Posted inଜାତୀୟ

ତ୍ରିପୁରା ଲୋକଙ୍କୁ ଚାନ୍ଦାରୁ ମିଳିଲା ମୁକ୍ତି: ମୋଦି

ନୂଆଦିଲ୍ଲୀ,୧୧ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତ୍ରିପୁରା ଗସ୍ତ କରିଛନ୍ତି । ତ୍ରିପୁରା ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ମୋଦିଙ୍କ ରାଲି ରାଜନୈତିକ ବାତାବରଣକୁ ଉଷ୍ମ କରି ଦେଇଛି । ମୋଦି ଧଲାଇର ଅଂବାସା ପହଞ୍ଚି ସେଠାରେ ବିଜୟ ସଂକଳ୍ପ ରାଲିକୁ ସମ୍ବୋଧିତ କରୁଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀ ମାଣିକ ଶାହା ବି ଉପସ୍ଥିତ ଅଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ରାଲିକୁ ସମ୍ବୋଧିତ କରି କହିଛନ୍ତି , ଆଗରୁ ତ୍ରିପୁରାରେ ଗୋଟିଏ ଶବ୍ଦ ଶୁଣିବାକୁ ମିଳୁଥିଲା ‘ଚାନ୍ଦା’ । ଏମାନେ ୩ ଦଶକ ହେବ ଚାନ୍ଦା ନାଁରେ ଲୋକଙ୍କୁ ଲୁଟିବାର ଲାଇସେନ୍ସ ଦେଇ ରଖିଥିଲେ । ଆମେ ତ୍ରିପୁରା ଲୋକଙ୍କୁ ଚାନ୍ଦା ଚାନ୍ଦା କରୁଥିବା ଲୋକଙ୍କଠାରୁ ମୁକ୍ତ କରିଛୁ । ତ୍ରିପୁରାର ଗରିବ, ଯୁବକ, ମାଆ-ଭଉଣୀ, ଜନଜାତିଙ୍କ ପାଇଁ ଦଳ ନୂଆ ଲକ୍ଷ ସ୍ଥିର କଲା ଓ ଦଳ ଏହାକୁ ପୂରଣ କରିବାକୁ ସଂକଳ୍ପ ନେଲା । ତ୍ରିପୁରା ଲୋକେ ମନେରଖିବା ଉଚିତ ଯେ ଆପଣଙ୍କର ଗୋଟିଏ ଭୋଟର ଶକ୍ତିରେ ତ୍ରିପୁରା ବାମପନ୍ଥର କୁଶାସନରୁ ମୁକ୍ତ ହୋଇଛି ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ତ୍ରିପୁରା ଉପରେ ମାଆ ତ୍ରିପୁରା ସୁନ୍ଦରୀଙ୍କ ଆଶୀର୍ବାଦ ରହିଛି । ଆମ ସରକାର ତ୍ରିପୁରାକୁ ତ୍ରି-ଶକ୍ତିରେ ଆଗକୁ ବଢାଉଛି । ଆଉ ସେହି ଶକ୍ତି ହେଉଛି ଆବାସ, ଆରୋଗ୍ୟ ଓ ଆମଦାନୀ । ଆବାସ, ଆରୋଗ୍ୟ ଓ ଆମଦାନୀ ତ୍ରିପୁରାର ଲୋକଙ୍କ ଜୀବନକୁ ସରଳ କରିଦେଇଛି । ପୂର୍ବରୁ ତ୍ରିପୁରାର ପୋଲିସ ଷ୍ଟେଶନରେ ସିପିଏମ କ୍ୟାଡରର କବଜା ଥିଲା, ହେଲେ ଏବେ ଭାଜପା ଶାସନରେ ରାଜ୍ୟରେ ଆଇନର ରାଜ ଚାଲିଛି । ଏବେ ରାଜ୍ୟରେ ମହିଳା ସଶକ୍ତିକରଣ ଅଛି ଓ ଲୋକଙ୍କ ଜୀବନଜାପନ ସହଜ ହୋଇଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

ନାଗାଲାଣ୍ଡର ୬ ଜିଲାରେ ବୁଥ୍‌ ଖାଁ ଖାଁ, ଭୋଟ ଦେବାକୁ ଆସିଲେ ନାହିଁ ଜଣେ ହେଲେ ବି ଭୋଟର୍‌  

କୋହିମା,୧୯ା୪: ନାଗାଲାଣ୍ଡରେ ପୃଥକ ସରକାର(ରାଜ୍ୟ) ଏବଂ ଅଧିକ ଆର୍ଥିକ ସ୍ବାଧୀନତା ଦାବିରେ ‘ଲୋକଙ୍କ ଜରୁରୀକାଳିନ ପରିସ୍ଥିତି’ ନେଇ ଘୋଷଣା କରି ପୂର୍ବ ନାଗାଲାଣ୍ଡ ଲୋକ ସଂଗଠନ(ଇଏନ୍‌ପିଓ)...

ନାନୋ ୟୁରିଆ ବ୍ୟବହାର ପାଇଁ ଆସିଲା ବିଜ୍ଞପ୍ତି

ନୂଆଦିଲ୍ଲୀ,୧୯ା୪: ୩ ବର୍ଷ ପାଇଁ ନାନୋ ୟୁରିଆ ପ୍ଲସ୍‌ ସାର ବ୍ୟବହାର ନିମନ୍ତେ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ତେବେ ଏହି ସାରର ଉର୍ବରତା...

ଜେଲ୍‌ ଭିତରେ କେଜରିଓ୍ବାଲଙ୍କୁ ମାରି ଦେବାକୁ ଷଡଯନ୍ତ୍ର!

ନୂଆଦିଲ୍ଲୀ,୧୯।୪: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାଲିଛି ସାଂଘାତିକ ଷଡଯନ୍ତ୍ର। ଜେଲ ଭିତରେ କେଜରିୱାଲଙ୍କୁ...

ନିଜକୁ ଭୋଟ୍‌ ଦେଇପାରିବେନି ଏହି ପ୍ରାର୍ଥୀ

ନୂଆଦିଲ୍ଲୀ,୧୯।୪: ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପରିପ୍ରେକ୍ଷୀରେ ୧୦୨ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଥିବା ବେଳେ ବିହାରର ୪ଟି ଲୋକସଭା...

ଭୋଟ ଦେଲେ ବିଶ୍ୱର ସବୁଠୁ ଛୋଟ ମହିଳା

ପୁଣେ,୧୯।୪: ମହାରାଷ୍ଟ୍ରର ପାଞ୍ଚଟି ସିଟ ପାଇଁ ଆଜି ଭୋଟଗ୍ରହଣ ଚାଲିଛି। ଲୋକମାନେ ଉତ୍ସାହର ସହ ଭୋଟ ଦେଉଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri