Posted inଫୁରସତ

ବୃକ୍ଷ ହିଁ ଜୀବନ

ଗଛ ଲଗାଇବା ହେଉ କି ପରିବେଶ ସଫାସୁତରା ରଖିବା, ଏହିସବୁ କାମ ହିଁ ତାଙ୍କୁ ଆନନ୍ଦ ଦେଇଥାଏ। ଏଇଥିରୁ ହିଁ ସେ ପାଇଥାନ୍ତି ଆତ୍ମତୃପ୍ତି…

ଦିନକୁ ଦିନ ବହୁସଂଖ୍ୟାରେ ଗଛକଟା ହେବା ଯୋଗୁ ଜଙ୍ଗଲ ଧ୍ୱଂସ ହେଉଛି। ଏଥିଯୋଗୁ ପ୍ରକୃତି ତା’ର ଭାରସାମ୍ୟ ହରାଇ ବସିଲାଣି। ପରିବେଶ ସନ୍ତୁଳନରେ ବାଧା ବି ଉପୁଜିଲାଣି। ଏମିତି ପରିସ୍ଥିତିରେ କିଛି ଲୋକ ଜଙ୍ଗଲ ବଞ୍ଚାଇବା ପାଇଁ ବୃକ୍ଷରୋପଣ କରିବାର ସପକ୍ଷରେ ଅଛନ୍ତି। ସେମିତି ଜଣେ ବ୍ୟକ୍ତି ହେଲେ ନକୁଳ ସୁନ୍ଦରା, ବୟସ ପ୍ରାୟ ୫୦ ଡେଇଁ ସାରିଲାଣି। ଘର ପୁରୀ ଜିଲାର କୃଷ୍ଣପ୍ରସାଦ ଅଞ୍ଚଳର ସିପିଆ ଗାଁରେ। ସେ କୁହନ୍ତି, ପତ୍ନୀ, ଗୋଟିଏ ପୁଅ ଓ ୨ଟି ଝିଅଙ୍କୁ ନେଇ ମୋ ପରିବାର।
ଦୈନିକ ମୂଲମଜୁରି ଲାଗିଲେ ପରିବାର ପ୍ରତିପୋଷଣ ହୋଇଥାଏ। ଏଥିସହିତ ପ୍ରତିଦିନ ବୃକ୍ଷସୁରକ୍ଷାରେ ପ୍ରାୟ ୨ଘଣ୍ଟା ସମୟ ଦେଇଥାଏ। ଆଜକୁ ପ୍ରାୟ ୩ବର୍ଷ ତଳେ ଥରେ ଗାଁ ନିକଟ ଏକ ପଡ଼ିଆରେ କେତେଜଣ ଝିଅ ପୁଅ ଓ ମହିଳାମାନେ ଏକାଠି ହୋଇ ବିଭିନ୍ନ ଚାରା ଲଗାଉଥିଲେ ।
ସେଦିନ ସେଠାରେ ଚାରାରୋପଣ ଦୃଶ୍ୟ ଦେଖି ମୋର ମନ ବଦଳି ଯାଇଥିଲା। ଗାଁର ଝିଅ ବୋହୂମାନେ ଏକାଠି ହୋଇ ଖୁସିରେ ଚାରାରୋପଣ କରୁଥିଲେ। ତା’ ପରେ ଅତି ଆଗ୍ରହରେ ସେମାନଙ୍କ ସହିତ ସାମଲ ହୋଇଥିଲି। ସେବେଠାରୁ ବୃକ୍ଷରୋପଣ କାର୍ଯ୍ୟ କରିଆସୁଛି। ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ଅଳିଆ ଆବର୍ଜନା ସଫା କରିଥାଏ। ଟୁବୁକା ମଠ ପରିସର ଓ ସ୍କୁଲ ହତାରେ ବିଭିନ୍ନ ବୃକ୍ଷରୋପଣ କରାଯାଇଛି। କନ୍ଦାଖାଇ କଲେଜ ପରିସରରେ ମଧ୍ୟ କେତେକ ଗଛ ଲଗାଇଛୁ। ମୋ ଉଦ୍ୟମରେ ବିଶେଷକରି ଆମ୍ବ, ଅଁଳା, ଲେମ୍ବୁ ,ଗୁଆ, ବର, ଓସ୍ତଗଛ ଆଦି ବହୁସଂଖ୍ୟକ ବୃକ୍ଷରୋପଣ ହୋଇସାରିଲାଣି। ଚିଲିକା ଉପକୂଳ ଗାଁର ରାସ୍ତାକଡ଼ ଓ ଘେରିବନ୍ଧରେ ପ୍ରାୟ ୧୫ ହଜାର ତାଳ ଟାକୁଆ ପକାଇଥିଲି।
ସେସବୁରୁ ଗଜା ହୋଇ ଗଛ ହୋଇସାରିଲାଣି। ଗଛ ଲଗାଇବା ହେଉ କି ପରିବେଶ ସଫାସୁତରା ଆଦି କାମରେ ମୋତେ ଆନନ୍ଦ ମିଳୁଛି। କାରଣ ବୃକ୍ଷ ହିଁ ଦେବତା, ସେ ଜୀବନ ଦେଇଥାଏ। ଏହି ସେବାରେ ମୋତେ ପୁଣ୍ୟମିଳୁଛି ବୋଲି ମୋର ଦୃଢବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?