ଆଜି ବାଲ୍ୟ ବିବାହ, କାଲି ସତୀ

ରାଜସ୍ଥାନ ସରକାର ୧୭ ସେପ୍ଟେମ୍ବରରେ ରାଜସ୍ଥାନ ବାଧ୍ୟତାମୂଳକ ବିବାହ ପଞ୍ଜୀକରଣ (ସଂଶୋଧନ) ବିଲ୍‌, ୨୦୨୧ ବାଚନିକ ଭୋଟ୍‌ରେ ଗୃହୀତ କରାଇଛନ୍ତି। ଏଥିରେ ସ୍ପଷ୍ଟ କୁହାଯାଇଛି ଯେ, ୨୧ ବର୍ଷ ବୟସରୁ କମ୍‌ ଜଣେ ବର ଓ ୧୮ ବର୍ଷରୁ କମ୍‌ କନ୍ୟାଙ୍କ ବିବାହର ୩୦ ଦିନ ମଧ୍ୟରେ ମାତାପିତା କିମ୍ବା ଅଭିଭାବକ ବିବାହ ପଞ୍ଜୀକରଣ କରାଇପାରିବେ। ଏହାଦ୍ୱାରା ରାଜସ୍ଥାନ ସରକାର ଖୋଲାଖୋଲି ବାଲ୍ୟ ବିବାହକୁ ମୋହର ଦେଇଛନ୍ତି। ଭାରତରେ ଜଣେ ଯୁବକ ୨୧ ବର୍ଷ ଓ ଯୁବତୀ ୧୮ ବର୍ଷ ବୟସରେ ଉପନୀତ ହେଲେ ବିବାହଯୋଗ୍ୟ ବୋଲି ଆଇନ ରହିଛି। ସେହି ଦୃଷ୍ଟିରୁ ଦେଖିଲେ ରାଜସ୍ଥାନ ସରକାରଙ୍କ ଦ୍ୱାରା ଅଣାଯାଇଥିବା ବିବାହ ପଞ୍ଜୀକରଣ ସଂଶୋଧନ ବିଲ୍‌ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଆଇନର ବିରୁଦ୍ଧାଚରଣ କରୁଛି। ବିରୋଧୀ ଭାଜପା ସଦସ୍ୟଙ୍କ ପ୍ରତିବାଦ ସତ୍ତ୍ୱେ ରାଜସ୍ଥାନର କଂଗ୍ରେସ ସରକାର ଏଭଳି ବିଲ୍‌କୁ ଗୃହୀତ କରାଇବା ଏକ ଅଡ଼ୁଆ ସ୍ଥିତି ସୃଷ୍ଟି କରିଛି।
୧୯୨୯ ମସିହାରୁ ଭାରତରେ ବାଲ୍ୟ ବିବାହକୁ ଅସିଦ୍ଧ ଘୋଷଣା କରାଯାଇଛି। କମ୍‌ ବୟସର ପୁଅ କିମ୍ବା ଝିଅଙ୍କର ଶାରୀରିକ ଓ ମାନସିକ ବୃଦ୍ଧି ଘଟି ନ ଥିବାରୁ ସେମାନଙ୍କ ବିବାହକୁ ବାରଣ କରାଯାଇଥାଏ। କେବଳ ଗରିବ ଶ୍ରେଣୀ କିମ୍ବା ଧର୍ମରେ ବାଲ୍ୟ ବିବାହ ସୀମିତ ରହୁନାହିଁ। ତେଣୁ ଏହାକୁ ରୋକିବା ଲାଗି ସରକାର ଗଣମାଧ୍ୟମ ଜରିଆରେ ସଚେତନତା ସୃଷ୍ଟିକାରୀ ବାର୍ତ୍ତା ବାଣ୍ଟୁଛନ୍ତି। ବାଲ୍ୟବିବାହ ନିଷିଦ୍ଧ ଆଇନ ୨୦୦୬ ଅନୁଯାୟୀ ଏହି ବିବାହ ଦଣ୍ଡନୀୟ ଅପରାଧ। ସମଗ୍ର ଦେଶରେ ଏହି ଆଇନ ଉଲ୍ଲଂଘନକାରୀଙ୍କ ପାଇଁ ଦୁଇ ବର୍ଷ ଯାଏ ଜେଲଦଣ୍ଡ ଓ ୨ ଲକ୍ଷ ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ତଥ୍ୟ ଅନୁଯାୟୀ କୋଭିଡ୍‌-୧୯ ଯୋଗୁ ୨୦୨୦ରେ ବାଲ୍ୟ ବିବାହ ସଂଖ୍ୟା ବଢ଼ିଛି। କର୍ନାଟକରେ ୧୮୪ ମାମଲା ସହ ସମଗ୍ର ଦେଶରେ ଏ ସଂକ୍ରାନ୍ତ ୭୮୫ ମାମଲା ରୁଜୁ ହୋଇଛି। ୨୦୧୯ରେ ଏହି ସଂଖ୍ୟା ଥିଲା ୫୨୩।
ଏଭଳି ପରିପ୍ରେକ୍ଷୀରେ ରାଜସ୍ଥାନ ସରକାର ବିବାହ ପଞ୍ଜୀକରଣ ସଂଶୋଧନ ବିଲ୍‌କୁ ଗୃହୀତ କରାଇବା ଦ୍ୱାରା ବାଲ୍ୟ ବିବାହ ଆଇନସିଦ୍ଧ ହେବା ସହ ଏହାର ସଂଖ୍ୟା ବଢ଼ାଇବାରେ ସହାୟକ ହେବ। ରାଜସ୍ଥାନ ସରକାରଙ୍କ ପକ୍ଷରୁ କୁହାଯାଇଛି, ଏହି ବିଲ୍‌ରେ ବାଲ୍ୟ ବିବାହକୁ ବୈଧତା ନେଇ କିଛି ନାହିଁ। ଏ ସଂକ୍ରାନ୍ତ ସାମାଜିକ ସମସ୍ୟା ଉପୁଜିଲେ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର କ୍ଷମତା ଜିଲାପାଳଙ୍କୁ ଦିଆଯାଇଛି। ତେବେ ଝିଅଟିଏ ବିଧବା ହୋଇଗଲେ ସେହି କ୍ଷେତ୍ରରେ ନାବାଳିକାଙ୍କ ସ୍ବାର୍ଥକୁ ସୁରକ୍ଷା ଦେବା ଲାଗି ବିଲ୍‌ରେ ବ୍ୟବସ୍ଥା କରାଯାଇଛି ବୋଲି ସରକାର ଯେଉଁ ସଫେଇ ଦେଇଛନ୍ତି, ତାହା ଅତ୍ୟନ୍ତ ଭ୍ରମାତ୍ମକ। କାରଣ ଅପ୍ରାପ୍ତ ବୟସ୍କା ଯୁବତୀ ବିଧବା ହେବ କିପରି। ସମସ୍ତେ ଜାଣନ୍ତି ୧୮ରୁ କମ୍‌ ବର୍ଷୀୟା ଝିଅର ବିବାହ ଅବୈଧ। ଏଭଳି କଥାକୁ ତର୍ଜମା କଲେ ଜଣାପଡ଼ୁଛି ଯେ, ବାଲ୍ୟ ବିବାହକୁ ସରକାରଙ୍କ ପ୍ରତ୍ୟକ୍ଷ ସମର୍ଥନ ରହିଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ତଥ୍ୟ ଅନୁଯାୟୀ ରାଜସ୍ଥାନରେ କିଛିବର୍ଷ ହେବ ଅଳ୍ପ ବୟସର ବିବାହ ଯଥେଷ୍ଟ ପରିମାଣରେ କମିଯାଇଥିଲା। ରାଜ୍ୟ ସରକାର ଏବେ ଯେଉଁଭଳି ବିଲ୍‌ ଆଣିଛନ୍ତି ତାହାଦ୍ୱାରା ଭବିଷ୍ୟତରେ ଏହି ସଂଖ୍ୟା ବଢ଼ିଯିବା ସ୍ବାଭାବିକ।
ବର୍ତ୍ତମାନ ରାଜସ୍ଥାନ ବିଷୟକୁ ଦେଖିଲେ ଏ ସଂକ୍ରାନ୍ତ ମାମଲାକୁ କୋର୍ଟ ପରିଚାଳନା କରିବା ବେଳେ ନିଶ୍ଚିତ ଭାବେ ଅସ୍ବାଭାବିକ ସ୍ଥିତିର ସାମ୍ନା କରିବେ। ସମଗ୍ର ଦେଶ ପାଇଁ ବାଲ୍ୟ ବିବାହକୁ ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି) ଓ ଅନ୍ୟାନ୍ୟ ବିବାହଜନିତ ଆଇନରେ ଦଣ୍ଡନୀୟ ଅପରାଧ କରାଯାଇଥିବା ବେଳେ ରାଜସ୍ଥାନ ସଂଶୋଧିତ ବିଲ୍‌ ଅନେକ ପ୍ରଶ୍ନ ଛିଡ଼ା କରୁଛି। ଏଭଳି କ୍ଷେତ୍ରରେ ସମଗ୍ର ଦେଶରେ ଏକକ ଆଇନ ଅଣାଯିବା ନେଇ ଯେଉଁ ଯୁକ୍ତିସବୁ ରହିଛି ତାହାକୁ ଅନୁସରଣ କରାଯିବା ଦରକାର। ଦଳମତ ନିର୍ବିଶେଷରେ ଯାହା ସମସ୍ତଙ୍କ ମଙ୍ଗଳରେ ଆସିବ, ତାହାକୁ ଗୁରୁତ୍ୱ ଦିଆଯିବା ଜରୁରୀ। ଆଜି ଯଦି ବାଲ୍ୟ ବିବାହକୁ ଦେଶ ସ୍ବୀକାର କରିଯାଏ, ତେବେ ଆସନ୍ତାକାଲି ଭାରତୀୟ ସମାଜରେ ସତୀଦାହ ପ୍ରଥାକୁ ଆଇନଗତ ସ୍ବୀକୃତି ମିଳିଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଧାର୍ମିକ ଭିନ୍ନତା ମଧ୍ୟରେ ଏକତା

ବୈକୁଣ୍ଠନାଥ ମିଶ୍ର ମୃତ୍ୟୁ ଏକ ରହସ୍ୟମୟ ଚିନ୍ତନ। କେବଳ ମୃତ୍ୟୁ ନୁହେଁ, ମୃତ୍ୟୁ ପରବର୍ତ୍ତୀ କାଳରେ ଆତ୍ମାର ଗତି, ସ୍ଥିତି ମଧ୍ୟ ଅନୁରୂପ ଭାବେ ରହସ୍ୟମୟ।...

ଏଇ ଭାରତରେ

ପଶ୍ଚିମବଙ୍ଗର ପଶ୍ଚିମ ବର୍ଦ୍ଧମାନ ଜିଲାର ଦୁର୍ଗମ ଗାଁଗୁଡ଼ିକରେ ବୁଲୁଛି ଭ୍ୟାକ୍ସିନ ରଥ। ଏହି ରଥ ବୁଲାଉଛନ୍ତି ପ୍ରାଥମିକ ସ୍କୁଲ ଶିକ୍ଷକ ଦୀପ ନାରାୟଣ ନାୟକ। ଦୀପଙ୍କ...

ଷ୍ଟ୍ରୋକ୍‌ର ଆଶଙ୍କା ବଢୁଛି

ଡା. ପ୍ରଦ୍ୟୁତ୍‌ ରଞ୍ଜନ ଭୂୟାଁ ଷ୍ଟ୍ରୋକ୍‌ ଯେକୌଣସି ବ୍ୟକ୍ତିଙ୍କୁ, ଯେକୌଣସି ସମୟରେ ଏବଂ ଯେକୌଣସିଠାରେ ହୋଇପାରେ। ସମ୍ପ୍ରତି ଷ୍ଟ୍ରୋକ୍‌ ସମଗ୍ର ବିଶ୍ୱରେ ବିକଳାଙ୍ଗତାର ପ୍ରମୁଖ କାରଣ...

ହତ୍ୟା ଓ ହାସ୍ୟକଥା

ଡ. କୁଳାଙ୍ଗାର ମର୍ଡର ବା ହତ୍ୟା କରିବା ଏମିତି ନିତି ଦିନିଆ କଥାରେ ପରିଣତ ହେଲାଣି ଯେ ଆମ ପରି ବ୍ୟଙ୍ଗ ଲେଖକ ମଧ୍ୟ ମର୍ଡର...

ସୀମା ଡେଇଁଲେ ବିପଦ

ଗତି ଆଣେ ପ୍ରଗତି। ମଣିଷ ଗାଡ଼ି ହେଉ ବା ଯନ୍ତ୍ର ତାହାକୁ ଉଦ୍ଭାବନ କରିଥିଲେ ମଧ୍ୟ ଚଳାଇଲା ବେଳେ ନିୟନ୍ତ୍ରଣ ଭିତରକୁ ଆଣି ନ ପାରିଲେ...

ଏଇ ଭାରତରେ

ସକାରାମତ୍କ ପରିବର୍ତ୍ତନ ଆଣିବାରେ ଗୋଷ୍ଠୀଗତ ପ୍ରୟାସର ଗୁରୁତ୍ୱ ପ୍ରମାଣିତ ହୋଇଛି ତାମିଲନାଡୁରେ। ଶ୍ରୀନିବାସନ ସର୍ଭିସ ଟ୍ରଷ୍ଟ(ଏସ୍‌ଏସ୍‌ଟି) ଦ୍ୱାରା ତାମିଲନାଡୁର ୨୫୦୦ ଦୁର୍ଗମ ତଥା ମରୁଡ଼ିପ୍ରବଣ ଗାଁରେ...

ଏଇ ଭାରତରେ

ସମ୍ବିଧାନର ଧାରା ୨୧(କ)ରେ ୬ରୁ ୧୪ ବର୍ଷ ବୟସର ସବୁ ପିଲାଙ୍କୁ ମୁକ୍ତ ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନର ବ୍ୟବସ୍ଥା ରହିଛି। କିନ୍ତୁ ମଧ୍ୟପ୍ରଦେଶର ନିମୁଚ...

ଗାଁ ଅବଧାନ

ଅଲେଖ ଚନ୍ଦ୍ର ସାମଲ ଚାଟଶାଳୀ ଆଉ ‘ଅବଧାନ’ଙ୍କ କଥା କହିଲେ ଆମକୁ ପୁରୁଣା ଦିନକୁ ଫେରି ଯିବାକୁ ହେବ। ସ୍ବାଧୀନତା ପୂର୍ବ ଏବଂ ଗ୍ରାମାଞ୍ଚଳରେ ଶିକ୍ଷାର...

Advertisement
Archives

Model This Week