ଲୋପ ପାଉଛି ପାରମ୍ପରିକ ଚାଷ, କଳାହାଣ୍ଡି ଜିଲା ହରାଉଛି ଜୈବ ବିବିଧତା

ଭବାନୀପାଟଣା,୧୮।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ବର୍ଷ ବର୍ଷ ଧରି ଚାଲି ଆସୁଥିବା ପାରମ୍ପରିକ ଚାଷ ଓ ବିହନ କିସମ ଲୋପ ପାଇବାରେ ଲାଗିଥିବା ବେଳେ ଜୈବ ବିଭିଧତା ହରାଇବାରେ ଲାଗିଛି। ସେହିପରି ବହୁ ବର୍ଷ ଧରି ଚାଲିଆସିଥିବା ମିଶ୍ରିତ ଚାଷ ଲୋପ ପାଇ ଆସୁଥିବା ବେଳେ ବର୍ତ୍ତମାନ ଜଳସେଚନ ସୁବିଧା ଯୋଗୁଁ ହାଇବ୍ରିଡ଼ ଧାନ ଚାଷ ବ୍ୟାପକ ହେବାରେ ଲାଗିଛି। ଫଳରେ ବର୍ଷା ଅଭାବ ଦେଖାଗଲେ ଚାଷୀ ମରୁଡିର ଶିକାର ହେଉଛନ୍ତି। ମିଶ୍ରିତ ଚାଷବେଳେ ମରୁଡି ଦେଖାଗଲେ ମଧ୍ୟ ଅନ୍ୟ ଫସଲ ଯୋଗୁଁ ଜୀବିକା ବିପନ୍ନ ହେଉ ନ ଥିଲା। ବର୍ତ୍ତମାନ ଜୈବ ବିବିଧତା ପ୍ରତି ମଧ୍ୟ ବିପଦ ଦେଖାଯାଉଥିବା ନେଇ ଚାଷୀମାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।
ପ୍ରକାଶ ଯେ, ୧୯୬୪ ମସିହାରେ କୃଷି ବୈଜ୍ଞାନିକ ଆର.ସି ରିଚାରିକା ଓଡିଶା ଓ ବର୍ତ୍ତମାନର ଛତିଶଗଡ଼ ରାଜ୍ୟରେ ପାରମ୍ପରିକ ଧାନ ବିହନ ଉପରେ ସର୍ଭେ କରିଥିଲେ। ଏହି ଦୁଇ ରାଜ୍ୟର ୩୬ ହଜାର କିଷମ ଦେଶୀ ଧାନ ବିହନ ଥିବା ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ। ୧୯୯୬ ମସିହାରେ ସହଭାଗୀ ବିକାଶ ଅଭିଯାନ ପକ୍ଷରୁ ଜଗଦୀଶ ପ୍ରଧାନଙ୍କ ନେତୃତ୍ୱରେ କଳାହାଣ୍ଡି ଓ ନୂଆପଡା ଜିଲାରେ ଏକ ସର୍ଭେ କରିଥିଲେ। ଏହି ସର୍ଭେରେ ୧୨୦ ପ୍ରକାର କିସମ ଧାନ ଥିବା ସର୍ଭେରୁ ଜଣାପଡିଥିଲା। ୨୦୦୪ ମସିହାରେ ଡିଏଫଆଇଡି ଓ ଜଲବିଭାଜିକା ମିଶନ ପକ୍ଷରୁ ସର୍ଭେ କରାଯାଇଥିଲା। ଏହି ସର୍ଭେରେ କୃଷି ବୈଜ୍ଞାନିକ ଡ. ହିତେନ୍ଦ୍ର ଖଟାର, ଏନଆରଆରଆଇର ପୂର୍ବ ନିର୍ଦ୍ଦେଶକ ଜେ.କେ ରଏ ଓ ଜଗଦୀଶ ପ୍ରଧାନଙ୍କ ନେତୃତ୍ୱରେ ଗଠିତ ଟିମ କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡା ଜିଲାରେ ସର୍ଭେ କରିଥିଲେ। ଏହି ସର୍ଭେ ରିପୋର୍ଟରେ ୭୦ଟି ପାରମ୍ପରିକ ଧାନ ଚାଷ ହେଉଥିବା ଜଣାପଡିଥିଲା। ବର୍ତ୍ତମାନ ଝୁଲି, ମୁଗଦି, ସେଟକା, ନଡିଆକୋରା, କଳାଜିରା, ଦେଉଳଭୋଗ, ଆସାମଚୁ ସମେତ ପ୍ରାୟ ୩୦ ରୁ ୪୦ ପ୍ରକାର ପାରମ୍ପରିକ ଧାନ ବଞ୍ଚି ରହିଥିବା ଜଣାପଡିଛି। କଳାହାଣ୍ଡି ଜିଲାର ଚାଷୀମାନେ ପାରମ୍ପାରିକ ଧାନ ଚାଷ ପରେ ମୁଗ, ବିରି ଭଳି ଶସ୍ୟ ଜାତୀୟ ଚାଷ ଉତ୍ପାଦନ କରୁଥିଲେ। ଧାନ ପରେ ଶସ୍ୟ ଜାତୀୟ ଫସଲ ଯୋଗୁଁ ମାଟିର ଉର୍ବରତା ବୃଦ୍ଧି ପାଉଥିଲା। ଫଳରେ ଧାନ ଓ ଶସ୍ୟ ଜାତୀୟ ଫସଲର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଉଥିଲା। ଯାହା ଫଳରେ ଜୈବିକ ଉର୍ବରତା ଅଧିକ ଥିବା ଯୋଗୁ ଖାଦ୍ୟର ସ୍ବାଦ ମଧ୍ୟ ଅଧିକ ହେଉଥିଲା। ଜିଲାରେ ଭଟା ମୁଗ, ଧଳା, ହଳଦିଆ ଓ କଳା କିସମ ଓ ବେହାଲ ମୁଗ ମଧ୍ୟ ସେହିଭଳି କିସମର ଉତ୍ପାଦନ ହେଉଥିଲା। ଜିଲାର ଦୁର୍ଗମ ଅଞ୍ଚଳ ଜଙ୍ଗଲମାନଙ୍କରେ ଓ ଢେପ ଜମିରେ ଆଦିବାସୀମାନେ ମିଶ୍ରିତ ଚାଷ କରୁଥିଲେ। ଜିଲାର ଥୁଆମୂଳ ରାମପୁର, ଲାଞ୍ଜିଗଡ଼, ମଦନପୁର ରାମପୁର ସମେତ ବିଭିନ୍ନ ବ୍ଲକର ଦୁର୍ଗମ ଅଞ୍ଚଳରେ ଆଦିବାସୀମାନେ ପୋଡ଼ୁ ଚାଷ କରୁଥିଲେ। ସେମାନେ ଆଟ ଧାନ ସହିତ ଜମି ହିଡରେ ହରଡ଼, କାନ୍ଦୁଲ, ମାଖନ, କାକୁଡି, ଲାଉ, ଜହ୍ନି, କାଙ୍ଗ ଏବଂ ବିଭିନ୍ନ ପନିପରିବା ଚାଷ କରୁଥିଲେ। ଫଳରେ ସେମାନଙ୍କୁ ଚାଉଳ ଡାଲି ସହିତ ପନିପରିବା ମଧ୍ୟ ମିଳି ପାରୁଥିଲା। ବର୍ଷା ଅଭାବ ଦେଖାଗଲେ ଧାନଚାଷ ମରୁଡି ହେଲେ ଅନ୍ୟାନ୍ୟ ଫସଲ ଯୋଗୁଁ ସେମାନେ ବିଶେଷ ଭାବରେ କ୍ଷ୍ୟତିଗ୍ରସ୍ତ ହେଉ ନ ଥିଲେ। ହାଇବ୍ରିଡ଼ ଧାନଚାଷରେ ଅଧିକ ଲାଭବାନ ହେଉଥିବା ଯୋଗୁଁ ଚାଷୀମାନେ ଅନ୍ୟ ଚାଷ ପ୍ରତି ମୁହଁ ଫେରାଇ ନେଉଛନ୍ତି। ଅଧିକ ଉତ୍ପାଦନ ପାଇଁ ଅଧିକ ସାର ଓ ଔଷଧ ପ୍ରୟୋଗ ଯୋଗୁ ମାଟିର ଜୈବ ବିଭିଧତା ପ୍ରତି ବିପଦ ଦେଖା ଦେଇଛି। ଉଭୟ ଖରିଫ ଓ ରବି ରେ କେବଳ ଧାନ ଚାଷ ପ୍ରତି ଚାଷୀମାନେ ବହୁତ ଅଧିକ ଲାଭ ଥିବା ଯୋଗୁଁ ଆକୃଷ୍ଟ ହେଉଛନ୍ତି। ଲୋପ ପାଉଥିବା ପାରମ୍ପରିକ ଧାନ ବର୍ତ୍ତମାନ କେବଳ ଗବେଷଣା ଗାରର ପ୍ରୟୋଗଶାଳା ପାଲଟିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପାରମ୍ପରିକ ଚାଷ ଓ ମିଶ୍ରିତ ଚାଷ ପ୍ରତି ପ୍ରୋତ୍ସାହନ ପ୍ରଦାନ କରା ନ ଗଲେ ଏହି ଚାଷ ଲୋପ ପାଇବା ସହିତ ଜୈବ ବିଭିଧତା ପ୍ରତି ବିପଦ ଦେଖାଯିବ ବୋଲି ଚାଷୀ ମହଲରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଜିଲାରେ ଆଜି ସ୍କୁଲ ଛୁଟି

ବରଗଡ଼,୬ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବର୍ଷା ଲାଗି ରହିଛି। ଭାରତୀୟ ପାଣିପାଗ ବିଭାଗ ମଧ୍ୟ ବରଗଡ଼ ଜିଲାରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ…

ଚାକିରି ଛାଡ଼ିବା ପରେ ବଡ଼ କଥା କହିଦେଲେ ଭୁବନେଶ୍ୱର ଡିସିପି, ଓଡ଼ିଶାର ଲୋକେ…

ଭୁବନେଶ୍ୱର,୬ା୭: ଚାକିରି ଛାଡ଼ିବା ପରେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଓଡ଼ିଶାବାସୀଙ୍କ ପାଇଁ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ଓଡ଼ିଶାର ଲୋକେ ବହୁତ ଭଲ।…

ସମ୍ବଲପୁରରେ ପ୍ରବଳ ବର୍ଷା: ଜଣେ ଭାସିଗଲେ, ଜଣେ ଉଦ୍ଧାର

ସମ୍ବଲପୁର,୬ା୭(ପ୍ରମୋଦ ବହିଦାର): ସମ୍ବଲପୁରରେ ଗତ ୪ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଗତ ରାତ୍ରି ତମାମ ଅବିଶ୍ରାନ୍ତ ବର୍ଷା ଫଳରେ…

ହତ୍ୟା କରି ନଦୀରେ ଫିଙ୍ଗିଦେଲେ, ଗାଁରେ ଉତ୍ତେଜନା

ନୟାଗଡ଼,୬ା୭(ଲୋକନାଥ ମିଶ୍ର): ନୟାଗଡ଼ ସଦର ଥାନା ଡାଳିଆମଡ଼ା ଗାଁରେ ଏକ ଅଭାବନୀୟ କାଣ୍ଡ ଘଟିଚି। ଅଭି ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ରବିବାର ରାତିରେ…

କନ୍ଧମାଳରେ ସବୁ ବିଦ୍ୟାଳୟ ଛୁଟି: ମୋବାଇଲ ନେଟ୍‌ଓ୍ବର୍କ୍‌ ନ ଥିବାରୁ ଶିକ୍ଷକଙ୍କ ନିକଟରେ ପହଞ୍ଚିପାରୁନି ନିର୍ଦ୍ଦେଶନାମା

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣ ବର୍ଷା ଜାରି ରହିଛି। ଏଥିପାଇଁ ସୋମବାର ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟକୁ ଛୁଟି ରଖିବା…

ଦାରିଙ୍ଗବାଡ଼ି ଅଞ୍ଚଳରେ ଲଗାଣ ବର୍ଷା: ୩ ଦିନ ହେଲା ଅନ୍ଧାରରେ ଏକାଧିକ ପଞ୍ଚାୟତ, ଲୋକଙ୍କୁ ଡିବି-ଲଣ୍ଠନ ଭରସା

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣବର୍ଷା ଜାରି ରହିଛି। ଫଳରେ ଅଞ୍ଚଳରେ ଏକ ପ୍ରକାର ଅଚଳାବସ୍ଥା ଦେଖାଯାଇଛି। ବର୍ଷା ପରଠାରୁ ବିଦ୍ୟୁତ୍‌ ବାରମ୍ବାର…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

ଐତିହାସିକ ବିସ୍ମୃତିର ନବପର୍ବ

ଗୋଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri