ରାସ୍ତା ପାଇଁ ଗଛ କାଟିଦେଲେ, ଜାଣିନି ବନ ବିଭାଗ

ଫୁଲବାଣୀ ଅଫିସ, ୩୦ା୧୨: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଯାଜେଶ୍‌ ପାଙ୍ଗା ପଞ୍ଚାୟତର ନୂଆସାହିଠାରୁ ପାଡିପାଙ୍ଗା ଦେଇ ତେମାଙ୍ଗି ଯାଇଥିବା ପାଡ଼ିପାଙ୍ଗା ଘାଟି କଟିଂ ରାସ୍ତା କାମ ଚାଲିଛିା ହେଲେ ରାସ୍ତା ସମ୍ପର୍କରେ କୌଣସି ସୂଚନା ଫଳକ ଲାଗିନାହିଁ। ଏଥିରୁ ସ୍ପଷ୍ଟ ହେଉଛି ରାସ୍ତା କାମ ନାଁରେ ବ୍ୟାପକ ଟଙ୍କା ହରିଲୁଟ ହେଉଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଘାଟି କଟାଯାଇ ହେଉଥିବା ରାସ୍ତାରେ ବ୍ୟାପକ ମୂଲ୍ୟବାନ ଗଛ କାଟି ଦିଆଯାଇଛି। ଗଛ କାଟିବା ପୂର୍ବରୁ ବନ ବିଭାଗର ଅନୁମତି ନେବା କଥା,ହେଲେ ତାହା ଏଠାରେ ହୋଇନାହିଁ। ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ) କହୁଛନ୍ତି ଗ୍ରାମବାସୀ ଗଛ କାଟି ଦେଇଛନ୍ତି।
ରାସ୍ତା କାମ ପୂର୍ବରୁ କେତେ ଗଛ ଅଛି, ରାସ୍ତା କେତେ ଓସାର ହେବ ଏବଂ କେତେ କି.ମି. ହେବ, ସେଥିଲାଗି କେତେ ଗଛ କାଟିବାକୁ ପଡିବ ତାହା ସର୍ଭେରେ ଆସିବା କଥା ା ସର୍ଭେ ପରେ ବନ ବିଭାଗରୁ ଗଛ କାଟିବା ଲାଗି ଅନୁମତି ନେବା ପରେ ରାସ୍ତା କାମ କରିବା ନିୟମ ରହିଛି। ହେଲେ ଗ୍ରାମବାସୀ ଗଛ କାଟିବା ପରେ ପଞ୍ଚାୟତ ରାସ୍ତା କାମ କରିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଅପରପକ୍ଷେ କାମ ପାଇଁ ଟେଣ୍ଡର ହୋଇନାହିଁ। ବିଭାଗୀୟ ଯନ୍ତ୍ରୀଙ୍କ ନାଁରେ କାମ ଥିବା ଜାଣିବାକୁ ମିଳିଛି। କେତେ ଟଙ୍କାର କାମ ଏବଂ କେତେ କି.ମି. ରାସ୍ତା ହେବ ତାହା ବିଭାଗ ସୂଚନା ଦେଉନାହିଁ। ଗତ ଏକ ମାସରୁ ଉର୍ଦ୍ଧ୍ୱ ହେବ ଏହି କାର୍ଯ୍ୟ ଚାଲୁ ରହିଛି। ଏହି ରାସ୍ତା ନିର୍ମାଣ ଏବଂ ଘାଟି କଟିଂ କାମକୁ ଯାଜେଶ୍‌ପାଙ୍ଗା ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରିୟବ୍ରତ ସାହୁ ଓ କନିଷ୍ଠ ଯନ୍ତ୍ରୀ ସୁନିଲ କୁମାର ପାତ୍ର ତଦାରଖ କରୁଛନ୍ତି। ନିର୍ବାହୀ ଅଧିକାରୀଙ୍କ ସମ୍ପର୍କୀୟଙ୍କ ଜେସିବି, ଟ୍ରାକ୍ଟର ଏହି କାମରେ ଲାଗିଛି। ଏହି ଘଟଣାକୁ ନେଇ ନୂଆପଦର ସର୍କଲ ଫରେଷ୍ଟର ବ୍ରଜ ସୁନ୍ଦର ଦାଶଙ୍କୁ ପଚାରିବାରୁ ଏହା ଫିରିଙ୍ଗିଆ ବ୍ଲକ ଅଧୀନରେ ଅଛି ବୋଲି କହିଛନ୍ତି। ଫରିଙ୍ଗିଆରେ ରେଞ୍ଜର ବିଜୟ କୁମାର ମଲ୍ଲିକଙ୍କୁ ପଚାରିବାରୁ ଏ ବିଷୟରେ ସେ ଫରେଷ୍ଟରଙ୍କୁ ତଦନ୍ତ ଲାଗି କହିଥିଲେ। ତାଙ୍କ ରିପୋର୍ଟ ଅନୁସାରେ ଏହା ଆମ ଅଧୀନରେ ଆସୁନାହିଁ ବୋଲି କହିଛନ୍ତି। ସେହିପରି ଯାଜେଶପାଙ୍ଗା ପଞ୍ଚାୟତ ନିର୍ବାହୀ ଅଧିକାରୀ ସାହୁଙ୍କୁ ପଚାରିବାରୁ ଫଳକ ଲାଗିବ। ଗ୍ରାମବାସୀ ଗଛ କାଟିଛନ୍ତି ବୋଲି କହିଛନ୍ତି। ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ସୁନିଲ କୁମାର ପାତ୍ରଙ୍କୁ ପଚାରିବାରୁ ପଞ୍ଚଦଶ ଅର୍ଥ କମିଶନରେ ୬ ଲକ୍ଷ ଟଙ୍କାର କାମ ଚାଲିଛି, ବୋର୍ଡ ମାରିବା କିଛି ଆବଶ୍ୟକ ନାହିଁ ବୋଲି କହିଛନ୍ତି। ସରପଞ୍ଚ ପଦ୍ମାବତୀ କହଁରଙ୍କୁ ପଚାରିବାରୁ ଏହା ସମିତି କାମ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଘଟଣା ବିଷୟରେ ଆମ ପାଖରେ କୌଣସି ସୂଚନା ନାହିଁ ବୋଲି ବାଲିଗୁଡା ରେଞ୍ଜର ଉଦିତ୍‌ ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

