Posted inଜାତୀୟ

ପିଏମ୍‌ କେୟାର୍ସ ଫଣ୍ଡ୍‌ ଏନ୍‌ଡିଆରଏଫ୍‌କୁ ହେବନି ସ୍ଥାନାନ୍ତର: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୧୮।୮: ପିଏମ୍‌ କେୟାର୍ସ ଫଣ୍ଡ ଏନ୍‌ଡିଆରଏଫ୍‌କୁ ସ୍ଥାନାନ୍ତର ହେବନି ବୋଲି ସୁପ୍ରିମ୍‌କୋର୍ଟ ମଙ୍ଗଳବାର ରାୟ ଦେଇଛନ୍ତି। ଏହା ସହିତ ଏନେଇ କରାଯାଇଥିବା ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରିଦେଇଛନ୍ତି। ଏହା ଏକ ଦାତବ୍ୟ ଫଣ୍ଡ୍‌ ବୋଲି କୋର୍ଟ କହିଛନ୍ତି। ତେଣୁ ଏଥିରେ ଜମା ହୋଇଥିବା ଟଙ୍କା ସ୍ଥାନାନ୍ତର କରିବାର ଆବଶ୍ୟକତା ନ ଥିବା କୋର୍ଟ କହିଛନ୍ତି। ଅପରପକ୍ଷରେ ଯେ କୌଣସି ବ୍ୟକ୍ତି ଅବା ସଂସ୍ଥା ଏନ୍‌ଡିଆରଏଫ୍‌କୁ ମଧ୍ୟ ଦାନ କରିପାରିବେ। ୨୦୧୯ରେ ଗଠନ କରାଯାଇଥିବା ଏନ୍‌ଡିଆରଏଫ୍‌ କରୋନା ମହାମାରୀ ସଙ୍କଟର ମୁକାବିଲା କରିବା ଲାଗି ପ୍ରର୍ଯ୍ୟାପ୍ତ। ତେଣୁ କୌଣସି ନୂଆ ଆକ୍ସନ୍‌ ପ୍ଲାନ୍‌ ଅଥବା ନ୍ୟୁନତମ ମାନକକୁ ଅଲଗା କରାଯିବା ଆବଶ୍ୟକତା ନାହିଁ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ସେଣ୍ଟର ଫର୍‌ ପବ୍ଲିକ୍‌ ଇଣ୍ଟ୍ରେଷ୍ଟ୍‌ ଲିଟଗେଶନ ପକ୍ଷରୁ ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଥିଲା ଯେ, ଆଇନର ଉଲ୍ଲଂଘନ କରାଯାଇ ପିଏମ୍‌ କେୟାର୍ସ ଫଣ୍ଡ୍‌ ଗଠନ କରାଯାଇଛି। ତେଣୁ ଏଥିରେ ଜମା ହୋଇଥିବା ଦାନ ଟଙ୍କା ଏନ୍‌ଡିଆରଏଫ୍‌କୁ ସ୍ଥାନାନ୍ତର ହେବା ଉଚିତ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପିଓକେ ଶିବିରରେ ୫୦୦ ଆତଙ୍କବାଦୀ

ଜମ୍ମୁ,୧୨ା୧୦(ପି.ଟି.): ପାକ୍‌-ଅଧିକୃତ କଶ୍ମୀର (ପିଓକେ)ସ୍ଥିତ ତାଲିମ ଶିବିରଗୁଡ଼ିକରେ ପ୍ରାୟ ୫୦୦ ଆତଙ୍କବାଦୀ ଅଛନ୍ତି। ସେମାନେ ଏଲ୍‌ଓସି ଅତିକ୍ରମ କରି ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ ପାଇଁ ସୁଯୋଗ ଖୋଜୁଛନ୍ତି...

ଚର୍ଚ୍ଚାରେ ଫଳ ଦୋକାନୀ: କଦଳୀ ଝୁଲାଇ ବୋର୍ଡରେ ଲେଖିଲେ ଏମିତି

ଚେନ୍ନାଇ,୨୩।୫: ଦେଶରେ କରୋନାର ଦ୍ୱିତୀୟ ଲହର ଯୋଗୁ ଲୋକଙ୍କୁ ନାହିଁ ନ ଥିବା ଅସୁବିଧାର ସାମ୍ନା କରିବାକୁ ପଡୁଛି। କରୋନା ଯୋଗୁ ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌...

ଘର ଘର ବୁଲି କରୋନା ମୃତକଙ୍କ ପରିବାରକୁ ଚିହ୍ନଟ କରିବେ ୧୦୦ ଅଧିକାରୀ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୬।୯: କରୋନା ମହାମାରୀ ସଂକ୍ରମଣ ଯୋଗୁଁ ମୃତ୍ୟୁ ଘଟିଥିବା ଆକ୍ରାନ୍ତଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। କାର୍ଯ୍ୟ ବ୍ୟବସ୍ଥା...

ବିବାହ କରୁଛନ୍ତି କି, ଏଣିକି ଜଗିବ ପୋଲିସ

ମନାଲି,୨୯।୭: ହିମାଚଳ ପ୍ରଦେଶର ପର୍ଯ୍ୟଟନ ସହର ମନାଲିରେ ବିବାହ ଉତ୍ସବ ଏବେ ପ୍ରଶାସନ ଏବଂ ପୋଲିସର ତତ୍ତ୍ୱାବଧାନରେ ହେବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମନାଲି...

ଶିକ୍ଷା ବଜେଟ: ଖୋଲିବ ୧୦୦ ନୂଆ ସୈନିକ ସ୍କୁଲ

ନୂଆଦିଲ୍ଲୀ,୧ ।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ୨୦୨୧-୨୨ରେ ଶିକ୍ଷାକୁ ନେଇ ମହତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ସେ କହିଛନ୍ତି ନ୍ୟାଶନାଲ ଏଜୁକେଶନ ପଲିସକୁ ସ୍ୱାଗତ...

ଚୋରା ସୁନା କାରବାର: ଚେର ଲମ୍ବିଛି ମ୍ୟାନ୍‌ମାର୍‌ରୁ ଦିଲ୍ଲୀ

ନୂଆଦିଲ୍ଲୀ,୧।୭: ମ୍ୟାନ୍‌ମାର୍‌-ଭାରତ ସୀମାରେ ବେଧଡ଼କ ଚୋରା ସୁନା କାରବାର ଜାରି ରହିଛି। ଏହି କାରବାରର ଚେର ସୀମାବର୍ତ୍ତୀ ଅଞ୍ଚଳରୁ ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଲମ୍ବିଛି। ଇମ୍ଫାଲରେ...

୮ ଫୁଟ ୧ ଇଞ୍ଚ ଉଚ୍ଚା ଧର୍ମେନ୍ଦ୍ର ଯୋଗୀଙ୍କୁ ମାଗିଲେ ସହାୟତା

ଲକ୍ଷ୍ନୌ,୧୭।୮: ଭାରତର ସବୁଠାରୁ ଉଚ୍ଚା ବ୍ୟକ୍ତି ଧର୍ମେନ୍ଦ୍ର ନିଜ ଚିକିତ୍ସା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହାୟତା ଲୋଡ଼ିଛନ୍ତି। ତାଙ୍କର ହିପ୍‌ ଟ୍ରାନ୍ସପ୍ଲାଣ୍ଟ୍‌ ଲାଗି...

ଯଦି ଦୋଷ କରିଛି ଦଣ୍ଡବିଧାନ କରାଯାଉ: ହେମନ୍ତ ସୋରେନ…

ରାଞ୍ଚି,୧୫।୧୦ : ଯଦି ଦୋଷ କରିଛି ତେବେ ମୋତେ ଦଣ୍ଡବିଧାନ କରାଯାଉ ବୋଲି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି । ରାଞ୍ଚିଠାରେ ଶନିବାର ଏକ...

Advertisement
Archives

Model This Week