Advertisement
Posted inଜାତୀୟ

ଦିଲ୍ଲୀ ଅବକାରୀ ନୀତି ମାମଲାରେ ସିବିଆଇ ଦାଖଲ କଲା ଚାର୍ଜସିଟ, ମନିଷ ସିସୋଡିଆଙ୍କ ନାମ ନାହିଁ

ନୂଆଦିଲ୍ଲୀ,୨୫ ।୧୧: ଦିଲ୍ଲୀ ମଦ ଘୋଟାଲା ମାମଲାରେ ସିବିଆଇ ଶୁକ୍ରବାର ଅର୍ଥାତ୍ ୨୫ ଡିସେମ୍ବର ୨୦୨୨ରେ ଚାର୍ଜସିଟ ଦାଖଲ କରିଛି । ଏହି ଚାର୍ଜସିଟ ପ୍ରାୟ ୭ ଜଣଙ୍କ ବିରୋଧରେ ଦାଖଲ କରାଯାଇଛି । ସିବିଆଇ ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ଏହି ଅଭିଯୋଗ ପତ୍ର ଦାଖଲ କରିଛି । ଏହି କୋର୍ଟରେ ଅବକାରୀ ନୀତି ଘୋଟାଲାର ଶୁଣାଣି ହେଉଛି ।
ସିବିଆଇ କହିଛି ଯେଉଁ ୭ ଜଣଙ୍କ ବିରୋଧରେ ଚାଜସିଟ ଦାଖଲ କରାଯାଇଛି ସେମାନଙ୍କ ମଧ୍ୟରୁ ୩ ଜଣ ପବ୍ଲି୍ଲିକ ସର୍ଭାଣ୍ଟ । ଏହାସହ କୋର୍ଟଙ୍କୁ ସିବିଆଇ କହିଛି ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆଙ୍କ ବିରୋଧରେ ଏବେ ଯାଞ୍ଚ ଚାଲିଛି । ଏହି ଚାର୍ଜସିଟ ଯେଉଁ ୭ ଜଣଙ୍କ ବିରୋଧରେ ଦାଖଲ କରାଯାଇଛି ସେମାନେ ହେଲେ ବିଜୟ ନାୟାର, ଅଭିଶେକ ବୋଇନପଲ୍ଲୀ, ସମିର ମହେନ୍ଦ୍ରୁ, ମୁତ୍ଥା ଗୌତମ, ଅରୁଣ ଆର ପିଲ୍ଲଇ । ଏହା ବ୍ୟତୀତ ସିବିଆଇ ଏକ୍ସାଇଜକୁ ଦୁଇ ପୂର୍ବତନ ଅଧିକାରୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଚାର୍ଜସିଟରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସେଡିଆଙ୍କ ନାମ ନାହିଁ । ଏବେ ଏହି ଚାର୍ଜସିଟ ଉପରେ କୋର୍ଟରେ ମାମଲାର ଶୁଣାଣି ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଗଠନ ପୂର୍ବରୁ ଅସୁସ୍ଥ ହେଲେ ସଞ୍ଜୟ: ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ,୧୧।୧୧: ମହାରାଷ୍ଟ୍ରରେ ସରକାର ଗଠନ ପୂର୍ବରୁ ଶିବସେନା ନେତା ଅସୁସ୍ଥ। ଶିବସେନାର ଟାଣୁଆ ନେତା ତଥା ଏମ୍‌ପି ସଞ୍ଜୟ ରାଉତ ସୋମବାର ମଧ୍ୟାହ୍ନରେ ଅସୁସ୍ଥ ହୋଇପଡ଼ିଛନ୍ତି।...

ଭାରତ-ବାଲାଂଦେଶ ସୀମାରେ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ,୩।୬:ଭାରତ-ବାଲାଂଦେଶ ସୀମାରେ ବୁଧବାର ଭୂକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ସକାଳ ୭.୧୦ ମିନିଟ୍‌ରେ ଭୂକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ...

ବଜେଟ ଅଧିବେଶନରେ ରହିବେନି କେହି ପୂର୍ବତନ ପ୍ରଧାନମନ୍ତ୍ରୀ: ମନମୋହନଙ୍କ ୨୮ ବର୍ଷର ରାଜ୍ୟ ସଭା କାର୍ଯ୍ୟକାଳ ଶେଷ

ନୂଆଦିଲ୍ଲୀ,୧୫।୬: ଜୁନ୍‌ ୧୭ରୁ ଆରମ୍ଭ ହେବାକୁ ଥିବା ସଂସଦର ବଜେଟ୍‌ ଅଧିବେଶନରେ ଚଳିତଥର କୌଣସି ପୂର୍ବତନ ପ୍ରଧାନମନ୍ତ୍ରୀ ରହିବେ ନାହିଁ। ଦେଶରେ ଦୁଇଜଣ ପୂର୍ବତନ ପ୍ରଧାନମନ୍ତ୍ରୀ...

ଗାଜର ଖାଇଲେ କମିବ ପ୍ରଦୂଷଣର ପ୍ରଭାବ: ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ,୪।୧୧: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ସାଂଘାତିକ ହେବା ପରେ ଏବେ ଏହା ସମସ୍ତଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଦିଲ୍ଲୀ ସରକାର ଏହାକୁ...

ନଷ୍ଟ ହେଉଛି ଡୋଜ୍‌: ସରକାର ଜାରି କଲେ ସଚେତନତା ପୋଷ୍ଟର

ନୂଆଦିଲ୍ଲୀ, ୨୧।୧: ଦେଶରେ ସାର୍ବଜନୀକ କରୋନା ଟିକାକରଣ ଜାରି ରହିଛି। ତେବେ ଟିକାର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଫଳରେ...

ଫିଙ୍ଗର-୪ରେ ଭାରତୀୟ ସେନା

ଲେହ, ୧୦।୯: ଏଲ୍‌ଏସିରେ ଭାରତ ଚାଇନା ମୁହାଁମୁହିଁ ହୋଇଛନ୍ତି। ପୂର୍ବ ଲଦାଖ ଅଞ୍ଚଳରେ ଚାଇନା ୫୦ ହଜାର ସୈନ୍ୟ ମୁତୟନ କରିଥିବାବେଳେ ଭାରତ ମଧ୍ୟ ସମାନ...

ପୁଣିଥରେ ଦୂରେଇ ରହିଲା ଭାରତ

ନୂଆଦିଲ୍ଲୀ,୨୪ ।୩: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ପରେ ସୃଷ୍ଟି ହୋଇଥିବା ମାନବୀୟ ସଙ୍କଟକୁ ନେଇ ସୁରକ୍ଷା ପରିଷଦ ଦ୍ୱାରା ବୁଧବାର ହୋଇଥିବା ମତଦାନରେ ଭାରତ...

ଆଇନ ଅନୁସାରେ ମହାତ୍ମା ନୁହଁନ୍ତି ଜାତିର ପିତା: ସମ୍ବିଧାନର ଅନୁଚ୍ଛେଦ ୧୮(୧) ସମ୍ପର୍କରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦେଲା ସୂଚନା

ନୂଆଦିଲ୍ଲୀ,୨୬।୯: ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତର ଜାତିର ପିତା ବୋଲି କହିଛନ୍ତି। ଏହାକୁ କଂଗ୍ରେସ ନେତା ନାପସନ୍ଦ କରିଛନ୍ତି।...

Advertisement
Archives

Model This Week