Posted inଜାତୀୟ

ଯୁବକଙ୍କୁ ଟ୍ରେନ୍‌ ଟ୍ରାକକୁ ଠେଲି ଦେଲେ ଦମ୍ପତି

ମୁମ୍ବାଇ,୧୮।୮: ମହାରାଷ୍ଟ୍ରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କୁ ପ୍ଲାଟଫର୍ମରୁ ଟ୍ରାକ୍‌କୁ ଠେଲି ଦେଇଛନ୍ତି ଦମ୍ପତି। ଫଳରେ ଟ୍ରେନରେ କଟି ଯୁବକଙ୍କ ମୃତ୍ୟୁ ହୋଇଛି। ସିଓନ ଷ୍ଟେଶନରେ ଏହି ଘଟଣା ଘଟିଥିବା ଜଣାପଡିଛି। ଏହି ଘଟଣାରେ ପୋଲିସ ଦମ୍ପତିଙ୍କୁ ଗିରଫ କରିଛି।
ଦାଦର ସରକାରୀ ରେଳ ପୋଲିସ (ଜିଆରପି) ଅନୁଯାୟୀ, ମୃତ ଯୁବକ ଜଣକ ହେଲେ ଘନସୋଲିର ବାସିନ୍ଦା ଦିନେଶ ଦେବରାଓ ରାଥୋଡ। ସେ ସିଓନର ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ଜିଆରପି ଅଧିକାରୀଙ୍କ କହିବାନୁସାରେ, ଅବିନାଶ ମେନ(୩୨) ଏବଂ ଶୀତଲ ମେନ(୩୦)ନାମକ ଏକ ଦମ୍ପତି ଗତ ରବିବାର ରାତି ପ୍ରାୟ ୯.୧୧ ସମୟରେ ପ୍ଲାଟଫର୍ମ ନମ୍ବର ୱାନରେ ଯାଉଥିବା ଏକ ଟ୍ରେନକୁ ଅପେକ୍ଷା କରିଥିଲେ। ଶୀତଲ ପ୍ଲାଟଫର୍ମ ଶେଷ ଆଡକୁ ଟ୍ରେନକୁ ଅପେକ୍ଷା କରିଥିଲେ ଏବଂ ତାଙ୍କ ସ୍ବାମୀ କିଛି ବାଟ ଦୂରରେ ଥିଲେ। ଏହି ସମୟରେ ରାଥୋଡ ଛତାରେ ଶୀତଲଙ୍କୁ କେଞ୍ଚିଥିଲେ। ଉଦ୍ଦେଶ୍ୟମୂଳକ ଭାବରେ ସେ ତାହା କରୁଥିବା ଶୀତଲ ଅନୁଭବ କରି ନିଜ ଛତା ଉଠାଇ ତାଙ୍କୁ ମାରିବା ଆରମ୍ଭ କରିଥିଲେ।
ଏହି ବିବାଦ ଦେଖି ଅବିନାଶ ଏଥିରେ ହସ୍ତକ୍ଷେପ କରି ରାଥୋଡଙ୍କୁ ଆକ୍ରମଣ କରିଥିଲେ। ପରେ ପ୍ଲାଟଫର୍ମରୁ ଠେଲି ଦେଇଥିଲେ। ରାଥୋଡ ଭାରସାମ୍ୟ ହରାଇ ଟ୍ରାକରେ ପଡ଼ିଯାଇଥିଲେ। ସେ ଠିଆ ହୋଇ ପ୍ଲାଟଫର୍ମକୁ ଚଢିବାକୁ ଚେଷ୍ଟା କରୁଥିବାବେଳେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ ନିକଟରୁ ଆସୁଥିବା ଏକ ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ।
ରେଳ କର୍ମଚାରୀମାନେ ରାଥୋଡଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁପରେ ଦାଦର ଜିଆରପି ପ୍ରଥମେ ଅପମୃତ୍ୟୁ ମାମଲା ରୁଜୁ କରିଥିଲା।
ଅନୁସନ୍ଧାନ ସମୟରେ ଜିଆରପି ଅଧିକାରୀମାନେ ପ୍ଲାଟଫର୍ମର ସିସିଟିଭି ରେକର୍ଡିଂ ଯାଞ୍ଚ୍‌ କରିଥିଲେ। ରାଥୋଡଙ୍କୁ ଦମ୍ପତି ଟ୍ରାକକୁ ଠେଲି ଦେଇଛନ୍ତି। ଏହା ପରେ ପୋଲିସ ସମ୍ପୃକ୍ତ ବିରୋଧରେ ଏକ ମାମଲା ରୁଜୁ କରିଥିଲା। ଦମ୍ପତିଙ୍କ ଗତିବିଧି ଅନୁସରଣ କରି ସେମାନେ ମାନଖର୍ଡରେ ରହୁଥିବା ଜଣାପଡିଥିଲା। ସେଠାରୁ ତାଙ୍କୁ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?