Posted inଫୁରସତ

ଆଗ ଗଛ ଘର ପଛ

ଧୀରେ ଧୀରେ ଜଙ୍ଗଲର ସ୍ଥାନ ନେଲାଣି କଂକ୍ରିଟ ଜଙ୍ଗଲ। ବିକାଶ ନାଁରେ ବଳି ପଡିଯାଉଛନ୍ତି ଲକ୍ଷ ଲକ୍ଷ ଗଛ। ନା ଡହଡହ ଖରାରୁ ବଞ୍ଚତ୍ବା ପାଇଁ ଛାଇ ମିଳୁଛି, ନା କୁନି କୁନି ଚଢେଇଙ୍କୁ ବସା ବାନ୍ଧିବାକୁ ଶାଖାଟିଏ। ବିଗିଡିବାକୁ ଲାଗିଛି ପରିବେଶ ସନ୍ତୁଳନ। ଏମିତିରେ କିଛି ଲୋକ ବି ଅଛନ୍ତି ଯେଉଁମାନଙ୍କୁ ପରିବେଶ ଚିନ୍ତା ଶୁଆଇ ଦେଉନି। ତେଣୁ ସ୍ବପ୍ନର ଘର ତୋଳିବା ସମୟରେ ବି ନିଜ ଜାଗାରେ ଥିବା ଗଛକୁ ନ କାଟି କିଏ ତା’ରି ଚାରିପଟେ ଘର ତୋଳିଛନ୍ତି ତ କିଏ ଗଛରେ କରିଛନ୍ତି
ସୁନ୍ଦର ଟ୍ରି ହାଉସ୍‌…

ଓସ୍ତଗଛ ଚାରିପଟେ ଘର: ମଧ୍ୟପ୍ରଦେଶର ଜବଲ ପୁରରେ ରୁହନ୍ତି କେଶରଓ୍ବାନୀ ପରିବାର। ପରିବାରର ସଦସ୍ୟ ସଂଖ୍ୟା ବଢିବା ସହ ସେମାନେ ତାଙ୍କ ପୈତୃକ ଘରକୁ ବଢାଇବାକୁ ଚାହୁଁଥିଲେ। ହେଲେ ଏଥିରେ ବାଧକ ସାଜିଥିଲା ଏକ ବହୁ ପୁରୁଣା ତଥା ବିରାଟକାୟ ଓସ୍ତ ଗଛ। କିନ୍ତୁ ସେମାନେ ଏହି ଗଛକୁ କାଟିବାକୁ ଚାହୁଁ ନ ଥିଲେ। ଶେଷରେ ନିଷ୍ପତ୍ତି ନେଲେ ଗଛ ବି ରହିବ, ତା’ସହ ଘର ବି ତୋଳାଯିବ। ଗଛ ଚାରିପଟେ ହେବ ଘର। ତେବେ ଏହା କେମିତି ସମ୍ଭବ ହେବ ସେ ନେଇ ଇଞ୍ଜିନିୟରଙ୍କ ସହ ଯୋଗାଯୋଗ କଲେ। ଜନୈକ ଇଞ୍ଜିନିୟର ସାଙ୍ଗଙ୍କ ପ୍ଲାନିଂ ଅନୁସାରେ ୧୫୦ ବର୍ଷର ଗଛ ଚାରିପଟେ ୧୯୯୪ରେ ଘର ତୋଳା ହେଲା। କେଶରଓ୍ବାନୀ ପରିବାରର ଯୋଗେଶ କହନ୍ତି, ‘ମୋ ବାପା ପ୍ରକୃତି ପ୍ରେମୀ। ସେ ଚାହୁଁ ନ ଥିଲେ ଏତେ ବର୍ଷ ପୁରୁଣା ଗଛକୁ କାଟିବା ପାଇଁ। ତାଙ୍କ ମତରେ ଗଛ କାଟିବା ସହଜ, ହେଲେ ଗଛକୁ ବଢାଇ ଏତେ ବଡ କରିବା କଷ୍ଟ। ତା’ଛଡା ଆମେ ସମସ୍ତେ ଈଶ୍ୱର ବିଶ୍ୱାସୀ ମଧ୍ୟ। ହିନ୍ଦୁଧର୍ମରେ ବିଶ୍ୱାସ କରାଯାଏ ଯେ, ୩୫ କୋଟି ଦେବୀ ଦେବତା ଓସ୍ତ ଗଛରେ ବାସ କରନ୍ତି। ଭାଗବତ ଗୀତାରେ ବି ଏହି ଗଛ ସମ୍ପର୍କରେ ଉଲ୍ଲେଖ ରହିଛି। ତେଣୁ ଆମେ ଏହି ଗଛଟିକୁ ନ କାଟି ତା’ ଚାରିପଟେ ଘର ତିଆରି କଲୁ। ଏବେ ମୋ ସ୍ତ୍ରୀ ବାହାରକୁ ନ ଯାଇ ଘର ଭିତରେ ଓସ୍ତଗଛକୁ ପୂଜା କରିପାରୁଛନ୍ତି। ଘର ଭିତର ଦେଇ ଯାଇଥିବା ଗଛର ଶାଖା ପାଇଁ ଆମେ କେବେ କିଛି ଅସୁବିଧାର ସମ୍ମୁଖୀନ ହୋଇ ନାହୁଁ। ବରଂ ଆମର ଏହି ଚାରି ମହଲା ଘର ଜବଲପୁରର ଏକ ପରିଚିୟ ପାଲଟି ଯାଇଛି। ଏହି ଘର ଦେଇ ଯାଉଥିବା ଲୋକେ ଘଡିଏ ରହିଯାଇ ଘରର ଝରକା ଦେଇ ବାହାରିଥିବା ଓସ୍ତଗଛର ଶାଖାକୁ ଦେଖନ୍ତି।

ଆମ୍ବ ଗଛ ଉପରେ ତିନି ମହଲା ଘର: ଜବଲପୁରର ଏହି ଘର ପରି ଆଉ ଏକ ଘର ଉଦୟପୁରରେ ବି ଅଛି। ଏଠାକାର ବ୍ୟବସାୟୀ କୁଲ ପ୍ରଦୀପ ସିଂ ନିଜର ତିନି ମହଲାବିଶିଷ୍ଟ ଘର ଏକ ୪୦ ଫୁଟ ଉଚ୍ଚ ଆମ୍ବ ଗଛ ଉପରେ କରିଛନ୍ତି। ଅର୍ଥାତ୍‌ ଏହା ଏକ ଟ୍ରିହାଉସ୍‌। ଉକ୍ତ ଘରଟି ଯେଉଁଠି ଅଛି ସେହି ଅଞ୍ଚଳ ଫଳଗଛ ପାଇଁ ଦିନେ ପରିଚିତ ଥିଲା। ୪୦୦୦ରୁ ଉର୍ଦ୍ଧ୍ୱ ଫଳ ଗଛରୁ ଲୋକେ ଫଳ ତୋଳି ବିକ୍ରି କରି ଜୀବନଯାପନ କରୁଥିଲେ। କିନ୍ତୁ ଲୋକସଂଖ୍ୟା ବୃଦ୍ଧି ହେବା ସହ ଗଛ କଟା ଆରମ୍ଭ ହେଲା। ୧୯୯୯ରେ କୁଲ ପ୍ରଦୀପ ଏହି ଅଞ୍ଚଳରେ ଏକ ଜାଗା ଖୋଜିଥିଲେ ନିଜର ଏକ ଘର ତୋଳିବା ପାଇଁ। ହେଲେ ସେ ଚାହୁଁଥିଲେ କୌଣସି ଗଛକୁ ନ କାଟି ଘର କରିବେ। ଯେତେବେଳେ ସେ ପ୍ରପର୍ଟି ଡିଲରକୁ କହିଥିଲେ ଗଛ ନ କାଟି ବରଂ ତାକୁ ମୂଳରୁ ବାହାର କରି ଅନ୍ୟତ୍ର ପୋତିବା ପାଇଁ ସେ ରାଜି ହୋଇ ନ ଥିଲେ। ତେଣୁ ସେ ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ନେଲେ। ଆଉ ନିଜ ଜାଗା ମଝିରେ ଥିବା ଆମ୍ବ ଗଛ ଉପରେ ଘର କରିବାକୁ ନିଷ୍ପତ୍ତି ନେଲେ। ଅଳ୍ପ କିଛି ବର୍ଷ ଭିତରେ ଜଣେ ଆର୍କିଟେକ୍ଟଙ୍କ ସହାୟତାରେ ଏକ ଦୁଇ ମହଲାର ଘର ତିଆରି କଲେ। ଘରଟି ଭୂମିଠାରୁ ୯ ଫୁଟ ଉଚ୍ଚତାରେ ତିଆରି ହେଲା, ଯାହା ଗଛର ଗଣ୍ଡି ସହାୟତାରେ ଠିଆ ହୋଇଛି। ଏହାର ଢାଞ୍ଚା ଷ୍ଟିଲରେ, କାନ୍ଥ ଓ ଚଟାଣ ସେଲ୍ୟୁଲୋଜ ସିଟ୍‌ ଓ ଫାଇବର୍‌ରେ ତିଆରି ହେଲା। ଗଛ ଚାରିପଟେ ଚାରୋଟି ପିଲାର ଅଛି, ଯାହା ବିଜୁଳି ମାରିବାବେଳେ ଇଲେକ୍ଟ୍ରିକ୍‌ କଣ୍ଡକ୍ଟରର କାମ କରିଥାଏ। ଘର ତିଆରି ପାଇଁ ଆମ୍ବ ଗଛର ଗୋଟିଏ ବି ଶାଖା କଟାଯାଇ ନାହିଁ। ଗଛର ଶାଖା କିଚେନ ଓ ବେଡରୁମ୍‌ରେ ରହିଛି। ଗଛ ବଢିବା ସହ ଘରର ସାଜସଜ୍ଜା ଓ ଜିନିଷର ସ୍ଥାନରେ ବି ପରିବର୍ତ୍ତନ କରାଯାଇଥାଏ। ଗଛରେ ରହୁଥିବା ଚଢେଇ ଓ ଛୋଟ ଛୋଟ ପ୍ରାଣୀ ଏବେ ଏହି ଘରର ସଦସ୍ୟ ପାଲଟିଛନ୍ତି। ଘର ତିଆରି ବେଳେ ଗଛର ଉଚ୍ଚତା ୨୦ ଫୁଟ ଥିଲା, ଯାହା ଏବେ ୪୦ ଫୁଟ୍‌ରେ ପହଞ୍ଚତ୍ଲାଣି। ତେଣୁ ସେ ପ୍ରଥମେ ତୋଳିଥିବା ଦୁଇ ମହଲା ଘରେ ଆଉ ଏକ ମହଲା ତିଆରି କରିଛନ୍ତି। ପ୍ରଥମ ଫ୍ଲୋରରେ କିଚେନ, ବାଥରୁମ ଓ ଡାଇନିଂ ହଲ ଥିବାବେଳେ ସେକେଣ୍ଡ ଫ୍ଲୋରରେ ଓ୍ବାଶ୍‌ରୁମ୍‌, ଲାଇବ୍ରେରୀ ଓ ବେଡରୁମ୍‌ ଅଛି। ଆଉ ତୃତୀୟ ମହଲାରେ କେବଳ ଗୋଟିଏ ରୁମ୍‌ ଅଛି, ଯାହାର ଛାତକୁ ଖୋଲାଯାଇ ଗଛର ସୁନ୍ଦର ଶାଖାପ୍ରଶାଖାର ଦୃଶ୍ୟକୁ ଦେଖି ହେବ। ଉକ୍ତ ଘରଟି ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri