ଲଡ଼ୁବାବାଙ୍କ ଚାପ ଡଙ୍ଗା ଓଲଟିଲା

ନୟାଗଡ଼ ଅଫିସ,୨୪ା୫”ନୟାଗଡ଼ ଜିଲା ଶରଣକୂଳର ଆରାଧ୍ୟ ଦେବ ଲଡୁବାବାଙ୍କ ଚାପ ଡଙ୍ଗା ସୋମବାର ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଚନ୍ଦନ ପୁଷ୍କରିଣୀରେ ଓଲଟି ପଡିବାରୁ ଠାକୁରଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖରଙ୍କ ସହ ମା’ ପାର୍ବତୀ, ଲକ୍ଷ୍ମୀନାରାୟଣ, ହରିହରପୁରର ଦଧିବାମନ ଜୀଉ ପାଣିରେ ବୁଡି ଯାଇଥିଲେ। ଚାପ ଡଙ୍ଗାରେ ଥିବା ଠାକୁରଙ୍କ ସେବାସୀମାନେ ବି ପୋଖରୀକୁ ଖସିପଡିଥିଲେ। ଏପରି ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହିତ ଉପସ୍ଥିତ ଶ୍ରଦ୍ଧାଳୁମାନେ ପୋଖରୀକୁ ଡେଇଁ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଥିଲେ। ପ୍ରଥମେ ସେବାସୀମାନଙ୍କୁ ଉଦ୍ଧାର କରାଯାଇଥିଲା। ପରେ ଠାକୁରମାନଙ୍କୁ ପୋଖରୀରୁ ଉଦ୍ଧାର କରାଯାଇଛି। ଡଙ୍ଗାବୁଡ଼ି ପରେ ଠାକୁରଙ୍କ ଭଉଁରି ଯାତ୍ରାରେ ବିଭ୍ରାଟ ଦେଖାଦେଇଛି। ଚାଚେରୀ ଭୋଗଖିଆ ନୀତି ହେବ କି ନାହିଁ ଏହି ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ବିଚାରବିମର୍ଶ ଚାଲିଛି। ଚାପ ଖେଳ ବେଳେ ଏପରି ଦୁର୍ଘଟଣା କାହିଁକି ଘଟିଲା ତାହା ସ୍ପଷ୍ଟ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ସିମିଟର ଆପ ଡାଉନ୍‌ଲୋଡ ନ କରିବାକୁ ଗଞ୍ଜାମ ଏସ୍‌ପିଙ୍କ ପରାମର୍ଶ: ଫିଙ୍ଗର ପ୍ରିଣ୍ଟ ନେଇ ଲୁଟୁଛନ୍ତି ଟଙ୍କା

ଛତ୍ରପୁର,୨୬।୫(ଡି.ଏନ୍‌.ଏ.): ସୁଗାର, ବିପି ଓ ଅକ୍ସିଜେନ ସ୍ତର କ’ଣ ଅଛି ମୋବାଇଲ ଫୋନ ଦ୍ୱାରା ଜାଣିବାକୁ ପ୍ରାୟ କେତେ ଲୋକ ଅକ୍ସିଜେନ ଆପ ଡାଉନଲୋଡ଼ କରୁଛନ୍ତି।...

କେନ୍ଦୁଝରରେ ଜନତା କର୍ଫ୍ୟୁ, ସବୁଆଡ଼େ ଶୂନଶାନ୍‌

କେନ୍ଦୁଝର ୨୨।୩(ସ୍ବ.ପ୍ର.): ମହାମାରୀର ରୂପ ନେଇଥିବା କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ରବିବାର ଜନତା କର୍ଫ୍ୟୁ ପାଳନ କରିବାକୁ ଘୋଷଣା କରିଛନ୍ତି। ଏହାକୁ...

ଅମଳ ବେଳେ ଧାନ ଫସଲରେ ରୋଗପୋକ

କୋକସରା, ୧୧।୧୦(ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକର ୨୨ପଞ୍ଚାୟତ ମଧ୍ୟରେ ଅଧିକାଂଶ ପଞ୍ଚାୟତ ଅଣଜଳସେଚିତ। ଚାଷୀ କେବଳ ବର୍ଷା ପାଣି ଭରସାରେ ଚାଷ କରିଥାନ୍ତି। ଚଳିତବର୍ଷ...

ଏଡିଜି ଆଧୁନିକୀକରଣ ହେଲେ ଆଇପିଏସ୍‌ ସଞ୍ଜୟ କୁମାର

ଭୁବନେଶ୍ୱର,୨୪।୫(ବ୍ୟୁରୋ): ଓଡ଼ିଶା କ୍ୟାଡର ୧୯୯୭ ବ୍ୟାଚ୍‌ ଆଇପିଏସ୍‌ ଅଫିସର ସଞ୍ଜୟ କୁମାରଙ୍କୁ ଅତିରିକ୍ତ ଡିଜି(ଆଧୁନିକୀକରଣ) ଭାବେ ଅବସ୍ଥାପିତ କରାଯାଇଛି। ଚଳିତବର୍ଷ ମାର୍ଚ୍ଚ ୧୨ରେ ତାଙ୍କର କେନ୍ଦ୍ରୀୟ...

୧୯ରେ ମାଟ୍ରିକ ପରୀକ୍ଷା: ଚାପ ଯୋଗୁ ୩ ଛାତ୍ରୀଙ୍କ ଆତ୍ମହତ୍ୟା ସନ୍ଦେହ

ଜଗତ୍‌ସିଂହପୁର ଅଫିସ, ୧୭ା୨: ମାଟ୍ରିକ ପରୀକ୍ଷା ପୂର୍ବରୁ ଛାତ୍ରୀଛାତ୍ର ଚାପଗ୍ରସ୍ତ ହେଉଛନ୍ତି। ଏପରି କି କେତେଜଣ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଭଳି ପଦକ୍ଷେପ ନେବାକୁ...

୮ ବଛର ହେଲା ଖଟେ ପଡ଼ିଛନ୍‌ ପନୌ: ଦାଉ ସାଧୁଛେ ଅଜନା ରୋଗ୍‌

ପାଇକମାଳ, ୨୬।୫ ( ଡି.ଏନ୍‌.ଏ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଧୀନ ମୁନିକେଲା ଗାଁର ପନୌ ବରିହା(୫୦)। ସେ ଗଲା ୮ ବଛର ହେଲା କେହେନ୍‌ସି...

ଧାନ ବିଲ ଭ୍ରମ ସୃଷ୍ଟି କରୁଛି ସ୍ବାସ୍ଥ୍ୟକେନ୍ଦ୍ର ଛାତ

ଖଣ୍ଡପଡା,୧୦ା୮(ସ୍ବ.ପ୍ର.): ସରକାରୀ ବାସଭବନଗୁଡ଼ିକର ମରାମତି ବାବଦରେ ସରକାର ଲକ୍ଷାଧିକ ଟଙ୍କା ବ୍ୟୟ କରୁଛନ୍ତି। ମାତ୍ର ଏଠାରେ ରହୁଥିବା କର୍ମଚାରୀଙ୍କ ଦାୟିତ୍ୱ ହୀନତା ଯୋଗୁ ଏହି ବାସଭବନଗୁଡ଼ିକର...

ଭଦ୍ରକରେ ପୁଣି ଜଣେ କରୋନା ପଜିଟିଭ୍‌: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଛୁଇଁଲା

ଭୁବନେଶ୍ୱର,୨୪ା୪(ବ୍ୟୁରୋ) : ଶୁକ୍ରବାର ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଛି। ଚିହ୍ନଟ...

Advertisement
Archives

Model This Week