ଆଜି ବାଲ୍ୟ ବିବାହ, କାଲି ସତୀ

ରାଜସ୍ଥାନ ସରକାର ୧୭ ସେପ୍ଟେମ୍ବରରେ ରାଜସ୍ଥାନ ବାଧ୍ୟତାମୂଳକ ବିବାହ ପଞ୍ଜୀକରଣ (ସଂଶୋଧନ) ବିଲ୍‌, ୨୦୨୧ ବାଚନିକ ଭୋଟ୍‌ରେ ଗୃହୀତ କରାଇଛନ୍ତି। ଏଥିରେ ସ୍ପଷ୍ଟ କୁହାଯାଇଛି ଯେ, ୨୧ ବର୍ଷ ବୟସରୁ କମ୍‌ ଜଣେ ବର ଓ ୧୮ ବର୍ଷରୁ କମ୍‌ କନ୍ୟାଙ୍କ ବିବାହର ୩୦ ଦିନ ମଧ୍ୟରେ ମାତାପିତା କିମ୍ବା ଅଭିଭାବକ ବିବାହ ପଞ୍ଜୀକରଣ କରାଇପାରିବେ। ଏହାଦ୍ୱାରା ରାଜସ୍ଥାନ ସରକାର ଖୋଲାଖୋଲି ବାଲ୍ୟ ବିବାହକୁ ମୋହର ଦେଇଛନ୍ତି। ଭାରତରେ ଜଣେ ଯୁବକ ୨୧ ବର୍ଷ ଓ ଯୁବତୀ ୧୮ ବର୍ଷ ବୟସରେ ଉପନୀତ ହେଲେ ବିବାହଯୋଗ୍ୟ ବୋଲି ଆଇନ ରହିଛି। ସେହି ଦୃଷ୍ଟିରୁ ଦେଖିଲେ ରାଜସ୍ଥାନ ସରକାରଙ୍କ ଦ୍ୱାରା ଅଣାଯାଇଥିବା ବିବାହ ପଞ୍ଜୀକରଣ ସଂଶୋଧନ ବିଲ୍‌ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଆଇନର ବିରୁଦ୍ଧାଚରଣ କରୁଛି। ବିରୋଧୀ ଭାଜପା ସଦସ୍ୟଙ୍କ ପ୍ରତିବାଦ ସତ୍ତ୍ୱେ ରାଜସ୍ଥାନର କଂଗ୍ରେସ ସରକାର ଏଭଳି ବିଲ୍‌କୁ ଗୃହୀତ କରାଇବା ଏକ ଅଡ଼ୁଆ ସ୍ଥିତି ସୃଷ୍ଟି କରିଛି।
୧୯୨୯ ମସିହାରୁ ଭାରତରେ ବାଲ୍ୟ ବିବାହକୁ ଅସିଦ୍ଧ ଘୋଷଣା କରାଯାଇଛି। କମ୍‌ ବୟସର ପୁଅ କିମ୍ବା ଝିଅଙ୍କର ଶାରୀରିକ ଓ ମାନସିକ ବୃଦ୍ଧି ଘଟି ନ ଥିବାରୁ ସେମାନଙ୍କ ବିବାହକୁ ବାରଣ କରାଯାଇଥାଏ। କେବଳ ଗରିବ ଶ୍ରେଣୀ କିମ୍ବା ଧର୍ମରେ ବାଲ୍ୟ ବିବାହ ସୀମିତ ରହୁନାହିଁ। ତେଣୁ ଏହାକୁ ରୋକିବା ଲାଗି ସରକାର ଗଣମାଧ୍ୟମ ଜରିଆରେ ସଚେତନତା ସୃଷ୍ଟିକାରୀ ବାର୍ତ୍ତା ବାଣ୍ଟୁଛନ୍ତି। ବାଲ୍ୟବିବାହ ନିଷିଦ୍ଧ ଆଇନ ୨୦୦୬ ଅନୁଯାୟୀ ଏହି ବିବାହ ଦଣ୍ଡନୀୟ ଅପରାଧ। ସମଗ୍ର ଦେଶରେ ଏହି ଆଇନ ଉଲ୍ଲଂଘନକାରୀଙ୍କ ପାଇଁ ଦୁଇ ବର୍ଷ ଯାଏ ଜେଲଦଣ୍ଡ ଓ ୨ ଲକ୍ଷ ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ତଥ୍ୟ ଅନୁଯାୟୀ କୋଭିଡ୍‌-୧୯ ଯୋଗୁ ୨୦୨୦ରେ ବାଲ୍ୟ ବିବାହ ସଂଖ୍ୟା ବଢ଼ିଛି। କର୍ନାଟକରେ ୧୮୪ ମାମଲା ସହ ସମଗ୍ର ଦେଶରେ ଏ ସଂକ୍ରାନ୍ତ ୭୮୫ ମାମଲା ରୁଜୁ ହୋଇଛି। ୨୦୧୯ରେ ଏହି ସଂଖ୍ୟା ଥିଲା ୫୨୩।
ଏଭଳି ପରିପ୍ରେକ୍ଷୀରେ ରାଜସ୍ଥାନ ସରକାର ବିବାହ ପଞ୍ଜୀକରଣ ସଂଶୋଧନ ବିଲ୍‌କୁ ଗୃହୀତ କରାଇବା ଦ୍ୱାରା ବାଲ୍ୟ ବିବାହ ଆଇନସିଦ୍ଧ ହେବା ସହ ଏହାର ସଂଖ୍ୟା ବଢ଼ାଇବାରେ ସହାୟକ ହେବ। ରାଜସ୍ଥାନ ସରକାରଙ୍କ ପକ୍ଷରୁ କୁହାଯାଇଛି, ଏହି ବିଲ୍‌ରେ ବାଲ୍ୟ ବିବାହକୁ ବୈଧତା ନେଇ କିଛି ନାହିଁ। ଏ ସଂକ୍ରାନ୍ତ ସାମାଜିକ ସମସ୍ୟା ଉପୁଜିଲେ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର କ୍ଷମତା ଜିଲାପାଳଙ୍କୁ ଦିଆଯାଇଛି। ତେବେ ଝିଅଟିଏ ବିଧବା ହୋଇଗଲେ ସେହି କ୍ଷେତ୍ରରେ ନାବାଳିକାଙ୍କ ସ୍ବାର୍ଥକୁ ସୁରକ୍ଷା ଦେବା ଲାଗି ବିଲ୍‌ରେ ବ୍ୟବସ୍ଥା କରାଯାଇଛି ବୋଲି ସରକାର ଯେଉଁ ସଫେଇ ଦେଇଛନ୍ତି, ତାହା ଅତ୍ୟନ୍ତ ଭ୍ରମାତ୍ମକ। କାରଣ ଅପ୍ରାପ୍ତ ବୟସ୍କା ଯୁବତୀ ବିଧବା ହେବ କିପରି। ସମସ୍ତେ ଜାଣନ୍ତି ୧୮ରୁ କମ୍‌ ବର୍ଷୀୟା ଝିଅର ବିବାହ ଅବୈଧ। ଏଭଳି କଥାକୁ ତର୍ଜମା କଲେ ଜଣାପଡ଼ୁଛି ଯେ, ବାଲ୍ୟ ବିବାହକୁ ସରକାରଙ୍କ ପ୍ରତ୍ୟକ୍ଷ ସମର୍ଥନ ରହିଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ତଥ୍ୟ ଅନୁଯାୟୀ ରାଜସ୍ଥାନରେ କିଛିବର୍ଷ ହେବ ଅଳ୍ପ ବୟସର ବିବାହ ଯଥେଷ୍ଟ ପରିମାଣରେ କମିଯାଇଥିଲା। ରାଜ୍ୟ ସରକାର ଏବେ ଯେଉଁଭଳି ବିଲ୍‌ ଆଣିଛନ୍ତି ତାହାଦ୍ୱାରା ଭବିଷ୍ୟତରେ ଏହି ସଂଖ୍ୟା ବଢ଼ିଯିବା ସ୍ବାଭାବିକ।
ବର୍ତ୍ତମାନ ରାଜସ୍ଥାନ ବିଷୟକୁ ଦେଖିଲେ ଏ ସଂକ୍ରାନ୍ତ ମାମଲାକୁ କୋର୍ଟ ପରିଚାଳନା କରିବା ବେଳେ ନିଶ୍ଚିତ ଭାବେ ଅସ୍ବାଭାବିକ ସ୍ଥିତିର ସାମ୍ନା କରିବେ। ସମଗ୍ର ଦେଶ ପାଇଁ ବାଲ୍ୟ ବିବାହକୁ ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି) ଓ ଅନ୍ୟାନ୍ୟ ବିବାହଜନିତ ଆଇନରେ ଦଣ୍ଡନୀୟ ଅପରାଧ କରାଯାଇଥିବା ବେଳେ ରାଜସ୍ଥାନ ସଂଶୋଧିତ ବିଲ୍‌ ଅନେକ ପ୍ରଶ୍ନ ଛିଡ଼ା କରୁଛି। ଏଭଳି କ୍ଷେତ୍ରରେ ସମଗ୍ର ଦେଶରେ ଏକକ ଆଇନ ଅଣାଯିବା ନେଇ ଯେଉଁ ଯୁକ୍ତିସବୁ ରହିଛି ତାହାକୁ ଅନୁସରଣ କରାଯିବା ଦରକାର। ଦଳମତ ନିର୍ବିଶେଷରେ ଯାହା ସମସ୍ତଙ୍କ ମଙ୍ଗଳରେ ଆସିବ, ତାହାକୁ ଗୁରୁତ୍ୱ ଦିଆଯିବା ଜରୁରୀ। ଆଜି ଯଦି ବାଲ୍ୟ ବିବାହକୁ ଦେଶ ସ୍ବୀକାର କରିଯାଏ, ତେବେ ଆସନ୍ତାକାଲି ଭାରତୀୟ ସମାଜରେ ସତୀଦାହ ପ୍ରଥାକୁ ଆଇନଗତ ସ୍ବୀକୃତି ମିଳିଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?