ବଜ୍ରପାତରେ ପୋଡ଼ିଗଲା ଟ୍ରାନ୍ସଫର୍ମର: ଗରମ ଗୁଳଗୁଳିରେ ୧୦ ଦିନ ହେଲା ଅନ୍ଧାରରେ ଗାଁ

କୋକସରା,୮ା୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କିଛିଦିନ ତଳେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡଘଡି ମାରିବାରୁ କଳାହାଣ୍ଡି ଜିଲା କୋକସରା ବ୍ଲକ ପୋଡ଼ାଗୁଡା ଗ୍ରାମର ମେହେରପଡ଼ା ଓ ଧରୁଆପଡ଼ା ପାଇଁ ରହିଥିବା ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ପୋଡି ଅଚଳ ହୋଇଯାଇଛି। ଫଳରେ ଉକ୍ତ ପଡାବାସୀ ଆଜିକୁ ୧୦ଦିନ ଧରି ଅନ୍ଧାରରେ ରହିଛନ୍ତି। ଫ୍ୟାନ, କୁଲର ଆଦି ଚାଲୁ ନ ଥିବାରୁ ପ୍ରବଳ ଗରମ, ଗୁଳୁଗୁଳିରେ ଲୋକେ ସନ୍ତୁଳି ହେଉଛନ୍ତି।

ସୂଚନା ଅନୁସାରେ ଦୁଇ ପଡାର ପାଖାପାଖି ୭୦ଜଣ ଉପଭୋକ୍ତାଙ୍କ ପାଇଁ ସୌଭାଗ୍ୟ ଯୋଜନାରେ ଲାଗିଥିବା ଟ୍ରାନ୍ସଫର୍ମର ପୋଡ଼ି ଅଚଳ ହୋଇଯାଇଛି। ଉପଭୋକ୍ତାମାନେ ନୂତନ ଟ୍ରାନ୍ସଫର୍ମର ବସାଇବା ପାଇଁ ଜଣାଇବା ପରେ ବିଭାଗ ପକ୍ଷରୁ ବକେୟା ବିଲ ପୈଠ କରିବା ପାଇଁ କୁହାଯାଇଥିଲା। ତେବେ ଉପଭୋକ୍ତାମାନେ ୪୦ ହଜାର ଟଙ୍କା ଦେବାକୁ ରାଜି ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଅଧିକ ଟଙ୍କା ଦାବି କରୁଛନ୍ତି।

ବିଦ୍ୟୁତ୍‌ ନ ଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ଗ୍ରାମର ପଙ୍କଜ ଧରୁଆ, ପ୍ରେମଲାଲ ମେହେର, ମଳୟ ମେହେର, ମୋହନ ମେହେର, ଗଜାନନ ବଣିଆ, ସୁଲୋଚନା ନାଏକ, ରତନ ବାଗ, ଅମର ସୋରୀ, ହସ୍ତ ଧରୁଆ, ରାମ ସିଂ ଧରୁଆ ପ୍ରମୁଖ ଉପଭୋକ୍ତା ପ୍ରକାଶ କରିଛନ୍ତି। ଏ ନେଇ ଟାଟା ପାୱାରର କନିଷ୍ଠ ଯନ୍ତ୍ରୀ ବ୍ରଜ ମୋହନ ଦଲେଇଙ୍କୁ ପଚାରିବାରୁ ୨ ଲକ୍ଷ ପାଖାପାଖି ବକେୟା ବିଲ ରହିଛି। ୬୦ ହଜାର ଟଙ୍କା ବିଲ ପୈଠ କଲେ ନୂତନ ଟ୍ରାନ୍ସଫର୍ମର ସଂଯୋଗ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ସହ ଛାତ୍ରୀଛାତ୍ରଙ୍କ ଘମାଘୋଟ ସଂଘର୍ଷ: ଦିଲ୍ଲୀ ପରେ ଏବେ ଏଇଠି ତେଜିଲା ଆନ୍ଦୋଳନ, CJPକୁ ସମର୍ଥନ କରି…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ସଂସଦ ଭବନ ମାର୍ଚ୍ଚ ସମୟରେ ଯେପରି ଚିତ୍ର ସାମ୍ନାକୁ ଆସିଥିଲା, କିଛି ସେହିପରି ଚିତ୍ର ବୁଧବାର ରାଜଧାନୀ ପାଟନାରେ ଦେଖିବାକୁ ମିଳିଛି। ‘ଆଇସା’ (AISA)…

ରଥଯାତ୍ରାରେ ଦ୍ୱିତୀୟ ଶିଶୁ ମୃତ୍ୟୁ: ପରିଚାଳନାକୁ ନେଇ ଉଠିଲା ପ୍ରଶ୍ନ

ପାରଳାଖେମୁଣ୍ଡି,୨୨ା୭(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଚଳିତ ବର୍ଷର ରଥଯାତ୍ରା ଅବସରରେ ଘଟିଥିବା ଅଘଟଣାରେ ଆଉ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଥିସହ ରଥଯାତ୍ରା ସମୟରେ ଘଟିଥିବା…

ବଡ଼ ଘୋଷଣା କଲେ ମୋଦି ସରକାର; ସିଜେପି ନେତାଙ୍କ ସହ ହେବ…

ନୂଆଦିଲ୍ଲୀ,୨୨ା୭: କକରୋଚ୍ ଜନତା ପାର୍ଟି (CJP) ର ନେତୃତ୍ୱରେ ପେପର ଲିକ୍ ବିରୋଧରେ ଆନ୍ଦୋଳନ ଜାରି ରହିଛି। ସଂସଦ ମାର୍ଚ୍ଚ ପରେ ବି ସିଜେପିର ପ୍ରତିବାଦ ଥମିନାହିଁ।…

ଉଦ୍ଧବ ଠାକ୍‌ରେଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟ୍‌କା, ୬ ଏମ୍‌ପିଙ୍କ ମିଶ୍ରଣକୁ…

ନୂଆଦିଲ୍ଲୀ,୨୨ା୭: ଶିବସେନାରେ ମିଶ୍ରଣକୁ ଅନୁମୋଦନ କରିବା ପାଇଁ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଦେଇଥିବା ଆଦେଶକୁ ବୁଧବାର ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ମନା କରିଦେଇଛନ୍ତି…

ପୌର ପରିଷଦ ଅଧ୍ୟକ୍ଷା,ଉପାଧ୍ୟକ୍ଷଙ୍କୁ ଭାଜପାର ସ୍ବାଗତ

ଗୁଣପୁର,୨୨।୭(ସୁଜାତା ପାଢ଼ୀ)- ନିକଟରେ ଗୁଣପୁର ପୌର ପରିଷଦ ଅଧ୍ୟକ୍ଷା ମମତା ଗୌଡ଼ ଓ ଉପାଧ୍ୟକ୍ଷ ଶିବପ୍ରସାଦ ଗୌଡ଼ ତାଙ୍କ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ଭାଜପାରେ ଯୋଗଦାନ…

ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ, ସୂଚନା ଜାରି କରି ବିଭାଗ କହିଲା ଏହି…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ। ମେଟ୍ରୋ ରେଳ ନିଗମ (DMRC) ସୂଚନା ଦେଇଛି ଯେ, ଜାତୀୟ ରାଜଧାନୀରେ ସୁରକ୍ଷା କାରଣରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ…

ସୋରିଷରେ ବିଶ୍ୱର କ୍ଷୁଦ୍ରତମ ରଥ ନିର୍ମାଣ କଲେ ପ୍ରତ୍ୟୁଷ

ଫୁଲବାଣୀ, ୨୨।୭(ରାକେଶ କୁମାର ରାଉତ):ସୋରିଷରେ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରଥ ନିର୍ମାଣ ହୋଇଛି। ଏହା କରି ଦେଖାଇଛନ୍ତି କନ୍ଧମାଳ ଜିଲା ଫୁଲବାଣୀ ସହର ନଦୀଖଣ୍ଡିସାହିର ଯୁବଶିଳ୍ପୀ ଏନ.ପ୍ରତ୍ୟୁଷ…

ଗୋଟିଏ ରାତିରେ ଏକାଧିକ ସ୍ଥାନରେ ଚୋରି: ଅଞ୍ଚଳରେ ଖେଳିଗଲା ଆତଙ୍କ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ରାତିରେ ଏକାଧିକ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଦାରିଙ୍ଗବାଡି ବଜାର ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri