାରୁ ଯଥେଷ୍ଟ କମ୍‌ ରହିଛି। ଦେଶରେ ଅଧିକ ଟେଷ୍ଟ୍‌ ହେଉଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଥିବା ସେ କହିଛନ୍ତି। ଗଣମାଧ୍ୟମ ସଂସ୍ଥା ଫୋକ୍ଦ୍‌ ନ୍ୟୁଜ୍‌କୁ ଦେଇଥିବା ସାକ୍ଷାତ୍‌କାରରେ ସେ ଏଭଳି କହିଛନ୍ତି। ଏବେ ଟ୍ରମ୍ପ୍‌ଙ୍କ ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପୃଥିବୀରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୬ ଲକ୍ଷ ଟପିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୌହ ଗ୍ରହାଣୁ ପିଣ୍ଡର ମିଳିଲା ସନ୍ଧାନ: ବିକ୍ରି କଲେ ପୃଥିବୀର ପ୍ରତି ଲୋକଙ୍କୁ ମିଳିବ ୯ ହଜାର କୋଟିରୁ ଅଧିକ ଟଙ୍କା

ଓ୍ବାଶିଂଟନ,୭।୩: ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଏକ ବୃହତ୍‌ ଲୌହ ଗ୍ରହାଣୁ ପିଣ୍ଡର ସନ୍ଧାନ କରାଯାଇଛି। ସମ୍ପୂର୍ଣ୍ଣ ଭାବେ ଲୁହାରେ ଭରପୁର ଥିବା ୧୬-ସାଇକି...

ମାସକର ଖାଦ୍ୟ ମାଗଣାରେ ଦେବାକୁ ନିବେଦନ

କଟକ ଅଫିସ୍‌,୨୬ା୩: କରୋନାକୁ ଦୃଷ୍ଟିରେ ରଖି ୨୧ଦିନ ପାଇଁ ସାରା ଦେଶରେ ତାଲା ବନ୍ଦ ଘୋଷଣା କରାଯାଇଛି। ତେବେ ଏଥିଯୋଗୁ ଦିନମଜୁରିଆ, ଚୁକ୍ତିଭିିିତ୍ତିକ ଶ୍ରମିକ, ନିର୍ମାଣ...

କନ୍ୟା ସନ୍ତାନର ଜନନୀ ହେଲେ ବ୍ରିଟେନ ରାଜକୁମାରୀ

ଲଣ୍ଡନ: ବ୍ରିଟେନର ରାଜକୁମାରୀ ବ୍ରିଟିସ୍‌ ସୋମବାର ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଶିଶୁ କନ୍ୟାଟି ଲଣ୍ଡନର ଚେଲ୍ସି ଆଣ୍ଡ ୱେଷ୍ଟମିନିଷ୍ଟର ହସ୍ପିଟାଲରେ ଜନ୍ମ ହୋଇଛି।...

ମୃତଦେହ ମେଳରେ ମହୋତ୍ସବ

ଜାକର୍ତ୍ତା: ମୃତଦେହ ମେଳରେ ପର୍ବ। ଏଥିପାଇଁ କାଠବାକ୍ସରେ ସଂରକ୍ଷିତ କରି ପାହାଡ଼ ଗୁମ୍ଫାରେ ରଖାଯାଇଥାଏ ମରଶରୀର। ପ୍ରତି ୩ବର୍ଷରେ ଥରେ ମୃତକଙ୍କ ପୁଣ୍ୟତିଥିରେ କାଠବାକ୍ସରୁ ମୃତକଙ୍କୁ...

ସରକାରଙ୍କ ବିରୋଧରେ ପ୍ରଦର୍ଶନ: ଏକ ମାସରେ ୩୧୯ ମୃତ; ୧୫ ହଜାରରୁ ଅଧିକ ଆହତ

ବାଗଦାଦ୍‌,୧୧।୧୧: ସରକାରଙ୍କୁ କ୍ଷମତା ଚ୍ୟୁତ କରିବା ପାଇଁ ଇରାକ୍‌ରେ ଗତ ଏକମାସ ଧରି ଲୋକମାନେ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି। ଇତିମଧ୍ୟରେ ସୁରକ୍ଷାକର୍ମୀଙ୍କ ସହିତ ହାତାହାତି...

ଦୁର୍ନୀତି ମାମଲାରେ ଜର୍ଦ୍ଦାରୀ ଗିରଫ

ଇସ୍‌ଲାମାବାଦ,୧୧ା୬: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ସହ-ଅଧ୍ୟକ୍ଷ ଅସିଫ ଅଲି ଜର୍ଦ୍ଦାରୀଙ୍କୁ ଜାଲ୍‌ ବ୍ୟାଙ୍କ ଆକାଉଣ୍ଟ ଦୁର୍ନୀତି ମାମଲାରେ ଗିରଫ...

ପ୍ରାକୃତିକ ପରିବେଶର ସଂରକ୍ଷଣ କଲେ ହିଁ କରୋନା ଭଳି ମହାମାରୀ ହଟିବ

ଜେନେଭା, ୧।୧୦: ପ୍ରାକୃତିକ ପରିବେଶର ସଂରକ୍ଷଣ କଲେ ହିଁ କରୋନା ଭଳି ମହାମାରୀ ପୃଥିବୀରୁ ହଟିପାରିବ। ଏନେଇ କେନ୍ଦ୍ରୀୟ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡ୍‌କର ଜାତିସଂଘର...

ଟାଟା ହାଟରେ ସାମାଜିକ ଦୂରତାକୁ ମାନୁନାହାନ୍ତି ଲୋକେ

କାଳିଆପାଣି,୪।୪: ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ଖଣି ଅଞ୍ଚଳରେ ଏକମାତ୍ର ଟାଟା ହାଟରେ ସାମାଜିକ ଦୂରତାକୁ ମାନୁନାହାନ୍ତି ଲୋକେ। ଯାଜପୁରରେ ପ୍ରଥମ କରୋନା...

Advertisement


Archives

Model This Week