ଟ୍ରେନ୍‌ରେ ଓ୍ବାକିଂ ବୁକ୍‌ଫେୟାର- ଟ୍ରାଭେଲ

ଭୁବନେଶ୍ୱର,୧୫ା୧୨ (ସୌମ୍ୟରଞ୍ଜନ ରାଉତ): ଟ୍ରେନ୍‌ରେ ୨ୟ ଓ୍ବାକିଂ ବୁକ୍‌ଫେୟାର- ଟ୍ରାଭେଲ୍‌ ରାଇଟିଂ ଫେଷ୍ଟିଭାଲ ଶନିବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ରେଳଷ୍ଟେଶନରୁ ଟ୍ରେନ ଯାତ୍ରା ମାଧ୍ୟମରେ ଭ୍ରମଣକାରୀମାନେ ଏହି ସାହିତ୍ୟ ଉତ୍ସବର ମଜା ଉଠାଇବା ସହ ଅନୁଭୂତି ବଖାଣିଛନ୍ତି। ଓ୍ବାକିଂ ବୁକ୍‌ଫେୟାର ପକ୍ଷରୁ ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ପୁରୀ ଅଭିମୁଖେ ଏହି ଭ୍ରାମ୍ୟମାଣ ସାହିତ୍ୟ ଉତ୍ସବର ଆୟୋଜନ କରାଯାଇଥିଲା। ଏଥିଲାଗି ପାଠକ ଏବଂ ଲେଖକମାନଙ୍କ ପାଇଁ ଟ୍ରେନର କୋଚ୍‌କୁ ସ୍ବତନ୍ତ୍ର ଭାବେ ବୁକିଂ କରାଯାଇଥିଲା। ଯାତ୍ରା ସମୟରେ ପୁରୀର ଇତିହାସ ସମ୍ବନ୍ଧରେ ଅନେକ କଥା ଆଲୋଚନା ହୋଇଥିଲା। ଏଥିରେ ସାମିଲ ହୋଇ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ କହିଲେ, ୮୦ ଦଶକରେ ପୁରୀରେ ଜେଡ୍‌ ହୋଟେଲ ଚଳାଇବା ବେଶ୍‌ କଷ୍ଟଦାୟକ ତଥା ସଂଘର୍ଷପୂର୍ଣ୍ଣ ଥିଲା। ହୋଟେଲକୁ ସର୍ବସାଧାରଣ ବ୍ୟବହାର କରିବା ନିମନ୍ତେ ଅନେକ ବାଧା ମଧ୍ୟ ଉପୁଜିଥିଲା। ହୋଟେଲଟି ପୂର୍ବରୁ ‘ୟୁରୋପୀୟ ହୋଟେଲ’ ଭାବେ ପରିଚିତ ହୋଇଥିବାରୁ ପରବର୍ତ୍ତୀ ସମୟରେ ଏହା ବିଦେଶୀଙ୍କ ପାଇଁ ହଟ୍‌ସ୍ପଟ୍‌ ହେବାର ମାନ୍ୟତା ପାଇଥିଲା।

ସେତେବେଳେ ପୁରୀରେ କେବଳ ହାତଗଣତି କିଛି ବିଳାସପୂର୍ଣ୍ଣ ହୋଟେଲ ଥିଲା। ଧୀରେ ଧୀରେ ଜେଡ୍‌ ହୋଟେଲ ସର୍ବୋତ୍ତମ ବିଳାସପୂର୍ଣ୍ଣ ହୋଟେଲ ଭାବେ ପରିଗଣିତ ହେଲା। ଏହାପୂର୍ବରୁ ଏନ୍‌ସିସି ଏହି ହୋଟେଲ୍‌କୁ ଭଡ଼ାରେ ନେଇଥିଲା। ୧୯୭୯ ମସିହାରେ ସେ ହୋଟେଲର ମାଲିକାନା ହାସଲ କରିଥିଲେ। ଆବଶ୍ୟକ ନବୀକରଣ ପରେ ୧୯୮୦ ଫେବୃଆରୀ ୧୬ରେ ବୁକିଂ ଆରମ୍ଭ ହୋଇଥିଲା। ୨୭ଶଯ୍ୟା ସହ ହୋଟେଲ ଉଦ୍‌ଘାଟିତ ହୋଇଥିଲା। କିନ୍ତୁ ପ୍ରଥମ ଦିନରେ ୪୨ଜଣ ଲୋକ ବୁକ୍‌ କରିବାକୁ ଆସିଥିଲେ। ଏଥିସହିତ ହୋଟେଲ ସହ ରହିଥିବା କେତେକ ଚମତ୍କାର ଅନୁଭୂତି ବଖାଣିଥିଲେ ତଥାଗତ। ତେବେ ବର୍ତ୍ତମାନର ପୁରୀ ସହର ତା’ର ମୂଳ ଆକର୍ଷଣ ଧୀରେଧୀରେ ହରେଇବାରେ ଲାଗିଛି ବୋଲି ତଥାଗତ କହିଛନ୍ତି। ଏହି ଅବସରରେ ସେ ଫଟୋଗ୍ରାଫ ସେସନରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାନ୍ତା ଭାଇରସ୍‌ ସଂକ୍ରମିତ କ୍ରୁଜ୍‌ ଜାହାଜରେ ୨ ଭାରତୀୟ

ଲଣ୍ଡନ/ନୂଆଦିଲ୍ଲୀ,୯ା୫: ହାନ୍ତା ଭାଇରସ୍‌ ସଂକ୍ରମିତ ହୋଇଥିବା ଡଚ୍‌ର କ୍ରୁଜ୍‌ ଜାହାଜ ଏମ୍‌ଭି ହୋଣ୍ଡିଅସ୍‌ର କ୍ରିଉ ସଦସ୍ୟଙ୍କ ମଧ୍ୟରେ ଅନୂ୍ୟନ ୨ ଜଣ ଭାରତୀୟ ଥିବା ଜଣାପଡ଼ିଛି। ଜାହାଜରେ…

ବାଲିଅନ୍ତା ହତ୍ୟାକାଣ୍ଡକୁ ୨୪ଘଣ୍ଟା ନ ପୂରୁଣୁ ଆଉ ଏକ ହତ୍ୟା: ସାଙ୍ଗଙ୍କୁ ଲୁହା ରଡ୍‌ରେ ପିଟି ମାରିଦେଲେ…

ଭୁବନେଶ୍ୱର/ ବାଲିପାଟଣା, ୯।୫(ତ୍ରିନାଥ ମହାନ୍ତି/ ଅଭିମନ୍ୟୁ ନାୟକ): ବାଲିଅନ୍ତା ଥାନା ଅଧୀନ ରାମଚନ୍ଦ୍ରପୁର ପୋଲ ନିକଟରେ ଘଟିଥିବା ହତ୍ୟାକାଣ୍ଡକୁ ୨୪ଘଣ୍ଟା ନ ପୂରୁଣୁ ବାଲିପାଟଣା ଥାନା ବେଙ୍ଗବତୀ…

ପିଏମ୍‌ଏଓ୍ବାଇ-ୟୁ ୨.୦ ଗୃହ ନିର୍ମାଣରେ ଓଡ଼ିଶା ଦେଶରେ ଅଗ୍ରଣୀ

ଭୁବନେଶ୍ୱର, ୯ା୫(ବନ୍ଦନା ସେଠୀ): ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ (ପିଏମ୍‌ଏଓ୍ବାଇ-ୟୁ ୨.୦)’ ଅଧୀନରେ ଗୃହ ନିର୍ମାଣ କାର୍ଯ୍ୟ ସମ୍ପାଦନରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ ଭାବେ ଉଭା…

ବୋଦାବଳି ପାଇଁ ରାସ୍ତାରୁ ହଟୁନିି ଗଛ

ପାଟଣା,୯ା୫(ବୀର କିଶୋର ଦାଶ): ପାଟଣା,୮ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପୂର୍ତ୍ତ ବିଭାଗ ତୁରୁମୁଙ୍ଗା ଚମ୍ପୁଆ କାଞ୍ଜିଆଶୁଳା ମୁଖ୍ୟରାସ୍ତାର ନେଉଳିପଶି ନିକଟରେ ଶୁକ୍ରବାର ସକାଳେ ଏକ ବିରାଟକାୟ ଠାକୁରାଣୀ…

ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ:ଆଗାମୀ ୪ ଦିନ ବର୍ଷା, ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୮ା୫ (ବନ୍ଦନା ସେଠୀ) – ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ସମୁଦ୍ର ପତନଠାରୁ ଦେଢ କିଲୋମିଟର ଉଚ୍ଚ ଯାଏ ଘୂର୍ଣ୍ଣିବଳୟଟି ବ୍ୟାପିଛି। ଆଗାମୀ…

ଦିଗପହଣ୍ଡି ଓ ପାଟପୁର ଥାନାରେ ଜୁଭେଣ୍ଟିକା ସଚେତନତା

ଦିଗପହଣ୍ଡି,୮|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଓ ପାଟପୁର ଥାନା ପରିସରରେ ଶୁକ୍ରବାର ମହିଳା ଓ ଶିଶୁଙ୍କ ପ୍ରତି ଅପରାଧ ନିରାକରଣ ସମ୍ପର୍କିତ ଜୁଭେଣ୍ଟିକା ସଚେତନତା…

କାର ଦୁର୍ଘଟଣାରେ ଜିଏନଏମ ଛାତ୍ରୀଙ୍କ ମୃତ୍ୟୁ

ଭବାନୀପାଟଣା,୮।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବାଦଲି ଛକ ନିକଟରେ ଗୁରୁବାର ରାତିରେ ଏକ କାର ଦୁର୍ଘଟଣାରେ ଜଣେ ଜିଏନଏମ ଛାତ୍ରୀଙ୍କ ମୃତ୍ୟୁ…

କିଶୋରୀଙ୍କୁ ଶିଖାଇଲେ ସାଇବର ସୁରକ୍ଷା ଥାନା ବୁଲିଲେ ପୋଲିସ …

ଦାରିଙ୍ଗବାଡି, ୮ ।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ପରିସରରେ ଶୁକ୍ରବାର ଅପରାହ୍ନରେ ପୋଲିସ ପକ୍ଷରୁ ଜୁଭେଂଟିକା କାର୍ଯ୍ୟକ୍ରମ ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କ ଅଧ୍ୟକ୍ଷତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri