Odisha Elections 2024

ଶାସନରେ ସ୍ବଚ୍ଛତା ଅପରିହାର୍ଯ୍ୟ

କିଛି ଉଦ୍‌ଭ୍ରାନ୍ତ ଯୁବକ ଦିନ ଦ୍ୱିପ୍ରହରରେ ରାସ୍ତାରେ ଯାଉଥିବା ଏକ କଇଁଛକୁ ମାରିବା ପାଇଁ ଉଦ୍ୟମ ଜାରି ରଖିଥାଆନ୍ତି। ଯେତେ ପ୍ରହାର କଲେ ମଧ୍ୟ କଇଁଛଟିର କିଛି କ୍ଷତି ହେଉନଥାଏ। ସେ ପୂର୍ବପରି ଅବିଚଳିତ ଭାବେ ନୂତନ ଜଳାଶୟ ସନ୍ଧାନରେ ଆଗେଇ ଚାଲିଥାଏ। ଏହି ସମୟରେ ରାସ୍ତାରେ ଜଣେ ସାଧୁ ଗୁଣୁଗୁଣୁ ସ୍ବରରେ ଭଗବାନ୍‌ଙ୍କ ନାମ ଜପ କରି ବିପରୀତ ଦିଗରୁ ଆସୁଥାଆନ୍ତି। ସେ ଯୁବକମାନଙ୍କର ବ୍ୟର୍ଥ ଉଦ୍ୟମ ଦେଖି ମନେମନେ ଟିକିଏ ହସିଲେ ଓ ଅନୁଚ୍ଚ ସ୍ବରରେ କହି ପକାଇଲେ, ‘ଏମିତି କ’ଣ କଇଁଛ ମରାଯାଏ। ଓଲଟାଇ ପିଟିଦେଲେ କେତେବେଳୁ ମରିସାରନ୍ତାଣି’ା ସାଧୁଙ୍କ କଥା ଯୁବକମାନଙ୍କର କର୍ଣ୍ଣଗୋଚର ହେବାରୁ ସେମାନେ ଉଲ୍ଲସିତ ହୋଇ କଇଁଛଟିକୁ ଓଲଟାଇ ଦେଇ ମାତ୍ର ଗୋଟିଏ ପ୍ରହାର ଦେବାରୁ କଇଁଛଟି ମୃତ୍ୟୁବରଣ କଲା। ଯୁବକମାନେ ଖୁସି ମନରେ ମୃତ କଇଁଛକୁ ଖାଦ୍ୟ ଉଦ୍ଦେଶ୍ୟରେ ନେବା ସମୟରେ କଥାହେଲେ- ଇଏତ ବାବାଜି! ଇଏ କେମିତି ଜାଣିଲେ କଇଁଛ ମୃତ୍ୟୁର ସହଜ ଉପାୟ! ଯା’ହେଉ ବାବାଜି ଥିଲେ ବୋଲି ଆମେ ଅକ୍ଳେଶରେ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ଲେ।
ସାଧୁ ଜଣକ ପୂର୍ବରୁ କେବଳ ଜଣେ ଗୃହସ୍ଥ ନ ଥିଲେ, ସେ ଥିଲେ ଜୀବହତ୍ୟାକାରୀ ଓ ଆମିଷଭୋଜି ବ୍ୟକ୍ତି। ପ୍ରାଣୀ ବଧ ପାଇଁ ମନରେ ନଥିଲା ସାମାନ୍ୟ ଶଙ୍କା। କୌଣସି କାରଣରୁ ସଂସାର ପ୍ରତି ବିମୁଖ ହୋଇ ସେ ବାବାଜି ହୋଇଛନ୍ତି ସିନା ସେ କିନ୍ତୁ ତାଙ୍କ ପୂର୍ବ ପ୍ରକୃତି ଛାଡ଼ିପାରିନାହାନ୍ତି। ଆଜି