Posted inଫୁରସତ

ଦୀପାବଳିରେ ଭ୍ରମଣ

ଆଲୋକର ପର୍ବ ଦୀପାବଳି। ଅଶୁଭ ଉପରେ ଶୁଭର, ପାପ ଉପରେ ପୁଣ୍ୟର, ଅନ୍ଧାର ଉପରେ ଆଲୋକର ବିଜୟପ୍ରାପ୍ତିର ପ୍ରତୀକ ଭାବେ ଦେଶର ବିଭିନ୍ନ ସ୍ଥାନରେ ଏହି ପର୍ବକୁ ପାଳନ କରାଯାଇଥାଏ। ତେବେ ଦୀପାବଳି ଛୁଟିର ଭରପୂର ଆନନ୍ଦ ନେବା ପାଇଁ କେଉଁ ସ୍ଥାନକୁ ବୁଲିଗଲେ ଠିକ୍‌ ହେବ ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ଆଲୋକର ପର୍ବ ଦୀପାବଳିକୁ ବେଶ୍‌ ଉତ୍ସାହର ସହ ପାଳନ କରିଥାନ୍ତି ଦେଶବାସୀ। ଏହା ଏମିତି ଏକ ପର୍ବ, ଯାହାର ବିବିଧତା, ବିଶେଷତା ତଥା ସାଂସ୍କୃତିକ ପରିଦୃଷ୍ଟି ଖୁବ୍‌୍‌ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ସେଇଥିପାଇଁ ଜାତି ଧର୍ମ ଭୁଲି ସମସ୍ତେ ଅତି ଆଗ୍ରହର ସହକାରେ ଏହି ପର୍ବକୁ ପାଳନ କରିବାକୁ ଚାହିଁ ରହିଥାନ୍ତି। ଦୀପ ଜାଳି, ରଙ୍ଗିନ ଆଲୋକମାଳାରେ ଘର, ଦୁଆର, ରାସ୍ତାଘାଟ ସଜାଇବା ସହ ବନ୍ଧୁବାନ୍ଧବଙ୍କ ଗହଣରେ ସୁସ୍ବାଦୁ ଭୋଜନର ଆସରରେ କେମିତି ଏହି ଶୁଭଦିନଟି ବିତିଯାଏ ଆଦୌ ଜଣାପଡ଼େନି। ଅନ୍ୟପକ୍ଷେ କେହି କେହି ଏହି ଅବସରରେ ବାହାରକୁ କୁଆଡ଼େ ବୁଲିଯିବାକୁ ମଧ୍ୟ ପ୍ଲାନିଂ କରିଥାନ୍ତି। ଯଦି ଆପଣଙ୍କର ବି ଏମିତି କିଛି ପ୍ଲାନିଂ ରହିଥାଏ, ତା’ହେଲେ ଆସନ୍ତୁ ଜାଣିବା ଦେଶର କେଉଁ କେଉଁ ସ୍ଥାନକୁ ବୁଲିଗଲେ ଦୀପାବଳି ଛୁଟିର ଭରପୂର ଆନନ୍ଦ ଉଠାଇହେବ…

ଦିଲ୍ଲୀ: ଉଭୟ ପ୍ରାଚୀନତା ତଥା ଆଧୁନିକତାର ସମନ୍ବୟ ଦେଖିବାକୁ ମିଳିଥାଏ ଏଠାରେ। ପର୍ଯ୍ୟଟନ ଦୃଷ୍ଟି କୋଣରୁ ଦେଖିଲେ, ବର୍ଷର ଯେକୌଣସି ସମୟରେ ଏଠାକୁ ବୁଲିଗଲେ ବୁଲିବାର ଭରପୂର ଆନନ୍ଦ ଉଠାଇ ହୋଇଥାଏ। ବିଶେଷ କରି ଏହି ଦୀପାବଳି ପର୍ବ ଅବସରରେ ଏଠାକୁ ବୁଲିଗଲେ ମନ ମିଜାଜ୍‌ ଖୁସି ହୋଇଗଲା ପରି ଲାଗେ। କାରଣ ଏହି ପର୍ବକୁ ସ୍ବାଗତ କରିବା ପାଇଁ ସମ୍ପୂର୍ଣ୍ଣ ଦିଲ୍ଲୀ ସହର ରଙ୍ଗିନ ଆଲୋକମାଳାରେ ସଜେଇ ହୋଇ ପଡ଼ିଥାଏ। ଏଥିସହିତ ସମସ୍ତଙ୍କ ଦୁଆର ଆଗରେ ରଙ୍ଗବେରଙ୍ଗର ରଙ୍ଗୋଲି ହୋଇଥିବାର ମଧ୍ୟ ଦେଖିବାକୁ ମିଳିଥାଏ। ରାସ୍ତାରେ ନାନାଦି ସୁସ୍ବାଦୁ ବ୍ୟଞ୍ଜନର ବାସ୍ନାରେ ପେଟ ପୂରିଗଲା ଭଳି ଅନୁଭବ ହୁଏ। ସ୍ଥାନେ ସ୍ଥାନେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ ବି କରାଯାଇଥାଏ; ଯାହା ସ୍ଥାନୀୟ ଲୋକ ହୁଅନ୍ତୁ ବା ପର୍ଯ୍ୟଟକ ସମସ୍ତଙ୍କୁ ଖୁବ୍‌ ଆକର୍ଷିତ କରିଥାଏ।

ବାରାଣସୀ: ଉତ୍ତରପ୍ରଦେଶରେ ଥିବା ଏହି ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀଟି ଲୋକମୁଖରେ ବନାରସ ତଥା କାଶୀ ନାମରେ ବି ବେଶ୍‌ ପରିଚିତ। ଏହା ଦୁନିଆର ସବୁଠାରୁ ପ୍ରାଚୀନ ତଥା ନିରନ୍ତର ପ୍ରଗତି ପଥରେ ଅଗ୍ରସର ହେଉଥିବା ଏକ ସହର ଭାବେ ମଧ୍ୟ ଜଣାଶୁଣା। ହିନ୍ଦୁ ଧର୍ମର ସବୁଠାରୁ ପବିତ୍ରତମ ସହର ଭାବେ ବି ଏହା ଖ୍ୟାତ। ଏହି ସହରକୁ ନେଇ ହିନ୍ଦୁ ଧର୍ମରେ ଏକ ମାନ୍ୟତା ରହିଛି ଯେ, ଯଦି କୌଣସି ବ୍ୟକ୍ତିଙ୍କର ଏଠାରେ ମୃତ୍ୟୁ ହୋଇଯାଏ କିମ୍ବା ଏଠାରେ କାହାର ଯଦି ଅନ୍ତିମ ସଂସ୍କାର କରାଯାଏ; ତା’ହେଲେ ତାଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ। ତେବେ ଦୀପାବଳି ଅବସରରେ ଲକ୍ଷାଧିକ ଦ୍ୱୀପରେ ତଥା ରଙ୍ଗିନ ଆଲୋକମାଳାରେ ଏଠାକାର ପବିତ୍ର ଘାଟ ସଜ୍ଜାଯାଇଥିବାର ଦୃଶ୍ୟକୁ ଯିଏ ଦେଖିବେ ସିଏ କ୍ଷଣିକରେ ମନ୍ତ୍ରମୁଗ୍ଧ ହୋଇଯିବେ।

ଜୟପୁର: ‘ପିଙ୍କ୍‌ ସିଟି’ ଭାବେ ପରିଚିତ ରାଜସ୍ଥାନର ଏହି ସହରଟିରେ ବି ଦୀପାବଳିକୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ। ଏହା ରାଜସ୍ଥାନର ରାଜଧାନୀ ଭାବେ ବି ପ୍ରସିଦ୍ଧ। ହିନ୍ଦୁ ବାସ୍ତୁକଳାର ଅନେକ ନିଚ୍ଛକ ଉଦାହରଣ ଏହି ସହରରେ ହିଁ ଦେଖିବାକୁ ମିଳେ। ଦୀପାବଳି ଅବସରରେ ଏହି ସହର ଏତେ ଆକର୍ଷଣୀୟ ଭାବେ ସଜେଇ ହୋଇଥାଏ ଯେ, ଯାହାକୁ ଆଖିରେ ନ ଦେଖିଲେ ବିଶ୍ୱାସ କରିବା ଅସମ୍ଭବ। ତା’ସହିତ ଆଗନ୍ତୁକଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ଛୋଟ ବଡ଼ ମେଳାର ବି ଆୟୋଜନ କରାଯାଇଥାଏ ଏହି ସମୟରେ। ସାଧାରଣରେ କହିବାକୁ ଗଲେ ଜୟପୁର ବୁଲିବାର ପ୍ରକୃତ ମଜା ସେତେବେଳେ ଆସେ, ଯେବେ ଦୀପାବଳି ଅବସରରେ ଛୁଟି କଟାଇବାର ସୁଯୋଗ ଏଠାରେ ମିଳେ।

କଲିକତା: ନିଜର ବିବିଧତା, ବିଶେଷତା, ସାହିତ୍ୟ, ସଂସ୍କୃତି ବ୍ୟତୀତ ପର୍ବପର୍ବାଣି କ୍ଷେତ୍ରରେ ବି କଲିକତା ସବୁବେଳେ ଖାସ୍‌ ରହିଆସିଛି। ଦଶହରା ହେଉ ଅବା ଦୀପାବଳି ପର୍ବକୁ ବେଶ୍‌ ଆନନ୍ଦ ଉତ୍ସାହର ସହ ପାଳିଥାନ୍ତି ଏଠାକାର ବାସିନ୍ଦା। ଦୀପ ଜାଳି, ରଙ୍ଗିନ ଆଲୋକମାଳାରେ ଘରଦ୍ୱାର ସଜାଇ, ବନ୍ଧୁବାନ୍ଧବଙ୍କ ସହ ମଜାମଜ୍‌ଲିସ୍‌ରେ ଏଠାକାର ଲୋକେ ଏତେ ମଜ୍ଜି ଯାଇଥାନ୍ତି ଯେ, ପାର୍ବଣର ଋତୁ ଏଠାରେ ଆହୁରି ରଙ୍ଗିନ ହୋଇ ଉଠେ। ସେହିପରି ଏଠାକୁ ବୁଲି ଆସୁଥିବା ଆଗନ୍ତୁକ ବି ଏଠାରେ ଦୀପାବଳିର ଭରପୂର ମଜା ନେବା ସହ ଏଠାରେ ଥିବା ଅନେକ ମାତା କାଳୀଙ୍କର ମନ୍ଦିର ବୁଲିବାର ଆନନ୍ଦ ଲଭିଥାନ୍ତି।
କେବଳ ଏହିସବୁ ସ୍ଥାନ ନୁହେଁ, ଅମୃତସର, ଶିବକାଶୀ, ଗୁଜରାଟ, ଗୋଆରେ ବି ଦୀପାବଳିକୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ; ଯେଉଁଠାକୁ ପର୍ଯ୍ୟଟକ ଯାଇ ଛୁଟିର ଭରପୂର ଆନନ୍ଦ ଉଠାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?