ବଦଳି ଦୁଃଖ

Dillip Cherian

ସରକାରରେ ଜଣେ ଅଫିସରଙ୍କୁ ବାରମ୍ବାର ବଦଳି କରାଯିବା କିଛି ନୂଆ କଥା ନୁହେଁ। ପୂର୍ବେ ଏହା ଯେମିତି ହେଉଥିତ୍ଲା ଏବେ ବି ସେହି ଧାରା ଚାଲୁରହିଛି। ଏଥିତ୍ରେ କିଛି ବି ପରିବର୍ତ୍ତନ ଆସିନି। ନିକଟରେ ପିମ୍ପ୍ରି-ଚିଞ୍ଚଓ୍ବାଡ (ମହାରାଷ୍ଟ୍ର) ପୋଲିସ କମିଶନର ସନ୍ଦୀପ ବିଷ୍ଣୋଇଙ୍କୁ ବଦଳି କରାଯାଇଛି। କିନ୍ତୁ ସେ ଏହି ବଦଳି ନିର୍ଦ୍ଦେଶକୁ ସେଣ୍ଟ୍ରାଲ ଆଡ୍‌ମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ(ସିଏଟି)ରେ ଚ୍ୟାଲେଞ୍ଜ କରିଛନ୍ତି। ପଦରେ ନିଯୁକ୍ତି ପାଇବାର ବର୍ଷେ ନ ପୂରୁଣୁ ତାଙ୍କୁ ପଦରୁ ବଦଳି କରାଯାଇ ତାଙ୍କ ଜାଗାରେ ୧୯୯୮ ବ୍ୟାଚ୍‌ ଆଇପିଏସ୍‌ ଅଫିସର କୃଷ୍ଣ ପ୍ରକାଶଙ୍କୁ ଅବସ୍ଥାପିତ କରାଯାଇଛି। ବିଷ୍ଣୋଇ କହିଛନ୍ତି ଯେ, ଉପଯୁକ୍ତ କାରଣ ନ ଥାଇ ଏଭଳି ହଠାତ୍‌ ବଦଳି କରାଯିବା ଆଇନ ବିରୁଦ୍ଧ, ଏହା ରଦ୍ଦ କରାଯିବା ଦରକାର। ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିତ୍ବା ଏକ ବଡଧରଣର ଅଦଳବଦଳରେ ୫୦ ଜଣ ଅଧିକାରୀଙ୍କ ମଧ୍ୟରେ ବିଷ୍ଣୋଇ ଓ ପ୍ରକାଶ ରହିଛନ୍ତି। ବ୍ୟବସାୟିକ ସହର ପିମ୍ପ୍ରି-ଚିଞ୍ଚଓ୍ବାଡରେ କମିଶନରେଟ ଗଠିତ ହେବାର ଦୁଇବର୍ଷ ମଧ୍ୟରେ ତୃତୀୟ ପୋଲିସ କମିଶନର ଭାବେ ନିଯୁକ୍ତି ପାଇଛନ୍ତି ପ୍ରକାଶ। କ୍ରମବର୍ଦ୍ଧିଷ୍ଣୁ ଅପରାଧ ଓ ଗୁଣ୍ଡାଗିରି ଯୋଗୁ ସହରରେ ସୃଷ୍ଟି ଆଇନ ଶୃଙ୍ଖଳା ପରିସ୍ଥିତି ପୋଲିସ ଲାଗି ଚ୍ୟାଲେଞ୍ଜ ହେବାରୁ ପ୍ରକାଶଙ୍କୁ ନିଯୁକ୍ତି ଦିଆଯାଇଛି। ବିଷ୍ଣୋଇଙ୍କ ପୂର୍ବରୁ ବରିଷ୍ଠ ଆଇପିଏସ୍‌ ଅଫିସର ଆର.କେ.ପଦ୍ମନାଭମ ୍‌ପିମ୍ପ୍ରି-ଚିଞ୍ଚଓ୍ବାଡର ପୋଲିସ କମିଶନର ଥିଲେ। କାର୍ଯ୍ୟକାଳ ଦୁଇ ବର୍ଷ ପୂରଣ ହେବା ପୂର୍ବରୁ ତାଙ୍କୁ ବଦଳି କରାଯାଇଥିତ୍ଲ।
ଏମ୍‌ପିସିରେ ନୂଆ ସଦସ୍ୟ
ସେପ୍ଟେମ୍ବର ଶେଷ ସପ୍ତାହରେ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ( ଆର୍‌ବିଆଇ) ଏହାର ବହୁ ପ୍ରତୀକ୍ଷିତ ମୁଦ୍ରାନୀତି ସମୀକ୍ଷା ବୈଠକକୁ କୋରମ ଅଭାବରୁ ସ୍ଥଗିତ ରଖିତ୍ଥିଲା। ୬ ଜଣିଆ ସଦସ୍ୟ ବିଶିଷ୍ଟ ମୁଦ୍ରା ନୀତି କମିଟି( ଏମ୍‌ପିସି)ରେ ସରକାରୀ ବାହାରେ ବିଭିିନ୍ନ କ୍ଷେତ୍ରରେ ବିଶେଷ ଯୋଗଦାନ ରଖିଥିବା ୩ ଜଣ ସଦସ୍ୟଙ୍କୁ ମନୋନୀତ କରିବାରେ ବିଳମ୍ବ ଯୋଗୁ କମିଟି ବୈଠକ ହୋଇପାରି ନ ଥିଲା। ଏବେ ଆର୍‌ବିଆଇ ଅସୀମା ଗୋୟଲ, ଜୟନ୍ତ ଆର୍‌ ବର୍ମା ଏବଂ ଶଶାଙ୍କ ଭିଡେଙ୍କୁ ୪ ବର୍ଷ ପାଇଁ ସଦସ୍ୟ ଭାବେ ନିଯୁକ୍ତି ଦେଇଛି। ସୁଧ ହାର ମାନଦଣ୍ଡ ସ୍ଥିର କରିବା ପାଇଁ ଏମ୍‌ପିସି ନୈତିକ ଭାବେ ଉତ୍ତରଦାୟୀ। ଆର୍‌ବିଆଇ ନିୟମ ଅନୁସାରେ ବର୍ଷରେ ଏମ୍‌ପିସି ବୈଠକ ଅତିକମ୍‌େରେ ୪ ଥର ଅନୁଷ୍ଠିତ ହୁଏ ଏବଂ ପ୍ରତ୍ୟେକ ବୈଠକ ପରେ କମିଟି ଏହାର ନିଷ୍ପତ୍ତି ପ୍ରକାଶ କରିଥାଏ । କମିଟିର ୬ ଜଣ ସଦସ୍ୟଙ୍କ ମଧ୍ୟରୁ ଅତି କମ୍‌ରେ ୪ ଜଣ ଉପସ୍ଥିତ ରହିଲେ ବୈଠକ ହୋଇପାରିବ। ସରକାରଙ୍କ ଦ୍ୱାରା ମନୋନୀତ ୩ ଜଣ ସଦସ୍ୟ ଚେତନ ଘାଟେ, ପମି ଦୁଆ ଓ ରବୀନ୍ଦ୍ର ଢୋଲକିଆଙ୍କ କାର୍ଯ୍ୟକାଳ ଅଗଷ୍ଟରେ ଶେଷ ହେବା ପରେ ନୂଆ ମନୋନୀତ ସଦସ୍ୟଙ୍କ ନିଯୁକ୍ତିର ଆବଶ୍ୟକତା ରହିଥିଲା।
ସୁଧାରରେ ମନ୍ଥରତା
ଭାରତୀୟ ରେଳବାଇର ବହୁ ପ୍ରତୀକ୍ଷିତ ପୁନର୍ବିନ୍ୟାସ ବା ସୁଧାର ଘୋଷଣା ହେଲା ପରେ ଏହାକୁ କାର୍ଯ୍ୟକାରୀ କରିବା ଲାଗି ତାହା ମାପିଚୁପି ଆଗଉଛି। କାର୍ଯ୍ୟାନ୍ବୟନରେ ମନ୍ଥରତାକୁ ଲକ୍ଷ୍ୟ କରି କେତେକ ପର୍ଯ୍ୟବେକ୍ଷକ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି। ଯେତେବେଳେ କୋଭିଡ୍‌ ମହାମାରୀ ସଂକ୍ରମଣ ଆରମ୍ଭ ହେଲା ଓ ଯାତ୍ରୀବାହୀ ରେଳ ବନ୍ଦ ହୋଇଗଲା ସେତେବେଳେ ରେଳବାଇ ହାତରେ ଏହାର ଆଭ୍ୟନ୍ତରୀଣ ପୁନଃବ୍ୟବସ୍ଥା ଉପରେ ବିଚାର କରିବା ପାଇଁ ପର୍ଯ୍ୟାପ୍ତ ସମୟ ଥିଲା। କିନ୍ତୁ ତାହା ହେଲା ନାହିଁ। ଏବେ ନବ ଗଠିତ ରେଲ୍‌ଓ୍ବେ ବୋର୍ଡର ସମସ୍ତ ସଦସ୍ୟ ପଦ ଏକ୍ସ-କ୍ୟାଡର୍‌ ହୋଇଥିବାରୁ ଦକ୍ଷ ଅଧିକାରୀଙ୍କୁ ବରିଷ୍ଠତା ଓ ଅବଶିଷ୍ଟ ସେବା ଆଧାରରେ ନିଯୁକ୍ତ କରାଯିବା ଉଚିତ୍‌। ରେଳ ମନ୍ତ୍ରଣାଳୟ ମଧ୍ୟ ଖୁବ୍‌ ସାବଧାନତାର ସହ ଏଥିପାଇଁ ଆଗକୁ ବଢୁଛିି। ସୂତ୍ରରୁ ପ୍ରକାଶ ଯେ,ମାନବ ସମ୍ବଳର ମହାନିର୍ଦ୍ଦେଶକ ବା ଡାଇରେକ୍ଟର ଜେନେରାଲ ଅଫ୍‌ ଏଚ୍‌ଆର୍‌(ଡିଜିଜିଏଚ୍‌ଆର୍‌)ପଦ ପାଇଁ ଅନ୍ୟ କ୍ୟାଡର୍‌ର ବହୁ ଯୋଗ୍ୟ ବରିଷ୍ଠ ଅଧିକାରୀ ଥିତ୍ବା ବେଳେ ଏହି ପଦରେ ଜଣେ ଇଣ୍ଡିଆନ ରେଲଓ୍ବେ ପର୍ଶନେଲ ସର୍ଭିସ (ଆଇଆର୍‌ପିଏସ)ର ଅଧିକାରୀଙ୍କୁ ନିଯୁକ୍ତି ଦିଆଗଲା। ଏହା ମଧ୍ୟ ଜଣାପଡିଛି ଯେ, ମେମ୍ବର ଟ୍ରାଫିକ ଆଣ୍ଡ୍‌ ରୋଲିଂ ଷ୍ଟକ୍‌ ପଦରେ ଇଣ୍ଡିଆନ୍‌ ରେଲ୍‌ଓ୍ବେଜ ସର୍ଭିସ ଅଫ୍‌ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ(ଆଇଆର୍‌ଏସ୍‌ଇଇ)ରୁ ଜଣେ ଅଧିକାରୀଙ୍କୁ ଅବସ୍ଥାପିତ କରାଯିବାର ସମ୍ଭାବନା ରହିଛି। ସେହିପରି ଫାଇନାନ୍ସ ମେମ୍ବର ନିଯୁକ୍ତି ଇଣ୍ଡିଆନ ରେଲଓ୍ବେ ଆକାଉଣ୍ଟସ୍‌ ସର୍ଭିସ( ଆଇଆର୍‌ଏଏସ୍‌)ରୁ କରାଯିବାର ପ୍ରସ୍ତାବ ରହିଥିବା ଜଣାପଡିଛି। ଏବେ ଯାଏ ସବୁ ଠିକ ଠାକ୍‌ ଚାଲିଛି। କିନ୍ତୁ ଇଣ୍ଡିଆନ ରେଲଓ୍ବେଜ ସର୍ଭିସ ଅଫ୍‌ ଇଞ୍ଜିନିୟର୍ସ (ଆଇଆର୍‌ଏସ୍‌ଇ) ଏବଂ ଇଣ୍ଡିଆନ ରେଲଓ୍ବେଜ ସର୍ଭିସ ଅଫ୍‌ ମେକାନିକାଲ ଇଞ୍ଜିନିୟର୍ସ (ଆଇଆର୍‌ଏସ୍‌ଏମ୍‌ଇ) ଅଧିକାରୀମାନଙ୍କ ମଧ୍ୟରେ କିଛି ଅସନ୍ତୋଷ ରହିଛି। ନୂଆ ଯୋଜନାରେ ଏମାନେ ଅନ୍ୟ ସର୍ଭିସ ଲାଗି ଥିବା ଶୀର୍ଷ ପଦ ହରାଇବା ଭଳି ମନେହେଉଛିିି। ସୂତ୍ରରୁ ପ୍ରକାଶ ଯେ ରେଳ ମନ୍ତ୍ରଣାଳୟ ଏ ପର୍ଯ୍ୟନ୍ତ ନିଯୁକ୍ତି ନିୟମର ନକ୍ସା ପ୍ରସ୍ତୁତ କରିନାହିଁ। ଏଥିରୁ ବୁଝାପଡୁଛିି ମନ୍ତ୍ରଣାଳୟର କାର୍ଯ୍ୟଧାରାରେ ଆଡହକିଜମ ଭାବନା ରହିଛି ଯାହା ସୁଧାର ପ୍ରକ୍ରିୟାକୁ ସୁର୍ବଳ କରିଦେଇପାରେ।
Email:dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri