ଏନ୍‌ଏସିକୁ ୨୧ କୋଟିର ବକେୟା ଦେବ ଟିପିଏସ୍‌ଓଡିଏଲ

ଭଞ୍ଜନଗର,୧୪ା୩(ଡି.ଏନ.ଏ): ଭଞ୍ଜନଗର ମତ୍ସ୍ୟ ଯାଅଁାଳ ଉପତ୍ାଦନ କେନ୍ଦ୍ର ରୋଡ଼ରେ ଏନ୍‌ଏସି ପକ୍ଷରୁ ହୋଇଥିବା ଅଣୁ ଜୈବସାର ପରିଚାଳନା କେନ୍ଦ୍ରର ବିଦ୍ୟୁତ୍‌ ବିଲ ବାକି ଥିବାରୁ ଗତ ସପ୍ତାହରେ ଟିପିଏସ୍‌ଓଡ଼ିଏଲ ଉକ୍ତ କେନ୍ଦ୍ରର ବିଦ୍ୟୁତ୍‌ ବିଚ୍ଛିନ୍ନ କରି ଦେଇଥିଲା। ଅଣୁ ଜୈବସାର ପରିଚାଳନା କେନ୍ଦ୍ର ବିଦ୍ୟୁତ୍‌ ବିଲ୍‌ ବାବାଦକୁ ପ୍ରାୟ ୪୦ ହଜାର ଟଙ୍କା ଦେବାକୁ ଅଛି।
ଅନ୍ୟପକ୍ଷରେ ଏନଏସି ପ୍ରଶାସନ ମଧ୍ୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ୨୦୦୭ରୁ ୨୦୨୧ ଡିସେମ୍ବର ୩୧ ତାରିଖ ସୁଦ୍ଧା ହୋଲଡ଼ିଂ ଟ୍ୟାକ୍ସ ବାବଦକୁ ବକେୟା ଥିବା ୨୧ କୋଟି ୧୧ଲକ୍ଷ ୬୬ ହଜାର ୭୦୮ ଟଙ୍କା ୧୫ ଦିନ ମଧ୍ୟରେ ଦେବାକୁ ଏନଏସି କର୍ତ୍ତୃପକ୍ଷ ଟାଟା ପାୱାର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି। ଏହାକୁ ନେଇ ନୂଆ ବିବାଦ ଦେଖାଦେଇଛି। ୨୦୦୭ରେ ୧ କୋଟି ୧୭ ଲକ୍ଷ ଟଙ୍କା ବକେୟା ବାବଦକୁ ଥିଲା। ବର୍ତ୍ତମାନ ବାର୍ଷିକ ୫୭ ଲକ୍ଷ ୨୬ ହଜାର ୨୦ ଟଙ୍କା ହୋଲଡ଼ି୍‌ଂ ଟ୍ୟାକ୍ସ ହେଉଛି। ଚକ୍ରସୁଧ ହିସାବରେ ଗତ ଡିସେମ୍ବର ୩୧ ସୁଦ୍ଧା ୨୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଟାଟା ପାୱାର ବକେୟା ଦେବାକୁ ଅଛି। ପ୍ରାୟ ଏକ ବର୍ଷ ପୂର୍ବେ ଅଣୁ ଜୈବସାର ପ୍ଲାଟ୍‌ ନିର୍ମାଣ ହୋଇଥିଲା। ବ୍ଲକ ଉକ୍ତ କାର୍ଯ୍ୟ କରିଥିଲା। ତେଣୁ ବ୍ଲକ ନାମରେ କାମ ପାଇଁ ବିଦ୍ୟୁତ୍‌ ଅଣାଯାଇଥିଲା। ଇତିମଧ୍ୟରେ ପ୍ରାୟ ୪୦ ହଜାର ଟଙ୍କା ବକେୟା ବିଦ୍ୟୁତ୍‌ ବିଲ୍‌ ଆସିଥିଲା ବିଡ଼ିଓଙ୍କ ନାମରେ । ଏନଏସି କାମ ହୋଇଥିବା ଯୋଗୁ ବ୍ଲକ ପ୍ରଶାସନ ପକ୍ଷରୁ ବକେୟା ବିଦ୍ୟୁତ୍‌ ପ୍ରତି ଗୁରୁତ୍ୱ ଦିଆଯାଇ ନ ଥିଲା । ଅପରପକ୍ଷେ ଏନଏସି କର୍ତୃପକ୍ଷଙ୍କ ନାମରେ ବିଲ୍‌ ଆସୁ ନ ଥିବା ଯୋଗୁ ଏନଏସି ମଧ୍ୟ ବକେୟା ସମ୍ପର୍କରେ ଜାଣିପାରିନଥିଲା। ଏଭଳି ସ୍ଥିତିରେ ଟାଟା ପାୱାର ପକ୍ଷରୁ ଗତ ସପ୍ତାହରେ ବିଦ୍ୟୁତ୍‌ ବିଚ୍ଛିନ୍ନ କରି ଦିଆଯାଇଥିଲା । ସେଠାରେ ନିୟୋଜିତ ଥିବା ଶ୍ରମିକମାନେ ବେକାର ହୋଇ ବସି ରହିଛନ୍ତି। ଏ ନେଇ ଟିପିଏସ୍‌ଓଡ଼ିଏଲ ଭଞ୍ଜନଗର ନିର୍ବାହୀଯନ୍ତ୍ରୀ ଜଗତଜିତ୍‌ ଦାସ ମହାପାତ୍ର କହିଛନ୍ତି, ଏନଏସି ପକ୍ଷରୁ ଆସିଥିବା ଚିଠିକୁ ବିଭାଗୀୟ ଉଚ୍ଚ କର୍ତୃପକ୍ଷଙ୍କ ପାଖକୁ ପଠାଇ ଦିଆଯାଇଛି। ଭଞ୍ଜନଗର ଏନଏସି ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର କହିଛନ୍ତି, ବିଦ୍ୟୁତ୍‌ ବିଭାଗ ବକେୟା ଅର୍ଥ ପ୍ରଦାନ ନକଲେ ଆଗକୁ ବୋର୍ଡ଼ ଆଇନ ଅନୁଯାଇ ପରବର୍ତ୍ତୀ ପଦକ୍ଷେପ ନେବ ।


Enter your email to get our daily news in your inbox.

All Right Reserved By Dharitri.Com

ବିରଳ ମୃତ୍ତିକା ସନ୍ଧାନରେ ବୃକ୍ଷହୀନ ହେଉଛି ତାମ୍ପରା-ବଙ୍ଗୋପସାଗର ମଧ୍ୟସ୍ଥ ଅରଣ୍ୟ, ଛତ୍ରପୁର ସହର ପ୍ରତି…

ଛତ୍ରପୁର,୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ବଙ୍ଗୋପସାଗର କୂଳ ଲଙ୍ଘିବା ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏବେ ଛତ୍ରପୁର ପୌରପରିଷଦର ପ୍ରାଣବିନ୍ଦୁ କୁହାଯାଉଥିବା ପ୍ରସିଦ୍ଧ…

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନର କଡ଼ା ଆଭିମୁଖ୍ୟ: ଦିଗପହଣ୍ଡି ନୂଆ ବସଷ୍ଟାଣ୍ଡକୁ ଗଲା ସରକାରୀ ଓ ବେସରକାରୀ ବସ୍

ଦିଗପହଣ୍ଡି, ୭।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର ଦିଗପହଣ୍ଡି ସହରରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଟ୍ରାଫିକ ସମସ୍ୟାର ସମାଧାନ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେବା ଜରୁରୀ: ଏନଏସଏସ ସ୍ବେଚ୍ଛାସେବୀଙ୍କ ଦ୍ୱାରା ମେଗା ଚାରାରୋପଣ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା କୋ ୟୁନିଟ ଏବଂ ମହିଳା ଶାଖା ପକ୍ଷରୁ ମଙ୍ଗଳବାର କଲେଜ ପରିସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri