Posted inଜାତୀୟ

ଜି୨୦ ସମିଟ୍‌ ପାଇଁ ଟ୍ରାଫିକ୍‌ କଟକଣା

ନୂଆଦିଲ୍ଲୀ,୯।୯: ଜି୨୦ ସମିଟ୍‌ ପାଇଁ ନୂଆଦିଲ୍ଲୀ ଜିଲାରେ ଶୁକ୍ରବାର ସକାଳେ ଟ୍ରାଫିକ୍‌ କଟକଣା କଡ଼ାକଡ଼ି ହୋଇଛି। ଜି୨୦ ସମ୍ମିଳନୀ ହେବାକୁ ଥିବା ସ୍ଥାନ ଓ ଅତିଥିମାନେ ରହିବାକୁ ଥିବା ହୋଟେଲ୍‌ ଅଞ୍ଚଳରେ ଔଷଧକୁ ବାଦ୍‌ଦେଲେ ଅନ୍ୟ ସମସ୍ତ ଅନ୍‌ଲାଇନ୍‌ ଡେଲିଭରି ସେବାକୁ ବନ୍ଦ କରିଦିଆଯାଇଛି। ଶୁକ୍ରବାର ସକାଳ ୫ଟାରୁ ରବିବାର ରାତି ୧୧ଟା ୫୯ ମିନିଟ୍‌ ପର୍ଯ୍ୟନ୍ତ ନୂଆଦିଲ୍ଲୀ ଜିଲାକୁ ନିୟନ୍ତ୍ରିତ ଜୋନ୍‌-୧ ଘୋଷଣା କରାଯାଇଛି। ଇଣ୍ଡିଆ ଗେଟ୍‌ ଏବଂ କର୍ତ୍ତବ୍ୟ ପଥକୁ ଭ୍ରମଣ, ସାଇକ୍ଲିଂ କିମ୍ବା ପିକ୍‌ନିକ୍‌ ପାଇଁ ନ ଯିବାକୁ ଜନସାଧାରଣଙ୍କୁ ପୋଲିସ ନିବେଦନ କରିଛି।
ନୂଆଦିଲ୍ଲୀ ଜିଲାରେ ଗାଡ଼ିମୋଟର ଚଳାଚଳ ଉପରେ କଟକଣା ଜାରି ହୋଇଥିବାବେଳେ ଆମ୍ବୁଲାନ୍ସ ଏବଂ ଉକ୍ତ ଅଞ୍ଚଳରେ ରହୁଥିବା ପର୍ଯ୍ୟଟକ ଓ ସ୍ଥାନୀୟ ଲୋକେ ଉପଯୁକ୍ତ ପରିଚୟପତ୍ର ଦେଖାଇ ଯା’ଆସ କରିପାରିବେ ବୋଲି ପୋଲିସ କହିଛି। ଦିଲ୍ଲୀ ପୋଲିସର ଅନୁରୋଧକ୍ରମେ ୮, ୯ ଏବଂ ୧୦ ତାରିଖରେ ଦିଲ୍ଲୀ ମେଟ୍ରୋ ଏହାର ସମସ୍ତ ଲାଇନ୍‌ରେ ସେବା ଭୋର ୪ଟାରୁ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ସମିଟ୍‌ ଅବସରରେ ୫୦ ହଜାରରୁ ଊର୍ଦ୍ଧ୍ୱ ସୁରକ୍ଷା କର୍ମଚାରୀ ସହ ଡଗ୍‌ ସ୍କ୍ବାଡ୍‌, ସଶସ୍ତ୍ର ପୋଲିସ କଡ଼ା ନଜର ରଖିବେ। ମାଲ୍‌ଗାଡ଼ି, ବସ୍‌, ଅଟୋରିକ୍ସା ଏବଂ ଟ୍ୟାକ୍ସି ଯାତାୟାତ ଉପରେ କଟକଣା ଲଗାଯାଇଥିବାବେଳେ ଲୋକମାନଙ୍କୁ ମେଟ୍ରୋ ସେବାର ସୁଯୋଗ ନେବା ଲାଗି କୁହାଯାଇଛି। କଟକଣା ଜାରି ରହିଥିବା ଯାଏ ଲୋକଙ୍କୁ ନାଭିଗେଶନ ଆପ୍‌ ‘ମ୍ୟାପ୍‌ ମାଇଁ ଇଣ୍ଡିଆ’ର ସହାୟତା ନେବାକୁ ପରାମର୍ଶ ଦିଆଯାଇଛି। ମହାତ୍ମା ଗାନ୍ଧୀ ମାର୍ଗର ସମୁଦାୟ ରିଙ୍ଗ୍‌ ରୋଡ୍‌ ଅଞ୍ଚଳ ରେଗୁଲେଟେଡ୍‌ ଜୋନ୍‌ ଘୋଷିତ ହୋଇଛି। ଅର୍ଥାତ୍‌ କେବଳ ବାସ୍ତବିକ ନିବାସୀ, ପ୍ରାଧିକୃତ ଯାନ, ଜରୁରୀ ଯାନ ଏବଂ ବିମାନବନ୍ଦର, ପୁରୁଣା ଦିଲ୍ଲୀ ନୂଆଦିଲ୍ଲୀ ରେଳଷ୍ଟେଶନକୁ ଯାଉଥିବା ଯାନଗୁଡ଼ିକୁ ରିଙ୍ଗ୍‌ ରୋଡ୍‌ରୁ ନୂଆଦିଲ୍ଲୀ ଜିଲା ମଧ୍ୟରେ ଯିବାଆସିବା ଲାଗି ଅନୁମତି ମିଳିବ। ରବିବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ୧୬ଟି ରାସ୍ତା ଓ ଛକକୁ ନିୟନ୍ତ୍ରିତ ଜୋନ୍‌-୨ରେ ରଖାଯାଇଛି। ସେଥିରେ ଡବ୍ଲ୍ୟୁ-ପଏଣ୍ଟ, ଏ-ପଏଣ୍ଟ, ଡିଡିୟୁ ମାର୍ଗ, ବିକାଶ ମାର୍ଗ, ବାହାଦୁର ଶାହ ଜାଫର ମାର୍ଗ ଏବଂ ଦିଲ୍ଲୀ ଗେଟ୍‌ ରହିଛି। ରେଗୁଲେଟେଡ୍‌ ଏବଂ କଣ୍ଟ୍ରୋଲ୍ଡ୍‌ ଜୋନରେ ଯାତାୟାତ ନ କରିବାକୁ ପୋଲିସ ଜନସାଧାରଣଙ୍କୁ ଅନୁରୋଧ କରିଛି। ଏହା ପରିବର୍ତ୍ତେ ବିକଳ୍ପ ରାସ୍ତାର ଏକ ତାଲିକା ପୋଲିସ ଜାରି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?