Posted inଫୁରସତ

କୁକୁରମାନଙ୍କ ପାଇଁ ବନ୍ଦ ରହିଲା ଟ୍ରାଫିକ୍‌, ଭିଡିଓ ଦେଖିଲେ…

ପ୍ରକୃତି ଏହି ପୃଥିବୀର ପ୍ରତ୍ୟେକ ଜୀବକୁ ସମାନ କରି ଗଢ଼ିତୋଳିଛି। କିନ୍ତୁ ମଣିଷ ଯେପରି ବିକଶିତ ହେଲା, ସେ ପ୍ରକୃତିର ପ୍ରତ୍ୟେକ ଉତ୍ସ ଉପରେ ନିଜର ଅଧିକାର ଜାହିର କଲା। ମଣିଷ ଅନ୍ୟ ଜୀବଜନ୍ତୁଙ୍କ ସ୍ବାଧୀନତାକୁ ଉଲ୍ଲଘଂନ କରୁଥିବାର ଦେଖିବାକୁ ମିଳେ। ତଥାପି ଏହି ଦୁନିଆରେ ବହୁତ ଲୋକ ଅଛନ୍ତି, ଯେଉଁମାନେ ଅନ୍ୟ ଜୀବମାନଙ୍କୁ ମଧ୍ୟ ସମ୍ମାନ ଦିଅନ୍ତି। ନିକଟରେ ଟ୍ରାଫିକ୍‌ ପୋଲିସର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ରାସ୍ତାରେ ଯାଉଥିବା କୁକୁରମାନଙ୍କ ପାଇଁ ଟ୍ରାଫିକ୍‌ ବନ୍ଦ କରି ଦେଉଛନ୍ତି।

ଭାଇରାଲ ହଗ୍‌ ନାମକ ଏକ ଇନ୍‌ଷ୍‌ାଗ୍ରାମ ଆକାଉଣ୍ଟରେ ଭିଡିଓଟି ଶେୟାର କରାଯାଇଛି। ଯେଉଁଥିରେ ଟ୍ରାଫିକ ପୋଲିସର ଉଦାରତା ଦେଖିବାକୁ ମିଳିଛି। ଅନେକ ସମୟରେ ପଶୁମାନେ ରାସ୍ତାରେ ବୁଲୁଥିବା ଦେଖାଯାଏ। ଯଦି ସେମାନେ ରାଜପଥକୁ ଚାଲିଆସନ୍ତି, ତେବେ ସେମାନେ ବଡ଼ ଗାଡ଼ି ସହିତ ଧକ୍କା ହୋଇ ମୃତ୍ୟୁବରଣ କରିଥାନ୍ତି। ଏଭଳି ପରିସ୍ଥିତିରେ ସେହି ପଶୁମାନଙ୍କ ରାସ୍ତା ପାର ହେବା ପାଇଁ ଅନେକ ରାଜପଥ ନିକଟରେ ମାର୍ଗ ପ୍ରସ୍ତୁତ କରାଯାଇଛି। କିନ୍ତୁ ସହରଗୁଡ଼ିକରେ ଏହି ବ୍ୟବସ୍ଥା ନାହିଁ। ଏହି କାରଣରୁ ଭିଡିଓରେ ଦେଖାଯାଇଥିବା ଟ୍ରାଫିକ ପୋଲିସ ଏହି ଅନନ୍ୟ କାର୍ଯ୍ୟ କରିଛନ୍ତି। ଏହି ଭିଡିଓ ଆଲାସ୍କାର ଅଟେ।

ଭିଡିଓରେ, ରାସ୍ତାରେ ଏକ ଟ୍ରାଫିକ ସଙ୍କେତ ଦେଖାଯାଉଛି। ଏକ ସିଗ୍‌ନାଲରେ ଅଟକି ରହିଥିବା କାର୍‌ରୁ ଭିଡିଓ ଶୁଟିଂ କରାଯାଇଛି। ବାହାରେ ଜଣେ ଟ୍ରାଫିକ ପୋଲିସ ରାସ୍ତା ପାର୍‌ ହେବା ପାଇଁ ଅପେକ୍ଷା କରିଛିନ୍ତି। ହଠାତ୍‌ ଏକ ଦଉଡିରେ ବନ୍ଧା ହୋଇଥିବା କୁକୁରଗୁଡ଼ିକ ରାସ୍ତା ପାର ହେଉଥିବା ଦେଖାଯାଏ। ତା’ପରେ ଜଣାପଡ଼ଛି, କେବଳ କୁକୁରମାନଙ୍କ ପାଇଁ ଟ୍ରାଫିକ ବନ୍ଦ ହୋଇଯାଇଥିଲା। ସମସ୍ତେ ଜେବ୍ରା କ୍ରସିଂ ସାହାଯ୍ୟରେ ଟ୍ରାଫିକ ଅତିକ୍ରମ କରୁଛନ୍ତି। ସେହି କୁକୁରମାନଙ୍କ ପଛରେ, ସେମାନଙ୍କର ମାଲିକ ଏକ ବୋର୍ଡରେ ଠିଆ ହୋଇଥିବା ଦେଖାଯାଏ। କୁକୁରମାନେ ତାଙ୍କୁ ଟାଣି ନେଇ ଆଗକୁ ନେଉଛନ୍ତି।

ଏହି ଭିଡିଓ ପାଖାପାଖି ୨ ଲକ୍ଷ ଭ୍ୟୁ ପାଇଥିବାବେଳେ ଅନେକ ଲୋକ ମନ୍ତବ୍ୟ ମାଧ୍ୟମରେ ନିଜ ନିଜର ମତାମତ ରଖିଛନ୍ତି। ଜଣେ ୟୁଜର କହିଛନ୍ତି, ସାନ୍ତା କ୍ଲଜ ରାସ୍ତା ପାର୍‌ ହେଉଥିବା ପରି ଦେଖାଯାଉଛି। ଜଣେ କହିଛନ୍ତି, ପୋଲିସ ଯାତାୟାତ ବନ୍ଦ କରିବା ଏକ ଆଶ୍ଚର୍ଯ୍ୟଜନକ କଥା। ଅନେକ ଲୋକ ଭିଡିଓରେ ହାର୍ଟ ଇମୋଜି ଦେଇ ଏହ ଦୃଶ୍ୟକୁ ସ୍ବାଗତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲ ସମ୍ମୁଖରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ଅଭିଯୋଗ

ବେଲପାହାଡ଼,୩ା୭(ସୁବାସ ପ୍ରଧାନ): ବେଲପାହାଡ଼ ପୌରାଞ୍ଚଳରେ ଶୁକ୍ରବାର ସକାଳୁ ଏକ ଅଭାବନୀୟ କାଣ୍ଡ ଘଟିଯାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଏବଂ ଉତ୍ତେଜନା ପ୍ରକାଶ…

Cristiano Ronaldo Retirement Plans: ବିଶ୍ୱକପ ପରେ କ୍ରିଷ୍ଟିଆନୋ ରୋନାଲ୍ଡୋ ଅବସର ନେବେ? ଭଉଣୀ କହିଲେ ବଡ଼ କଥା

ଲିସବନ,.୩।୭: କ୍ରିଷ୍ଟିଆନୋ ରୋନାଲ୍ଡୋ ଗୁରୁବାର ଫିଫା ବିଶ୍ୱକପ ନକଆଉଟ ମ୍ୟାଚରେ ସବୁଠାରୁ ବୟସ୍କ ଖେଳାଳି ହୋଇ ଆଉ ଏକ ରେକର୍ଡ ସ୍ଥାପନ କରିଛନ୍ତି। ଗୁରୁବାର ରାଉଣ୍ଡ ଅଫ…

ମାଲାମାଲ ଅକ୍ଷୟ: ଗୋଟିଏ ମାସରେ ୪ ଫ୍ଲାଟ୍‌ ବିକି ଏତିକି ଟଙ୍କା କଲେ ଲାଭ

ବଲିଉଡ ଅଭିନେତା ଅକ୍ଷୟ କୁମାର କେବଳ ଚଳଚ୍ଚିତ୍ରରୁ ନୁହେଁ ବରଂ ରିଅଲ ଇଷ୍ଟେଟରୁ ମଧ୍ୟ ରୋଜଗାର କରୁଛନ୍ତି। ସାମ୍ପ୍ରତିକ ମାସ ଗୁଡ଼ିକରେ ତାଙ୍କର ପ୍ରୋଜେକ୍ଟ ‘ଭୂତ ବଙ୍ଗଳା’…

ପେଟ୍ରୋଲରେ ଇଥାନଲ ମିଶାଇଲେ ଗାଡ଼ିର ମାଇଲେଜ କମିଯାଏ କି? କେନ୍ଦ୍ରମନ୍ତ୍ରୀ କହିଲେ…

ନୂଆଦିଲ୍ଲୀ,୩।୭: ପେଟ୍ରୋଲରେ ଇଥାନଲ ବ୍ୟବହାର ନେଇ ଦେଶରେ ବର୍ତ୍ତମାନ ଏକ ଉଷ୍ମ ବିତର୍କ ଚାଲିଛି। ଏହି ପ୍ରସଙ୍ଗକୁ ସମ୍ବୋଧିତ କରି ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ…

ପୁଅ ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି ବାପାଙ୍କ ମୃତଦେହକୁ ଛୁଇଁଲେନି କେହି: ୧୦ ଘଣ୍ଟା ପରେ…

ପାଟଣାଗଡ଼,୩।୭(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲାର ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ତୁଳସୀଡୁଙ୍ଗରି ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ବୃଦ୍ଧାଙ୍କ ପୁଅ ଅନ୍ୟଜାତିର ବାହା…

‘ମୋ ବିବାହ ଜୁଲାଇରେ…’ ଗୌରୀ ସ୍ପ୍ରେଟଙ୍କ ସହିତ ଓ୍ବେଡିଂ ପ୍ଲାନ ପ୍ରକାଶ କଲେ ଆମିର

ମୁମ୍ବାଇ: ବଲିଉଡର ‘ମିଷ୍ଟର ପରଫେକ୍ସନିଷ୍ଟ’ ଆମିର ଖାନ ଜୁଲାଇ ୫ରେ ତାଙ୍କ ପ୍ରେମିକା ଗୌରୀ ସ୍ପ୍ରେଟଙ୍କୁ ବିବାହ କରିବାକୁ ଯାଉଛନ୍ତି। ଅଭିନେତା ପୂର୍ବରୁ ଦୁଇଥର ବିବାହ କରିଛନ୍ତି,…

ଆମେରିକା-ଇରାନ ଶାନ୍ତି ଚୁକ୍ତି ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଦାବି, ଇରାନ ସମସ୍ତ ସର୍ତ୍ତ ଗ୍ରହଣ…

ଓ୍ବାଶିଂଟନ,୩ା୭: ଆମେରିକା ଏବଂ ଇରାନ ମଧ୍ୟରେ ଏକ ସମ୍ଭାବ୍ୟ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ଆଲୋଚନା ପରେ, ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଦାବି କରିଛନ୍ତି…

ଶାନ୍ତି ଆଲୋଚନା ପାଇଁ ପାକିସ୍ତାନ ଆସିଥିବା ଆରାଘଚିଙ୍କ ସହ ଗାଲିବାଫଙ୍କୁ ହତ୍ୟା କରିବାକୁ ଚାହୁଁଛି ଇସ୍ରାଏଲ! ହତ୍ୟା ଷଡ଼ଯନ୍ତ୍ରର…

ଜେରୁଜେଲମ,୩।୭: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଉତ୍ତେଜନା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଦାବି ସାମ୍ନାକୁ ଆସିଛି। ଆମେରିକୀୟ ଖବରକାଗଜ ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଯେତେବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri