Posted inଫୁରସତ

ଗୋଟେ ହାତ ଓ ଅଧା ଗୋଡରେ ପୃଥିବୀ ଭ୍ରମଣ

କିଛି ଲୋକ ନିଜର ସ୍ଥିତି ପାଇଁ ସବୁବେଳେ ଭାଗ୍ୟ ଓ ଭଗବାନଙ୍କୁ ଦୋଷ ଦେଇଥାନ୍ତି। ହେଲେ ଆଉ କେତେଜଣ ବିଶ୍ୱାସ କରନ୍ତି ନିଜର ଉପରେ। ଭାଗ୍ୟକୁ ଦୋଷାରୋପ ନ କରି ନିଜକୁ ସେମାନେ ସମର୍ଥ କରି ଗଢନ୍ତି। ଠିକ୍‌ ଯେମିତିକି ଏଇ ମହିଳା। କାନାଡାର ୨୫ ବର୍ଷୀୟା ଚାର୍ଲି ରାଉସିଉଙ୍କର ଜନ୍ମରୁ ଗୋଟିଏ ହାତ ନ ଥିବା ବେଳେ ଦୁଇ ଗୋଡ ସମ୍ପୂର୍ଣ୍ଣ ବିକଶିତ ନୁହେଁ। କହିବାକୁ ଗଲେ ଦୁଇ ଗୋଡ ଅଧା ହିଁ ଅଛି। ହେଲେ ସେ ନିଜର ଏଭଳି ସ୍ଥିତିକୁ ନିଜର ଦୁର୍ବଳତା ହେବାକୁ ଦେଇ ନାହାନ୍ତି। ଜୀବନକୁ ଖୁସିରେ ବିତାଇବା ସହ ନିଜର ସବୁ ସ୍ବପ୍ନକୁ ପୂରଣ ବି କରୁଛନ୍ତି। ଏମିତିରେ ଅନେକ ବାଧା ବିଘ୍ନର ସାମ୍‌ନା କରିଛନ୍ତି। ହେଲେ ସେସବୁକୁ ଆଡେଇ ସେ ଜଣେ ରେଡିଓ ହୋଷ୍ଟ ହୋଇପାରିଛନ୍ତି। ତା’ସହ ପୃଥବୀ ଭ୍ରମଣ କରିବାର ସ୍ବପ୍ନକୁ ବି ପୂରା କରିବା ପାଇଁ ବିଭିନ୍ନ ଦେଶ ବୁଲୁଛନ୍ତି। ସେ ମେକ୍ସିକୋ, ଅଷ୍ଟ୍ରେଲିଆ, ୟୁକେର ସବୁ ସ୍ଥାନ ଭ୍ରମଣ କରିସାରିଲେଣି। ଅନ୍ୟ ଦେଶଗୁଡିକୁ ଭ୍ରମଣ କରିବାର ପ୍ରୟାସ ଜାରି ରଖିଛନ୍ତି। ଭ୍ରମଣ ସମୟର ଫଟୋ ସେ ନିଜ ସୋସିଆଲ ଆକାଉଣ୍ଟରେ ଶେୟାର କରୁଛନ୍ତି। ଲୋକେ ସେସବୁକୁ ଦେଖି ତାଙ୍କ ସାହସ ଓ ଦୃଢମନୋବଳକୁ ବହୁତ ପ୍ରଶଂସା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ଚିହ୍ନିବେ କେମିତି? କନଷ୍ଟେବଳଙ୍କଠାରୁ ଆରମ୍ଭ କରି ଆଇଜି-ଡିଜି ପର୍ଯ୍ୟନ୍ତ ଜାଣନ୍ତୁ ଏହି…

ପୋଲିସ ବିଭାଗରେ ଅନେକ ପଦ ପଦବୀ ରହିଛି। ମାତ୍ର ସାଧାରଣ ଲୋକଟିଏ ଏହି ଖାକି ପୋଷାକରୁ ସେମାନେ କିଏ କେଉଁ ପଦବୀରେ ଅଛନ୍ତି ଜାଣିବା ପାଇଁ ବେଳେବେଳେ…

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

ବର୍ଷା ସମୟରେ ଏହି ଗଛ ତଳେ ଠିଆ ହେଲେ ହୋଇପାରେ ମୃତ୍ୟୁ, ଜାଣନ୍ତୁ ଏହାର ପ୍ରକୃତ ରହସ୍ୟ…

ବିଶ୍ୱରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି। ଯାହା ମଧ୍ୟରୁ ଅନେକ ଅଦ୍ଭୁତ ଏବଂ କିଛି ଅତ୍ୟନ୍ତ ବିପଦପୂର୍ଣ୍ଣ। ଆଜି ଆମେ ଆପଣଙ୍କୁ ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri