Posted inଖେଳ

ଧୋନୀ- କୋହଲି ମୁକାବିଲା: ଚେନ୍ନାଇର ବ୍ୟାଟିଂ ଉପରେ ନଜର

ଦୁବାଇ,୧୦।୧୦(ପି.ଟି.): ତୃତୀୟ ଡବଲ ହେଡରର ଦ୍ୱିତୀୟ ମ୍ୟାଚ୍‌ରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ଓ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଶନିବାର ପରସ୍ପରକୁ ଭେଟିବେ। ବ୍ୟାଟିଂକୁ ନେଇ ଉଭୟ ଦଳ ସଂଘର୍ଷ କରୁଛନ୍ତି। କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷରେ ବ୍ୟାଟିଂରେ ସାଂଘାତିକ ଭାବେ ଫେଲ ମାରିଥିବାରୁ କେଦାର ଯାଦବଙ୍କ ଚୟନ ନେଇ ଟିମ୍‌ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେବ। ବୁଧବାର ଚେନ୍ନାଇ ମାତ୍ର ୧୦ ରନରେ କୋଲକାତାଠାରୁ ପରାସ୍ତ ହୋଇଥିଲା। ନିହାତି ମାମୁଲି ବ୍ୟାଟିଂ କରି କେଦାର ବେଶ୍‌ ସମାଲୋଚିତ ହୋଇଛନ୍ତି। ଟପ୍‌ ଅର୍ଡରରେ ଶେନ୍‌ ଓ୍ବାଟସନ ଓ ଫାଫ୍‌ ଡୁପ୍ଲେସି ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ମିଡିଲ ଅର୍ଡରରେ ବ୍ୟାଟ୍ସମ୍ୟାନମାନେ ଅସ୍ଥିର ପ୍ରଦର୍ଶନ କରୁଛନ୍ତି। ନିଜେ ଧୋନୀ ମଧ୍ୟ ଶ୍ରେଷ୍ଠ ଫର୍ମରେ ନାହାନ୍ତି। କେଦାରଙ୍କୁ ବାଦ୍‌ ଦିଆଗଲେ ଋତୁରାଜ ଗାଏକ୍ୱାଡ କିମ୍ବା ଏନ୍‌. ଜଗଦୀଶନ ଦଳରେ ସାମିଲ ହୋଇପାରିନ୍ତି। ୨୦୧୮ରୁ ଏହି ଦୁଇ ଖେଳାଳି ବେଞ୍ଚ୍‌ରେ ବସିଆସୁଛନ୍ତି। ବ୍ୟାଟିଂରେ ସଂଘର୍ଷ କରୁଥିଲେ ମଧ୍ୟ ଚେନ୍ନାଇର ବୋଲିଂରେ ସୁଧାର ଆସିଛି। ପୀୟୂଷ ଚାଓ୍ବଲାଙ୍କ ବଦଳରେ ଦଳରେ ସ୍ଥାନ ପାଇଥିବା କର୍ନ ଶର୍ମା ପ୍ରଭାବୀ ବୋଲିଂ କରି ୨ ଉଇକେଟ ନେଇଛନ୍ତି। ଦ୍ରୁତ ବୋଲର ଦୀପକ ଚହର, ସାମ କୁରାନ ଓ ଶାର୍ଦ୍ଦୁଳ ଠାକୁରଙ୍କ ଉପରେ ଧୋନୀ ପୁଣି ଭରସା କରିବେ।
ଅପରପକ୍ଷରେ ବାଙ୍ଗାଲେର ବ୍ୟାଟିଂ ଲାଇନ୍‌ ଇତିମଧ୍ୟରେ ବେଶ ଦୃଢ ହୋଇଛି। ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଅଧିନାୟକ ବିରାଟ କୋହଲି ଦମ୍‌ଦାର ପ୍ରଦର୍ଶନ କରି ଫର୍ମକୁ ଫେରିଛନ୍ତି। ଯୁବ ଓପନର ଦେବଦତ୍ତ ପଡିକାଲ, ଅଭିଜ୍ଞ ଏବି ଡିଭଲର୍ସ, ଆରୋନ ଫିଞ୍ଚ୍‌ ଟପ୍‌ ଅର୍ଡରରେ ବାଙ୍ଗାଲୋର ପାଇଁ ଅଧିକ ରନ୍‌ ସଂଗ୍ରହ କରିବେ ବୋଲି ଆଶା କରାଯାଉଛି। ତେବେ ବୋଲିଂ ନେଇ କୋହଲି ଚିନ୍ତିତ ଥିବେ। ଯଦିଓ ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଭଲ ପ୍ରଦର୍ଶନ କରୁଛନ୍ତି। ଓ୍ବାଶିଂଟନ ସୁନ୍ଦର ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି। ତେବେ ଦ୍ରୁତ ବୋଲର ଉମେଶ ଯାଦବ, ମହମ୍ମଦ ସିରାଜ ଓ ନବଦୀପ ସଇନି ଅତ୍ୟଧିକ ରନ ବ୍ୟୟ କରୁଛନ୍ତି। ଶ୍ରୀଲଙ୍କା ଦ୍ରୁତ ବୋଲର ଇସିରୁ ଉଡାନା ସାମିଲ ହେବା ପରେ ଦଳରେ ସନ୍ତୁଳନ ଆସିଛି। ବାଙ୍ଗାଲୋରର ବୋଲିଂକୁ ସଂଘର୍ଷ କରୁଥିବା ଚେନ୍ନାଇ ବ୍ୟାଟ୍ସମ୍ୟାନ କିପରି ସାମ୍ନା କରୁଛନ୍ତି ତାହା ଉପରେ ଏହି ମୁକାବିଲାର ଫଳାଫଳ ନିର୍ଭର କରିବ। ମୋଟ ଉପରେ ମ୍ୟାଚ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri