ଶିକାରୀଙ୍କ ହାତରେ ଟ୍ରାଙ୍କୁଲାଇଜର

ଅସମାପିକା ସାହୁ
ଭୁବନେଶ୍ୱର,୧୪।୫: ଆସାମର ଓରାଙ୍ଗ ଜାତୀୟ ଉଦ୍ୟାନରେ ବନ୍ୟାପ୍ରାଣୀ ମାଫିଆମାନେ ଅଭିନବ ଉପାୟରେ ଗଣ୍ଡାର ଶିଙ୍ଗକୁ କାଟି ନେଇଛନ୍ତି। ନିକଟରେ ଉଦ୍ୟାନ କର୍ମଚାରୀମାନେ ମୁୱାମାରି ଅଞ୍ଚଳରେ ଦୈନନ୍ଦିନ ପାଟ୍ରୋଲିଂ ସମୟରେ ପ୍ରାୟ ୮-୧୦ ବର୍ଷ ବୟସର ଏକ ଅପ୍ରାପ୍ତବୟସ୍କ ଅଣ୍ଡିରା ଗଣ୍ଡାକୁ ଶିଙ୍ଗ କଟା ଅବସ୍ଥାରେ ବୁଲୁଥିବା ଦେଖିଥିଲେ। ଭେଟେରିନାରି ଟିମ୍‌ ଅନୁଧ୍ୟାନ କରିବା ପରେ ଗଣ୍ଡାଟିକୁ ଟ୍ରାଙ୍କୁଲାଇଜ୍‌ କଲାପରେ ଶିଙ୍ଗଟିକୁ ଧାରୁଆ ଅସ୍ତ୍ରରେ କଟାଯାଇଥିବା ସ୍ପଷ୍ଟ କରିଛି। ଏହି ଘଟଣାକୁ ଆସାମ ସରକାର ଅତ୍ୟନ୍ତ ଗୁରୁତ୍ୱର ସହିତ ନେଇଛନ୍ତି। କାରଣ ଏହାପୂର୍ବରୁ ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ଶିକାରୀମାନେ ଅନୁରୂପ ଭାବେ ଦୁଇଟି ଗଣ୍ଡାର ଶିଙ୍ଗ କାଟି ନେଇଥିବା ନଜରକୁ ଆସିଥିଲା। ଶିଙ୍ଗକୁ ଏଭଳି ଭାବେ କଟାଯାଉଛି ଯେ, ଏଥିରେ ଗଣ୍ଡାଟି ମରିବ ନାହିଁ ଏବଂ ସୁସ୍ଥ ଭାବରେ ଜୀବନ ଯାପନ କରିପାରିବ। ଏହି ଘଟଣା ଓଡ଼ିଶା ପାଇଁ ମଧ୍ୟ ସତର୍କ ଘଣ୍ଟି ବଜାଇଛି। ବର୍ତ୍ତମାନ ରାଜ୍ୟରେ ବନ୍ୟପ୍ରାଣୀ ଶିକାର ଓ ଚୋରା ଚାଲାଣ ବଢ଼ି ଚାଲିଥିବାବେଳେ ଏଠାକାର ଶିକାରୀ ଓ ମାଫିଆମାନେ ବନ୍ୟପ୍ରାଣୀଙ୍କ ପ୍ରତି ଏପରି ନୂଆ ବିପଦକୁ ଆପଣାଇପାରନ୍ତି ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି।
ଓଡ଼ିଶାରେ ହାତୀ ଶିକାର ଦିନକୁଦିନ ବଢ଼ିବାରେ ଲାଗିଛି। ଗତ ୧୫ ଦିନ ମଧ୍ୟରେ ବଲାଙ୍ଗୀର ଓ ବୌଦ୍ଧ ଜିଲାରୁ କ୍ରାଇମବ୍ରାଞ୍ଚ ୯ ହାତୀ ଦାନ୍ତ ଜବତ କରିଥିଲା। ପୋଲିସ ବା ବନ ବିଭାଗ ଏସବୁ ରୋକିବାକୁ ଯେପରି ଦକ୍ଷତା ବୃଦ୍ଧି ସହ ନୂଆ କୌଶଳ ଆପଣାଇଥାଆନ୍ତି, ଅପରାଧୀମାନେ ମଧ୍ୟ ସବୁବେଳେ ଅଭିନବ ଉପାୟରେ ଶିକାର ଓ ଚୋରା ଚାଲାଣ ଜାରି ରଖିଛନ୍ତି। ଯଦି ଅପରାଧୀଙ୍କ ପାଖରେ ଏକେ-୪୭ ଓ ଏକେ-୫୬ ଭଳି ଅସ୍ତ୍ର ପହଞ୍ଚତ୍ପାରୁଛି, ତେବେ ଏହି ଟ୍ରାଙ୍କୁଲାଇଜର ବନ୍ଧୁକ କିଣିବା ଛୋଟ କଥା ହେବ। ଓଡ଼ିଶାରେ ଏବେ ପ୍ରାୟ ୫୦ରୁ ଅଧିକ ଟ୍ରାଙ୍କୁଲାଇଜର ବନ୍ଧୁକ ବିଭିନ୍ନ ଡିଭିଜନରେ ରହିଛି। ନନ୍ଦନକାନନ ମାଧ୍ୟମରେ ଏହି ବନ୍ଧୁକ କିଣାଯାଇ ବନ କର୍ମଚାରୀଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି। ଆନୁଷଙ୍ଗିକ ମେଡିସିନ ମଧ୍ୟ କିଣାଯାଇଛି। କିନ୍ତୁ ଓଡ଼ିଶାରେ ବନ କର୍ମଚାରୀ କେତେ ସଚ୍ଚୋଟ ଓ ବନ୍ୟପ୍ରାଣୀ ସୁରକ୍ଷା ପାଇଁ କେତେ ଚିନ୍ତିତ ତାହା କାହାକୁ ଅଛପା ନୁହେଁ। ହାତୀ ମୃତଦେହକୁ ଜେସିବି ଲଗାଇ ଜଙ୍ଗଲରେ ମାଟି ଖୋଳି ପୋତି ଦେଇ ଯେତେବେଳେ ରେଞ୍ଜର, ଫରେଷ୍ଟର, ଓ ଫରେଷ୍ଟ ଗାର୍ଡ ନିଲମ୍ବନ ହେଉଛନ୍ତି, କୋଟି କୋଟି ଟଙ୍କା ଦୁର୍ନୀତି କରି ଡିଏଫ୍‌ଓ ଏବଂ ପିସିସିଏଫ୍‌ ପାହ୍ୟାର ଅଧିକାରୀମାନେ ଜେଲ ଯାଉଛନ୍ତି, ସାମାନ୍ୟ କେଇଟା ଟଙ୍କା ବଦଳରେ ସେମାନେ ଟ୍ରାଙ୍କୁଲାଇଜର ବନ୍ଧୁକ ଯେ ଶିକାରୀଙ୍କ ହାତରେ ଧରାଇ ନ ଦେବେ ସେପରି ଆଶଙ୍କାକୁ ଏଡାଇ ଦେଉହେଉ ନ ଥିବା ବିଶେଷଜ୍ଞମାନେ କହୁଛନ୍ତି।
ଏ ସମ୍ପର୍କରେ ବନ୍ୟପ୍ରାଣୀ ବିଶେଷଜ୍ଞ ତଥା ଓଡ଼ିଶାରେ ଟ୍ରାଙ୍କୁଲାଇଜେଶନ କ୍ଷେତ୍ରରେ ପ୍ରମୁଖ ଭୂମିକା ନେଇଥିବା ଅବସରପ୍ରାପ୍ତ ଡିସିଏଫ୍‌ କମଳ ଲୋଚନ ପୁରୋହିତ କହିଛନ୍ତି, ଓଡ଼ିଶା ଜଙ୍ଗଲରେ ଗଣ୍ଡା ନାହାନ୍ତି, କିନ୍ତୁ ହାତୀ ତ ଅଛନ୍ତି। ଆସାମ ଘଟଣା ନଜରକୁ ଆସିବା ପରେ ଯେଉଁସବୁ ବନ କର୍ମଚାରୀଙ୍କୁ ଟ୍ରାଙ୍କୁଲାଇଜ୍‌ ଟ୍ରେନିଂ ଦିଆଯାଇଥିଲା ଓ ଯେଉଁଠି ବି ଟ୍ରାଙ୍କୁଲାଇଜର ବନ୍ଧୁକ ଅଛି, ସେସବୁର ତାଲିକା କରି ରଖାଯାଉ। ଯିଏ ବି ପ୍ରାକ୍ଟିସ୍‌ କରୁଛନ୍ତି, ସେହି ସବୁର ହିସାବ ରାଜ୍ୟର ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରଙ୍କ ଅଫିସକୁ ନିହାତି ପଠାଯାଉ। ଯଦି କେବେ ଦୁର୍ଭାଗ୍ୟବଶତଃ ଟ୍ରାଙ୍କୁଲାଇଜର ବନ୍ଧୁକ ଅପରାଧୀଙ୍କ ହାତକୁ ଚାଲିଗଲା, ତେବେ ଓଡ଼ିଶାରେ ହାତୀ ତ ବୁଲୁଥିବେ, ହେଲେ ତାଙ୍କର ଦାନ୍ତ ନ ଥିବ। ହାତୀକୁ ଜୀବନରେ ନ ମାରି ଦାନ୍ତ ଅମଳ କରିବେ ଅପରାଧୀ। ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ଆଗରୁ କେବଳ ବନ ବିଭାଗର ସ୍ଥାୟୀ କର୍ମଚାରୀ ଓ ଭେଟେରିନାରି ଡାକ୍ତରମାନେ ହିଁ ରାଜ୍ୟରେ ଟ୍ରାଙ୍କୁଲାଇଜେଶନ କରୁଥିଲେ। କୌଣସି ଘରୋଇ ଲୋକଙ୍କୁ ଏହି କାମରୁ ଦୂରେଇ ରଖାଯାଉଥିଲା। ହେଲେ ପ୍ରଥମଥର ପାଇଁ ଗଞ୍ଜାମ ଜିଲାରେ ଜଣେ ଘରୋଇ ଲୋକଙ୍କୁ ଭାଲୁ ଟ୍ରାଙ୍କୁଲାଇଜେଶନ ପାଇଁ ଦିଆଯାଇଥିଲା। ଏହି ସମୟରେ ବନ କର୍ମଚାରୀଙ୍କୁ ଭିଡିଓ କରିବାକୁ ବାରଣ କରାଗଲା। କିନ୍ତୁ ସେହି ଲୋକ ନିଜେ ଫେସ୍‌ବୁକରେ ଉକ୍ତ ଭିଡିଓ ପୋଷ୍ଟ କରିଥିଲେ। ଆସାମ ଘଟଣା ପରେ ସରକାର କୌଣସି ଘରୋଇ ଲୋକଙ୍କୁ ଟ୍ରାଙ୍କୁଲାଇଜେଶନ କାମରେ ସମ୍ପୂର୍ଣ୍ଣ ଭାବରେ ନିଷେଧ କରିବା ଉଚିତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri