କମିଶନରେଟ ପୋଲିସରେ ଅଦଳବଦଳ: ଜାଣନ୍ତୁ କିଏ କେଉଁଠିକୁ ଗଲେ…

ଭୁବନେଶ୍ୱର,୧୭।୮(ବ୍ୟୁରୋ):କଟକ-ଭୁବନେଶ୍ୱର କମିଶନରେଟ ପୋଲିସରେ ବଡ଼ଧରଣର ବଦଳି ହୋଇଛି। ୨ ଡିସିପିଙ୍କ ସମେତ ୧୭ ଥାନା ଅଧିକାରୀ ଓ ୫ ଏସ୍‌ଆଇଙ୍କୁ ବଦଳି କରାଯାଇଥିବା ନେଇ ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। କମିଶନରେଟ ପୋଲିସ ମୁଖ୍ୟାଳୟରେ କାର୍ଯ୍ୟକରୁଥିବା ଅତିରିକ୍ତ ଡିସିପି କିଶୋର ଚନ୍ଦ୍ର ପାଟ୍ଟଶାଣୀଙ୍କୁ ଭୁବନେଶ୍ୱର ୟୁପିଡି ଓ ଅତିରିକ୍ତ ଡିସିପି ସୁବାସ ଚନ୍ଦ୍ର ମହାନ୍ତିଙ୍କୁ କମିଶନରେଟ ପୋଲିସ ମୁଖ୍ୟାଳୟ ଗୋଇନ୍ଦା ବିଭାଗକୁ ବଦଳି କରାଯାଇଛି। ସେହିପରି କମିଶନରେଟ ପୋଲିସ ମୁଖ୍ୟାଳୟରେ ଥିବା ଭରତ କୁମାର ସାହୁଙ୍କୁ ବଦଳି କରାଯାଇ କ୍ୟାପିଟାଲ ଥାନା ଅଧିକାରୀ ଭାବେ ନିଯୁକ୍ତ କରାଯାଇଥିବାବେଳେ ଶରତ କୁମାର ସାହୁଙ୍କୁ ନୟାପଲ୍ଲୀ ଥାନା ଅଧିକାରୀ ଓ ଯୁବରାଜ ସ୍ବାଇଁଙ୍କୁ ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି। ଅନ୍ୟପକ୍ଷରେ ନୟାପଲ୍ଲୀ ଥାନା ଅଧିକାରୀ ଥିବା ଅରୁଣ କୁମାର ସ୍ବାଇଁଙ୍କୁ ଖାରବେଳନଗର ଥାନା ଅଧିକାରୀ ଦାୟିତ୍ୱ ମିଳିଛି। କ୍ୟାପିଟାଲ ଥାନା ଅଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତୀଙ୍କୁ ଲକ୍ଷ୍ମୀସାଗର ଥାନାକୁ ବଦଳି କରାଯାଇଛି। ଖାରବେଳନଗର ଥାନା ଅଧିକାରୀ ବିଶ୍ୱ ରଞ୍ଜନ ସେନାପତିଙ୍କୁ ନନ୍ଦନକାନନ ଥାନା, ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ବିଶ୍ୱରଞ୍ଜନ ନାୟକଙ୍କୁ ବଡ଼ଗଡ଼ ଥାନା, କମିଶନରେଟ ପୋଲିସ ମୁଖ୍ୟାଳୟରେ ଥିବା ଦୀପକ କୁମାର ମିଶ୍ରଙ୍କୁ ଏୟାରଫିଲ୍ଡ ଥାନା ଓ ଭୁବେନେଶ୍ୱର ୟୁପିଡିରେ ଥିବା ଅଞ୍ଜଳି ଛୋଟରାୟଙ୍କୁ ଚନ୍ଦ୍ରଶେଖପୁର ଟ୍ରାଫିକ ଥାନା ଅଧିକାରୀ ଦାୟିତ୍ୱ ମିଳିଛି। ସେହିପରି ଳକ୍ଷ୍ମୀସାଗର ଥାନା ଅଧିକାରୀ ଦୟାନିଧି ନାୟକଙ୍କୁ ଧଉଳି ଥାନା, ଚନ୍ଦ୍ରଶେଖରପୁର ଥାନା ଟ୍ରାଫିକ ଥାନା ଅଧିକାରୀ ପ୍ରମୋଦ କୁମାର ପଟ୍ଟନାୟକଙ୍କୁ ତମାଣ୍ଡୋ ଥାନା, ଶହୀଦନଗର ଥାନା ଅଧିକାରୀ ବିରଞ୍ଚତ୍ ନାରାୟଣ ପତିଙ୍କୁ ଚୌଦ୍ୱାର ଥାନା, ଖଣ୍ଡଗିରି ଥାନା ଅଧିକାରୀ ରଶ୍ମୀ ରଞ୍ଜନ ମହାପାତ୍ରଙ୍କୁ ବାଦାମବାଡି ଥାନା, ମର୍କତନଗର ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେରଙ୍କୁ ଜଗତପୁର ଥାନା, ଜଗତପୁର ଥାନା ଅଧିକାରୀ ପ୍ରଦୀପ୍ତ କିଶୋର ନାୟକଙ୍କୁ ମର୍କତନଗର ଥାନା, ଚୈଦ୍ୱାର ଥାନା ଅଧିକାରୀ ପଦ୍ମନାଭ ପ୍ରଧାନଙ୍କୁ ଖଣ୍ଡଗିରି ଥାନା, ବାଦାମବାଡି ଥାନା ଅଧିକାରୀ ହିମାଂଶୁ ଭୂଷଣ ସ୍ବାଇଁଙ୍କୁ ଶହୀଦନଗର ଥାନା ଅଧିକାରୀ ଭାବେ ନୂଆ ଦାୟିତ୍ୱ ମିଳିଛି। ଏଥିସହ ଟୁଇନ୍‌ସିଟିରେ କାର୍ଯ୍ୟରତ ୫ ଜଣ ଏସ୍‌ଆଇଙ୍କ ସମେତ ଜଣେ ଏଏସଆଇଙ୍କର ମଧ୍ୟ କମିଶନରେଟ ପୋଲିସ ଥାନା ଅଞ୍ଚଳରେ ବଦଳି କରାଯାଇଛି। ତେବେ କରୋନା ସଂକଟବେଳେ ଏପରି ବଦଳିକୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?