ବନବାସୀ ଚାଷୀଙ୍କୁ ଶୋଷଣ କରୁଛନ୍ତି ବେପାରୀ, ଉପଯୁକ୍ତ ଥଇଥାନ କରିବାକୁ ଦାବି

ବାଲିଗୁଡା ,୬।୨: (ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରଶାସନିକ ଅବହେଳା କାରଣରୁ କନ୍ଧମାଳ ଜିଲା ବାଲିଗୁଡା ଅଞ୍ଚଳର ଆଦିବାସୀ ଅଧ୍ୟୁଷିତ ବନବାସୀମାନେ ବେପାରୀଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି। ଦୁର୍ଗମ ଅଞ୍ଚଳରୁ ସହରକୁ ବନଜାତ ଦ୍ରବ୍ୟ ବିକ୍ରି କରିବାକୁ ଆସୁଥିବା ବନବାସୀଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା ନ ଥିବାରୁ ସେମାନେ ଅସୁବିଧାର ସମ୍ମୁଖିନ ହେଉଥିବା ଜଣାପଡିଛି। ଆଦିବାସୀ ଅଧ୍ୟୁଷିତ ବାଲିଗୁଡା ବ୍ଲକର ବଣପାହାଡ଼ ଘେରା ତଥା ଦୁର୍ଗମ ଅଞ୍ଚଳରୁ ଅନେକ ବନବାସୀ ସେମାନଙ୍କ ଉତ୍ପାଦିତ ବା ସଂଗୃହିତ ବନଜାତ ଦ୍ରବ୍ୟ ଯଥା ଦାନ୍ତକାଠି, ପତ୍ର, ଫଳମୂଳ, ପନିପରିବା, ଔଷଧୀୟ ଜଡିବୁଟି ଆଦି ଆଣି ବାଲିଗୁଡା ସହରର ବିଭିନ୍ନ ସ୍ଥାନରେ ବସି ବିକ୍ରି କରିଥାନ୍ତି। ବିକ୍ରିବଟା କରିବା ପରେ ପଇସା ସହିତ ତେଲ ଲୁଣ, ଲୁଗାପଟା ଆଦି ନିତ୍ୟ ବ୍ୟବହାର ସାମଗ୍ରୀ କିଣି ଘରକୁ ଫେରନ୍ତି। କେହି କେହି ସପ୍ତାହରେ ଥରେ ଶନିବାର ସାପ୍ତାହିକ ହାଟ ଦିନରେ ଆସିଥାନ୍ତି ତ କେହି ୨/୩ ଦିନରେ ଥରେ ଆସିଥାନ୍ତି। କେହି ଏକୁଟିଆ ଆସିଥାନ୍ତି ତ କେହି ଦଳ ଦଳ ହୋଇ ଆସିଥାନ୍ତି। ଏଭଳି ସବୁ ଦିନିଆ ଘଟଣା ଦେଖିବାକୁ ମିଳିଥାଏ। ଏହି ବନବାସୀମାନେ ବିଶେଷ କରି ବସ, ଜିପ ତଥା ଅଟୋରେ ଭଡ଼ା ଦେଇ ଆସିଥାନ୍ତି। ପାହାଡ଼ିଆ ସାମଗ୍ରୀ ପ୍ରାକୃତିକ ପରିବେଶରେ ହେଉଥିବାରୁ ଏବଂ ବିନା ସାରରେ ହେଉଥିବାରୁ ଏହାର ଚାହିଦା ଅଧିକ ଥାଏ। ସକାଳ ହେଲେ ଅନେକ ଲୋକ ଅପେକ୍ଷା କରିଥାନ୍ତି । ଏହି ବନଜାତ ଦ୍ରବ୍ୟ କିଣି ଘରକୁ ନେଇଥାନ୍ତି। କିନ୍ତୁ ଅନେକ ସମୟରେ ବନବାସୀମାନେ ବେପାରୀଙ୍କ ଦ୍ୱାରା ଠକାମିର ଶିକାର ହୋଇଥାନ୍ତି। ଖାଉଟିମାନେ ମଧ୍ୟ ସେହି ସାମଗ୍ରୀକୁ ବେପାରୀଙ୍କ ଠାରୁ ଅଧିକ ଦାମରେ କିଣି କ୍ଷତିଗ୍ରସ୍ତ ହୋଇଥାନ୍ତି। ଏଣୁ ଅନେକ ସମୟରେ ବନବାସୀ-ବେପାରୀ ଏବଂ ଖାଉଟି-ବେପାରୀଙ୍କ ମଧ୍ୟରେ ବିବାଦ ଉପୁଜିଥାଏ। ଆଦିବାସୀଙ୍କୁ ବେପାରୀଙ୍କ ଶୋଷଣରୁ ମୁକ୍ତ କରିବା ପାଇଁ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଏହା ବୃଦ୍ଧି ପାଇବାରେ ଲାଗିଛି। ଏଣୁ ଏହାକୁ ରୋକିବା ସହ ଉପଯୁକ୍ତ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରୁ ପ୍ରଶାସନଠାରେ ଦାବି ହୋଇଛି। ବନବାସୀମାନେ ସହରରେ ବସି ସାମଗ୍ରୀ ବିକ୍ରି କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା, ବିଶ୍ରାମ ଓ ପାନୀୟ ଜଳ ସୁବିଧା କରିବା, ସେମାନେ ସାଙ୍ଗରେ ଧରି ଆସୁଥିବା ଛୋଟ ଛୋଟ ପିଲାଙ୍କ ପାଇଁ କ୍ରେଚ ବ୍ୟବସ୍ଥା କରାଯାଇପାରିଲେ ସେମାନେ ଉପକୃତ ହେବା ସହ ଶୋଷଣରୁ ମୁକ୍ତ ହୋଇ ପାରିବେ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି l


Enter your email to get our daily news in your inbox.

All Right Reserved By Dharitri.Com

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

ବଟେଶ୍ୱର ବେଳାଭୂମିରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର

ଗଞ୍ଜାମ, ୧୯/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ବେଳାଭୂମିଠାରେ ଶନିବାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା ଟୁରିଷ୍ଟ ବସ୍: ୧୫ରୁ ଊର୍ଦ୍ଦ୍ବ ଗୁରୁତର

ନୀଳଗିରି, ୧୯।୯, (ପ୍ରଶାନ୍ତ କୁମାର ବିଶ୍ବାଳ): ଶେରଗଡ଼ ନୀଳଗିରି ଦେଇ ମୟୁରଭଞ୍ଜକୁ ସଂଯୋଗ କରୁଥିବା ୧୯ନଂ ରାଜ୍ୟ ରାଜପଥର ଗୁହିରା ଏବଂ ଛତ୍ରପୁର ମଝି ରାସ୍ତା ଭୁଡୁରୁବଣି…

ଡେଙ୍ଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ମିଳୁନି ସ୍ଥାନ, ଚଟାଣରେ ଚାଲିଛି ଚିକିତ୍ସା; ୧୮ ଦିନରେ ୭୯ ମୃତ୍ୟୁ

ଢାକା,୧୯।୯: ବର୍ତ୍ତମାନ ବାଂଲାଦେଶ ଏକ ଭୟଙ୍କର ଡେଙ୍ଗୁ ପ୍ରକୋପର ସାମ୍ନା କରୁଛି। ରାଜଧାନୀ ଢାକା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପୁଥିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?