Advertisement
Posted inଜାତୀୟ

ଗଣତାନ୍ତ୍ରିକ ସିଦ୍ଧାନ୍ତର ବିଜୟ: ଷ୍ଟାଲିନ୍‌

ଚେନ୍ନାଇ/ନୂଆଦିଲ୍ଲୀ,୧୨ା୧୧: ରାଜୀବ ଗାନ୍ଧୀଙ୍କ ୬ ହତ୍ୟାକାରୀଙ୍କୁ ମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ସ୍ବାଗତ କରିଛନ୍ତି। ଡିଏମ୍‌କେ ମୁଖ୍ୟ ଷ୍ଟାଲିନ୍‌ କହିଛନ୍ତି, ଏ.ଜି. ପେରାରିଭଲନ୍‌ଙ୍କ ପରେ ସୁପ୍ରିମକୋର୍ଟ ଅନ୍ୟ ୬ ଜଣଙ୍କୁ ଛାଡ଼ିଦେଇଛନ୍ତି। ଦୀର୍ଘ ଆଇନଗତ ଲଢ଼େଇ ଏବଂ ମାନବିକତାର ବିଜୟ ହୋଇଛି। ଏହା ହେଉଛି ଗଣତାନ୍ତ୍ରିକ ସିଦ୍ଧାନ୍ତର ବିଜୟ। ସରକାରଙ୍କ ନିଷ୍ପତ୍ତିଗୁଡ଼ିକୁ ରାଜ୍ୟପାଳ ଆଲମାରି ଥାକରେ ରଖିବା ଅନୁଚିତ ବୋଲି ଷ୍ଟାଲିନ୍‌ ଟୁଇଟ୍‌ କରିଛନ୍ତି। ସେହିପରି ବିରୋଧୀ ଦଳ ଏଆଇଏଡିଏମ୍‌କେ ମଧ୍ୟ ଏହାକୁ ସ୍ବାଗତ କରିଛି। ୨୦୧୮ରେ ତତ୍କାଳୀନ ଏଆଇଏଡିଏମ୍‌କେ ସରକାର ଦୋଷୀମାନଙ୍କ ମୁକ୍ତି ସକାଶେ ରାଜ୍ୟପାଳ ବନଓ୍ବାରିଲାଲ ପୁରୋହିତଙ୍କୁ ସୁପାରିସ କରିଥିଲେ। ଗତବର୍ଷ ଷ୍ଟାଲିନ୍‌ କ୍ଷମତାସୀନ ହେବା ପରେ ସେମାନଙ୍କ ମୁକ୍ତି ପାଇଁ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଥିଲେ। ଏଥିସହ ସେମାନଙ୍କ ଆଇନଗତ ଲଢ଼େଇରେ ସବୁ ପ୍ରକାର ସହଯୋଗ କରିଥିଲେ ବୋଲି ଷ୍ଟାଲିନ୍‌ କହିଛନ୍ତି। ଅନ୍ୟପକ୍ଷେ ଏଆଇଏଡିଏମ୍‌କେ ଏହି ମୁକ୍ତି ପାଇଁ ଶ୍ରେୟ ନେବାକୁ ଉଦ୍ୟମ କରିଛି। ଏହା ଏଆଇଏଡିଏମ୍‌କେ ପାଇଁ ଏକ ବିଜୟ ବୋଲି ବିରୋଧୀ ଦଳ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମନରେଗାରେ ୧୫୦ ଦିନର ନିଶ୍ଚିତ କର୍ମନିଯୁକ୍ତି-ସବୁ ରାଜ୍ୟରେ ସମାନ ମଜୁରୀ,ପାର୍ଲାମେଣ୍ଟାରୀ କମିଟିର ସୁପାରିଶ…

ନୂଆଦିଲ୍ଲୀ, ୯।୨ : ପାର୍ଲାମେଣ୍ଟର ସ୍ଥାୟୀ କମିଟି ମନରେଗାର କାର୍ଯ୍ୟକାରିତାକୁ ସମୀକ୍ଷା କରିବାକୁ ସୁପାରିଶ କରିଛି। ପରିବର୍ତ୍ତିତ ପରିବେଶରେ ଏହି ଯୋଜନାରେ ପରିବର୍ତ୍ତନ ଆଣିବା ଆବଶ୍ୟକ...

ଲୋକପାଳ ଦେଉଛନ୍ତି ୫୦ ଲକ୍ଷ ହୋଟେଲ ଭଡ଼ା

ନୂଆଦିଲ୍ଲୀ,୨ା୧୨: ନୂଆଦିଲ୍ଲୀରେ ଲୋକପାଳ ମାସକୁ ୫୦ ଲକ୍ଷ ଟଙ୍କା ହୋଟେଲ ଭଡ଼ା ଦେଉଛନ୍ତି। ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ବି ଏହା ସତ। ସୂଚନା ଅଧିକାର (ଆର୍‌ଟିଆଇ)...

ଜୁଲାଇରେ ଆସିବ ଫାଇଜର ଟିକା

ନୂଆଦିଲ୍ଲୀ, ୨୭।୫: ଦେଶରେ କୋଭିଡ୍‌ ଟିକା ଅଭାବ ପୂରଣ କରିବା ଲାଗି ସରକାର ବିଦେଶରୁ ଭାକ୍ସିନ ଆମଦାନିକୁ ତ୍ୱରାନ୍ବିତ କରିବାକୁ ଚାହୁଁଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ...

ନୌଶେରା ସେକ୍ଟରରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ: ଜଣେ ଭାରତୀୟ ଯବାନ ଶହୀଦ,୧୨ରୁ ଅଧିକ ପାକିସ୍ତାନୀ ସୈନ୍ୟ ଆହତ

ଶ୍ରୀନଗର,୨୨।୬: ଜମ୍ମୁ-କଶ୍ମୀରର ନୌଶେରାସ୍ଥିତ ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟରୁ ପୁଞ୍ଛ ଜିଲାର କ୍ରିଷ୍ଣାଘାଟି, ରାଜୌରୀ ଏବଂ...

ହିନ୍ଦୁ-ମୁସଲମାନ୍‌ ନୁହେଁ ବିକାଶକୁ ଦୃଷ୍ଟିରେ ରଖି ଭୋଟର ଦେଇଛନ୍ତି ଭୋଟ: ଅଖିଳେଶ

ନୂଆଦିଲ୍ଲୀ,୯।୨: ଦିଲ୍ଲୀ ବିଧାନସଭାର ୭୦ ଆସନ ଲାଗି ମତଦାନ ଶେଷ ହୋଇଛି। ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ପୁଣି କ୍ଷମତା...

ମୋଦିଙ୍କ କଡ଼ା ଜବାବ: ବିହାରରେ ଡବଲ୍‌ ଯୁବରାଜଙ୍କ ସ୍ଥିତି ହେବ ଦୟନୀୟ, ଡବଲ ଇଞ୍ଜିନ ସରକାର ଆଗେଇବ

ପାଟନା,୧।୧୧: ବିହାର ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଛପରାଠାରେ ଆୟୋଜିତ ସଭାରେ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି। ସେ କଂଗ୍ରେସର ରାହୁଲ...

ଦେଶର ସବୁଠାରୁ ସ୍ବଚ୍ଛ ସହର: ବ୍ୟର୍ଜ୍ୟବସ୍ତୁରୁ ବର୍ଷକୁ ଆୟ କରୁଛି ୪ କୋଟି

ଭୋପାଳ,୬।୧: କେନ୍ଦ୍ରସରକାରଙ୍କ ସ୍ବଚ୍ଛ ଭାରତ ଅଭିଯାନ ଏବେ କିଛି କିଛି ସ୍ଥାନରେ ସଫଳ ହେବାର ଦେଖିବାକୁ ମିଳିଛି। ଦେଶର ସବୁଠାରୁ ସ୍ବଚ୍ଛ ସହର ଭାବେ ଜଣାଶୁଣା...

ନଭେମ୍ବର ୮ରେ ଋଷିଆ ଗସ୍ତରେ ଯିବେ ଏସ୍‌ ଜୟଶଙ୍କର

ନୂଆଦିଲ୍ଲୀ,୨୭।୧୦: ବୌଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ନଭେମ୍ବର ୮ରେ ଋଷିଆ ଗସ୍ତରେ ଯିବେ। ସେ ଋଷିଆର ବୌଦେଶିକ ମନ୍ତ୍ରୀ ସର୍ଗି ଲାଭ୍ରୋଭଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।...

Advertisement
Archives

Model This Week