ନାବାଳିକାଙ୍କୁ ଗର୍ଭବତୀ କରି ଫେରାର ଥିଲେ ବିବାହିତ ଯୁବକ, ଭୁବନେଶ୍ୱରରୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ପ୍ରଥମେ ପ୍ରେମ ଓ ପରେ ଶାରୀରିକ ସମ୍ପର୍କ...

ଉପେନ୍ଦ୍ରଙ୍କ ଦିନରେ ନୁହେଁ, ରାତିରେ ଜମୁଛି ପ୍ରଚାର

ବାଲିଗୁଡା,୨୧।୦୪: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏବେ...

ମାମୁ-ଭଣଜା ଗୋଷ୍ଠୀ ସଂଘର୍ଷ: ୬ ଗୁରୁତର

ବାଲିଗୁଡ଼ା,୨୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାରେ ଶନିବାର ବିଳମ୍ବିତ ରାତିରେ ଜାଗାବାଡ଼ିକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଗୋଟିଏ ଗୋଷ୍ଠୀ...

ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା...

ବିଜେଡିର ବଢୁଛି ବଳ: ଦଳରେ ସାମିଲ ହେଲେ ଅନେକ କଂଗ୍ରେସ-ଭାଜପା କର୍ମୀ

ଦାରିଙ୍ଗବାଡି, ୧୮।୪ (ଅରୁଣ ସାହୁ): ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ଦିନକୁ ଦିନ ବଳ ବୃଦ୍ଧି ହେବାରେ ଲାଗିଛି। ଗତ ସପ୍ତାହରେ ଦାରିଙ୍ଗବାଡିଠାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri