ଦାୟିତ୍ୱ ଗ୍ରହଣ କଲେ ଟ୍ରାଫିକ ଡିସିପି ଏସ୍‌. ସୁଶ୍ରୀ

ଭୁବନେଶ୍ୱର,୫।୧(ବ୍ୟୁରୋ): ଦ୍ୱୈତନଗରୀ କଟକ-ଭୁବନେଶ୍ୱରର ନୂଆ ଟ୍ରାଫିକ ଡିସିପି ଭାବେ ୨୦୧୮ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଏସ୍‌.ସୁଶ୍ରୀ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତ ଡିସେମ୍ବର ୨୯ରେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଏହି ନିଯୁକ୍ତି ମିଳିଥିଲା। କାର୍ଯ୍ୟରେ ଯୋଗଦେବା ପରେ ସେ ଗଣମାଧ୍ୟମକୁ କହିଛନ୍ତି, ପୂର୍ବରୁ କେସିଙ୍ଗାରେ ଥିଲି, ଭୁବନେଶ୍ୱରକୁ ନୂଆ ଆସିଛି। ଏଠାରେ ଥିବା ସମସ୍ୟା ସମ୍ପର୍କରେ ପ୍ରଥମେ ଅବଗତ ହେବି ଓ ଏହି ସମସ୍ୟାର ସମାଧାନ ପାଇଁ ସର୍ବୋତ୍କୃଷ୍ଟ ପଦକ୍ଷେପ ଗ୍ରହଣ କରିବି। ଏଥିସହ ସହରର ସ୍ଥିତି ସୁଧାରିବା ଓ ଲୋକଙ୍କ ଆତଯାତ ଜୀବନଶୈଳୀରେ ସୁଧାର ଆଣିବାକୁ ପ୍ରୟାସ କରିବି ବୋଲି ସେ କହିଛନ୍ତି।
ସୁଶ୍ରୀଙ୍କ ପାଇଁ ଟ୍ବିନ୍‌ସିଟିର ଟ୍ରାଫିକ ନିୟନ୍ତ୍ରଣ କରିବା ବଡ଼ ଚ୍ୟାଲେଞ୍ଜ ହେବ। ସହରର ଟ୍ରାଫିକ୍‌ ଜାମ୍‌ ହଟାଇବା ସହ ନିୟମ ଉଲ୍ଲଂଘନକାରୀଙ୍କୁ ସେ କିଭଳି ସାବାଡ୍‌ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିବ। ଏସ୍‌. ସୁଶ୍ରୀ ୧୯୯୫ ଅକ୍ଟୋବର ୨୨ରେ କେରଳ କୋଲାମ ଜିଲାରେ ଜନ୍ମଗ୍ରହଣ କରିଥିଲେ। ୨୦୧୮ରେ ଭାରତୀୟ ପୋଲିସ ସେବା ପରୀକ୍ଷାରେ ୧୫୧ ର଼୍ୟାଙ୍କ୍‌ ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ଏଥିସହ ମାତ୍ର ୨୩ ବର୍ଷ ବୟସରେ ସେ ଦେଶର ସର୍ବକନିଷ୍ଠ ଆଇପିଏସ୍‌ ଅଫିସର ହେବାର ଗୌରବ ଅର୍ଜନ କରିଥିଲେ। ଏହାପରେ ସେ ଓଡିଶା କ୍ୟାଡରରେ ଯୋଗଦେଇ ପ୍ରଥମେ କଳାହାଣ୍ଡି ଜିଲା କେସିଙ୍ଗା ଏସ୍‌ଡିପିଓ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?