କିଡ୍‌ନୀ ସମସ୍ୟା ଓ ଡାଏଲିସିସ୍‌

ଆମମାନଙ୍କ ଜୀବନଯାତ୍ରା ଏବେ ଖୁବ୍‌ ପରିବର୍ତ୍ତିତ ହୋଇଗଲାଣି। ଫଳରେ ବଢ଼ି ବଢ଼ି ଚାଲିଛି ଡାଇବେଟିସ୍‌, ହୃଦ୍‌ରୋଗ, ଉଚ୍ଚ ରକ୍ତଚାପ, ମେଦବହୁଳତା ଓ କ୍ରନିକ୍‌ କିଡ୍‌ନୀ ଡିଜିଜ୍‌ ବା ଦୀର୍ଘକାଳୀକ ବୃକ୍‌କ ରୋଗ। ୨୦୧୯ ମସିହାରେ ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାର ପରିସଂଖ୍ୟାନ ଅନୁଯାୟୀ ପୃଥିବୀର ପ୍ରାୟ ୮୫ କୋଟି ଲୋକ କିଡ୍‌ନୀ ରୋଗରେ ଆକ୍ରାନ୍ତ। ସେମାନଙ୍କ ମଧ୍ୟରେ ପାଖାପାଖି ୨୪ ଲକ୍ଷ ରୋଗୀ ପ୍ରତିବର୍ଷ ମୃତ୍ୟୁମୁଖରେ ପଡ଼ିଥାନ୍ତି। ଆମ ଦେଶରେ ମଧ୍ୟ କ୍ରନିକ୍‌ କିଡ୍‌ନୀ ରୋଗୀଙ୍କ ସଂଖ୍ୟା କିଛି କମ୍‌ ନୁହେଁ।
କିଡ୍‌ନୀର କାମ:
ଆମ ପେଟ ଭିତରେ ମେରୁ ଦଣ୍ଡର ବାମ ଓ ଡାହାଣ ପଟେ ଥାଏ ଗୋଟିଏ ଲେଖାଏ କିଡ୍‌ନୀ। କିଡ୍‌ନୀର ଆକୃତି ଶିମ୍ବ ମଞ୍ଜି ଭଳି ଓ ପ୍ରତ୍ୟେକର ଓଜନ ୧୫୦ ଗ୍ରାମ ପାଖାପାଖି। କିଡ୍‌ନୀ ଦୁଇଟି ଶରୀରର ରକ୍ତଛଣା ଅଙ୍ଗ। ଏହା ଭିତର ଦେଇ ରକ୍ତ ପ୍ରବାହିତ ହେଲେ ଏହା ସେହି ରକ୍ତକୁ ଛାଣି ପ୍ରୋଟିନ୍‌ ଭଳି ଦରକାରୀ ଉପାଦାନ ରକ୍ତରେ ରଖିଦିଏ ଏବଂ ୟୁରିଆ, ୟୁରିକ୍‌ ଏସିଡ୍‌, କ୍ରିଏଟିନିନ୍‌, କ୍ଲୋରାଇଡ ଫସ୍‌ଫେଟ୍‌, ସଲ୍‌ଫେଟ୍‌ ଆଦି କେତେକ ଅଦରକାରୀ ଉପାଦାନକୁ ପରିସ୍ରା ବାଟେ ଶରୀରରୁ ନିଷ୍କାସନ କରିଦିଏ। ଏହାର ଅନ୍ୟାନ୍ୟ କାର୍ଯ୍ୟ ଥିଲେ ମଧ୍ୟ ଅପ୍ରୟୋଜନ ଉପାଦାନଗୁଡ଼ିକୁ ଦେହରୁ ବାହାର କରିଦେବା କିଡ୍‌ନୀର ପ୍ରଧାନ କାର୍ଯ୍ୟ। ତେଣୁ ଏହି ଅଙ୍ଗଟି ରୋଗଗ୍ରସ୍ତ ହୋଇପଡ଼ିଲେ ସେହି ଅଦରକାରୀ କ୍ଷତିକାରୀ ପଦାର୍ଥଗୁଡ଼ିକ ଦେହରୁ ବାହାରି ନ ପାରି ରକ୍ତରେ ଜମି ଚାଲେ। ଏହାର ପରିଣାମରେ ରୋଗୀର ଜୀବନ ପାଇଁ ଜାତ ହୋଇପଡ଼େ ମହାସଙ୍କଟ।
କିଡ୍‌ନୀର ଅକ୍ଷମତା:
କିଡ୍‌ନୀ ଏପରି ଏକ ଅଙ୍ଗ ଯାହାର କାର୍ଯ୍ୟ ଅକ୍ଷମତା ଅନେକ ଡେରିରେ ଧରାପଡ଼େ। ଅଙ୍ଗଟି ପ୍ରାୟ ୮୦-୯୦ ଶତାଂଶ ଅକ୍ଷମ ହୋଇପଡ଼ିବାର ପୂର୍ବ ପର୍ଯ୍ୟନ୍ତ ରୋଗୀକୁ ସେ ସମ୍ପର୍କରେ କିଛି ଜଣାପଡ଼େନି। ପୁଣି ଅନେକ କ୍ଷେତ୍ରରେ ଗୋଟିଏ କିଡ୍‌ନୀ କାର୍ଯ୍ୟରହିତ ହୋଇପଡ଼ିଥିଲେ ମଧ୍ୟ ଅନ୍ୟଟି ସନ୍ତୋଷଜନକ ଭାବରେ କାର୍ଯ୍ୟ କରି ଚାଲିଥିବାରୁ କିଡ୍‌ନୀ ଅସୁସ୍ଥତା ବିଷୟରେ କୌଣସି ସୂଚନା ନ ମିଳିବା କିଛି ଅସ୍ବାଭାବିକ ନୁହେଁ।
ଦୁଇଟିଯାକ କିଡ୍‌ନୀ ସୁସ୍ଥ ଭାବରେ କାମ କରି ଚାଲିଥିବାବେଳେ ବିଭିନ୍ନ କାରଣବଶତଃ ଏହା ହଠାତ୍‌ ଅକାମୀ ହୋଇପଡ଼େ। ଏପରି ଅବସ୍ଥାକୁ କୁହାଯାଏ ‘ଆକ୍ୟୁଟ ରେନାଲ ଫେଲ୍ୟୁର୍‌’ ବା ଏଆର୍‌ଏଫ୍‌। କିଡ୍‌ନୀ ମଧ୍ୟଦେଇ ଯଥେଷ୍ଟ ରକ୍ତ ପ୍ରବାହିତ ହୋଇ ନ ପାରିବା ଯୋଗୁ ଏହାର ଅକ୍ଷମତା ଉପୁଜେ। ତରଳ ଝାଡ଼ା, ବାନ୍ତି ଯୋଗୁ ଡିହାଇଡ୍ରେଶନ୍‌ ହେବା, ଶରୀରରୁ ଅଧିକ ରକ୍ତକ୍ଷୟ ଘଟିବା, ଚର୍ମର ବେଶି ଅଂଶ ପୋଡ଼ିଯିବା, ସଂକ୍ରମଣ ବଢ଼ି ସେପ୍ଟିସିମିଆ ହେବା, ଅଂଶୁଘାତ ହେବା, ବିଷାକ୍ତ ସାପ କାମୁଡ଼ିବା, ବିଷ ଖାଇବା ଇତ୍ୟାଦି କାରଣରୁ ପ୍ରକାଶ ପାଏ ଆକ୍ୟୁଟ୍‌ କିଡ୍‌ନୀ ଅକ୍ଷମତା। ଏହା ମାରାତ୍ମକ ହୋଇଥିଲେ ମଧ୍ୟ ବିହିତ ଚିକିତ୍ସା ଫଳରେ ସୁଫଳ ମିଳିବାର ସମ୍ଭାବନା ବେଶି।
ଲକ୍ଷଣ:
ପରିସ୍ରାର ପରିମାଣ କମିଯିବା, ଅଇ ଉଠିବା, ବାନ୍ତି ହେବା, ଭୋକ ମରିଯିବା, ଦୁର୍ବଳତା ଅନୁଭବ କରିବା, ନିଦୁଆ ନିଦୁଆ ଲାଗିବା, ଶ୍ୱାସକଷ୍ଟ ହେବା, ପାଦ ଫୁଲିବା ଆଦି ଏହାର କେତୋଟି ସାଧାରଣ ଲକ୍ଷଣ।
ଅନ୍ୟ ପକ୍ଷରେ ରକ୍ତଚାପ ବଢ଼ି ଦୀର୍ଘଦିନ ଧରି ଅନିୟନ୍ତ୍ରିତ ଅବସ୍ଥାରେ ରହିଲେ, ଡାଇବେଟିସ୍‌ ନିୟନ୍ତ୍ରଣରେ ନ ଥିଲେ, କିଡ୍‌ନୀ ବାରମ୍ବାର ସଂକ୍ରମିତ ହେଲେ କିମ୍ବା ଯନ୍ତ୍ରଣା କମେଇବା ପାଇଁ ମୁଠା ମୁଠା ପେନ୍‌କିଲର୍‌ ଔଷଧ ଖାଇବା ଓ ପୁରୁଷଙ୍କଠାରେ ପ୍ରୋଷ୍ଟେଟ୍‌ ବଢ଼ିଥିଲେ କିଡ୍‌ନୀର କାର୍ଯ୍ୟଦକ୍ଷତା ଧୀରେ ଧୀରେ ହ୍ରାସ ପାଇ ତାହା କାର୍ଯ୍ୟରହିତ ହୋଇପଡ଼େ। ଏପରି ଅବସ୍ଥାକୁ କୁହାଯାଏ ଦୀର୍ଘକାଳୀକ କିଡ୍‌ନୀ ଅକ୍ଷମତା। ଡାକ୍ତରୀ ଭାଷାରେ ‘କ୍ରନିକ୍‌ ରେନାଲ୍‌ ଫେଲ୍ୟୁର୍‌’ ବା ସିଆର୍‌ଏଫ୍‌। ସିଆର୍‌ଏଫ୍‌କୁ ମଧ୍ୟ କ୍ରନିକ କିଡ୍‌ନୀ ଡିଜିଜ୍‌ ବା ସିକେଡି ବୋଲି କହନ୍ତି। ଏହି କ୍ରନିକ୍‌ ଅକ୍ଷମତାର ପ୍ରଥମ ଅବସ୍ଥାରେ କୌଣସି ଲକ୍ଷଣ ପ୍ରକାଶ ନ ପାଇପାରେ। ପରେ ପରେ ପରିସ୍ରାର ପରିମାଣ କମିଯାଏ, ଦୁର୍ବଳ ଲାଗେ, ଅଇ ଉଠେ, ଭୋକ ହୁଏନି, ଦେହ ହାତ କୁଣ୍ଡେଇ ହୁଏ, ରକ୍ତ କମିଯାଇ ରୋଗୀ ଅଚେତ ହେବା ଦେଖାଯାଏ, ଶ୍ୱାସ କଷ୍ଟ ହୁଏ ଓ ମୁହଁ, ପାଦ ଫୁଲେ।
ସିକେଡିର ପାଞ୍ଚଟି ପର୍ଯ୍ୟାୟ ଥାଏ। ପ୍ରଥମ ୪ଟି ପର୍ଯ୍ୟାୟଭୁକ୍ତ ରୋଗୀମାନେ ଔଷଧ ଚିକିତ୍ସାରେ ଉପଶମ ପାଇଥାନ୍ତି। ପଞ୍ଚମ ପର୍ଯ୍ୟାୟରେ ରୋଗୀଙ୍କ ପାଇଁ ଦରକାର ପଡ଼େ ଡାଏଲିସିସ୍‌ କିମ୍ବା କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟେଶନ୍‌ ବା ବୃକ୍‌କ ପ୍ରତିରୋପଣ। କିନ୍ତୁ ଡାଏଲିସିସ୍‌ ଅସ୍ଥାୟୀ ପ୍ରତିକାର ହୋଇଥିବା ବେଳେ କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟେଶନ୍‌ ହେଉଛି ସ୍ଥାୟୀ ପ୍ରତିକାର।
ଡାଏଲିସିସ୍‌ କ’ଣ:
ଡାଏଲିସିସ୍‌ ହେଉଛି ରାସାୟନିକ ଉପାଦାନଗୁଡ଼ିକର ଏକ ପୃଥକୀକରଣ ପଦ୍ଧତି। କିଡ୍‌ନୀଦ୍ୱୟ କାମ କରିବା ପାଇଁ ଅକ୍ଷମ ହୋଇପଡ଼ିଲେ ଡାଏଲିସିସ୍‌ ପଦ୍ଧତିଟି କିଡ୍‌ନୀ ଭଳି ରକ୍ତ ଛାଣିବା କାମ ତୁଲେଇଥାଏ। ରକ୍ତରେ ଥିବା କୋଷିକା ଓ ପ୍ରୋଟିନ୍‌ ଅଣୁ ଇତ୍ୟାଦିକୁ ବାହାର କରି ନ ଦେଇ ରକ୍ତରେ ଜମି ଯାଇଥିବା ଅଦରକାରୀ ତଥା କ୍ଷତିକାରୀ ଉପାଦାନଗୁଡ଼ିକୁ ନିଷ୍କାସନ କରିଦିଏ। ଡାଏଲିସିସ୍‌ରେ ବ୍ୟବହୃତ ହୋଇଥାଏ ସେମିପର୍‌ମିଏବଲ୍‌ ପରଦା। ଏହି ପରଦାଟି ସେଲ୍ୟୁଲୋଜ୍‌ ଏସିଟେଟ୍‌ କିମ୍ବା ପଲି ୟୁରେଥେନ୍‌ କିମ୍ବା ନାଇଟ୍ରୋ ସେଲ୍ୟୁଲୋଜ୍‌ ନାମକ ଉପାଦାନରେ ତିଆରି। ପରଦାଟିରେ ରହିଥାଏ ବିଭିନ୍ନ ଆକାର ବିଶିଷ୍ଟ ସୂକ୍ଷ୍ମ ଛିଦ୍ରମାନ। ସେହି ଛିଦ୍ରଗୁଡ଼ିକ ମଧ୍ୟ ଦେଇ ରକ୍ତରେ ଜମି ଥିବା କ୍ଷତିକାରୀ ବର୍ଜ୍ୟ ଉପାଦାନମାନ ରକ୍ତ ଭିତରୁ ପରଦାର ଅନ୍ୟପଟେ ରହିଥିବା ଡାଏଲିସିସ୍‌ ଦ୍ରବଣ ବା ଡାୟାଲାଇସେଟ୍‌ ଭିତରକୁ ସ୍ଥାନାନ୍ତରିତ ହୋଇଯାଏ। ଫଳରେ ରକ୍ତରେ ହ୍ରାସ ପାଏ ସେହି ସବୁ ବର୍ଜ୍ୟର ପରିମାଣ। ରକ୍ତ କୋଷିକା ଓ ପ୍ରୋଟିନ୍‌ ଅଣୁ ଭଳି ବଡ଼ ଆକାରର ଉପାଦାନମାନ ଉକ୍ତ ସେମିପର୍‌ମିଏବଲ୍‌ ପରଦାକୁ ଭେଦି ଅନ୍ୟପଟକୁ ଯାଇପାରନ୍ତିନି।
ଆକ୍ୟୁଟ୍‌ ରେନାଲ୍‌ ଫେଲ୍ୟୁର୍‌ ରୋଗୀ ଓ ଟ୍ରାନ୍ସପ୍ଲାଣ୍ଟେଶନ୍‌ ପାଇଁ ଅପେକ୍ଷା କରିଥିବା କ୍ରନିକ୍‌ ରେନାଲ୍‌ ଫେଲ୍ୟୁର୍‌ ରୋଗୀ ଓ ଟ୍ରାନ୍ସପ୍ଲାଣ୍ଟେଶନ୍‌ ସମ୍ଭବ ହୋଇ ପାରୁ ନ ଥିବା ରୋଗୀମାନଙ୍କ ପାଇଁ ଡାଏଲିସିସ୍‌ ହିଁ ଏକମାତ୍ର ସନ୍ତୋଷଜନକ ପନ୍ଥା। (କ୍ରମଶଃ..)

ଡା. ନିତ୍ୟାନନ୍ଦ ସ୍ବାଇଁ
-ଅଭିପ୍‌ସା, ସେକ୍ଟର-୬, ପ୍ଲଟ ନଂ-୧୧୩୧, ଅଭିନବ ବିଡ଼ାନାସୀ, କଟକ ମୋ: ୯୪୩୭୭୬୬୧୧୭


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ସୂର୍ଯ୍ୟ-ଶୁକ୍ରଙ୍କ ଯୁତିରେ ଗଠନ ହେବ ଶୁକ୍ରାଦିତ୍ୟ ରାଜଯୋଗ; ଚମକିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନ ଏବଂ ସେମାନଙ୍କ ଯୁତିକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଦୁଇଟି ଗ୍ରହ ଗୋଟିଏ ରାଶିରେ ଏକାଠି ଅବସ୍ଥାନ କଲେ ତାହାକୁ ଗ୍ରହ…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?