ବାଇକ୍‌କୁ ପିଟିଲା ଟ୍ରକ୍‌: ଚାଲିଗଲା ବାପ-ପୁଅଙ୍କ ଜୀବନ

ନୂଆପଡ଼ା ଅଫିସ୍‌,୧୬।୨(ଡି.ଏନ୍‌.ଏ): ନୂଆପଡ଼ା ଜିଲା ଲଖନା ଥାନା କୁସଦହନାସ୍ଥିତ ବିଜୁ ଏକ୍ସପ୍ରେସ୍‌ ୱେରେ ଗୁରୁବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବାଇକ୍‌କୁ ଟ୍ରକ୍‌ ଧକ୍କା ଦେବାରୁ ବାପ ପୁଅଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୋମନା ଥାନା ମିଛାପାଲି ଗାଁର କମଳ ପାଟକୀନାରା(୩୫) ଏବଂ ତାଙ୍କ ପୁଅ ଦୀପକ(୫)। କମଳ ଓଏପିଏଫ୍‌ ଯବାନ ଭାବେ କାର୍ଯ୍ୟ କରୁଥିଲେ। ଲଖନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାପ-ପୁଅଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଦୀପକଙ୍କୁ ଝାଡ଼ାବାନ୍ତି ହେଉଥିବାରୁ ଚିକିତ୍ସା ପାଇଁ କମଳ ବାଇକ୍‌ରେ ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଉଥିଲେ। କୁସଦହନା ନିକଟରେ ଏକ ଟ୍ରକ୍‌ ବାଇକ୍‌କୁ ଧକ୍କା ଦେଇଥିଲା। ପୋଲିସ ଟ୍ରକ୍‌କୁ ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚୁରା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟରେ ପୁଣି ଭାରତ-ପାକ ମହାଯୁଦ୍ଧ: ରବିବାର ମୁହାଁମୁହିଁ ହେବେ ଦୁଇ ଦେଶର ‘ଏ’ ଟିମ, ଭାରତୀୟ ଦଳରେ ବୈଭବଙ୍କ ସହ ଅଛନ୍ତି…

ନୂଆଦିଲ୍ଲୀ,୨୧।୧୧: ଏବେ ଚାଲିଥିବା ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ରବିବାର, ୨୨ ନଭେମ୍ବରରେ ଭାରତ-ଏ ଏବଂ ପାକିସ୍ତାନ-ଏ ମଧ୍ୟରେ ହେବ ମହାମୁକାବିଲା। ଗତ ରବିବାର (୧୪…

୮୯ ବଲ୍‌ରେ ୮୫ ରନ, ଟେଷ୍ଟରେ ଆକ୍ରମଣାତ୍ମକ ବ୍ୟାଟିଂ ପଛର ଗୁମର ଖୋଲିଲେ ଜଶସ୍ବୀ ଜୟସ୍ବାଲ୍‌

ଓ୍ବେଲିଂଟନ,୨୧।୧୧: ଯେଉଁ ପିଚ୍‌ରେ ବ୍ୟାଟ୍ସମ୍ୟାନ୍‌ ଗୋଟିଏ ଗୋଟିଏ ରନ ସଂଗ୍ରହ କରିବା କଷ୍ଟକର ହୋଇପଡ଼ିଥିଲା, ସେହି ପିଚ୍‌ରେ ଆକ୍ରମଣାତ୍ମକ ବ୍ୟାଟିଂ କରି ସମସ୍ତଙ୍କୁ ଚକିତ କରିଛନ୍ତି ଭାରତୀୟ…

ଅଷ୍ଟ୍ରେଲିଆ କ୍ରିକେଟରେ ହଲଚଲ: କମିନ୍ସଙ୍କ ସମର୍ଥନରେ ଦେଲେ ଅବସର ଚେତାବନୀ

ନୂଆଦିଲ୍ଲୀ,୨୧।୧୧: ଉସମାନ ଖୱାଜା ସାଣ୍ଡପେପର୍‌ ବିବାଦକୁ ନେଇ କରିଥିବା ଦାବି ପରେ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ଝଡ଼ ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ଖେଳାଳିମାନେ…

ଭାରତର ପ୍ରଥମ ସ୍ବଦେଶୀ ଏଚ୍‌୫ଏନ୍‌୧ ଟିକା ଶୁଭାରମ୍ଭ

ନୂଆଦିଲ୍ଲୀ,୨୨ା୧୧:କୁକୁଡ଼ାମାନଙ୍କୁ ଅତ୍ୟଧିକ ସଂକ୍ରାମକ ଆଭିଆନ୍‌ ଇନ୍‌ଫ୍ଲୁଏଞ୍ଜା (ଏଚ୍‌ପିଏଆଇ) ବା ବାର୍ଡ ଫ୍ଲୁରୁ ରକ୍ଷା କରିବା ଲକ୍ଷ୍ୟରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ଶୁକ୍ରବାର ଦେଶର…

ଏସିଆ କପ ଫାଇନାଲରେ ଭାରତ-ପାକିସ୍ତାନ ମ୍ୟାଚ ରଦ୍ଦ: ପାକିସ୍ତାନକୁ ଚାମ୍ପିୟନ ଘୋଷଣା, ରାଗରେ ଭାରତ କଲା ଏମିତି…

ନୂଆଦିଲ୍ଲୀ,୨୧।୧୧: ମେନ୍ସ ବ୍ଲାଇଣ୍ଡ କ୍ରିକେଟ ଏସିଆ କପ ୨୦୨୬ର ଫାଇନାଲ ମ୍ୟାଚ ଶୁକ୍ରବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାର ଥିଲା। ହେଲେ ବାଂଲାଦେଶର ଢାକାରେ ଲଗାତାର…

ଏସ୍‌ଏସ୍‌ବି ଜୁନିୟର ଆସିଷ୍ଟାଣ୍ଟ, କ୍ଲର୍କ ପରୀକ୍ଷା ଘୁଞ୍ଚିଲା: ଏହି ଦିନ ହେବ ପରୀକ୍ଷା

ଭୁବନେଶ୍ୱର,୨୧ା୧୧(ସୁଚିସ୍ମିତା ସାହୁ):ବାତ୍ୟା ‘ଅକ୍ୱାନ’ର ପ୍ରଭାବକୁ ଦୃଷ୍ଟିରେ ରଖି ଷ୍ଟେଟ ସିଲେକ୍ସନ ବୋର୍ଡ (ଏସ୍‌ଏସ୍‌ବି) ପକ୍ଷରୁ ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ପଦବୀ ପାଇଁ ହେବାକୁ ଥିବା…

ଛୋଟ ସାଥୀକୁ ଗିଳିଦେଲା ବିଶାଳକାୟ ତାରା: ମହାକାଶରେ ବିରଳ ଦୃଶ୍ୟ

ଓ୍ବାଶିଂଟନ,୨୧ା୧୧:ମହାକାଶ ବିଜ୍ଞାନ ଇତିହାସରେ ପ୍ରଥମ ଥର ପାଇଁ ଜ୍ୟୋତିର୍ବିଜ୍ଞାନୀମାନେ ଏକ ବିଶାଳକାୟ ତାରା ନିଜର ଛୋଟ ସାଥୀ ତାରାକୁ ଗିଳିିଦେଇ ନିଜ ଭିତରେ ମିଶାଇଦେବାର ବିରଳ ଘଟଣାକୁ…

୧ ଲକ୍ଷ ୧୫ ହଜାରକୁ ଖସିଲା ସୁନା

ନୂଆଦିଲ୍ଲୀ,୨୧ା୧୧: ସୁନା ଓ ରୁପା ଦରରେ ଲଗାତର ହ୍ରାସ ଜାରି ରହିଛି। ଇଣ୍ଡିଆନ ବୁଲିୟନ ଜୁଏଲର୍ସ ଆସୋସିଏଶନ(ଆଇବିଜେଏ)ର ସୂଚନା ଅନୁଯାୟୀ ଶୁକ୍ରବାର ୧୦ ଗ୍ରାମ (୨୪ କ୍ୟାରେଟ)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?