ଦୁର୍ଘଟଣା ରୋକିବ ଟ୍ରାଫିକ୍‌ ଟାଇମ୍‌ର

ଭୁବନେଶ୍ୱର,୨୩।୬(ଅଭିଜିତ୍‌ ଦାସ): ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଛକଗୁଡ଼ିକରେ ଲାଗିଥିବା ସ୍ବୟଂଚାଳିତ ଟ୍ରାଫିକ୍‌ ବ୍ୟବସ୍ଥାଗୁଡ଼ିକ ଅଧିକାଂଶ ସମୟରେ କାମ କରୁ ନାହିଁ। କେତେକ ସ୍ଥାନରେ ଅଧିକାଂଶ ସମୟରେ ସିଗ୍‌ନାଲ ୟେଲୋ ଲାଇଟ୍‌ ଜଳି ରହୁଛି। ତେବେ ଏହାକୁ ବ୍ୟବସ୍ଥିତ କରିବା ପାଇଁ ଏବେ ସ୍ମାର୍ଟସିଟିରେ ଅଟୋମେଟିକ୍‌ ଟ୍ରାଫିକ୍‌ ଡିଟେକ୍ଟିଭ୍‌ ସିଷ୍ଟମ୍‌(ଆଡାପ୍‌ଟିଭ) ଟ୍ରାଫିକ୍‌ ବ୍ୟବସ୍ଥା କରାଯାଇଛି।
ସୂଚନା ଅନୁଯାୟୀ ଚଳିତ ବର୍ଷ ଏପ୍ରିଲ ଓ ମେ’ ମାସରେ ୩,୩୮୯ ଜଣ ଅମାନିଆ ଦ୍ରୁତ ଗତିରେ ଗାଡ଼ି ଚଳାଇଥିବାବେଳେ ୫୯୯ ଜଣ ଅମାନିଆ ଟ୍ରାଫିକ୍‌ ପୋଷ୍ଟରେ ଥିବା ସିଗ୍‌ନାଲ ବ୍ୟବସ୍ଥାକୁ ଉଲ୍ଲଂଘନ କରିଛନ୍ତି। ହେଲେ ଟ୍ରାଫିକ୍‌ ପରିଚାଳନା କ୍ଷେତ୍ରରେ ଥିବା ୟେଲୋ ଲାଇଟ ବର୍ତ୍ତମାନ ଗାଡ଼ି ଚାଳକଙ୍କ ଲାଗି ବିପଦ ସୃଷ୍ଟି କରୁଛି। ସାଧାରଣତଃ ଟ୍ରାଫିକ୍‌ ସିଗ୍‌ନାଲରେ ସବୁଜ ଲାଇଟ୍‌ ପରେ ୟଲୋ ଲାଇଟ୍‌ ଓ ୟେଲୋ ଲାଇଟ୍‌ ପରେ ରେଡ୍‌ ଲାଇଟ୍‌ ଜଳିଥାଏ। ଯେତେବେଳେ ସବୁଜ ଲାଇଟ୍‌ ପରେ ୟେଲୋ ଲାଇଟ ଜଳେ ସେତେବେଳେ ଗାଡ଼ିକୁ ଧୀର କରି ରଖିବା ଜରୁରୀ। କାରଣ ଏହା ପରେ ଲାଲ୍‌ ଲାଇଟ ଜଳିଥାଏ। ମାତ୍ର ଅଧିକାଂଶ ସମୟରେ ହଳଦିଆ ଲାଇଟ୍‌ ଜଳିବା ବେଳେ ଚାଳକମାନେ ଦ୍ରୁତ ବେଗରେ ଗାଡ଼ି ଚଳାଇଥାନ୍ତି। ଫଳରେ ଟ୍ରାଫିକ୍‌ ପୋଷ୍ଟ ନିକଟରେ ଦୁର୍ଘଟଣା ଘଟିଥାଏ। ତେଣୁ ଦୁର୍ଘଟଣାକୁ ରୋକିବା ନିମନ୍ତେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌) ପକ୍ଷରୁ ଟ୍ରାଫିକ୍‌ ସିଗ୍‌ନାଲଗୁଡ଼ିକରେ ଟାଇମର ଲଗାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ସହରର ୫୧ଟି ଟ୍ରାଫିକ୍‌ ପୋଷ୍ଟ ମଧ୍ୟରୁ ୧୦ଟି ଟ୍ରାଫିକ୍‌ ପୋଷ୍ଟରେ ଟାଇମର ବ୍ୟବସ୍ଥା ଆରମ୍ଭ ହେବ। ଏଟିସିଏସ୍‌ ବ୍ୟବସ୍ଥାରେ ୫୦ରୁ ୬୦ସେକେଣ୍ଡର ଟାଇମର ଲାଗିବ। ମିଳିଥିବା ସୂଚନା ଅନୁଯାୟୀ ରାଜଧାନୀର ଏଜି ଛକ, ଏୟାରପୋର୍ଟ ଛକ, କ୍ୟାପିଟାଲ ହସ୍ପିଟାଲ ଛକ, ପାୱାର ହାଉସ୍‌ ଛକ, ବେହେରାସାହି ଛକ, ନାଲ୍‌କୋଛକ ସମେତ ଅନ୍ୟ ୪ଟି ଛକରେ ଟ୍ରାପିକ ସିଗ୍‌ନାଲରେ ଟାଇମର୍‌ ଲାଗିବ, ଏହା ଛଡା କମିଶନରେଟ ପୋଲିସ ଓ ବିଏସ୍‌ସିଏଲ୍‌ର ମିଳିତ ଉଦ୍ୟମରେ ସହରର ୩୨ଟି ପଏଣ୍ଟରେ ନୂଆ ସିସିଟିଭି ଲାଗିବ। ଯାହା ଟ୍ରାଫିକ୍‌ ଅମାନିଆଙ୍କୁ ସିଧାସଳଖ ଭାବେ ଗାଡ଼ି ନମ୍ବରରେ ଚାଲାଣ କଟାଯିବ। ଟ୍ରାଫିକ ସିଗ୍‌ନାଲରେ ଟାଇମର ବ୍ୟବସ୍ଥାକୁ ନେଇ ଟ୍ରାଫିକ୍‌ ଏସିପି ସ୍ବସ୍ତିକ ପଣ୍ଡା କହିଛନ୍ତି ବିଭିନ୍ନ ଟ୍ରାଫିକ ପୋଷ୍ଟରେ ୟଲୋ ଲାଇଟରେ ଅନେକ ଦୁର୍ଘଟଣା ଘଟିଥାଏ। ପୂର୍ବରୁ ଟାଇମର ବ୍ୟବସ୍ଥାକୁ ନେଇ ଟ୍ରାଫିକ ବିଭାଗ ପକ୍ଷରୁ ବିଏସ୍‌ସିଏଲ୍‌କୁ ଚିଠି ଲେଖାଯାଇଥିଲା। ଏବେ ବିଏସ୍‌ସିଏଲ୍‌ ଓ ଟ୍ରାଫିକ୍‌ ବିଭାଗର ସମନ୍ବୟରେ କାର୍ଯ୍ୟ ଆରମ୍ଭ ହେବ।

ନବୀକରଣ ହେବ ୨୦ରୁ ଊର୍ଦ୍ଧ୍ୱ ଟ୍ରାଫିକ୍‌ ପୋଷ୍ଟ

ଚଳିତବର୍ଷ ହକି ବିଶ୍ୱ କପ୍‌ ସମୟରେ ରାଜଧାନୀର କେତେକ ପ୍ରମୁଖ ସ୍ଥାନଗୁଡ଼ିକରେ ଟ୍ରାଫିକ୍‌ ପୋଷ୍ଟଗୁଡ଼ିକର ନବୀକରଣ କରାଯାଇଥିଲା। ଓଡ଼ିଆ କଳାକୃତି ସହ ନୂତନ ଆକାରରେ ପ୍ରସ୍ତୁତ ହୋଇଥିଲା ଟ୍ରାଫିକ ପୋଷ୍ଟ। ବର୍ତ୍ତମାନ ରାଜଧାନୀରେ ଏକାମ୍ର ଛକ, ଶିଶୁ ଭବନ ଛକ, ମାଷ୍ଟର କ୍ୟାଣ୍ଟିନ ଛକ, ରାଜମହଲ ଛକ, ରାମ ମନ୍ଦିର ଛକ ସମେତ ୧୫ଟି ପ୍ରମୁଖ ଛକଗୁଡ଼ିକରେ ଟ୍ରାଫିକ ପୋଷ୍ଟଗୁଡିକର ଖୁବ ଶୀଘ୍ର ନବୀକରଣ ପ୍ରକ୍ରିୟା ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?