ଆମେ ପ୍ରତ୍ୟହ ଏହି ଭଣ୍ଡ ବାବାଜିମାନଙ୍କୁ ପ୍ରତ୍ୟକ୍ଷ କରୁଛୁ। ତୁଣ୍ଡରେ ପବିତ୍ର ରାମନାମ, ମାତ୍ର ଅନ୍ତରରେ ହଳାହଳ ବିଷ। ଯେତେବଡ଼ ସାଧୁ ଭାବେ ଉପରକୁ ଦେଖାହେଲେ ମଧ୍ୟ ଅନ୍ତରରେ ପରର ଅନିଷ୍ଟସାଧନ କରିବାର ହୀନ ପ୍ରବୃତ୍ତିକୁ ସେମାନେ ପରିହାର କରିପାରନ୍ତି ନାହିଁ। ଜଣେ ପ୍ରକୃତ ସାଧୁ ହୋଇଥିଲେ ଅବଶ୍ୟ ଯୁବକମାନଙ୍କୁ ଏ ହୀନ ପ୍ରୟାସରୁ ରକ୍ଷା କରିପାରିଥାନ୍ତେ। କିନ୍ତୁ ନା, କୌଣସି ଅନୈତିକ କାର୍ଯ୍ୟ ପାଇଁ ତାଙ୍କ ମନପ୍ରାଣ ସ୍ବତଃ ଆକର୍ଷିତ ହୁଏ। ଭୁଲିଯାଆନ୍ତି ନୀତି ନୈତିକତାର ସମସ୍ତ ଔପଚାରିକତା।
ଓଡ଼ିଆ ଭାଗବତ ଦିବ୍ୟବାଣୀ କହନ୍ତି- ‘ଗରଳେ ଜାତ କଲୁ ମୋତେ। ସ୍ବଭାବ ଛାଡ଼ିବି କେମନ୍ତେ।ା’ ଆଜି ଆମେ ପ୍ରତ୍ୟହ ଗଣମାଧ୍ୟମରୁ ସୂଚନା ପାଉଛେ, କେତେକେତେ ସରକାରୀ ଅଧିକାରୀ କର୍ମଚାରୀ ଲାଞ୍ଚଖାଇ ଭିଜିଲାନ୍ସ ହାତରେ ଧରାପଡ଼ୁଛନ୍ତି। ସରକାରୀ ଚାକିରି ଆରମ୍ଭ ପୂର୍ବରୁ ସାଧୁତା ଓ ସଚୋଟତାର ସହ କର୍ମ ସମ୍ପାଦନ କରିବାର ଅଙ୍ଗୀକାରବଦ୍ଧତା ଚାକିରି କରିବା ପରେ ଉଭେଇ ଯାଉଛି। ଆସୁରିକ ପ୍ରବୃତ୍ତିର ବଶବର୍ତ୍ତୀ ହୋଇ ଅନ୍ୟାୟ ପରେ ଅନ୍ୟାୟ କରିଚାଲିଛନ୍ତି। ଆଜି ସେବା ଶବ୍ଦର ସଂଜ୍ଞା ବଦଳିଗଲାଣି। ଦେଶସେବା, ଜନସେବା, ସ୍ବାସ୍ଥ୍ୟସେବା, ଶିକ୍ଷାଦନ, ସରକାରୀ ସେବା ପ୍ରଭୃତି ଶବ୍ଦଗୁଡ଼ିକ କେବଳ ଭାଷଣରେ ସୀମିତ ହେଲାଣି। ଯେଉଁ କାର୍ଯ୍ୟ ବିନିମୟରେ ବେତନ ଓ ପାରିଶ୍ରମିକ ମିଳେ, ତାହା ସେବା ପଦବାଚ୍ୟ ନୁହେଁ। ଶିକ୍ଷକ ଆଉ ଶିକ୍ଷାଦାନ କରୁନାହାନ୍ତି, ଚିକିତ୍ସକ ସେବା ପ୍ରଦାନ କରୁନାହାନ୍ତି ଓ ରାଜନେତା ଦେଶସେବା କରୁନାହାନ୍ତି। ଥରେ ନିର୍ବାଚିତ ହେଲେ ରାଜନେତାର ରୂପ ଧାରଣ କରିଥିବା ବ୍ୟକ୍ତିଟି ତା’ର ଅନ୍ତର୍ନିହିତ ଶୋଷଣ ମନୋବୃତ୍ତିର ବଶବର୍ତ୍ତୀ ହୋଇ ଲୁଣ୍ଠନ କରିଚାଲିଛି ରାଜକୋଷ। ଚିକିତ୍ସକ ନିଜ ବେତନ ବ୍ୟତୀତ ରୋଗୀର କଷ୍ଟଲବ୍ଧ ଧନ ଶୋଷଣରେ ଲିପ୍ତ। ଦରିଦ୍ର ରୋଗୀଟିର ପରିଜନର ଆକୁଳ କ୍ରନ୍ଦନ ତାକୁ ବ୍ୟଥିତ କରୁନାହିଁ। ଶିକ୍ଷକ ତା’ର ବୃତ୍ତିଠାରୁ ଦୂରେଇ ଯାଇ ଅନ୍ୟାୟ ଉପାର୍ଜନର ମାର୍ଗ ଖୋଜୁଛି। ବରିଷ୍ଠ ପ୍ରଶାସକଙ୍କ କଥା ନ କହିଲେ ଭଲ। ମାଟ୍ରିକ୍‌ ପରୀକ୍ଷାରେ ସର୍ବଶ୍ରେଷ୍ଠ ଛାତ୍ରଟିକୁ ଯେତେବେଳେ ଗଣମାଧ୍ୟମ ତରଫରୁ ତା’ର ଭବିଷ୍ୟତ ସମ୍ବନ୍ଧରେ ପ୍ରଶ୍ନ କରାଯାଏ, ସେତେବେଳେ ସେ ଡାକ୍ତର, ଇଞ୍ଜିନିଅର, ପ୍ରଶାସନିକ ଅଧିକାରୀ କିମ୍ବା ରାଜନେତା ହୋଇ ଜନସେବା ଭଳି ମହତ୍‌ କର୍ମ କରିବାର ସଂକଳ୍ପ ପ୍ରକାଶ କରେ। ମାତ୍ର ତା’ର ଈପ୍‌ସିତ ପଦବୀଟି ହାସଲ କଲାପରେ ସାଧୁତାକୁ ଜଳାଞ୍ଜଳି ଦେଇ ଶୋଷଣକୁ ଆଦରିନିଏ।
ସରକାରୀ ଅଧିକାରୀ ହୁଅନ୍ତୁ ବା ରାଜନେତା ହୁଅନ୍ତୁ, ଏମାନଙ୍କ ପୃଷ୍ଠଭୂମି ପର୍ଯ୍ୟାଲୋଚନା କଲେ ଏମାନେ ଯେ ଆମ ପୂର୍ବବର୍ଣ୍ଣିତ ସାଧୁ ଏଥିରେ ସନ୍ଦେହ ନାହିଁ। ମୁହଁରେ ଦେଶସେବାର ନାମକୀର୍ତ୍ତନ କରି ଭିତରେ ଶୋଷଣରେ ଏମାନେ ସିଦ୍ଧହସ୍ତ। ଅବଶ୍ୟ ସମସ୍ତେ ସେପରି ହୋଇ ନ ପାରନ୍ତି; ମାତ୍ର ସେମାନଙ୍କ ସଂଖ୍ୟା ଯେ ଅପରିମେୟ ତାହା ଅତ୍ୟନ୍ତ ସ୍ପଷ୍ଟ। ଜଣେ ମହାପୁରୁଷ କହିଥିଲେ, ଜନ୍ମ ମଣିଷର ଅସଲ ପରିଚୟ ନୁହେଁ। ମଣିଷର ଅସଲ ପରିଚୟ ହେଉଛି ତା’ର କର୍ମ। ଆଲେକ୍‌ଜାଣ୍ଡାର ପୋପ୍‌ ଏକଦା କହିଥିଲେ- ‘ଭୁଲ୍‌ କରିବା ମଣିଷ ପକ୍ଷେ ଏକ ଅତି ସାଧାରଣ ଘଟଣା; ମାତ୍ର ଭୁଲ୍‌କୁ ସଂଶୋଧନ କରି ପୁନର୍ବାର ତାକୁ ପ୍ରଶୟ ନ ଦେବା ହେଉଛି ମଣିଷର ପ୍ରଗତିର ପରିଚାୟକ।’
ଆଜି ସମାଜ ବିଶୃଙ୍ଖଳିତ। ବ୍ୟକ୍ତିର ବ୍ୟକ୍ତିତ୍ୱରେ କଳାଦାଗ ଦୁର୍ନୀତିର ମଧୁବୋଳା ବିଷଜ୍ୱଳାରେ ସଭିଏଁ ଆକ୍ରାନ୍ତ। ଡାକ୍ତର ଚାହେଁ ତା’ ପୁଅ ଡାକ୍ତର ହେଉ, ପ୍ରଶାସକ ଚାହେଁ ତା’ ପୁଅ ପ୍ରଶାସକ ହେଉ, ଶିକ୍ଷକ ଚାହେଁ ତା’ ପୁଅ ତା’ ଭଳି ମାଷ୍ଟର ହେଉ ଅଥବା ଏକ ଲାଭଜନକ ସଂସ୍ଥାରେ ଚାକିରି କରୁ, ଯେଉଁଠି ବେତନ ବ୍ୟତୀତ ଉପୁରି ଗଣ୍ଡାକ ମିଳୁ। ମାତ୍ର କୃଷକ କେବେ ଚାହେଁ ନାହିଁ ତା’ ପୁଅ କୃଷକ ହେଉ। କାରଣ ସେ ଯେଉଁ ଦୈନ୍ୟ ମଧ୍ୟରେ ଗତି କରିଛି ତା’ ପୁଅ ସେ କ୍ଷେତ୍ରରେ ଦୁଃଖ ନ ଭୋଗୁ। ଏ ଦେଶରେ କୃଷକର ଆୟ ଅତ୍ୟନ୍ତ ନଗଣ୍ୟ, ଯାହା ତା’ର ତେଲ ଲୁଣ ସଂସାରର ଅଭାବ ମେଣ୍ଟାଇବାକୁ ଅସମର୍ଥ। ସମସ୍ତ ଧନଶାଳୀଙ୍କ ମଧ୍ୟରେ ବିଚରା ଅନ୍ନଦାତାଟି ବଳିପଡୁଛି ଯେ ଏ ଦୁନିଆକୁ ଖାଦ୍ୟଗଣ୍ଡାକ ଯୋଗାଇ ଆସୁଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ମହାନୁଭବମାନେ ଏପର୍ଯ୍ୟନ୍ତ କୃଷକର ଆଇନ ସମ୍ମତ ଅଧିକାରର ଅନ୍ତର୍ଭୁକ୍ତ କରିପାରି ନାହାନ୍ତି।
ଭାରତୀୟ ଗଣତନ୍ତ୍ର ଆଜି ସଙ୍କଟାପନ୍ନ। ଗଣତାନ୍ତ୍ରିକ ସରକାରର ତିନୋଟି ସଂସ୍ଥା ଯଥା ବ୍ୟବସ୍ଥାପକ, ଶାସନ ବ୍ୟବସ୍ଥା ଓ ନ୍ୟାୟପାଳିକା। ନ୍ୟାୟ ପାଳିକା ଉପରେ ଦେଶବାସୀ ଅଧିକ ଆସ୍ଥା ପ୍ରକଟ କରିଆସୁଥିଲେ। କିନ୍ତୁ ଆଜି ନ୍ୟାୟପାଳିକା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରାଗଲାଣି।

  • ବୈକୁଣ୍ଠନାଥ ମିଶ୍ର
    ସିଦ୍ଧଳ, ଜଗତ୍‌ସିଂହପୁର
    ମୋ: ୯୯୩୭୪୫୦୫୪୦

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତିନି ବନ୍ଧୁ ଗ୍ରାମୀଣ ଅଞ୍ଚଳର ରୋଗୀମାନଙ୍କୁ ମାତ୍ର ୧ ଟଙ୍କାରେ ଇ-କ୍ଲିନିକ ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ନେବାର ବ୍ୟବସ୍ଥା କରିଛନ୍ତି। ଆଙ୍କାଶ ଟଣ୍ଡନ ଏବଂ ତାଙ୍କର...

ଦଶମ ପରୀକ୍ଷାଫଳ

ଡ. ମନୋରଞ୍ଜନ ପ୍ରଧାନ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ପରିଚାଳିତ ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏ ବର୍ଷ ମୋଟାମୋଟି ଭାବରେ...

ବିରାଡ଼ି ହାତରେ ମାଛଭାର

ଡ. ପ୍ରଫୁଲ୍ଲ କୁମାର ସାହୁ ଗଣତନ୍ତ୍ର କହିଲେ ସାଧାରଣତଃ ସମାନତା, ସ୍ବାଧୀନତା ଓ ଆଇନର ଶାସନକୁ ବୁଝାଏ, ଯାହା ଏକ ପ୍ରତିନିଧିମୂଳକ କାର୍ଯ୍ୟବିଧି। ଏହା ଲୋକଙ୍କ...

ତୀର୍ଥଯାତ୍ରୀଙ୍କ ମୃତ୍ୟୁ

ଉତ୍ତରାଖଣ୍ଡର ଚାରିଧାମ ଯଥା ଯମୁନୋତ୍ରୀ, ଗଙ୍ଗୋତ୍ରୀ, କେଦାରନାଥ ଓ ବଦ୍ରିନାଥ ଯାତ୍ରା ଏକ ଧାର୍ମିକ ଯାତ୍ରା। ଏହି ଚାରିଧାମ ଯାତ୍ରା ମୁଖ୍ୟତଃ ପାଣିିପାଗ ସ୍ଥିତିକୁ ଲକ୍ଷ୍ୟ...

ଏଇ ଭାରତରେ

ଧୁମ୍‌ଧାମ୍‌ରେ ପୁଅ ବାହାଘର କରିବା ପାଇଁ ଅନେକେ ସ୍ବପ୍ନ ଦେଖିଥାନ୍ତି। କିନ୍ତୁ ଏମିତି ଇଚ୍ଛା ବେଳେବେଳେ ସମାଜରେ ବଞ୍ଚତ୍ରହିବା ଦୁର୍ବିଷହ କରିଦିଏ। ଏଭଳି ଏକ ଘଟଣା...

କୃଷିଭୂମି ରୂପାନ୍ତରଣର ବିପଦ

ଈପ୍ସିତା ମହାନ୍ତି   ପ୍ରାଚୀନ ଭାରତୀୟ ସଂସ୍କୃତ ପୁସ୍ତକରେ କୃଷିଜମି ୧୨ ଶ୍ରେଣୀରେ ବିଭକ୍ତ ଥିଲା। ‘ଭୂମିବର୍ଗା’ ନାମକ ଏହି ପୁସ୍ତକ ୨ ହଜାର ବର୍ଷ...

ରାଜନେତାଙ୍କ ଅନୁଭବ ବାହାରେ

ହରେକୃଷ୍ଣ ପଣ୍ଡା   ଅନ୍ୟାନ୍ୟ ଦେଶ ଭଳି ଭାରତ ଏକ ଭୂଖଣ୍ଡ ନୁହେଁ। ଏ ଦେଶର ମାଟି, ଗୋଡି, ପାହାଡ, ପର୍ବତ ଜୀବନ୍ତ ବୋଲି ମହାନ୍‌...

ଦାୟିତ୍ୱହୀନତାରୁ ବିପର୍ଯ୍ୟୟ

ଏବେ ଦୁଇଟି ଦୁର୍ଘଟଣା ସମସ୍ତଙ୍କୁ ବ୍ୟଥିତ କରିବା ଭଳି ବିଷୟ ଭାବେ ଉଭା ହୋଇଛି। ୨୫ ମେ’ ୨୦୨୪ରେ ଗୁଜରାଟର ରାଜକୋଟସ୍ଥିତ ଗେମିଂ ଜୋନ୍‌ରେ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri