Posted inଜାତୀୟ

୩ ଦିନରେ ୭ ମହାଦେଶ ବୁଲିଲେ

ନୂଆଦିଲ୍ଲୀ,୧୧ା୧: ଦୁଇଜଣ ଭାରତୀୟ ମାତ୍ର ୩ ଦିନରେ ୭ ମହାଦେଶ ବୁଲି ନୂଆ ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ସେମାନେ ହେଲେ ଡ. ଅଲୀ ଇରାନୀ ଏବଂ ସୁଜୟ କୁମାର ମିତ୍ର। ବିଶ୍ୱର ୭ଟି ଯାକ ମହାଦେଶ ଭ୍ରମଣ କରିବା ପାଇଁ ଉଭୟଙ୍କୁ ୩ ଦିନ ୧ ଘଣ୍ଟା ୫ ମିନିଟ ୪ ସେକେଣ୍ଡ ଲାଗିଥିଲା। ଗତ ଡିସେମ୍ବର ୪ରେ ଅଷ୍ଟ୍ରେଲିଆର ମେଲବୋର୍ନରୁ ବାହାରି ମାତ୍ର ୭ ତାରିଖ (୭୩ ଘଣ୍ଟା) ମଧ୍ୟରେ ଏସିଆ, ଆଫ୍ରିକା, ୟୁରୋପ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଆଣ୍ଟାର୍କଟିକା ଏବଂ ଓସେନିଆ ଭ୍ରମଣ କରିଥିବା ଏହି ଦୁଃସାହସୀ ଭାରତୀୟ ଦ୍ୱୟଙ୍କ ବିରଳ ପଦକ୍ଷେପକୁ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ ସ୍ବୀକୃତି ଦେଇଛି। ଏହା ପୂର୍ବରୁ ଏତେ କମ୍‌ ସମୟ ମଧ୍ୟରେ ବିଶ୍ୱର କେହି ୭ ମହାଦେଶ ଭ୍ରମଣ କରି ନ ଥିଲେ ବୋଲି ଏହାର ଓ୍ବେବ୍‌ସାଇଟ୍‌ରେ ଉଲ୍ଲେଖ କରାଯାଇଛି। ନିଜ ସଫଳତା ସମ୍ପର୍କରେ ଅଲୀ ଓ ସୁଜୟ କହିଛନ୍ତି, ଆଜି ଆମେ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛୁ। କିନ୍ତୁ ଆସନ୍ତାକାଲି ଆଉ କେହି ଆମ ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇପାରନ୍ତି। ଭ୍ରମଣ ପ୍ରିୟ ଅଲୀ ଓ ସୁଜୟ ହାସଲ କରିଥିବା ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ ସାର୍ଟିଫିକେଟ୍‌କୁ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି।
୬୪ ବର୍ଷୀୟ ଡ. ଅଲୀ ଜଣେ ଜଣାଶୁଣା ଫିଜିଓଥେରାପିଷ୍ଟ। ସେ ଭାରତୀୟ କ୍ରିକେଟ ଟିମ୍‌ର ଖେଳାଳିମାନଙ୍କୁ ଚିକିତ୍ସା କରିଥାଆନ୍ତି। ଅଦ୍ୟାବଧି ଅଲୀ ୯୦ ଦେଶ ଭ୍ରମଣ କରିସାରିଲେଣି। ଅଲୀ କହିଛନ୍ତି, ଭ୍ରମଣ କେବେ ସୀମାର ବାଧା ବନ୍ଧନ ମାନେ ନାହିଁ। ଏହା ବିଶ୍ୱବାସୀଙ୍କୁ ଏକାଠି କରିଥାଏ। ଅଲୀଙ୍କ ପଦାଙ୍କ ଅନୁସରଣ କରିବା ପରେ ଯାତ୍ରା ପ୍ରତି ସୁଜୟଙ୍କ ଆଗ୍ରହ ବଢ଼ିଥିଲା। କର୍ପୋରେଟ୍‌ ଜୀବନଶୈଳୀ ଛାଡ଼ି ସେ ମଧ୍ୟ ଏହି ଆଡ୍‌ଭେଞ୍ଚରରେ ସାମିଲ ହୋଇଥିଲେ। ବିଶ୍ୱର ୧୯୮ ଦେଶ ମଧ୍ୟରୁ ୧୭୨ ରାଷ୍ଟ୍ର ଭ୍ରମଣ ଅଭିଯାନରେ ସେ ଲାଗିଛନ୍ତି। ପ୍ରକାଶ ଯେ, ପୂର୍ବରୁ ଦ୍ରୁତତମ ଭ୍ରମଣକାରୀ ଭାବେ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ଡ.ଖଓ୍ବଲା ଅଲ୍‌ ରୋମାଇଥି ରେକର୍ଡ ହାସଲ କରିଥିଲେ। ୨୦୨୦ ଫେବୃୟାରୀରେ ସେ ୩ ଦିନ ୧୪ ଘଣ୍ଟା ୪୬ ମିନିଟ୍‌ ୪୮ ସେକେଣ୍ଡରେ ୭ ମହାଦେଶ ବୁଲିଥିଲେ। ତାଙ୍କଠାରୁ ୧୩ ଘଣ୍ଟା କମ୍‌ ସମୟ ନେଇ ଏହି ଦୁଇଜଣ ବିରଳ ରେକର୍ଡର ଅଧିକାରୀ ହୋଇପାରିଛନ୍ତି। ଯାତ୍ରା ପାଇଁ ଉଭୟଙ୍କୁ ସାଇକେଲଠୁ ନେଇ ବିମାନ ପର୍ଯ୍ୟନ୍ତ ମାଧ୍ୟମର ସହାୟତା ନେବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

ବ୍ୟାନ ହେଲା ଭାରତୀୟ ମସଲା ଏମଡିଏଚ-ଏଭରେଷ୍ଟ

ନୂଆଦିଲ୍ଲୀ,୨୪।୪: ଭାରତର ବଡ଼ ମସଲା କମ୍ପାନୀକୁ ନେଇ ଆସିଲା ବଡ଼ ଖବର। ଘରେ ଘରେ ବ୍ୟବହାର ହେଉଥିବା ଏହି ମସଲା ଘାତକ ସାବ୍ୟସ୍ତ ହୋଇପାରେ। କାରଣ...

ଓବିସିରେ ସାମିଲ ହେଲେ ମୁସଲମାନ

ବେଙ୍ଗାଲୁରୁ,୨୪।୪: ସଂରକ୍ଷଣର ସୁବିଧା ଯୋଗାଇବା ପାଇଁ କର୍ନାଟକ ସରକାର ମୁସଲମାନମାନଙ୍କୁ ପଛୁଆ ଶ୍ରେଣୀ (ଓବିସି) ରେ ଅନ୍ତର୍ଭୁକ୍ତ କରିଛନ୍ତି। ଜାତୀୟ ପଛୁଆ ଆୟୋଗ ଏକ ପ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri