ଗଞ୍ଜେଇ ଚାଲାଣର ମାଧ୍ୟମ ପାଲଟିଛି ଟ୍ରେନ୍‌

ଭୁବନେଶ୍ୱର, ୨।୪ (ବ୍ୟୁରୋ): ରାଜ୍ୟରେ ଗଞ୍ଜେଇ ଚୋରାଚାଲାଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗଞ୍ଜେଇ ବେପାରିମାନେ ନୂଆ ନୂଆ କୌଶଳ ଅବଲମ୍ବନ କରି ରାଜ୍ୟ ତଥା ରାଜ୍ୟ ବାହାରକୁ ଚୋରା ଚାଲାଣ କରିବାରେ ସକ୍ରିୟ ହୋଇପଡିଛନ୍ତି। କେତେବେଳେ କଖାରୁ ବୋଝେଇ ଗାଡିରୁ ତ ପୁଣି କେତେବେଳେ କଦଳୀ ଗାଡିରେ ଗଞ୍ଜେଇ ଚାଲାଣ କରୁଛନ୍ତି। ତେବେ ପୋଲିସ ହାତରେ ଧରାପଡିବା ପରେ ଚୋରା ଚାଲାଣକାରୀମାନେ କୌଶଳ ବଦଳାଉଛନ୍ତି। ରାସ୍ତା ପଥରେ ନ ଯାଇ ନ ଯାଇ ଟ୍ରେନକୁ ଗଳା ବାଟ କରି କୋଟି କୋଟି ଟଙ୍କାର ଗଞ୍ଜେଇ ଚୋରାଚାଲାଣ କରୁଛନ୍ତି। ଭୁବନେଶ୍ୱର ରେଳ ଷ୍ଚେଶନରୁ ୨୦୨୦ ମସିହାରେ ରେଲ୍‌ଓ୍ବେ ପୋଲିସ ୫୬୬.୧ କେଜି ଗଞ୍ଜେଇ ଜବତ କରିଥିଲା। ୯ଟି ମାମଲା ରୁଜୁ କରାଯାଇ ମୋଟ ୧୮ ଜଣଙ୍କୁ ଗିରଫ କରିଯାଇଥିଲା। ଗିରଫ ବ୍ୟକ୍ତିଙ୍କ ମଧ୍ୟରୁ ପୁରୁଷ ୧୩ ଜଣ ହୋଇଥିବା ବେଳେ ୫ ଜଣ ମହିଳା ଅଛନ୍ତି। ସେହିପରି ୨୦୨୧ରେ ଗଞ୍ଜେଇ ଚୋରାଚାଲାଣ ସାମନ୍ୟ ହ୍ରାସ ପାଇଥିବାବେଳେ ଗିରଫ ସଂଖ୍ୟା ବୃଦ୍ଧି ପାଇଛି। ଉକ୍ତ ବର୍ଷକରେ ୩୩୨.୧ ଗଞ୍ଜେଇ ଜବତ କରାଯାଇଥିବାବେଳେ ମୋଟ ୨୩ ଜଣଙ୍କୁ ଗିରଫ କରାଯାଇଛି। ତେବେ ଏଠି ପ୍ରଶ୍ନ ଉଠୁଛି ଟ୍ରେନର ମୁଖ୍ୟ ଫାଟକଠୁ ଆରମ୍ଭ କରି ଷ୍ଟେଶନ ପରିସରରେ ରେଲ୍‌ଓ୍ବେ ପୋଲିସ ୨୪ ଘଣ୍ଟା ପଇଁତାର ମାରୁଥିବା ସତ୍ତ୍ୱେ ବେପାରୀମାନେ ଟ୍ରେନ ମାଧ୍ୟମରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଛନ୍ତି କିପରି ? ସେହିପରି ଟ୍ରେନରେ ଅଧିକାଂଶ ଯାତ୍ରୀ ଯାତ୍ରା କରୁଥିବାରୁ ଚେକିଂରେ ଢିଲା ହୋଇଥିବା ଦେଖି ଟ୍ରେନକୁ ଗଳା ବାଟ କରି ଗଞ୍ଜେଇ ଚୋରାଚାଲାଣ କରୁନାହାନ୍ତି ତ ? ଏନେଇ ଜିଆର୍‌ପି ଥାନା ଆଇଆଇସିଙ୍କୁ ପଚାରିବାରୁ ସେ କହିଛନ୍ତି, ଯେଉଁମାନେ ଚୋରାଚାଲାଣ କରୁଛନ୍ତି, ନଜର ପଡିଲେ ସେମାନଙ୍କୁ ସଙ୍ଗେ ସଙ୍ଗେ ଗିରଫ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ ବଲାଙ୍ଗୀରବାସୀ! ପାଣିପାଗ କେନ୍ଦ୍ର ଜାରି କଲା ଚେତାବନୀ, ୪ ଦିନ ଯାଏ…

ବଲାଙ୍ଗୀର,୨୫।୫(ସୁନୀଲ କୁମାର ମହାନ୍ତି): ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ଅସହ୍ୟ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ହିଟଓ୍ବେଭ୍‌ ପାଇଁ…

ଖରାରେ ବୁଲୁଥିବାରୁ ତାଗିଦ କଲେ ମା’, ରାଗିଯାଇ ଝୁଲିପଡିଲେ ପୁଅ

କେନ୍ଦୁଝର,୨୫।୫ ( ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ବ୍ଲକ ଦେଉଳଡିହା ପଞ୍ଚାୟତ ଜେନାଦାର ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ମା’ ତାଗିଦ୍ କରିବାରୁ ପୁଅର ଆତ୍ମହତ୍ୟା…

ଗର୍ଲଫ୍ରେଣ୍ଡ ରୁମରେ ପତ୍ନୀଙ୍କୁ ହତ୍ୟା କଲେ ସ୍ବାମୀ, ବିବାହର ୩ ମାସ ପରେ…

ଚଣ୍ଡିଗଡ, ୨୫।୫: ହରିୟାଣାର ଗୁରୁଗ୍ରାମର ମାନେସରରୁ ଏକ ହୃଦୟବିଦାରକ ଏବଂ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ନବବିବାହିତା ମହିଳାଙ୍କୁ ତାଙ୍କ ବିବାହର ମାତ୍ର ତିନି…

ଗୁଲମାର୍ଗରେ ଅଟକିଲା ରୋପଓ୍ବେ; ଫସିଲେ ୩୦୦ ପର୍ଯ୍ୟଟକ, ଆଉ ତାପରେ…

ଶ୍ରୀନଗର,୨୫।୫: ଜମ୍ମୁ କଶ୍ମୀରର ପ୍ରସିଦ୍ଧ ଗୁଲମାର୍ଗ ଗୋଣ୍ଡୋଲାରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ଶହ ଶହ ପର୍ଯ୍ୟଟକ ଫସି ରହିଛନ୍ତି । ଖବର ଲେଖାଯିବା ସୁଦ୍ଧା…

ଆଉ ପାଦେ ଆଗକୁ ବଢିଲା ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ର: ଏଣିକି ପର୍ଯ୍ୟଟଙ୍କୁ ମିଳିବ…

ଦାରିଙ୍ଗବାଡି, ୨୫।୫ (ଅରୁଣ ସାହୁ):ଓଡିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲା ଦାରିଙ୍ଗବାଡି। ରାଜ୍ୟ ପର୍ଯ୍ୟଟନ ବିଭାଗର ମାନଚିତ୍ରରେ ରହିଥିବା ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ରକୁ ରାଜ୍ୟ ସରକାର…

ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ: ଏସଆଇଆର୍‌ ଉପରେ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଭଞ୍ଜନଗର ଉପଖଣ୍ଡର ବୁଥସ୍ତରୀୟ ଅଫିସର୍‌ ଏବଂ ସୁପରଭାଇଜରମାନଙ୍କୁ ନେଇ ସ୍ବତନ୍ତ୍ର ସଘନ ସଂଶୋଧନ ତାଲିମ କାର୍ଯ୍ୟକ୍ରମ…

ରାଜପଥ ପାର୍ଶ୍ୱରୁ ମୃତ ହରିଣ ଉଦ୍ଧାର: ଚୋରା ଚାଲାଣ ସନ୍ଦେହରେ…

ବାଲେଶ୍ୱର, ୨୫।୫ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଏକ ମୃତ ହରିଣ ଉଦ୍ଧାର ହୋଇଛି। ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା…

ଏମିତି କାମ କରି ପ୍ରଶଂସା ସାଉଁଟିଲେ ବସନ୍ତ: ଜିଲାପାଳଙ୍କ ଅଭିଯୋଗ ଶୁଣାଣିବେଳେ…

ଦାରିଙ୍ଗବାଡି, ୨୫।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସଭାଗୃହ ପରିସରରେ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଚାଲିଥିବାବେଳେ ଦେଖିବାକୁ ମିଳିଛି ଏକ ନିଆରା ଘଟଣା। ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri