ବଦଳୁଛି ଟ୍ରେଣ୍ଡ୍‌, ରୋଗ କିଣୁଛି ମଣିଷ

କଟକ,୨୮।୪(ଦିବାକର ସାହୁ)ମଣିଷ ଆଧୁନିକତାର ସ୍ରୋତରେ ଆଗେଇ ଚାଲିଛି। ସମୟ ସହ ତାଳ ଦେଇ ଦିନକୁ ଦିନ ଖାଦ୍ୟପେୟ, ଚାଲିଚଳଣିରେ ପରିବର୍ତ୍ତନ କରୁଛି। ପୂର୍ବରୁ କୌଣସି ଉତ୍ସବ ପାଳନ ପାଇଁ ଘରେ ଖିରି, ପୁରି, ତରକାରି ଆଦି ଖାଦ୍ୟ ରନ୍ଧାଯାଇ ବନ୍ଧୁବାନ୍ଧବ, ସାଙ୍ଗସାଥୀଙ୍କୁ ପରଷା ଯାଉଥିଲା। ହେଲେ ବର୍ତ୍ତମାନ ଏହା କାଁ ଭାଁ ଦେଖିବାକୁ ମିଳୁଛି। ଆଧୁନିକ ଯୁଗରେ ଉତ୍ସବ ପାଳନର ଟ୍ରେଣ୍ଡ୍‌ ପାଲଟିଛି କେକ୍‌। ଜନ୍ମଦିନ, ନିର୍ବନ୍ଧ, ବିବାହ ବାର୍ଷିକୀ କିମ୍ବା ବିଦାୟକାଳୀନ ସମ୍ବର୍ଦ୍ଧନା ହେଉ କେକ୍‌ କଟାଯାଇ ଉତ୍ସବ ମନାଯାଉଛି। ହେଲେ ଏହି କେକ୍‌ ଶରୀର ପାଇଁ କେତେ ମାତ୍ରାରେ ଉପଯୋଗୀ ତାକୁ କେହି ପରଖୁନାହାନ୍ତି। ଗତ କିଛିଦିନ ତଳେ ପଞ୍ଜାବ ପଟିଆଲାରେ ଘଟିଥିବା ଏକ ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

ଘଟଣାନୁସାରେ, ପଟିଆଲାର ଏକ ପରିବାର ୧୦ ବର୍ଷୀୟ ଝିଅ ମାନ୍‌ଭିର ଜନ୍ମଦିନ ପାଳନ ପାଇଁ ନିକଟସ୍ଥ ଏକ ବେକ୍‌ରିରୁ କେକ୍‌ ଅର୍ଡର କରିଥିଲେ। ପରିବାର ସହ ସମସ୍ତେ ଖୁସିରେ କେକ୍‌ କାଟିବା ପରେ ଏହାକୁ ଖାଇଥିଲେ। ହେଲେ ରାତି ୧୦ଟା ବେଳକୁ ପରିବାରର ସମସ୍ତ ସଦସ୍ୟ ଅସୁସ୍ଥ ହୋଇପଡ଼ିଥିଲେ। ସକାଳୁ ମାନ୍‌ଭିଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ବିଗିଡ଼ିଯାଇଥିଲା। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗଣମାଧ୍ୟମର ରିପୋର୍ଟ ଅନୁସାରେ ଉକ୍ତ କେକ୍‌ର ନମୁନା ସଂଗ୍ରହ କରି ପୋଲିସ ପରୀକ୍ଷଣ ପାଇଁ ପଠାଇଥିଲା। ପରୀକ୍ଷାରୁ ଉକ୍ତ କେକ୍‌ରେ ସିନ୍ଥେଟିକ୍‌ ସ୍ବିଟ୍‌ନର ବା ସାକାରିନ୍‌ ଅଧିକ ମାତ୍ରାରେ ଥିଲା, ଯାହାକି ମୃତ୍ୟୁର କାରଣ ହୋଇଥାଇପାରେ ବୋଲି କୁହାଯାଇଥିଲା। କେକ୍‌ରେ ମିଶ୍ରଣ କରାଯାଉଥିବା ଏହି ସାକାରିନ୍‌ ଖାଦ୍ୟକୁ ମିଠା କରାଇଥାଏ। କିନ୍ତୁ ଏହାର ଅତ୍ୟଧିକ ବ୍ୟବହାର ଶରୀରରେ ରକ୍ତର ଗ୍ଲୁକୋଜ ସ୍ତରକୁ ବୃଦ୍ଧି କରାଇଥାଏ, ଯାହାକି ସ୍ବାସ୍ଥ୍ୟ ପାଇଁ ହାନିକାରକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।

କେକ୍‌ରେ ସାକାରିନ ଅଳ୍ପ ପରିମାଣରେ ବ୍ୟବହାର ହେବା ଉଚିତ। ଏହାର ଅତ୍ୟଧିକ ବ୍ୟବହାର କିମ୍ବା ବହୁତ ଦିନ ଧରି ଏହାକୁ ଖାଦ୍ୟ ପଦାର୍ଥରେ ବ୍ୟବହାର କଲେ, ଏହା ଶରୀରକୁ କ୍ଷତି ପହଞ୍ଚାଇଥାଏ। ଏହାଛଡ଼ା ଏଥିରେ ବ୍ୟବହୃତ ମଇଦା ଏବଂ କ୍ରିମ୍‌ ମୋଟାପଣ ବୃଦ୍ଧି କରିବାରେ ସହାୟକ ହୁଏ। କିଛି କ୍ଷେତ୍ରରେ ଏହା ହାର୍ଟ ଆଟାକ୍‌ ଭଳି ରୋଗ ସୃଷ୍ଟି କରିବା ଆଶଙ୍କା ରହିଛି।
ନିରଜ କୁମାର ମିଶ୍ର, ବରିଷ୍ଠ ଡାକ୍ତର
ସମସ୍ତେ ଦେଖାଦେଖି ହୋଇ ଉତ୍ସବ ମନାଇବା ପାଇଁ କେକ୍‌ କିଣୁଛନ୍ତି। ବର୍ତ୍ତମାନ ସମୟରେ ଏହା ଟ୍ରେଣ୍ଡ ପାଲଟିଛି। ଏହି କାରଣରୁ ଅଧିକାଂଶ ସ୍ଥାନରେ ବେକ୍‌ରି ଦୋକାନ ଖୋଲିଛି। ଭଲ ରୋଜଗାର ହେଉଛି। କେକ୍‌ ପାଇଁ ଆମ ପରିବାର ଚଳୁଛି କହିଲେ ଚଳେ। ସମସ୍ତ କେକ୍‌ କାରଖାନାରେ ପରୀକ୍ଷଣ ହୋଇଆସୁଛି। ମାନ ଠିକ୍‌ ରହୁଥିବାରୁ ଏପର୍ଯ୍ୟନ୍ତ ଆମ ପାଖକୁ ଅଭିଯୋଗ ଆସିନି।
ଚିତ୍ତରଞ୍ଜନ ସାହୁ, ବ୍ୟବସାୟୀ
ସମୟ ବଦଳିଛି। ତେଣୁ ବର୍ତ୍ତମାନର ଯୁବପିଢ଼ି ଏହା ସହ ତାଳଦେଇ ଚାଲିଛନ୍ତି। ଯୁବପିଢ଼ି ଏବେ ଜନ୍ମଦିନ ପାଇଁ ବିଭିନ୍ନ ଜାଗା ଚୟନ କରୁଛନ୍ତି। କେକ୍‌ଟିଏ କିଣିନେଲେ ଯେକୌଣସି ସ୍ଥାନରେ ବି ଜନ୍ମଦିନ ପାଳନ ହୋଇପାରୁଛି। ଘରେ ଖିରି, ପୁରି, ତରକାରି କରି ସାଙ୍ଗସାଥୀଙ୍କୁ ଡାକିବା ଅପେକ୍ଷା ଏହା ବହୁତ ସୁବିଧା ହେଉଛି।
ରମେଶ ଚନ୍ଦ୍ର ବାରିକ, ଛାତ୍ର
ସ୍ମାର୍ଟ ଯୁଗରେ ସୁସଜ୍ଜିତ କେକ୍‌ର ଗୁରୁତ୍ୱ ଅଧିକ। ଲୋକଦେଖାଣିଆ କେକ୍‌ କାଟି ଉତ୍ସବ ମନାଯାଉଛି। ହେଲେ ଏହା ଦେହ ପାଇଁ କେତେ ଭଲ କେତେ କ୍ଷତିକାରକ କେହି ବୁଝୁନାହାନ୍ତି। ଏଥିରେ ଅତ୍ୟଧିକ ପରିମାଣରେ ମିଠା ମିଶ୍ରଣ କରାଯାଉଛି, ଯାହାକି ଦେହପାଇଁ ବହୁତ ଖରାପ। ତେଣୁ ଯୁବପିଢ଼ି ଏଥିପାଇଁ ସତର୍କ ହେବା ନିହାତି ଜରୁରୀ।
ପୂଜା ପାରମିତା ସାହୁ, ଛାତ୍ରୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?