ରାସ୍ତା ପାଇଁ ଗଛ କାଟିଦେଲେ, ଜାଣିନି ବନ ବିଭାଗ

ଫୁଲବାଣୀ ଅଫିସ, ୩୦ା୧୨: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଯାଜେଶ୍‌ ପାଙ୍ଗା ପଞ୍ଚାୟତର ନୂଆସାହିଠାରୁ ପାଡିପାଙ୍ଗା ଦେଇ ତେମାଙ୍ଗି ଯାଇଥିବା ପାଡ଼ିପାଙ୍ଗା ଘାଟି କଟିଂ ରାସ୍ତା କାମ ଚାଲିଛିା ହେଲେ ରାସ୍ତା ସମ୍ପର୍କରେ କୌଣସି ସୂଚନା ଫଳକ ଲାଗିନାହିଁ। ଏଥିରୁ ସ୍ପଷ୍ଟ ହେଉଛି ରାସ୍ତା କାମ ନାଁରେ ବ୍ୟାପକ ଟଙ୍କା ହରିଲୁଟ ହେଉଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଘାଟି କଟାଯାଇ ହେଉଥିବା ରାସ୍ତାରେ ବ୍ୟାପକ ମୂଲ୍ୟବାନ ଗଛ କାଟି ଦିଆଯାଇଛି। ଗଛ କାଟିବା ପୂର୍ବରୁ ବନ ବିଭାଗର ଅନୁମତି ନେବା କଥା,ହେଲେ ତାହା ଏଠାରେ ହୋଇନାହିଁ। ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ) କହୁଛନ୍ତି ଗ୍ରାମବାସୀ ଗଛ କାଟି ଦେଇଛନ୍ତି।
ରାସ୍ତା କାମ ପୂର୍ବରୁ କେତେ ଗଛ ଅଛି, ରାସ୍ତା କେତେ ଓସାର ହେବ ଏବଂ କେତେ କି.ମି. ହେବ, ସେଥିଲାଗି କେତେ ଗଛ କାଟିବାକୁ ପଡିବ ତାହା ସର୍ଭେରେ ଆସିବା କଥା ା ସର୍ଭେ ପରେ ବନ ବିଭାଗରୁ ଗଛ କାଟିବା ଲାଗି ଅନୁମତି ନେବା ପରେ ରାସ୍ତା କାମ କରିବା ନିୟମ ରହିଛି। ହେଲେ ଗ୍ରାମବାସୀ ଗଛ କାଟିବା ପରେ ପଞ୍ଚାୟତ ରାସ୍ତା କାମ କରିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଅପରପକ୍ଷେ କାମ ପାଇଁ ଟେଣ୍ଡର ହୋଇନାହିଁ। ବିଭାଗୀୟ ଯନ୍ତ୍ରୀଙ୍କ ନାଁରେ କାମ ଥିବା ଜାଣିବାକୁ ମିଳିଛି। କେତେ ଟଙ୍କାର କାମ ଏବଂ କେତେ କି.ମି. ରାସ୍ତା ହେବ ତାହା ବିଭାଗ ସୂଚନା ଦେଉନାହିଁ। ଗତ ଏକ ମାସରୁ ଉର୍ଦ୍ଧ୍ୱ ହେବ ଏହି କାର୍ଯ୍ୟ ଚାଲୁ ରହିଛି। ଏହି ରାସ୍ତା ନିର୍ମାଣ ଏବଂ ଘାଟି କଟିଂ କାମକୁ ଯାଜେଶ୍‌ପାଙ୍ଗା ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରିୟବ୍ରତ ସାହୁ ଓ କନିଷ୍ଠ ଯନ୍ତ୍ରୀ ସୁନିଲ କୁମାର ପାତ୍ର ତଦାରଖ କରୁଛନ୍ତି। ନିର୍ବାହୀ ଅଧିକାରୀଙ୍କ ସମ୍ପର୍କୀୟଙ୍କ ଜେସିବି, ଟ୍ରାକ୍ଟର ଏହି କାମରେ ଲାଗିଛି। ଏହି ଘଟଣାକୁ ନେଇ ନୂଆପଦର ସର୍କଲ ଫରେଷ୍ଟର ବ୍ରଜ ସୁନ୍ଦର ଦାଶଙ୍କୁ ପଚାରିବାରୁ ଏହା ଫିରିଙ୍ଗିଆ ବ୍ଲକ ଅଧୀନରେ ଅଛି ବୋଲି କହିଛନ୍ତି। ଫରିଙ୍ଗିଆରେ ରେଞ୍ଜର ବିଜୟ କୁମାର ମଲ୍ଲିକଙ୍କୁ ପଚାରିବାରୁ ଏ ବିଷୟରେ ସେ ଫରେଷ୍ଟରଙ୍କୁ ତଦନ୍ତ ଲାଗି କହିଥିଲେ। ତାଙ୍କ ରିପୋର୍ଟ ଅନୁସାରେ ଏହା ଆମ ଅଧୀନରେ ଆସୁନାହିଁ ବୋଲି କହିଛନ୍ତି। ସେହିପରି ଯାଜେଶପାଙ୍ଗା ପଞ୍ଚାୟତ ନିର୍ବାହୀ ଅଧିକାରୀ ସାହୁଙ୍କୁ ପଚାରିବାରୁ ଫଳକ ଲାଗିବ। ଗ୍ରାମବାସୀ ଗଛ କାଟିଛନ୍ତି ବୋଲି କହିଛନ୍ତି। ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ସୁନିଲ କୁମାର ପାତ୍ରଙ୍କୁ ପଚାରିବାରୁ ପଞ୍ଚଦଶ ଅର୍ଥ କମିଶନରେ ୬ ଲକ୍ଷ ଟଙ୍କାର କାମ ଚାଲିଛି, ବୋର୍ଡ ମାରିବା କିଛି ଆବଶ୍ୟକ ନାହିଁ ବୋଲି କହିଛନ୍ତି। ସରପଞ୍ଚ ପଦ୍ମାବତୀ କହଁରଙ୍କୁ ପଚାରିବାରୁ ଏହା ସମିତି କାମ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଘଟଣା ବିଷୟରେ ଆମ ପାଖରେ କୌଣସି ସୂଚନା ନାହିଁ ବୋଲି ବାଲିଗୁଡା ରେଞ୍ଜର ଉଦିତ୍‌ ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

ବିନା ଫିଟନେସ୍‌, ବୀମା , ପରମିଟ୍‌ରେ ଗାଡ଼ି ଚଳାଇଲେ ହେବ ଜବତ; STAର କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର, ୭।୭: ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (STA) କଠୋର ଆଭିମୁଖ୍ୟ ଗ୍ରହଣ…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri