ଗଛରେ ସାଲାଇନ୍‌ ଟାଙ୍ଗି କରୋନା ଆକ୍ରାନ୍ତଙ୍କ ଚିକିତ୍ସା: ଭିଡ଼ିଓ ଭାଇରାଲ…

ଭୋପାଳ,୬।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ଗ୍ରାମୀଣ ଅଞ୍ଚଳରେ କେତେକ ଆକ୍ରାନ୍ତ ଚିକିତ୍ସା ଲାଗି ହସ୍ପିଟାଲକୁ ଯିବାକୁ ଅମଙ୍ଗ ହେଉଛନ୍ତି। ଏଭଳି ଲୋକଙ୍କୁ ଚିକିତ୍ସା ଆଳରେ ବହୁ ଠକାମୀର ଶିକାର ହେବାକୁ ପଡୁଛି। କିଛି କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଜଣେ ନକଲି ଡାକ୍ତରଙ୍କ ପର୍ଦ୍ଦାଫାଶ୍‌ ହେବା ପରେ ସେ ଫେରାର ହୋଇଯାଇଛନ୍ତି। ତାଙ୍କ ସନ୍ଧାନରେ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ପ୍ରଶାସନ ହାତରୁ କଓି ଯାଇଛନ୍ତି। ମଧ୍ୟପ୍ରଦେଶର ଆଗର ଜିଲାରେ ଏକ କମଳା ବଗିଚାରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ସମ୍ପୃକ୍ତ ନକଲି ଡାକ୍ତର ଏକ ଅସ୍ଥାୟୀ ଶିବିର କରିଥିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଡାକ୍ତର ଗଛ ଡାଳରେ ସାଲାଇନ୍‌ ଟାଙ୍ଗି ଆକ୍ରାନ୍ତଙ୍କ ଚିକିତ୍ସା କରୁଥିଲେ। ୧୧ ସେକେଣ୍ଡର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଘଟଣାସ୍ଥଳରେ ପ୍ରଶାସନ ପକ୍ଷରୁ ଟିମ୍‌ ପହଞ୍ଚିଥିଲେ। ମାତ୍ର ଖବର ପାଇ ନକଲି ଡାକ୍ତର ଫେରାର ହୋଇଯାଇଥିଲେ। ଗଛରେ ସାଲାଇନ୍‌ ବୋତଲ ଟଙ୍ଗା ଯାଇଥିବା ଏବଂ କିଛି ଅଧାଜଳା ସିରିଞ୍ଜ୍‌ ଟିମ୍‌ ସଦସ୍ୟମାନେ ଦେଖିବାକୁ ପାଇଥିଲେ। ଭାଇରାଲ ଭିଡ଼ିଓରେ ଅଧିକ ସଂଖ୍ୟକ ମହିଳା ଆକ୍ରାନ୍ତଙ୍କୁ ଦେଖିବାକୁ ମିଳୁଛି। ଏହାରତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ବିରୋଧୀ କାର୍ଯ୍ୟ ଲାଗି ୩୫ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ବ୍ୟାନ୍‌

ନୂଆଦିଲ୍ଲୀ,୨୧।୧: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଭାରତ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ୩୫ ୟୁଟ୍ୟୁବ୍‌ ଚ୍ୟାନେଲକୁ ବ୍ୟାନ୍‌ କରିଛି। ଏଥିସହ ୨ ଓ୍ବେବ୍‌ସାଇଟ୍‌,...

କାର୍ତ୍ତିକ ପୂର୍ଣ୍ଣିମାରେ ଗଙ୍ଗାବୁଡ଼ ମନା: ସୀମା ସିଲ୍‌

ହରିଦ୍ୱାର,୨୯।୧୧: କାର୍ତ୍ତିକ ପୂର୍ଣ୍ଣମାରେ ହରିଦ୍ୱାରରେ ଗଙ୍ଗା ବୁଡ଼କୁ ଉତ୍ତରାଖଣ୍ଡ ସରକାର ମନା କରିଛନ୍ତି। କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରୀ ମାର୍ଗଦର୍ଶିକା ଅନୁସାରେ ଏଭଳି...

ରେଲୱେ ଦେବ ଡୋର ଟୁ ଡୋର ସର୍ଭିସ!

ନୂଆଦିଲ୍ଲୀ,୧୭ ।୨: ପୂର୍ବରୁ ରେଲୱେ କେବଳ ଯାତ୍ରୀ ଓ ମାଲ ପରିବହନ କରୁଥିବା ବେଳେ ଏବେ ଭିନ୍ନ ଭିନ୍ନ ପ୍ରକାର ସେବା ଯୋଗାଇ ଦେଇ ଲୋକଙ୍କ...

ଔଷଧ ଦୋକାନ କର୍ମଚାରୀଙ୍କୁ ଟିକା ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ରାଜ୍ୟର ସମସ୍ତ ଔଷଧ ଦୋକାନର କର୍ମଚାରୀଙ୍କୁ ଟିକା ଦେବା ପାଇଁ ପ୍ରାଥମିକତା ଦେବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ...

କେନ୍ଦ୍ର ମନ୍ତ୍ରୀ କିଶାନ ରେଡ୍ଡୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨୦।୧: ଭାରତର ଉତ୍ତର ପୂର୍ବାଞ୍ଚଳର ପର୍ଯ୍ୟଟନ, ସଂସ୍କୃତି ଏବଂ ବିକାଶ ମନ୍ତ୍ରୀ ଜି କିଶାନ ରେଡ୍ଡୀ କରୋନା ପଜିଟିଭ୍‌ ହୋଇଛନ୍ତି। ଏ ନେଇ ମନ୍ତ୍ରୀ ନିଜେ...

ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ର ଆଉ ୫୪ କରୋନା ପଜିଟିଭ୍‌

ଭୁବନେଶ୍ୱର,୧୧ା୬(ବ୍ୟୁରୋ): ଓଡ୍ରାଫ୍‌ ଓ ଏନ୍‌ଡିଆର୍‌ଏଫ୍‌ ଟିମ୍‌ର ଆଉ ୫୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗୁରୁବାର ଚିହ୍ନଟ ହୋଇଥିବା ୧୩୬ ଆକ୍ରାନ୍ତଙ୍କ ମଧ୍ୟରେ ଏହି ଯବାନମାନେ...

ରକ୍ତ ସ୍ନାନ କରୁଥିବା ରାଣୀ

ଇତିହାସ ପୃଷ୍ଠାରେ ଦବି ରହିଛି ଅନେକ ରହସ୍ୟ । କିଛି ଘଟଣା ତ ଏମିତି ବି ଘଟିଛି; ଯାହା ଆଜ ିବି ସ୍ତମ୍ଭୀଭୂତ କରିଦିଏ ସମସ୍ତଙ୍କୁ।...

କ୍ଷମତାକୁ ଆସିଲେ ପୁରୁଣା ପେନ୍‌ସନ ଯୋଜନା ଲାଗୁ କରିବୁ: ପ୍ରିୟଙ୍କା

ସିମଲା,୧୫।୧୦(ପି.ଟି.): ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଫେରିଲେ ସରକାରୀ କର୍ମଚାରୀମାନଙ୍କ ପାଇଁ ପୁରୁଣା ପେନ୍‌ସନ ଯୋଜନା ଲାଗୁ ହେବ ବୋଲି ଦଳର ସାଧାରଣ ସମ୍ପାଦିକା...

Advertisement
Archives

Model This Week