ଘରୁ ତଡ଼ିଦେଲେ ପୁଅ ବୋହୂ, ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ଛତ୍ରପୁର,୩୦ା୧୨(ଡି.ଏନ୍‌.ଏ): ଜନ୍ମ କଲା ମା’ ଏବେ ପୁଅମାନଙ୍କ ପାଇଁ ଅଲୋଡ଼ା ହୋଇପଡ଼ିଛନ୍ତି। ପରିଣତ ବୟସରେ ମା’ଙ୍କୁ ଘରୁ ତଡ଼ିଦେଇଛନ୍ତି ପୁଅ ବୋହୂ। ଶେଷରେ କିଛି ଉପାୟ ନପାଇ ମା’ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ପରେ କେତେକ ଗ୍ରାମବାସୀ ଓ ବଜରଙ୍ଗଦଳର ସଦସ୍ୟମାନଙ୍କ ସହାୟତାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏପରି ଘଟଣା ଦେଖିବାକୁ ମିଳିଛି ଛତ୍ରପୁର ଥାନା ପାଲିଆ ଛତ୍ରପୁର ଗ୍ରାମରେ।
ପାଲିଆ ଛତ୍ରପୁର ଗ୍ରାମର ଏସ୍‌.ସୀତାମ୍ମା (୭୦) ସ୍ବାମୀଙ୍କ କିଛି ବର୍ଷ ପୂର୍ବରୁ ମୃତ୍ୟୁ ହୋଇଯାଇଛି। ତାଙ୍କର ଦୁଇ ପୁଅ ଅଛନ୍ତି। ବଡ଼ ପୁଅ ଏସ.ଭାଗୀରଥି ଓ ସାନ ଏସ୍‌.ଚିଟି। ସାନ ପୁଅ ବାହାରେ ରହୁଥିବା ବେଳେ ଘରେ ବଡ଼ ପୁଅ ଓ ବୋହୂ ରୁହନ୍ତି। ମା’ ସୀତାମ୍ମାଙ୍କୁ ଠିକ ଭାବରେ ଖାଇବାକୁ ନ ଦେବା ସହିତ ସବୁବେଳେ ନିର୍ଯ୍ୟାତନା ଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେଣୁ ବେଳେ ବେଳେ ଗ୍ରାମବାସୀ ସୀତାମ୍ମାଙ୍କୁ ଖାଇବାକୁ ଦିଅନ୍ତି। ଏ ନେଇ ପୋଲିସ୍‌ ଉପସ୍ଥିତିରେ ପୂର୍ବରୁ ଏକ ବୈଠକ କରି ଏହାର ସମାଧାନ କରାଯାଇଥିଲା। ପୁଣି ବୁଧବାର ମା’ଙ୍କୁ ପୁଅ ଓ ବୋହୂ ମିଶି ଘରୁ ତଡ଼ିଦେଇଥିଲେ। ଶୀତ କାକରରେ ଘର ବାରଣ୍ଡାରେ ରାତି ସାରା ପଡ଼ିରହିଥିଲେ। ଶେଷରେ ଅସ୍ୟ ହୋଇ ମାତ୍ରାଧିକ ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁବାର ଗ୍ରାମବାସୀ ଓ ବଜରଙ୍ଗ ଦଳର ସଭ୍ୟମାନଙ୍କ ସହାୟତାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେ ଚିକିତ୍ସାଧୀନ ଅଛନ୍ତି। ଏଭଳି ପୁଅଙ୍କୁ ଉଚିତ ଦଣ୍ଡ ଦେବା ସହିତ ବୃଦ୍ଧାଙ୍କୁ ବୃଦ୍ଧାଶ୍ରମରେ ଛାଡ଼ିବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ

ବୌଦ୍ଧ, ୨୭।୯(ଡି.ଏନ୍‌.ଏ.): ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ମଙ୍ଗଳବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଔଷଧ ବିତରଣ କେନ୍ଦ୍ରରେ ନିଆଁ ଲାଗିଥିବା ଜଣାପଡ଼ିଛି। ଖବର ପାଇ ଅଗ୍ନିଶମ କର୍ମଚାରୀ...

୧୨ ଦଫା ଦାବିରେ ଜିଲାବ୍ୟାପୀ ତହସିଲ ଘେରାଉ

ଜଗତ୍‌ସିଂହପୁର ଅଫିସ/ବାଲିକୁଦା/ ନାଉଗାଁ/ କୁଜଙ୍ଗ/ ବିରିଡ଼ି (ସ୍ବ.ପ୍ର./ଡି.ଏନ୍‌.ଏ.) ୪ା୬: ନବନିର୍ମାଣ କୃଷକ ସଙ୍ଗଠନ ଜଗତ୍‌ସିଂହପୁର ଶାଖା ପକ୍ଷରୁ ୧୨ ଦଫା ଦାବି ନେଇ ଜିଲାବ୍ୟାପୀ ସମସ୍ତ...

ବେତନଟୀ ତହସିଲ ଅଫିସରେ ଅବ୍ୟବସ୍ଥା

ବୈଶିଙ୍ଗା,୬।୮(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବେତନଟୀ ତହସିଲରେ ତହସିଲଦାର ଓ ଅତିରିକ୍ତ ତହସିଲଦାର ପଦବୀ ଗତ ଅକ୍ଟୋବର ମାସରୁ ଖାଲି ପଡ଼ିଛି। ଦୁଇ ଅତିରିକ୍ତ ତହସିଲଦାର ଓ...

ସ୍ତ୍ରୀଙ୍କ ଗର୍ଭ ନଷ୍ଟ ଖବର ଶୁଣି ସ୍ବାମୀଙ୍କ ଆତ୍ମହତ୍ୟା

ସେମିଳିିଗୁଡା, ୧୦।୧୨(ସ୍ବ.ପ୍ର)- ହସ୍‌ପିଟାଲରେ ସ୍ତ୍ରୀଙ୍କ ଗର୍ଭ ନଷ୍ଟ କରାଯାଇଥିବା ଖବର ଶୁଣି ସ୍ବାମୀ ସୋମବାର ଆତ୍ମହତ୍ୟା କରିଛନ୍ତି ା ପୁଅ ଘର ଲୋକ ମୃତଦେହକୁ ଝିଅ...

ମାଟ୍ରିକ୍‌ ପରୀକ୍ଷାରୁ ବଞ୍ଚିତ ହେବେ ୧୪ ଛାତ୍ରୀଛାତ୍ର

ଦାରିଙ୍ଗବାଡ଼ି,୧୭।୧(ଡି.ଏନ.ଏ)- ଗତବର୍ଷ ମାଟ୍ରିକ ରେଜଲ୍ଟ ଖରାପକୁ ନେଇ କନ୍ଧମାଳ ଜିଲାର ସମସ୍ତ ଉଚ୍ଚ ବିଦ୍ୟାଳୟରେ ଚିନ୍ତାଜନକ ପରିସ୍ଥିତି ଉପୁଜିଥିବାବେଳେ ଚଳିତବର୍ଷ ଚୟନ କରି ଛାତ୍ରୀଛାତ୍ରଙ୍କୁ ବୋର୍ଡ଼...

ପଥିକଙ୍କୁ ବିଭ୍ରାନ୍ତ କରୁଛି ସୂଚନାଫଳକ

ପଦ୍ମପୁର, ୯।୫ (ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକରେ ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମିତ ବିଭିନ୍ନ ରାସ୍ତାରେ ଲାଗିଥିବା ସୂଚନାଫଳକରେ ସ୍ଥାନର ନାମ ସହ ଦୂରତା ଭୁଲ୍‌...

ମନ୍ଦିରରୁ ତାଡ଼ିନେଲେ ଦାନ ବାକ୍ସ

ଚୌଦାର,୨୮।୬(ଡି.ଏନ୍‌.ଏ): କଟକ ଜିଲା ଚୌଦାର ବ୍ୟାଘ୍ର ବାହିନୀ ମନ୍ଦିରର ଗେଟ୍‌ ତାଲା ଭାଙ୍ଗି ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଚୋର ଦାନ ବାକ୍ସ ଭାଙ୍ଗି...

ଏସ୍‌ସିବିରୁ ଡିସ୍‌ଚାର୍ଜ ହେଲେ ପୀଡ଼ିତା

କଟକ ଅଫିସ, ୨୬।୧: ବଳାତ୍କାରର ଶିକାର ହୋଇ କଟକ ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲର ଗାଇନିକ ୱାର୍ଡରେ ଚିକିତ୍ସିତ ହେଉଥିବା ପୁରୀର ୫ବର୍ଷୀୟା ଶିଶୁକନ୍ୟାକୁ...

Advertisement
Archives

Model This Week