ପିଡିଏସ୍‌ ଚାଉଳ କିଣି ନେଉଛନ୍ତି ବେପାରୀ

ଲୋଇସିଂହା,୨୩ା୯(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବାଦିବାହାଲ ଗ୍ରାମକୁ ବାହାର ଅଞ୍ଚଳର ଜଣେ ବେପାରୀ ଆସି ଘରଘର ବୁଲି ପିଡିଏସ୍‌ ଚାଉଳ କିଣି ନେଉଛନ୍ତି। ଯେଉଁମାନଙ୍କ ନିଜ ଖର୍ଚ୍ଚ ବାଦ ଚାଉଳ ବଳକା ରହୁଛି ସେମାନେ ବେପାରୀଙ୍କୁ ଚାଉଳ ବିକି ଦେଉଛନ୍ତି। ଅପରପକ୍ଷରେ ବସ୍ତିରେ ବହୁ ଗରିବ ଶ୍ରେଣୀ ଲୋକ ବାସ କରୁଛନ୍ତି। ପଞ୍ଚାୟତରୁ ମିଳୁଥିବା ପିଡିଏସ ଚାଉଳ ସେମାନଙ୍କ ଆବଶ୍ୟକତା ପୂରଣ କରି ପାରୁନି। ଏପରିସ୍ଥଳେ ସେମାନେ ବେପାରୀଙ୍କୁ ଦିଆଯାଉଥିବା ଦରରେ ଚାଉଳ କିଣିବାକୁ ଚାହୁଁଛନ୍ତି। ହେଲେ ସେମାନଙ୍କୁ ମିଳୁନାହିଁ। ଏହାକୁ ନେଇ ପଡ଼ାବାସୀ ଓ ସମ୍ପୃକ୍ତ ବେପାରୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। କିଛି ଦିନ ତଳେ ବସ୍ତିର ଆଲୋକ ନାଗ, ଧର୍ମେନ୍ଦ୍ର ନାଗ, ଜୟସ୍ବର ବାଗ, ଶ୍ରବଣ ବାରିକ, ଗଦି ନାଗ, ସତ୍ୟନାରାୟଣ ବାଦି, ଦଧି ନାଗ, ଚକ୍ରଧର ନନ୍ଦ, କଷ୍ଟ ତନ୍ତୀ ପ୍ରମୁଖ ଚାଉଳ କ୍ରୟ ପାଇଁ ଆସିଥିବା ସମ୍ପୃକ୍ତ ବେପାରୀଙ୍କୁ ଗାଁକୁ ଆଉ ଚାଉଳ କ୍ରୟ କରିବାକୁ ନ ଆସିବାକୁ କହିଥିଲେ। ଏପରିକି ଚାଉଳ ବୋଝେଇ ଚାରିଚକିଆ ଯାନକୁ ଅଟକ ରଖିଥିଲେ। ହେଲେ ସେତେବେଳେ କେତେଜଣ ବ୍ୟକ୍ତି ସମ୍ପୂର୍ଣ୍ଣ ବେପାରୀଙ୍କୁ ସମର୍ଥନ ଜଣାଇଥିଲେ। ଏବେ ପୁଣିଥରେ ସେ ଆସି ଚାଉଳ କିଣି ନେଉଥିବାରୁ ହରିଜନ ବସ୍ତିବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସ୍ଥିତିରେ ପରିବର୍ତ୍ତନ ନ ହେଲେ ସେମାନେ ଥାନା ଦ୍ବାରସ୍ଥ ହେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଉପରେ ଖୁବ୍‌ ବର୍ଷିଲେ ଶାହା

ଭଞ୍ଜନଗର,୧୫ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ାରେ ବୁଧବାର ଭାଜପା ପକ୍ଷରୁ ବିଜୟ ସଂକଳ୍ପ ସମାବେଶ ହୋଇଥଲା। ଏଥିରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମୁଖ୍ୟ...

କଟକରେ ଶାହାଙ୍କ ରୋଡ୍‌ ଶୋ’

କଟକ,୧୫ା୫: ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା...

ଭାଜପା ସରକାର ଆସିଲେ ପ୍ରଥମେ ସାବାଡ୍‌ ହେବେ ଚିଟ୍‌ଫଣ୍ଡକାରୀ

ସୋରଡ଼ା,୧୫ା୫: ବୁଧବାର ଓଡ଼ିଶା ଗସ୍ତରେ ଆସି ଗଞ୍ଜାମ ଜିଲାର ସୋରଡ଼ାଠାରେ ଆୟୋଜିତ ଏକ ସମାବେଶରେ ଯୋଗ ଦେଇଥିଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଭାଜପାର ବରିଷ୍ଠ...

ନବୀନ ବାବୁଙ୍କ ଜିଲାକୁ ଆମେ ୧ ନଂ କରିଦେବୁ: ଶାହା

ସୋରଡ଼ା,୧୫ା୫: ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା...

ଗରିବ ମହିଳା, ବେକାରୀଙ୍କ ପାଇଁ ମାସକୁ ୮୫୦୦ ଟଙ୍କା ଘୋଷଣା କଲେ ରାହୁଲ

ବଲାଙ୍ଗୀର,୧୫ା୫(ସୁନୀଲ ମହାନ୍ତି): ଯେଉଁ ସମ୍ବିଧାନ ଦେଶର ଅଗଣିତ ଚାଷୀ, ଗରିବ, ଖଟିଖିଆ, ମଜଦୂର, ମହିଳା, ଯୁବକ, ଯୁବତୀଙ୍କୁ ବଞ୍ଚିବାର ଅଧିକାର ଦେଇଛି, ସେଇ ସମ୍ବିଧାନକୁ ଭାଜପା...

୭ ପଞ୍ଚାୟତରେ ନିର୍ବାଚନୀ ପ୍ରଚାର ଜୋର୍‌ଦାର

ହାଟଡିହୀ,୧୫ା୫(ଶୁଭକାନ୍ତ ନାୟକ): ବୁଧବାର ୭ଟି ପଞ୍ଚାୟତରେ ନିର୍ବାଚନୀ ପ୍ରଚାର ଜୋର୍‌ଦାର କରିଛି ବିଜେଡି। ପ୍ରଥମେ କର୍ମୀମାନେ ବିଦ୍ୟାଧରପୁର ବଜାରଠାରେ ଏକଜୁଟ୍‌ ହୋଇଥିଲେ। ପରେ ବିଜେଡି ବିଧାୟକ...

ଭାଜପା ସରକାର ଜନବିରୋଧୀ ସରକାର: ପାଣ୍ଡିଆନ

ଦେବଗଡ଼,୧୫ା୫: ଦେବଗଡ଼ରେ ଦଳୀୟ କର୍ମୀଙ୍କ ପାଇଁ ବୁଧବାର ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସମୟରେ ୫-ଟି ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା...

ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ଏହି ୩ ବଡ଼ ପ୍ରତିଶ୍ରୁତି, କହିଲେ…

ଦେବଗଡ଼,୧୫ା୫: ଦେବଗଡ଼ରେ ଦଳୀୟ କର୍ମୀଙ୍କ ପାଇଁ ବୁଧବାର ଜୋର୍‌ଦାର୍‌ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନା ଯଥା ବିଏସ୍‌କେଓ୍ବାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri