ବିକ୍ରମ ମିସ୍ରିଙ୍କୁ ଟ୍ରୋଲିଂ: ଚାରିଆଡ଼ୁ ନିନ୍ଦା

ନୂଆଦିଲ୍ଲୀ, ୧୩।୫ (ପି.ଟି.): ଉଭୟ ଭାରତ ଏବଂ ପାକିସ୍ତାନ ଅସ୍ତ୍ରବିରତି ନେଇ ସହମତ ହୋଇଛନ୍ତି ବୋଲି ଶନିବାର ବହିର୍ବ୍ୟାପାର ସଚିବ ବିକ୍ରମ ମିସ୍ରି ଘୋଷଣା କରିଥିଲେ। ଏହାପରେ ତାଙ୍କୁ ଅନ୍‌ଲାଇନ ଟ୍ରୋଲିଂର ସାମ୍‌ନା କରିବାକୁ ପଡ଼ିଥିଲା। ଟ୍ରୋଲର୍ସମାନେ ମିସ୍ରିଙ୍କ ସମେତ ତାଙ୍କ ଝିଅ ଏବଂ ତାଙ୍କର ପୂରା ପରିବାରକୁ ଟାର୍ଗେଟ କରିଥିଲେ। ଏହି ଘଟଣା ପରେ ଦେଶର ଅନେକ ବରିଷ୍ଠ କୂଟନୀତିଜ୍ଞ ଏବଂ ରାଜନେତାମାନେ ମିସ୍ରିଙ୍କୁ ସମର୍ଥନ କରିବା ସହ ତାଙ୍କୁ କରାଯାଉଥିବା ଟ୍ରୋଲିଂକୁ ନିନ୍ଦା କରିଛନ୍ତି। ଆସୋସିଏଶନ ଅଫ୍‌ ଇଣ୍ଡିଆନ୍‌ ଡିପ୍ଲୋମାଟ, ଆଇଏଏସ୍‌ ଏବଂ ଆଇପିଏସ୍‌ ଆସୋସିଏଶନ ଅଫ୍‌ ଇଣ୍ଡିଆ ପରି ସଙ୍ଗଠନ ପକ୍ଷରୁ ମଧ୍ୟ ମିସ୍ରିଙ୍କୁ କରାଯାଉଥିବା ଏହି ଟ୍ରୋଲ୍‌କୁ ନିନ୍ଦା କରାଯାଇଛି। ପୂର୍ବତନ ବହିର୍ବ୍ୟାପାର ସଚିବ ନିରୁପମା ମେନନ୍‌ ରାଓ ମିସ୍ରି ଏବଂ ତାଙ୍କ ପରିବାରକୁ କରାଯାଉଥିବା ଟ୍ରୋଲିଂକୁ ଲଜ୍ଜାଜନକ କହିବା ସହ ଏହା ଶାଳୀନତାର ସମସ୍ତ ସୀମାକୁ ପାର୍‌ କରିଥିବା କହିଛନ୍ତି। ସେ ଏକ୍ସ’ରେ ଲେଖିଛନ୍ତି, ମିସ୍ରି ଜଣେ ଉତ୍ସର୍ଗୀକୃତ କୂଟନୀତିଜ୍ଞ, ଯିଏ ଦୃଢ଼ତାର ସହ ଅନେକ ବର୍ଷ ଧରି ଭାରତକୁ ନିଜର ସେବା ଦେଇ ଆସୁଛନ୍ତି। ତାଙ୍କୁ ସମାଲୋଚନା କରିବା ପାଇଁ କାହାର ଅଧିକାର ନାହିଁ। ଘଟଣାକୁ ନେଇ ଜାତୀୟ ମହିଳା ଆୟୋଗ (ଏନ୍‌ସିଡବ୍ଲ୍ୟୁ) ପକ୍ଷରୁ ଏକ ବିବୃତି ଜାରିକରି କୁହାଯାଇଛି, ମିସ୍ରିଙ୍କ ପରିବାର ଓ ଖାସ୍‌କରି ତାଙ୍କ ଝିଅଙ୍କୁ ନେଇ ସୋସିଆଲ ମିଡିଆରେ କରାଯାଉଥିବା ଅଶ୍ଲୀଳ ପୋଷ୍ଟ ଓ ଟ୍ରୋଲିଂକୁ ଏନ୍‌ସିଡବ୍ଲ୍ୟୁ କଡ଼ା ଭାଷାରେ ନିନ୍ଦା କରୁଛି। ମିସ୍ରିଙ୍କ ଝିଅଙ୍କ ବ୍ୟକ୍ତିଗତ ତଥ୍ୟ ସୋସିଆଲ ମିଡିଆରେ ଶେୟାର କରିବା ଏକ ଦାୟିତ୍ୱହୀନ କାର୍ଯ୍ୟ। ଏହା ତାଙ୍କ ଗୋପନୀୟତାକୁ ଗୁରୁତର ଉଲ୍ଲଂଘନ କରୁଛି, ଯାହା ଆଗାମୀ ଦିନରେ ତାଙ୍କ ସୁରକ୍ଷାକୁ ବିପଦରେ ପକାଇବାର ସମ୍ଭାବନା ରହିଛି। ସୋମବାର ଅନେକ ରାଜନେତା ମଧ୍ୟ ମିସ୍ରିଙ୍କ ସମର୍ଥନରେ ବାହାରିଛନ୍ତି। ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସି କହିଛନ୍ତି, ମିସ୍ରି ଜଣେ ପରିଶ୍ରମୀ ଏବଂ ସଚ୍ଚୋଟ ଅଧିକାରୀ। କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ଘୋଷଣା କରିବା ପାଇଁ ତାଙ୍କୁ ଟ୍ରୋଲ୍‌ କରିବା ଅନୁଚିତ। ସମାଜବାଦୀ ପାର୍ଟି (ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଏକ୍ସ’ରେ ଲେଖିଛନ୍ତି, କୌଣସି ଅଧିକାରୀ ନିଷ୍ପତ୍ତି ନିଅନ୍ତି ନାହିଁ। ପାକିସ୍ତାନ ସହ ଅସ୍ତ୍ରବିରତିର ନିଷ୍ପତ୍ତି କେନ୍ଦ୍ର ସରକାରଙ୍କର ଥିଲା। ଏଥିପାଇଁ ମିସ୍ରିଙ୍କୁ ଦୋଷ ଦିଆଯାଇପାରିବ ନାହିଁ। ତେବେ ମିସ୍ରିଙ୍କ ସମ୍ମାନହାନି କରୁଥିବା ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ କେନ୍ଦ୍ର ସରକାର କାହିଁକି ଚୁପ୍‌ ବସିଛନ୍ତି ବୋଲି ଅଖିଳେଶ ପ୍ରଶ୍ନ କରିଛନ୍ତି। ତେବେ ମିସ୍ରି ଏବଂ ତାଙ୍କ ପୂରା ପରିବାର ବିରୋଧରେ ଟ୍ରୋଲ୍‌ ବଢ଼ିବା ପରେ ସେ ତାଙ୍କ ଏକ୍ସ’ ଆକାଉଣ୍ଟକୁ ପ୍ରାଇଭେଟ୍‌ କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର କ୍ଷତରେ ଲୁଣ ଲଗାଇଲା ଇଂଲଣ୍ଡ, ଅଧିନାୟକ ହ୍ୟାରି ବ୍ରୁକ କହିଲେ, ‘ମୁଁ ଏହାକୁ ପ୍ରକୃତରେ ଉପଭୋଗ କରିଥିଲି…’

ନୂଆଦିଲ୍ଲୀ,୧୦।୭: ବ୍ରିଷ୍ଟଲରେ ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ଇଂଲଣ୍ଡ ଭାରତୀୟ କ୍ରିକେଟ ଦଳକୁ ୯ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଇଂଲଣ୍ଡ ୩-୦ରେ ସିରିଜ…

ପ୍ରଧାନମନ୍ତ୍ରୀଙ୍କ ପଛରେ ଠିଆ ହୋଇଥିବା ଝିଅ ଦେଲେ ଏମିତି ସଙ୍କେତ; ପଛକୁ ବୁଲି ଚାହିଁଲେ ମୋଦି, ଆଉ ତାପରେ…

ନୂଆଦିଲ୍ଲୀ,୧୦।୭:ଅଷ୍ଟ୍ରେଲିଆର ମେଲବୋର୍ନର ମାର୍ଭେଲ ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରୁଥିବା ସମୟରେ ଏକ ଅନନ୍ୟ ଦୃଶ୍ୟ ଦେଖାଯାଇଥିଲା। ଭାଷଣ ସମୟରେ, ମଞ୍ଚ ଉପରେ ତାଙ୍କ…

ଜିଓ ନେଟୱର୍କ ସେବା ବିପର୍ଯ୍ୟସ୍ତ: ଲୋକେ ହନ୍ତସନ୍ତ

କର୍ଲାମୁଣ୍ଡା,୧୦।୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗଜବାହାଲ ଗ୍ରାମରେ ଜିଓ ୫ଜି ନେଟୱର୍କ ସେବା ଦୀର୍ଘଦିନ ଧରି ବ୍ୟାହତ ହୋଇଆସୁଛି। ବିଦ୍ୟୁତ ଥିବା ସତ୍ତ୍ୱେ…

ଅଦିନିଆ ରଥଯାତ୍ରା ଉପରେ ରୋକ: ନିର୍ଦ୍ଦେଶ ଦେଲେ ଜିଲାପାଳ

ଭୁବନେଶ୍ୱର,୧୦।୭: ରାଜସ୍ଥାନ ସିକରରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ଉପରେ ରୋକ ଲଗାଯାଇଛି। ସିକର ଜିଲ୍ଲା ମାଜିଷ୍ଟ୍ରେଟ ରଥଯାତ୍ରା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ଅଦିନ ରଥଯାତ୍ରା…

ଭକ୍ତଙ୍କ ନାଁରେ ରୋକଠୋକ୍‌ ଏମିତି କହିଦେଲେ ସୋଫିଆ: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୦।୭ (ରବିନାରାୟଣ ଜେନା):ରାଜ୍ୟ କଂଗ୍ରେସରେ କିଛି ଠିକ୍‌ଠାକ୍‌ ଚାଲିନାହିଁ ବୋଲି ନିଲମ୍ବିତ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି। ବିଧାନସଭାର ସ୍ଥାୟୀ କମିଟି ବୈଠକ ଅବସରରେ ଗୁରୁବାର…

ଟ୍ରମ୍ପଙ୍କୁ ହତ୍ୟା ପାଇଁ ପୁଣି ବଡ଼ ଷଡ଼ଯନ୍ତ୍ର! ଇରାନର ନୂଆ ଚକ୍ରାନ୍ତକୁ ନେଇ ଆମେରିକାକୁ ଚେତାଇଲା…

ୱାଶିଂଟନ,୧୦।୭: ଆମେରିକା ଏବଂ ଇରାନ ମଧ୍ୟରେ ବଢୁଥିବା ସୈନ୍ୟ ସଂଘାତ ମଧ୍ୟରେ ଏକ ଗମ୍ଭୀର ଖବର ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ଇସ୍ରାଏଲର ଗୁପ୍ତଚର ସଂସ୍ଥା…

ଧରିତ୍ରୀ ପ୍ରଭାବ: ମରାମତି ହେଲା ବିଜୁ ଏକ୍ସପ୍ରେସ ୱେ

ନୂଆପଡ଼ା,୧୦ା୭ (ମକାରୁ ବେମାଲ): ନୂଆପଡ଼ା ଜିଲା ଘାଟିପଡାଠାରୁ ସିନାପାଲି ଦେଇ କୋରାପୁଟକୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେ ମରଣଯନ୍ତା ପାଲଟିବା ଖବର ଧରିତ୍ରୀରେ ଗୁରୁବାର ପ୍ରକାଶିତ…

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଚେତାବନୀ, ବିଶ୍ୱର ୯୨% ଲୋକଙ୍କ ଉପରେ ପଡ଼ୁଛି କର୍କଟ ରୋଗର ପ୍ରଭାବ

ନୂଆଦିଲ୍ଲୀ,୧୦ା୭(ପି.ଟି.): ବିଶ୍ୱ ଜନସଂଖ୍ୟାର ପ୍ରାୟ ୯୨% ଲୋକ ନିଜ ଜୀବନକାଳ ମଧ୍ୟରେ ଅନ୍ତତଃ ପକ୍ଷେ ଥରେ କର୍କଟ ରୋଗ ବା କ୍ୟାନ୍‌ସରର ସିଧାସଳଖ କିମ୍ବା ପରୋକ୍ଷ ପ୍ରଭାବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri