ଗଞ୍ଜେଇ ଚାଲାଣର ମାଧ୍ୟମ ପାଲଟିଛି ଟ୍ରେନ୍‌

ଭୁବନେଶ୍ୱର, ୨।୪ (ବ୍ୟୁରୋ): ରାଜ୍ୟରେ ଗଞ୍ଜେଇ ଚୋରାଚାଲାଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗଞ୍ଜେଇ ବେପାରିମାନେ ନୂଆ ନୂଆ କୌଶଳ ଅବଲମ୍ବନ କରି ରାଜ୍ୟ ତଥା ରାଜ୍ୟ ବାହାରକୁ ଚୋରା ଚାଲାଣ କରିବାରେ ସକ୍ରିୟ ହୋଇପଡିଛନ୍ତି। କେତେବେଳେ କଖାରୁ ବୋଝେଇ ଗାଡିରୁ ତ ପୁଣି କେତେବେଳେ କଦଳୀ ଗାଡିରେ ଗଞ୍ଜେଇ ଚାଲାଣ କରୁଛନ୍ତି। ତେବେ ପୋଲିସ ହାତରେ ଧରାପଡିବା ପରେ ଚୋରା ଚାଲାଣକାରୀମାନେ କୌଶଳ ବଦଳାଉଛନ୍ତି। ରାସ୍ତା ପଥରେ ନ ଯାଇ ନ ଯାଇ ଟ୍ରେନକୁ ଗଳା ବାଟ କରି କୋଟି କୋଟି ଟଙ୍କାର ଗଞ୍ଜେଇ ଚୋରାଚାଲାଣ କରୁଛନ୍ତି। ଭୁବନେଶ୍ୱର ରେଳ ଷ୍ଚେଶନରୁ ୨୦୨୦ ମସିହାରେ ରେଲ୍‌ଓ୍ବେ ପୋଲିସ ୫୬୬.୧ କେଜି ଗଞ୍ଜେଇ ଜବତ କରିଥିଲା। ୯ଟି ମାମଲା ରୁଜୁ କରାଯାଇ ମୋଟ ୧୮ ଜଣଙ୍କୁ ଗିରଫ କରିଯାଇଥିଲା। ଗିରଫ ବ୍ୟକ୍ତିଙ୍କ ମଧ୍ୟରୁ ପୁରୁଷ ୧୩ ଜଣ ହୋଇଥିବା ବେଳେ ୫ ଜଣ ମହିଳା ଅଛନ୍ତି। ସେହିପରି ୨୦୨୧ରେ ଗଞ୍ଜେଇ ଚୋରାଚାଲାଣ ସାମନ୍ୟ ହ୍ରାସ ପାଇଥିବାବେଳେ ଗିରଫ ସଂଖ୍ୟା ବୃଦ୍ଧି ପାଇଛି। ଉକ୍ତ ବର୍ଷକରେ ୩୩୨.୧ ଗଞ୍ଜେଇ ଜବତ କରାଯାଇଥିବାବେଳେ ମୋଟ ୨୩ ଜଣଙ୍କୁ ଗିରଫ କରାଯାଇଛି। ତେବେ ଏଠି ପ୍ରଶ୍ନ ଉଠୁଛି ଟ୍ରେନର ମୁଖ୍ୟ ଫାଟକଠୁ ଆରମ୍ଭ କରି ଷ୍ଟେଶନ ପରିସରରେ ରେଲ୍‌ଓ୍ବେ ପୋଲିସ ୨୪ ଘଣ୍ଟା ପଇଁତାର ମାରୁଥିବା ସତ୍ତ୍ୱେ ବେପାରୀମାନେ ଟ୍ରେନ ମାଧ୍ୟମରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଛନ୍ତି କିପରି ? ସେହିପରି ଟ୍ରେନରେ ଅଧିକାଂଶ ଯାତ୍ରୀ ଯାତ୍ରା କରୁଥିବାରୁ ଚେକିଂରେ ଢିଲା ହୋଇଥିବା ଦେଖି ଟ୍ରେନକୁ ଗଳା ବାଟ କରି ଗଞ୍ଜେଇ ଚୋରାଚାଲାଣ କରୁନାହାନ୍ତି ତ ? ଏନେଇ ଜିଆର୍‌ପି ଥାନା ଆଇଆଇସିଙ୍କୁ ପଚାରିବାରୁ ସେ କହିଛନ୍ତି, ଯେଉଁମାନେ ଚୋରାଚାଲାଣ କରୁଛନ୍ତି, ନଜର ପଡିଲେ ସେମାନଙ୍କୁ ସଙ୍ଗେ ସଙ୍ଗେ ଗିରଫ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମମିତାଙ୍କୁ ନ୍ୟାୟ ପାଇଁ ଆନ୍ଦୋଳନ ଜାରି ରହିବ

କେନ୍ଦ୍ରାପଡ଼ା ଅଫିସ, ୧୩।୧୧: ମମିତା ମେହେର ହତ୍ୟା ମାମଲାରେ କେନ୍ଦ୍ରାପଡ଼ା ବ୍ଲକ ଓ ନଗର କଂଗ୍ରେସ ନିଜର ଶକ୍ତି ପ୍ରଦର୍ଶନ କରିଛି। ଶୁକ୍ରବାର ସକାଳ ୬ଟାରୁ...

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ସଫେଇ କାର୍ଯ୍ୟକ୍ରମ: ସମଲେଇ ମନ୍ଦିରରେ ଝାଡ଼ୁମାରିଲେ କେନ୍ଦ୍ର ମନ୍ତ୍ରୀ

ସମ୍ବଲପୁର,୧୭।୯(ବ୍ୟୁରୋ): ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇ ମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ମଙ୍ଗଳବାର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରମନ୍ତ୍ରୀ...

୬୫ତମ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳିତ: ଜଙ୍ଗଲ ଆୟତନ ୮୮୫ ବର୍ଗ କିଲୋମିଟର ବଢ଼ିଛି

ଭୁବନେଶ୍ୱର, ୫ା୧୦(ବ୍ୟୁରୋ): ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଭବନଠାରେ ୬୫ତମ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ...

ପ୍ରକାଶ ପାଇଲା ୟୁଜିସି ଏକାଡେମିକ କ୍ୟାଲେଣ୍ଡର

ଭୁବନେଶ୍ୱର,୧୭।୭(ବ୍ୟୁରୋ): କରୋନା ସଂକ୍ରମଣ ଭିତରେ ୟୁଜିସି ପକ୍ଷରୁ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଗାଇଡଲାଇନ ଜାରି କରାଯାଇଛି। ଦେଶର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟ କରୋନା ସମୟରେ...

ମୋ ବସ୍‌ ସେବା ପାଇଁ କ୍ରୁଟ୍‌କୁ ଜାତୀୟ ପୁରସ୍କାର

ଭୁବନେଶ୍ୱର, ୩୦।୧୦(ବ୍ୟୁରୋ): ସଫଳତାର ଆଉଏକ ପାହାଚ ଚଢିଛି କ୍ରୁଟ୍‌ (କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ)। କେନ୍ଦ୍ର ସରକାରଙ୍କ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା...

ବଦଳିଲା ସମୟ: ଏଣିକି ୯ଟାରୁ ସାଢ଼େ ୪ଟା ଯାଏ ସ୍କୁଲରେ ରହିବେ ଶିକ୍ଷୟିତ୍ରୀ-ଶିକ୍ଷକ

ଭୁବନେଶ୍ୱର,୧୮।୯(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ ସମୟରେ ପରିବର୍ତ୍ତନ କରାଯାଇଛି। ଏଥିସହ ବଦଳିଛି ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ କାର୍ଯ୍ୟ ସମୟ। ପୂର୍ବରୁ ୧୦ଟାରୁ ୪ଟା ଯାଏ...

ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରେ ଅଟକି ରହିଛନ୍ତି ୩୩ଶ୍ରମିକ

ଖପ୍ରାଖୋଲ, ୧ା୪(ଡି.ଏନ.ଏ.): ସାରା ଦେଶରେ କରୋନା ଭୁତାଣୁ ସଂକ୍ରମଣ ରୋକିବାକୁ ଆଠ ଦିନ ହେଲା ଲକ ଡାଉନ। ଏହି ସମୟରେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ...

ଭିଜିଲାନ୍ସ ଜାଲରେ ବେଆଇନ କଳାପଥର ପରିବହନ

ଯାଜପୁର ଅଫିସ,୧୦ା୯: ଯାଜପୁର ଜିଲାର ଧର୍ମଶାଳା ଥାନା ଅନ୍ତର୍ଗତ ଜାରକା କଲେଜ ରୋଡ୍‌ ନିକଟରେ ଶୁକ୍ରବାର ଓଡ଼ିଶା ଭିଜିଲାନ୍ସ ଫରେଷ୍ଟ ୱିଙ୍ଗ୍‌ ପକ୍ଷରୁ ଚଢ଼ାଉ କରାଯାଇ...

Advertisement
Archives

Model This Week