‘ଫୋନ୍‌ପେ’ରେ ଲାଞ୍ଚ ନେଇ ଟିପିସିଓଡିଏଲ୍‌ କର୍ମଚାରୀ ଗିରଫ 

ଭୁବନେଶ୍ୱର,୩୦।୫(ବ୍ୟୁରୋ): ଜଣେ ବ୍ୟକ୍ତିଙ୍କ ପାଖରୁ ‘ଫୋନ୍‌ପେ’ ଜରିଆରେ ୧୦ ହଜାର ଟଙ୍କା ଲାଞ୍ଚ ନେଇ ବିଦ୍ୟୁତ୍‌ ବିତରଣ ସଂସ୍ଥା ଟିପିସିଓଡିଏଲ୍‌ର ଜଣେ କର୍ମଚାରୀ ଭିଜିଲାନ୍ସ ଦ୍ୱାରା ସୋମବାର ଗିରଫ ହୋଇଛନ୍ତି। ସେ ହେଲେ ଏହି ସଂସ୍ଥାର ନୟାପଲ୍ଲୀସ୍ଥିତ ଗ୍ରିଭାନ୍‌ସ ରିଡ୍ରେସାଲ୍‌ ଫୋରମ୍‌ (ଜିଆର୍‌ଏଫ)ର ଅଫିସ ଆସିଷ୍ଟାଣ୍ଟ୍‌ ଗ୍ରେଡ୍‌-୩ ତରୁଣ ରଞ୍ଜନ ନାୟକ। ଏଥିସହ ଜଣେ ମହିଳା ସହଯୋଗୀ ଶୈଳଜା ମୁଦୁଲିଙ୍କୁ ମଧ୍ୟ ଗିରଫ କରାଯାଇଛି। ଏନେଇ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଏକ ମାମଲା (ନଂ. ୧୪/୨୦୨୩) ରୁଜୁ କରାଯାଇ ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି। ତେବେ ଓଡ଼ିଶା ଭିଜିଲାନ୍ସ ଇତିହାସରେ ‘ଫୋନ୍‌ପେ’ରେ ଲାଞ୍ଚ ନେଇ ଧରାପଡ଼ିବା ପ୍ରଥମ ଘଟଣା ବୋଲି କୁହାଯାଉଛି। ଏଭଳି ଭାବେ ତରୁଣ ନିୟମିତ ଶୈଳଜାଙ୍କ ଦ୍ୱାରା ‘ଫୋନପେ’ରେ ଲାଞ୍ଚ ନେଇଥିବା ଭିଜିଲାନ୍ସ ସନ୍ଦେହ କରୁଛି। ତେଣୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଦିଗକୁ ନେଇ ତରୁଣଙ୍କ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପାଣ୍ଡରାସ୍ଥିତ ବାସଭବନ ଓ କେନ୍ଦ୍ରାପଡ଼ା ଜିଲାର ଚାନ୍ଦୋଳ ଗ୍ରାମସ୍ଥିତ ପୈତୃକ ଘରେ ଚଢ଼ାଉ କରାଯାଉଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
ସୂଚନା ଅନୁଯାୟୀ, ଅଭିଯୋଗକାରୀ ସନ୍ଦୀପ କୁମାର ସ୍ବାଇଁ ବରଗଡ଼ ଥାନା ଅଞ୍ଚଳରେ ତାଙ୍କ ନିଜ କୋଠାରେ ପରିବାର ସହ ରହୁଛନ୍ତି। ହେଲେ ସେଠାରେ ବିଦ୍ୟୁତ୍‌ ସଂଯୋଗ ନ ଥିଲା। ଏଥିପାଇଁ ୨ଟି ବିଦ୍ୟୁତ ଖୁଣ୍ଟ ଓ ଟ୍ରାନ୍ସଫର୍ମରର ଆବଶ୍ୟକ ପଡ଼ିଥିଲା। ଏନେଇ ସେ କନିଷ୍ଠ ଯନ୍ତ୍ରୀଙ୍କୁ ଭେଟି ମଧ୍ୟ ସୁବିଧା ପାଇପାରି ନ ଥିଲେ। ଏ ସଂକ୍ରାନ୍ତରେ ସନ୍ଦୀପ ଏଜିଏମ୍‌ଙ୍କୁ ଭେଟିଥିଲେ। ଗ୍ରିଭାନ୍‌ସ ରିଡ୍ରେସାଲ୍‌ ଫୋରମ୍‌ରେ ଏନେଇ ଅଭିଯୋଗ କରିବା ପାଇଁ ସନ୍ଦୀପଙ୍କୁ ଏଜିଏମ୍‌ ପରାମର୍ଶ ଦେଇଥିଲେ। ତେବେ ଜିଆର୍‌ଏଫ୍‌ରେ କାର୍ଯ୍ୟରତ ତରୁଣ ଏନେଇ କେସ୍‌ ପଞ୍ଜୀକୃତ କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ରବିବାର ଶୈଳଜାଙ୍କ ଫୋନପେ ନମ୍ବରରେ ସନ୍ଦୀପ ଏହି ଟଙ୍କା ଦେଇ ଏ ସଂକ୍ରାନ୍ତରେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ପୂର୍ବପ୍ରସ୍ତୁତି ଅନୁଯାୟୀ ସୋମବାର ସନ୍ଦୀପ ଗ୍ରିଭାନ୍ସ ଆପ୍ଲିକେଶନ୍‌ ଫର୍ମ ଗ୍ରହଣ କରିବାବେଳେ ସେଠାରେ ଛକି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ତରୁଣଙ୍କୁ ଗିରଫ କରିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri